< ରୋମୀୟ 11 >
1 ତେବେ ମୁଁ କହେ, ଈଶ୍ବର କି ଆପଣା ଲୋକମାନଙ୍କୁ ପରିତ୍ୟାଗ କରିଅଛନ୍ତି? ତାହା କେବେ ହେଁ ନ ହେଉ, କାରଣ ମୁଁ ମଧ୍ୟ ଅବ୍ରହାମଙ୍କ ବଂଶଜାତ ବିନ୍ୟାମୀନଙ୍କ ଗୋଷ୍ଠୀର ଜଣେ ଇସ୍ରାଏଲୀୟ ଲୋକ।
Sai na ce, Allah ya ki mutanensa ne? Ba zai taba yiwuwa ba. Domin ni ma ba-Isra'ile ne, na zuriyar Ibrahim, a kabilar Bilyaminu.
2 ଈଶ୍ବର ଆପଣାର ଯେଉଁ ଲୋକମାନଙ୍କୁ ପୂର୍ବରୁ ଜାଣିଥିଲେ, ସେମାନଙ୍କୁ ପରିତ୍ୟାଗ କରି ନାହାନ୍ତି; ଏଲୀୟଙ୍କ ବିବରଣରେ ଶାସ୍ତ୍ର କଅଣ କହେ, ତାହା କି ତୁମ୍ଭେମାନେ ଜାଣ ନାହିଁ? ସେ କିପରି ଇସ୍ରାଏଲ ବିରୁଦ୍ଧରେ ଈଶ୍ବରଙ୍କଠାରେ ନିବେଦନ କରନ୍ତି,
Allah bai ki mutanen sa da ya ke da rigyasaninsu ba. Ko kun san abin da nassi ya ce game da Iliya, yadda ya kai karar Isra'ila a gaban Allah?
3 “ପ୍ରଭୁ, ସେମାନେ ତୁମ୍ଭର ଭାବବାଦୀମାନଙ୍କୁ ବଧ କରିଅଛନ୍ତି, ତୁମ୍ଭର ବେଦିଗୁଡ଼ିକ ଖୋଳି ପକାଇଅଛନ୍ତି, ଆଉ ମୁଁ ଏକାକୀ ଅବଶିଷ୍ଟ ରହିଅଛି, ପୁଣି, ସେମାନେ ମୋହର ପ୍ରାଣ ନେବାକୁ ଖୋଜୁଅଛନ୍ତି।”
Ya ce, ''Ubangiji, sun kashe annabawanka, sun rushe alfarwanka kuma, Ni kadai ne na rage, ga shi suna neman su kashe ni.''
4 କିନ୍ତୁ ତାହାଙ୍କୁ ଈଶ୍ବର କଅଣ ଉତ୍ତର ଦିଅନ୍ତି? “ଯେଉଁମାନେ ଅନ୍ୟ ବାଆଲ୍ ଦେବତା ସମ୍ମୁଖରେ ଆଣ୍ଠୁ ପକାଇ ନାହାନ୍ତି, ଏପରି ସାତ ହଜାର ଲୋକ ଆମ୍ଭେ ଆପଣା ନିମନ୍ତେ ଅବଶିଷ୍ଟ ରଖିଅଛୁ।”
Amma wacce amsa ce Allah ya ba shi? Ya ce, ''Ina da mutane dubu bakwai da na kebe don kaina, da ba su taba rusuna wa Ba'al ba.''
5 ସେହିପରି ଏହି ବର୍ତ୍ତମାନ ସମୟରେ ମଧ୍ୟ ଅନୁଗ୍ରହର ନିର୍ବାଚନ ଅନୁସାରେ ଗୋଟିଏ ଅବଶିଷ୍ଟ ଅଂଶ ରହିଅଛି।
Ban da haka ma, ban da haka ma a wannan lokacin akwai sauran zabe na alheri.
6 କିନ୍ତୁ ଯଦି ତାହା ଅନୁଗ୍ରହରେ ହୁଏ, ତେବେ ତାହା ଆଉ କ୍ରିୟାକର୍ମ ହେତୁ ହୁଏ ନାହିଁ; ନୋହିଲେ ଅନୁଗ୍ରହ ଆଉ ଅନୁଗ୍ରହ ନୁହେଁ।
Amma tun da ta wurin alheri ne, ba ga ayyuka ba. In ba haka ba, alheri ba zai zama alheri ba kenan.
7 ତେବେ କଅଣ? ଇସ୍ରାଏଲ ଯାହା ଖୋଜୁଅଛି, ତାହା ପାଇ ନାହିଁ; କିନ୍ତୁ ନିର୍ବାଚିତମାନେ ତାହା ପାଇଅଛନ୍ତି, ଆଉ ଅବଶିଷ୍ଟମାନେ ଜଡ଼ କରାଗଲେ;
Sai kuma me? Abin da Isra'ila ke nema, ba su samu ba, amma zababbun sun same shi, saura kuma sun taurare.
8 ଯେପରି ଲେଖାଅଛି, “ଈଶ୍ବର ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଜଡ଼ତାର ଆତ୍ମା ଦେଇଅଛନ୍ତି, ଏପରି ଚକ୍ଷୁ ଦେଇଅଛନ୍ତି, ଯେପରି ସେମାନେ ଦେଖିବେ ନାହିଁ, ଆଉ ଏପରି କର୍ଣ୍ଣ ଦେଇଅଛନ୍ତି, ଯେପରି ସେମାନେ ଶୁଣିବେ ନାହିଁ।”
Kamar yadda yake a rubuce, ''Allah ya ba su ruhun rashin fahimta, ga idanu amma ba za su gani ba, ga kunnuwa amma ba za su ji ba, har zuwa wannan rana.''
9 ପୁଣି, ଦାଉଦ କହନ୍ତି, “ସେମାନଙ୍କର ଭୋଜନ ଫାନ୍ଦ ଓ ଫାଶ ପରି ହେଉ, ପୁଣି, ସେମାନଙ୍କ ପ୍ରତି ତାହା ବିଘ୍ନ ଓ ପ୍ରତିଶୋଧ ସ୍ୱରୂପ ହେଉ।
Dauda kuma ya ce, ''bari teburinsu ya zama taru, da tarko, ya zama dutsen tuntube da abin ramako a gare su.
10 ଯେପରି ସେମାନେ ଦେଖି ନ ପାରନ୍ତି, ଏଥିପାଇଁ ସେମାନଙ୍କ ଚକ୍ଷୁ ଅନ୍ଧ ହେଉ, ଆଉ, ତୁମ୍ଭେ ସେମାନଙ୍କ ପୃଷ୍ଠ ସର୍ବଦା କୁବ୍ଜା କରି ରଖ।”
Bari idanunsu ya duhunta domin kada su gani; bayansu kuma a duke kullum.''
11 ତେବେ ମୁଁ ପଚାରେ, କଅଣ ଯିହୁଦୀମାନେ ବିନଷ୍ଟ ହେବା ନିମନ୍ତେ ଝୁଣ୍ଟିଲେ? ତାହା କେବେ ହେଁ ନ ହେଉ, ବରଂ ସେମାନଙ୍କୁ ଉଦ୍ଯୋଗୀ କରିବା ନିମନ୍ତେ ସେମାନଙ୍କ ପତନ ଦ୍ୱାରା ଅଣଯିହୁଦୀମାନଙ୍କ ନିକଟରେ ପରିତ୍ରାଣ ଉପସ୍ଥିତ ହୋଇଅଛି।
Na ce, ''sun yi tuntube domin su fadi ne?'' Kada abu kamar haka ya faru. A maimakon haka, juyawa baya da suka yi ya sa, ceto ya zo ga Al'ummai, domin ya sa su kishi.
12 ଯଦି ସେମାନଙ୍କର ପତନ ଜଗତର ଧନ ସ୍ୱରୂପ, ଆଉ ସେମାନଙ୍କର ହ୍ରାସ ଅଣଯିହୁଦୀମାନଙ୍କ ଧନ ସ୍ୱରୂପ ହୋଇଅଛି, ତାହାହେଲେ ସେମାନଙ୍କ ପୂର୍ଣ୍ଣତା ଆହୁରି କେତେ ଅଧିକ ଧନ ସ୍ୱରୂପ ନ ହେବ!
Idan yanzu juyawa baya da sun yi ya zama arziki ga duniya, rashin su kuma arziki ga Al'ummai, yaya kwatancin girmansa zai kasance in sun zo ga kammala?
13 କିନ୍ତୁ ଅଣଯିହୁଦୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ମୁଁ କହୁଅଛି। ମୁଁ ଅଣଯିହୁଦୀମାନଙ୍କ ନିମନ୍ତେ ପ୍ରେରିତ ହେବାରୁ ମୋʼ ସେବକପଦର ଗୌରବ କରୁଅଛି,
Yanzu ina magana da ku ku da ke Al'ummai. Tunda yake ni ne manzo ga Al'ummai, ina kuma fahariya cikin hidimata.
14 ଯେପରି କୌଣସି ପ୍ରକାରେ ମୋହର ସ୍ୱଜାତିମାନଙ୍କୁ ଉଦ୍ଯୋଗୀ କରାଇ ସେମାନଙ୍କ ମଧ୍ୟରୁ କେତେକଙ୍କୁ ପରିତ୍ରାଣ କରିପାରେ।
Yana yiwuwa in sa ''yan'uwa na kishi, domin mu ceci wadansu su.
15 କାରଣ ଯଦି ସେମାନଙ୍କର ତୁଚ୍ଛ କରିବା ଦ୍ୱାରା ସଂସାରର ମିଳନ ଘଟିଲା, ତେବେ ସେମାନଙ୍କ ଗ୍ରହଣ ଦ୍ୱାରା କଅଣ ନିଶ୍ଚୟ ମୃତମାନଙ୍କ ମଧ୍ୟରୁ ଜୀବନ ଲାଭ ନ ହେବ?
Idan kinsu ya kawo sulhuntawa ga duniya, Karbarsu kuma zata zama yaya? Zata zama rai ne daga mutuwa.
16 ଆଉ ଯଦି ପ୍ରଥମ ଉତ୍ସର୍ଗୀକୃତ ଅଂଶ ପବିତ୍ର, ତାହାହେଲେ ସମସ୍ତ ପିଠୋଉ ମଧ୍ୟ ପବିତ୍ର; ପୁଣି, ଯଦି ମୂଳ ପବିତ୍ର, ତେବେ ଶାଖାସବୁ ମଧ୍ୟ ପବିତ୍ର।
'ya'yan farko sunan haka ma kakkabensu yake, Idan saiwar itace na nan, haka ma rassan za su zama.
17 କିନ୍ତୁ ଯଦି ଘରୋଇ ଜୀତବୃକ୍ଷର କେତେକ ଶାଖା ଉଚ୍ଛିନ୍ନ ହେଲା ଓ ତୁମ୍ଭେ ବନ୍ୟ ଜୀତବୃକ୍ଷର ଶାଖା ହେଲେ ହେଁ ସେହି ଘରୋଇ ଜୀତବୃକ୍ଷରେ କଲମ କରାଗଲ, ପୁଣି, ସେମାନଙ୍କ ସହିତ ଜୀତବୃକ୍ଷ ମୂଳର ରସର ଅଂଶୀ ହେଲ,
Amma idan an karye wasu daga cikin rassan, idan ku rassan zaitun na ainihi ne, da aka samu daga cinkinsu, kuma idan kuna da gado tare da su, acikin saiwar itacen zaitun din.
18 ତେବେ ସେହି ଡାଳଗୁଡ଼ିକ ବିରୁଦ୍ଧରେ ଗର୍ବ କର ନାହିଁ; କିନ୍ତୁ ଯଦି ଗର୍ବ କର, ତୁମ୍ଭେ ଯେ ମୂଳକୁ ଧରି ନାହଁ, ମାତ୍ର ମୂଳ ତୁମ୍ଭକୁ ଧରିଅଛି, ଏହା ଜାଣିଥାଅ।
Kada ku yi fahariya a kan rassan. Amma idan kuka yi fahariya to ba ku bane masu karfafa saiwar amma saiwar ce ke karfafa ku.
19 ତେବେ ତୁମ୍ଭେ କହିବ, ମୁଁ ଯେପରି କଲମ ହୋଇପାରେ, ଏଥିନିମନ୍ତେ ଡାଳଗୁଡ଼ିକ ଉଚ୍ଛିନ୍ନ ହୋଇଅଛି।
Kana iya cewa, ''An karye rassan domin a same ni a ciki.''
20 ଭଲ କଥା, ସେମାନଙ୍କର ଅବିଶ୍ୱାସ ହେତୁ ସେମାନେ ଉଚ୍ଛିନ୍ନ ହେଲେ, ଆଉ ବିଶ୍ୱାସ ହେତୁ ତୁମ୍ଭେ ସ୍ଥାନ ପ୍ରାପ୍ତ ହୋଇଅଛ। ଗର୍ବିତମନା ହୁଅ ନାହିଁ, କିନ୍ତୁ ଭୟ କର;
Wannan gaskiya ne! Saboda rashin bangaskiyarsu ne ya sa aka karye su daga rassan, amma ku tsaya da karfi acikin bangaskiyarku. Kada ku dauki kanku fiye da yadda ya kamata, amma ku ji tsoro.
21 କାରଣ ଯଦି ଈଶ୍ବର ସ୍ୱାଭାବିକ ଶାଖାଗୁଡ଼ିକୁ ଛାଡ଼ିଦେଲେ ନାହିଁ, ତେବେ ତୁମ୍ଭକୁ ମଧ୍ୟ ଛାଡ଼ିବେ ନାହିଁ।
Domin idan Allah bai bar ainihin rassan ba, to ba zai bar ku ba.
22 ଅତଏବ, ଈଶ୍ବରଙ୍କ ଦୟା ଓ କଠୋରତା ବୁଝ; ଯେଉଁମାନେ ପତିତ ହେଲେ, ସେମାନଙ୍କ ପ୍ରତି କଠୋରତା, କିନ୍ତୁ ତୁମ୍ଭେ ଯଦି ଈଶ୍ବରଙ୍କ ଦୟାର ଶରଣାପନ୍ନ ହୋଇ ରହିଥାଅ, ତାହାହେଲେ ତୁମ୍ଭ ପ୍ରତି ତାହାଙ୍କ ଦୟା; ନୋହିଲେ ତୁମ୍ଭେ ମଧ୍ୟ କଟାଯିବ।
Ku duba yadda irin ayyuka masu tsananni na Allah. Ta daya hannun kuma, tsanannin kan zoa kan Yahudawa wadanda suka fadi. Har 'ila yau jinkai Allah ya zo maku, idan kun cigaba cikin alherinsa baza a sare ku ba. Amma in kun ki za a sare ku.
23 ଆଉ, ସେମାନେ ଯଦି ଅବିଶ୍ୱାସରେ ନ ରୁହନ୍ତି, ତେବେ ସେମାନେ ମଧ୍ୟ କଲମ କରାଯିବେ, କାରଣ ସେମାନଙ୍କୁ ଆଉ ଥରେ କଲମ କରିବା ନିମନ୍ତେ ଈଶ୍ବର ସମର୍ଥ ଅଟନ୍ତି।
Hakanan, idan ba su ci gaba cikin rashin bangaskiyarsu ba, za a maida su cikin itacen. Domin Allah zai iya sake maida su.
24 କାରଣ ଯାହା ସ୍ୱଭାବତଃ ବନ୍ୟ ଜୀତବୃକ୍ଷ, ଯଦି ସେଥିରୁ ତୁମ୍ଭେ କଟାଯାଇ ଅସ୍ୱାଭାବିକଭାବେ ଉତ୍ତମ ଜୀତବୃକ୍ଷରେ କଲମ କରାଗଲ, ତେବେ ସ୍ୱାଭାବିକ ଶାଖା ଯେ ଏମାନେ, ଏମାନେ କେତେ ଅଧିକ ଭାବରେ ନିଜ ଜୀତବୃକ୍ଷରେ କଲମ କରାଯିବେ!
Idan an yanke ka daga itacen zaitun da ke na jeji, har ya yiwu an hada ka cikin itacen zaitun na ainihi, yaya kuma wadannan Yahudawa wadanda sune ainihin rassan, da za'a maido cikin zaitun da ke na ainihi?
25 କାରଣ, ହେ ଭାଇମାନେ, ତୁମ୍ଭେମାନେ ଯେପରି ଆପଣା ଆପଣାକୁ ବୁଦ୍ଧିମାନ ବୋଲି ମନେ ନ କର ଏଥିନିମନ୍ତେ ତୁମ୍ଭେମାନେ ଯେ ଏହି ନିଗୂଢ଼ତତ୍ତ୍ୱ ସମ୍ବନ୍ଧରେ ଅଜ୍ଞ ରୁହ, ଏହା ମୋହର ଇଚ୍ଛା ନୁହେଁ, ଅର୍ଥାତ୍, ଯେପର୍ଯ୍ୟନ୍ତ ଅଣଯିହୁଦୀମାନେ ପୂର୍ଣ୍ଣ ସଂଖ୍ୟାରେ ପ୍ରବେଶ କରି ନାହାନ୍ତି, ସେପର୍ଯ୍ୟନ୍ତ ଇସ୍ରାଏଲ ଅଂଶକ୍ରମେ କଠିନ ହୋଇଅଛି;
Yan'uwa, ba na so ku kasance cikin duhu a game da wannan asirin, domin kada ku zama da hikima cikin tunaninku. Wannan asirin shine cewa wannan taurarewa ta faru a Isra'ila, har sai da Al'ummai suka shigo ciki.
26 ଆଉ, ଏହି ପ୍ରକାରେ ସମସ୍ତ ଇସ୍ରାଏଲ ପରିତ୍ରାଣ ପାଇବେ, ଯେପରି ଲେଖାଅଛି, “ସିୟୋନରୁ ଉଦ୍ଧାରକର୍ତ୍ତା ଆଗମନ କରିବେ, ସେ ଯାକୁବଠାରୁ ଅଧର୍ମ ଦୂର କରିବେ।
Ta haka dukan Isra'ila za su tsira, kamar yadda yake a rubuce: ''Daga cikin Sihiyona mai Kubutarwa zai fito; Zai kawar da kazanta daga cikin Yakubu.
27 ଆଉ, ଯେତେବେଳେ ଆମ୍ଭେ ସେମାନଙ୍କର ପାପସବୁ ହରଣ କରିବା, ସେତେବେଳେ ଏହା ସେମାନଙ୍କ ସହିତ ଆମ୍ଭର ନିୟମ ହେବ।”
Wannan zai zama alkawarina da su, sa'adda na kawar da zunubansu.''
28 ସୁସମାଚାର ବିଷୟ ବିଚାର କଲେ ସେମାନେ ତୁମ୍ଭମାନଙ୍କ ସକାଶେ ବିରୋଧର ପାତ୍ର, କିନ୍ତୁ ନିର୍ବାଚନ ବିଷୟ ବିଚାର କଲେ ପିତୃ-ପୁରୁଷଙ୍କ ସକାଶେ ସେମାନେ ଈଶ୍ବରଙ୍କ ପ୍ରିୟପାତ୍ର।
A wani bangaren kuma game da bishara, su makiya ne amamadinku, ta wani fannin kuma bisa ga zabin Allah su kaunattatu ne saboda ubanni.
29 କାରଣ, ଈଶ୍ବରଙ୍କ ଦାନସମୂହ ଓ ଆହ୍ୱାନ ଅନ୍ୟଥା ହୁଏ ନାହିଁ।
Domin baye-baye da kiran Allah basa canzawa.
30 ଯେଣୁ ତୁମ୍ଭେମାନେ ଯେପରି ପୂର୍ବେ ଈଶ୍ବରଙ୍କ ଅନାଜ୍ଞାବହ ଥିଲ, କିନ୍ତୁ ଏବେ ଯିହୁଦୀମାନଙ୍କ ଅନାଜ୍ଞାବହତା ଦ୍ୱାରା ଦୟା ପ୍ରାପ୍ତ ହୋଇଅଛ,
Domin ku ma da ba ku yin biyayya ga Allah, amma yanzu kun sami jinkai saboda rashin biyayyarsu.
31 ସେହିପରି ଏମାନେ ମଧ୍ୟ ଏବେ ଅନାଜ୍ଞାବହ ହୋଇଅଛନ୍ତି, ଯେପରି ତୁମ୍ଭମାନଙ୍କ ପ୍ରତି ପ୍ରକାଶିତ ଦୟା ଦ୍ୱାରା ଏମାନେ ସୁଦ୍ଧା ଏବେ ଦୟା ପ୍ରାପ୍ତ ହୁଅନ୍ତି।
Ta wannan hanyar dai, wadannan Yahudawan sun zama marasa biyayya. Sakamakon haka shine ta wurin jinkan da aka nuna maku, suma su samu jikai yanzu.
32 କାରଣ ସମସ୍ତଙ୍କୁ ଦୟା କରିବା ନିମନ୍ତେ ଈଶ୍ବର ସମସ୍ତଙ୍କୁ ଅନାଜ୍ଞାବହତାରେ ସମର୍ପଣ କରିଅଛନ୍ତି। (eleēsē )
Domin Allah ya rufe kowa ga rashin biyayya, domin ya nuna jinkai ga kowa. (eleēsē )
33 ଆହା! ଈଶ୍ବରଙ୍କ ବୁଦ୍ଧି ଓ ଜ୍ଞାନରୂପ ନିଧି କେଡ଼େ ଗଭୀର! ତାହାଙ୍କର ବିଚାରସବୁ କିପରି ବୋଧର ଅଗମ୍ୟ ଓ ତାହାଙ୍କ ପଥସବୁ କିପରି ରହସ୍ୟାବୃତ!
Ina misalin zurfin wadata da kuma hikima da sani na Allah! Hukunce-hukuncensa sun fi gaban a bincika, hanyoyinsa kuma sun fi gaban ganewa!
34 “କାରଣ, ପ୍ରଭୁଙ୍କର ମନ କିଏ ଜାଣିଅଛି? କିମ୍ବା ତାହାଙ୍କର ପରାମର୍ଶଦାତା କିଏ ହୋଇଅଛି?”
Don wanene ya san tunanin Ubangiji? Wanene kuma ya zama mai bashi shawara?
35 “ଅବା କିଏ ତାହାଙ୍କୁ ପ୍ରଥମରେ ଦାନ କରିଅଛି, ଆଉ ତାହାକୁ ପ୍ରତିଦାନ କରାଯିବ?”
Ko kuma, wanene ya fara ba Allah wani abu, domin a biya shi?''
36 “ଯେଣୁ ସମସ୍ତ ବିଷୟ ତାହାଙ୍କଠାରୁ, ତାହାଙ୍କ ଦ୍ୱାରା ଓ ତାହାଙ୍କ ନିମନ୍ତେ; ଯୁଗେ ଯୁଗେ ଗୌରବ ତାହାଙ୍କର। ଆମେନ୍।” (aiōn )
Daga wurinsa ne, ta wurinsa ne kuma, a gare shi ne kuma dukan abu suka fito. A gare shi daukaka ta tabbata har abada. Amin. (aiōn )