< ରୋମୀୟ 11 >

1 ତେବେ ମୁଁ କହେ, ଈଶ୍ବର କି ଆପଣା ଲୋକମାନଙ୍କୁ ପରିତ୍ୟାଗ କରିଅଛନ୍ତି? ତାହା କେବେ ହେଁ ନ ହେଉ, କାରଣ ମୁଁ ମଧ୍ୟ ଅବ୍ରହାମଙ୍କ ବଂଶଜାତ ବିନ୍ୟାମୀନଙ୍କ ଗୋଷ୍ଠୀର ଜଣେ ଇସ୍ରାଏଲୀୟ ଲୋକ।
ତଃବେ ମୁୟ୍‌ଁ ଆରେକ୍‌ ହଃଚାରୁଲେ, ଇସ୍ୱର୍‌ କି ଅଃହ୍‌ଣାର୍‌ ଲକ୍‌ମଃନ୍‌କେ ଚାଡି ଆଚେ? ସେରି କଃବେ ହେଁ ନଃଉଅ; ବଃଲେକ୍‌ ମୁୟ୍‌ଁ ହେଁ ଅବ୍ରାହାମାର୍‌ ବଃଉଁସେ ଜଃର୍ନ୍‌ ବିନ୍ୟାମିନ୍‌ କୁଟୁମାର୍‌ ଗଟେକ୍‌ ଇସ୍ରାଏଲିୟ ।
2 ଈଶ୍ବର ଆପଣାର ଯେଉଁ ଲୋକମାନଙ୍କୁ ପୂର୍ବରୁ ଜାଣିଥିଲେ, ସେମାନଙ୍କୁ ପରିତ୍ୟାଗ କରି ନାହାନ୍ତି; ଏଲୀୟଙ୍କ ବିବରଣରେ ଶାସ୍ତ୍ର କଅଣ କହେ, ତାହା କି ତୁମ୍ଭେମାନେ ଜାଣ ନାହିଁ? ସେ କିପରି ଇସ୍ରାଏଲ ବିରୁଦ୍ଧରେ ଈଶ୍ବରଙ୍କଠାରେ ନିବେଦନ କରନ୍ତି,
ଇସ୍ୱର୍‌ ଆରୁମେ ହୁଣି ବାଚିରିଲା ତାର୍‌ ଲକ୍‌ମଃନ୍‌କେ କଃବେ ନଃଚାଡେ । ତୁମିମଃନ୍ ସାସ୍ତର୍‌ ତଃୟ୍‌ଁ ହଳି ଆଚାସ୍‌ କଃନ୍‌କଃରି ଏଲିୟ ଇସ୍ୱରାର୍‌ ଚଃମେ ଇସ୍ରାଏଲ୍‌ମଃନାର୍‌ ବିରଦେ ଦଃସ୍‌ ଦଃୟ୍‌ କଃରି କୟ୍‌ରିଲା ।
3 “ପ୍ରଭୁ, ସେମାନେ ତୁମ୍ଭର ଭାବବାଦୀମାନଙ୍କୁ ବଧ କରିଅଛନ୍ତି, ତୁମ୍ଭର ବେଦିଗୁଡ଼ିକ ଖୋଳି ପକାଇଅଛନ୍ତି, ଆଉ ମୁଁ ଏକାକୀ ଅବଶିଷ୍ଟ ରହିଅଛି, ପୁଣି, ସେମାନେ ମୋହର ପ୍ରାଣ ନେବାକୁ ଖୋଜୁଅଛନ୍ତି।”
“ମାପ୍ରୁ, ସେମଃନ୍ ତର୍‌ ବାବ୍‌ବାଦିମଃନ୍‌କେ ଅଃତ୍ୟା କଃରି ଆଚ୍‌ତି, ତର୍‌ ହୁଜା ବେଦି ସଃବୁ କଃଣି ହଃକାୟ୍‌ ଆଚ୍‌ତି ଆର୍‌ ମୁୟ୍‌ଁ ଏକ୍ଲା ବାକି ଆଚି, ଆରେକ୍‌ ସେମଃନ୍ ମର୍‌ ଜିବନ୍ ନେଉଁକ୍‌ ଲଳୁଲାୟ୍‌ ।”
4 କିନ୍ତୁ ତାହାଙ୍କୁ ଈଶ୍ବର କଅଣ ଉତ୍ତର ଦିଅନ୍ତି? “ଯେଉଁମାନେ ଅନ୍ୟ ବାଆଲ୍ ଦେବତା ସମ୍ମୁଖରେ ଆଣ୍ଠୁ ପକାଇ ନାହାନ୍ତି, ଏପରି ସାତ ହଜାର ଲୋକ ଆମ୍ଭେ ଆପଣା ନିମନ୍ତେ ଅବଶିଷ୍ଟ ରଖିଅଛୁ।”
ମଃତର୍‌ ଇସ୍ୱର୍‌ ତାକେ କାୟ୍‌ ଉତୁର୍‌ ଦଃୟ୍‌ରିଲା? ଜୁୟ୍‌ ଲକମଃନ୍ ମିଚ୍ ବାଲ୍‌ ଦେବ୍‌ତା ଲଃଗେ ହାଦେହଃଳି ହୁଜା ନଃକେର୍‌ତି ଇରଃକମ୍‌ ସାତ୍‌ ଅଃଜାର୍‌ ଲକ୍‌ ମୁୟ୍‌ଁ ଅଃହ୍‌ଣାର୍‌ ଗିନେ ବାକି ସଃଙ୍ଗାୟ୍‌ ଆଚି ।
5 ସେହିପରି ଏହି ବର୍ତ୍ତମାନ ସମୟରେ ମଧ୍ୟ ଅନୁଗ୍ରହର ନିର୍ବାଚନ ଅନୁସାରେ ଗୋଟିଏ ଅବଶିଷ୍ଟ ଅଂଶ ରହିଅଛି।
ସେହର୍‌ ଇ ଅଃବାର୍‌ ବେଳାୟ୍‌ ହେଁ ଦଃୟାର୍‌ ବାଚ୍‌ଲା ହର୍‌ ଅଃଳକ୍‌ କଃତେକ୍‌ ବାକି ଆଚ୍‌ତି ।
6 କିନ୍ତୁ ଯଦି ତାହା ଅନୁଗ୍ରହରେ ହୁଏ, ତେବେ ତାହା ଆଉ କ୍ରିୟାକର୍ମ ହେତୁ ହୁଏ ନାହିଁ; ନୋହିଲେ ଅନୁଗ୍ରହ ଆଉ ଅନୁଗ୍ରହ ନୁହେଁ।
ଇସ୍ୱର୍‌ ସେମଃନ୍‌କେ ବାଚି ଆଚେ ନିଜାର୍‌ ନିଜାର୍‌ ଦଃୟାର୍‌ ଗିନେ । ଜଦି ସେମଃନାର୍‌ ସଃତ୍‌ କାମାର୍‌ ଗିନେ ଇସ୍ୱର୍‌ ସେମଃନ୍‌କେ ବାଚ୍‌ତାକ୍‌, ତାର୍‌ ଦଃୟା ସଃତ୍‌ ଦଃୟା ନଃୟ୍‌ଲି ହୁଣି ।
7 ତେବେ କଅଣ? ଇସ୍ରାଏଲ ଯାହା ଖୋଜୁଅଛି, ତାହା ପାଇ ନାହିଁ; କିନ୍ତୁ ନିର୍ବାଚିତମାନେ ତାହା ପାଇଅଛନ୍ତି, ଆଉ ଅବଶିଷ୍ଟମାନେ ଜଡ଼ କରାଗଲେ;
ତଃବେ କାୟ୍‌ରି ଅୟ୍‌ଲି? ଇସ୍ରାଏଲ୍‌ମଃନ୍‌ ଜାୟ୍‌ରି କଜ୍‌ତି ରିଲାୟ୍‌, ସେରି ନଃହାୟ୍‌ଲାୟ୍‌; ମଃତର୍‌ ଇସ୍ୱର୍‌ ବାଚ୍‌ଲା ଲକ୍‌ମଃନ୍‌ ସେରି ହାୟ୍‌ଆଚ୍‌ତି, ଆର୍‌ ବାକି ଲକ୍‌ମଃନ୍ ମଃନ୍ ନଃଦିଲାୟ୍‌;
8 ଯେପରି ଲେଖାଅଛି, “ଈଶ୍ବର ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଜଡ଼ତାର ଆତ୍ମା ଦେଇଅଛନ୍ତି, ଏପରି ଚକ୍ଷୁ ଦେଇଅଛନ୍ତି, ଯେପରି ସେମାନେ ଦେଖିବେ ନାହିଁ, ଆଉ ଏପରି କର୍ଣ୍ଣ ଦେଇଅଛନ୍ତି, ଯେପରି ସେମାନେ ଶୁଣିବେ ନାହିଁ।”
ଜଃନ୍‌କଃରି ସାସ୍ତରେ ଲେକା ଆଚେ, “ଇସ୍ୱର୍‌ ଆଜି ହଃତେକ୍‌ ସେମଃନ୍‌କେ ଅଃଟୁଆ ମଃନ୍ ଆତ୍ମା ଦଃୟ୍‌ଆଚେ, ଇରଃକମ୍‌ ଆକି ଦଃୟ୍‌ଆଚେ, ଜଃନ୍‌କଃରି ସେମଃନ୍ ଦଃକୁ ନଃହାର୍‌ତି, ଆର୍‌ ଇ ହର୍‌ କାନ୍‌ ଦଃୟ୍‌ଆଚେ, ଜଃନ୍‌କଃରି ସେମଃନ୍ ନଃସୁଣ୍‌ତି ।”
9 ପୁଣି, ଦାଉଦ କହନ୍ତି, “ସେମାନଙ୍କର ଭୋଜନ ଫାନ୍ଦ ଓ ଫାଶ ପରି ହେଉ, ପୁଣି, ସେମାନଙ୍କ ପ୍ରତି ତାହା ବିଘ୍ନ ଓ ପ୍ରତିଶୋଧ ସ୍ୱରୂପ ହେଉ।
ଆରେକ୍‌ ଦାଉଦ୍‌ ଲେକିଆଚେ, “ସେମଃନାର୍‌ ହଃର୍ବ୍‌ ହୁନି ହାଳୁନ୍‌ କଃର୍ତାବଃଳ୍‌ ହାନ୍ଦାୟ୍‌ ହଃଳତ୍‌ । ତଃଳେ ଅଦ୍ରି ଡଃଣ୍ଡ୍‌ ବୟ୍‌ଗ୍‌ କଃରତ୍‌ ।
10 ଯେପରି ସେମାନେ ଦେଖି ନ ପାରନ୍ତି, ଏଥିପାଇଁ ସେମାନଙ୍କ ଚକ୍ଷୁ ଅନ୍ଧ ହେଉ, ଆଉ, ତୁମ୍ଭେ ସେମାନଙ୍କ ପୃଷ୍ଠ ସର୍ବଦା କୁବ୍‍ଜା କରି ରଖ।”
ଜଃନ୍‌କଃରି ସେମଃନ୍ ଦଃକୁ ନଃହାର୍‌ତି, ଇତାର୍‌ ହାଁୟ୍‌ ସେମଃନାର୍‌ ଆକି ଅଃନ୍ଦ୍ ଅଃଉଅ, ଆର୍‌ ତୁୟ୍‌ ସେମଃନାର୍‌ ଅଃଟା ସଃବୁବଃଳ୍‌ କୁବ୍‌ଳା କଃରିରେ ।”
11 ତେବେ ମୁଁ ପଚାରେ, କଅଣ ଯିହୁଦୀମାନେ ବିନଷ୍ଟ ହେବା ନିମନ୍ତେ ଝୁଣ୍ଟିଲେ? ତାହା କେବେ ହେଁ ନ ହେଉ, ବରଂ ସେମାନଙ୍କୁ ଉଦ୍‍ଯୋଗୀ କରିବା ନିମନ୍ତେ ସେମାନଙ୍କ ପତନ ଦ୍ୱାରା ଅଣଯିହୁଦୀମାନଙ୍କ ନିକଟରେ ପରିତ୍ରାଣ ଉପସ୍ଥିତ ହୋଇଅଛି।
ତଃବେ ମୁୟ୍‌ଁ ହଃଚାରିନ୍ଦ୍‌, ଜିଉଦିମଃନ୍‌ ଜଟ୍ୟାୟ୍‌ ଅୟ୍‌ଲାର୍‌ ଗିନେ ନାସ୍‌ ଅୟ୍‌ଲାୟ୍‌ କି? କଃବେ ନାୟ୍‌ । ସେମଃନ୍ ହାହ୍‌ କଃଲାକ୍‌, ସେମଃନ୍‌କେ ଗିଜ୍ରି କଃରାଉଁକ୍‌ ଅଜିଉଦିମଃନ୍‌କେ ମୁକ୍ତି ହାଉତାର୍‌ ଅଃଦିକାର୍‌ ଦିଆଅୟ୍‌ଲି ।
12 ଯଦି ସେମାନଙ୍କର ପତନ ଜଗତର ଧନ ସ୍ୱରୂପ, ଆଉ ସେମାନଙ୍କର ହ୍ରାସ ଅଣଯିହୁଦୀମାନଙ୍କ ଧନ ସ୍ୱରୂପ ହୋଇଅଛି, ତାହାହେଲେ ସେମାନଙ୍କ ପୂର୍ଣ୍ଣତା ଆହୁରି କେତେ ଅଧିକ ଧନ ସ୍ୱରୂପ ନ ହେବ!
ଜିଉଦିମଃନାର୍‌ ହାହ୍‌, ଜଃଗତାର୍‌ ବିନ୍ ସଃବୁଲକାର୍‌ ହାୟ୍‌ଁ ଜଃବର୍‌ ଆସିର୍ବାଦ୍‌ ଆଣିଆଚେ । ଜିଉଦିମଃନାର୍‌ ଆତ୍ମିକ୍‌ ବାବେ ଗଃରିବ୍‌ ଅୟ୍‌ଲାକ୍‌ ଅଜିଉଦିମଃନ୍‌ ଆସିର୍ବାଦ୍‌ ଜଃବର୍‌ ଲାବ୍‌ କଃରି ଆଚ୍‌ତି । ଜଦି ସଃବୁ ଜିଉଦି ଜାତି ରଃକ୍ୟା ହାଉଁହାର୍ତି, ତଃନ୍‌ଅୟ୍‌ଲେକ୍‌ ସେତାର୍‌ଗିନେ ଆରେକ୍‌ କଃତେକ୍‌ ଅଃଦିକ୍‌ ଆସିର୍ବାଦ୍‌ ନଃମିଳେ?
13 କିନ୍ତୁ ଅଣଯିହୁଦୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ମୁଁ କହୁଅଛି। ମୁଁ ଅଣଯିହୁଦୀମାନଙ୍କ ନିମନ୍ତେ ପ୍ରେରିତ ହେବାରୁ ମୋʼ ସେବକପଦର ଗୌରବ କରୁଅଛି,
ଅଜିଉଦିମଃନ୍‌କେ ମୁୟ୍‌ଁ କଃଉଁଲେ, ତୁମିମଃନାର୍‌ ଗିନେ ପେରିତ୍‌ ଚେଲା ବାବେ ସେବା କାମ୍‌ କଃରୁଲାକେ ମୁୟ୍‌ଁ ଗୁଣ୍‌ କଃରୁଲେ ।
14 ଯେପରି କୌଣସି ପ୍ରକାରେ ମୋହର ସ୍ୱଜାତିମାନଙ୍କୁ ଉଦ୍‍ଯୋଗୀ କରାଇ ସେମାନଙ୍କ ମଧ୍ୟରୁ କେତେକଙ୍କୁ ପରିତ୍ରାଣ କରିପାରେ।
ଜଃନ୍‌କଃରି ହେଁ ମର୍‌ ନିଜ୍‌ ଜାତିମଃନ୍‌କେ କାକ୍ରି କଃରାୟ୍‌ନ୍ଦ୍ ସେ ସଃବୁ ଲକାର୍‌ ବିତ୍ରେ କଃତେକ୍‌ ଲକ୍‌କେ ହେଁ ମୁକ୍ଳାଉଁକ୍‌ ହାରିନ୍ଦ୍ ।
15 କାରଣ ଯଦି ସେମାନଙ୍କର ତୁଚ୍ଛ କରିବା ଦ୍ୱାରା ସଂସାରର ମିଳନ ଘଟିଲା, ତେବେ ସେମାନଙ୍କ ଗ୍ରହଣ ଦ୍ୱାରା କଅଣ ନିଶ୍ଚୟ ମୃତମାନଙ୍କ ମଧ୍ୟରୁ ଜୀବନ ଲାଭ ନ ହେବ?
ବଃଲେକ୍‌ ଜଦି ସେମଃନ୍‌କେ ହାକ୍ରେହଃକାୟ୍‌ଲାକେ, ଇସ୍ୱରାର୍‌ ସଃଙ୍ଗ୍ ଜଃଗତାର୍‌ ମିସ୍ତାର୍‌ ଗଃଟ୍‌ଲି । ତଃବେ ସେମଃନ୍‌କେ ନିଜାର୍‌ କଃଲେକ୍‌ ତାର୍‌ ହଃଳ୍‌ କାୟ୍‌ରି ଅୟ୍‌ଦ୍‌? ସେରି ମଃଲା ଲକ୍‌ ଜିବନ୍ ହାୟ୍‌ଲା ହର୍‌ ଅୟ୍‌ଦ୍‌ ।
16 ଆଉ ଯଦି ପ୍ରଥମ ଉତ୍ସର୍ଗୀକୃତ ଅଂଶ ପବିତ୍ର, ତାହାହେଲେ ସମସ୍ତ ପିଠୋଉ ମଧ୍ୟ ପବିତ୍ର; ପୁଣି, ଯଦି ମୂଳ ପବିତ୍ର, ତେବେ ଶାଖାସବୁ ମଧ୍ୟ ପବିତ୍ର।
ଇସ୍ୱର୍‌ ହଃର୍ତୁ ଦିଲାର୍‌ ପବିତ୍ର ସେତାକ୍‌ ରୁଟିର୍‌ ସଃବୁ ହେଁ ଦିଆ ଅୟ୍‌ଆଚେ ବଃଲି ଦଃରାଅୟଃଦ୍‌ । ଗଟ୍‌ ଗଃଚାର୍‌ ଚେର୍‌ ଜଦି ପବିତ୍ର ତଃବେ କଃନ୍ଦାମଃନ୍‌ହେଁ ପବିତ୍ର ।
17 କିନ୍ତୁ ଯଦି ଘରୋଇ ଜୀତବୃକ୍ଷର କେତେକ ଶାଖା ଉଚ୍ଛିନ୍ନ ହେଲା ଓ ତୁମ୍ଭେ ବନ୍ୟ ଜୀତବୃକ୍ଷର ଶାଖା ହେଲେ ହେଁ ସେହି ଘରୋଇ ଜୀତବୃକ୍ଷରେ କଲମ କରାଗଲ, ପୁଣି, ସେମାନଙ୍କ ସହିତ ଜୀତବୃକ୍ଷ ମୂଳର ରସର ଅଂଶୀ ହେଲ,
ବାଳେ ଲାଗାୟ୍‌ ରିଲା ଗଟେକ୍‌ ଜିତ୍‌ ଗଃଚାର୍‌ କଃତିଗଟ୍‌ କଃନ୍ଦା କାଟିକଃରି, ବଃନାର୍‌ ଜିତ୍‌ ଗଃଚାର୍‌ କଃନ୍ଦା ସେଟାଣେ କଲମ୍‌ କଃରାଜାୟ୍‌ ଆଚେ, ଅଜିଉଦିମଃନ୍‌ ସେ ବଃନାର୍‌ ଜିତ୍‌ ଗଃଚ୍ ହର୍‌ । ତୁମିମଃନ୍ ଅଃବେ ଜିଉଦିମଃନାର୍‌ ଅଃଟୁଆ ଆତ୍ମିକ୍‌ ଜିବନାର୍‌ ବାଗିଦାରି ଅୟ୍‌ ଆଚାସ୍‌ ।
18 ତେବେ ସେହି ଡାଳଗୁଡ଼ିକ ବିରୁଦ୍ଧରେ ଗର୍ବ କର ନାହିଁ; କିନ୍ତୁ ଯଦି ଗର୍ବ କର, ତୁମ୍ଭେ ଯେ ମୂଳକୁ ଧରି ନାହଁ, ମାତ୍ର ମୂଳ ତୁମ୍ଭକୁ ଧରିଅଛି, ଏହା ଜାଣିଥାଅ।
ତଃବେ ତୁମିମଃନ୍ ଅଃଲ୍‌ଗା କଃରାଜାୟ୍‌ ରିଲା କଃନ୍ଦାମଃନ୍‌କେ ଇନସ୍ତା କଃରାନାୟ୍‌ ତୁମିମଃନ୍ କାୟ୍‌ କଃରୁକେ ଗଃର୍ବ କଃରୁଲାସ୍‌? ତୁମିମଃନ୍ ତ କଃନ୍ଦା, ଗଃଚାର୍‌ ଚେର୍‌କେ ତୁମିମଃନ୍ ନଃହାଳାସ୍‌ ମଃତର୍‌ ଚେର୍‌ ତୁମିମଃନ୍‌କେ ବାରାୟ୍‌ ଆଚେ ।
19 ତେବେ ତୁମ୍ଭେ କହିବ, ମୁଁ ଯେପରି କଲମ ହୋଇପାରେ, ଏଥିନିମନ୍ତେ ଡାଳଗୁଡ଼ିକ ଉଚ୍ଛିନ୍ନ ହୋଇଅଛି।
ତଃବେ ତୁମି କଃଉଁ ହାରାସ୍‌, “ହେଁ ମଃତର୍‌ ମଃକ୍‌ ଜଃଗା ଦେତା ହାୟ୍‌ଁ ତ ସେ କଃନ୍ଦାମଃନ୍‌କେ ଗଃର୍ଣ୍ଡା ଜାୟ୍‌ରିଲି ।”
20 ଭଲ କଥା, ସେମାନଙ୍କର ଅବିଶ୍ୱାସ ହେତୁ ସେମାନେ ଉଚ୍ଛିନ୍ନ ହେଲେ, ଆଉ ବିଶ୍ୱାସ ହେତୁ ତୁମ୍ଭେ ସ୍ଥାନ ପ୍ରାପ୍ତ ହୋଇଅଛ। ଗର୍ବିତମନା ହୁଅ ନାହିଁ, କିନ୍ତୁ ଭୟ କର;
ସେରି ସଃତ୍‌ ସେମଃନ୍ ବିସ୍ୱାସ୍‌ ନଃକେଲାକେ ଅଃଲ୍‌ଗା ଅୟ୍‌ଲାୟ୍‌ । ତୁମିମଃନ୍ ବିସ୍ୱାସ୍‌ କଃଲାର୍‌ ସେ ଟାଣ୍ ଅଃଦିକାର୍‌ କଃରି ଆଚାସ୍‌ । ମଃତର୍‌ ଗଃର୍ବ୍‌ ନଃକେରି ଡିରା ।
21 କାରଣ ଯଦି ଈଶ୍ବର ସ୍ୱାଭାବିକ ଶାଖାଗୁଡ଼ିକୁ ଛାଡ଼ିଦେଲେ ନାହିଁ, ତେବେ ତୁମ୍ଭକୁ ମଧ୍ୟ ଛାଡ଼ିବେ ନାହିଁ।
ବଃଲେକ୍‌ ଜଦି ଗଃଚାର୍‌ ନିଜାର୍‌ କଃନ୍ଦା ହର୍‌ ଜିଉଦି ମଃନ୍‌କେ ଇସ୍ୱର୍‌ ଡଃଣ୍ଡ୍‌ ନଃଦେୟ୍‌, ତଃବେ ତୁମିମଃନ୍‌କେ ସେ କାୟ୍‌ ଚାଡି ଦଃୟ୍‌ଦ୍‌?
22 ଅତଏବ, ଈଶ୍ବରଙ୍କ ଦୟା ଓ କଠୋରତା ବୁଝ; ଯେଉଁମାନେ ପତିତ ହେଲେ, ସେମାନଙ୍କ ପ୍ରତି କଠୋରତା, କିନ୍ତୁ ତୁମ୍ଭେ ଯଦି ଈଶ୍ବରଙ୍କ ଦୟାର ଶରଣାପନ୍ନ ହୋଇ ରହିଥାଅ, ତାହାହେଲେ ତୁମ୍ଭ ପ୍ରତି ତାହାଙ୍କ ଦୟା; ନୋହିଲେ ତୁମ୍ଭେ ମଧ୍ୟ କଟାଯିବ।
ଇତି ହୁଣି ଜାଣ୍‌ବା କଃତା, ଇସ୍ୱର୍‌ ଦଃୟାକାରି ଆର୍‌ ଦଃୟାକାରି ନୟ୍‌ଲାର୍‌ ହେଁ । ଜୁୟ୍‌ ଲକ୍‌ମଃନାର୍‌ ହାଦ୍‌ ଗଃସ୍ରି ଜାୟ୍‌ଆଚେ, ସେମଃନାର୍‌ ଗିନେ ସେ ଦଃୟା ନୟ୍‌ଲାର୍‌ ଅୟ୍‌ଆଚେ; ମଃତର୍‌ ତୁମିମଃନାର୍‌ ଗିନେ ସେ ଦଃୟାକାରି, ଜଃତି ବିନ୍ ହଃତେକ୍‌ ତୁମିମଃନ୍ ତାର୍‌ ଦଃୟାର୍‌ ଲକ୍‌ ଅୟ୍‌ରିଆସ୍‌ । ତାର୍‌ ଦଃୟା ଆରାୟ୍‌ଲେକ୍‌ ତୁମିକେ ହେଁ କାଟା ଅୟ୍‌ଦ୍‌ ।
23 ଆଉ, ସେମାନେ ଯଦି ଅବିଶ୍ୱାସରେ ନ ରୁହନ୍ତି, ତେବେ ସେମାନେ ମଧ୍ୟ କଲମ କରାଯିବେ, କାରଣ ସେମାନଙ୍କୁ ଆଉ ଥରେ କଲମ କରିବା ନିମନ୍ତେ ଈଶ୍ବର ସମର୍ଥ ଅଟନ୍ତି।
ଆର୍‌ ଜିଉଦିମଃନ୍ ଜଦି ଅବିସ୍ୱାସେ ରେତି ତଃବେ ସେମଃନ୍ ହେଁ ଆରେକ୍‌ କଲମ୍‌ କଃରାଜାତି, ବଃଲେକ୍‌ ସେମଃନ୍‌କେ ଆରେକ୍‌ ତରେକ୍‌ କଲମ୍‌ କଃରୁକେ ଇସ୍ୱର୍‌ ହାରେଦ୍‌ ।
24 କାରଣ ଯାହା ସ୍ୱଭାବତଃ ବନ୍ୟ ଜୀତବୃକ୍ଷ, ଯଦି ସେଥିରୁ ତୁମ୍ଭେ କଟାଯାଇ ଅସ୍ୱାଭାବିକଭାବେ ଉତ୍ତମ ଜୀତବୃକ୍ଷରେ କଲମ କରାଗଲ, ତେବେ ସ୍ୱାଭାବିକ ଶାଖା ଯେ ଏମାନେ, ଏମାନେ କେତେ ଅଧିକ ଭାବରେ ନିଜ ଜୀତବୃକ୍ଷରେ କଲମ କରାଯିବେ!
ଅଜିଉଦିମଃନ୍‌ ବଃନ୍‌ଜିତ୍‌ ଗଃଚାର୍‌ କଃନା ହର୍‌ ସେରି ଅଃଲ୍‌ଗା ଅୟ୍‌ ସଃମାନ୍‌ ନୟ୍‌ଲା ବାଳାର୍‌ ଲାଗାୟ୍‌ଲା ଜିତ୍‌ ଗଃଚ୍ ସଃଙ୍ଗ୍ କଲମ୍‌ କଃରାଜାୟ୍‌ ଆଚେ । ଜିଉଦି ଜାତି ବାଳାର୍‌ ଲାଗାୟ୍‌ଲା ଜିତ୍‌ ଗଃଚ୍ ହର୍‌ । ଇ ଗଃଚାର୍‌ ଅଃଲ୍‌ଗା ଅୟ୍‌ଲା କଃନା ମଃନ୍‌କେ ଆରେକ୍‌ ଗଟ୍‌ତର୍‌ ଗଃଚ୍ ସଃଙ୍ଗ୍ ଜଳୁକେ ଇସ୍ୱରାର୍‌ ତଃୟ୍‌ କଃସ୍ଟ୍‌ ନାୟ୍‌ ।
25 କାରଣ, ହେ ଭାଇମାନେ, ତୁମ୍ଭେମାନେ ଯେପରି ଆପଣା ଆପଣାକୁ ବୁଦ୍ଧିମାନ ବୋଲି ମନେ ନ କର ଏଥିନିମନ୍ତେ ତୁମ୍ଭେମାନେ ଯେ ଏହି ନିଗୂଢ଼ତତ୍ତ୍ୱ ସମ୍ବନ୍ଧରେ ଅଜ୍ଞ ରୁହ, ଏହା ମୋହର ଇଚ୍ଛା ନୁହେଁ, ଅର୍ଥାତ୍‍, ଯେପର୍ଯ୍ୟନ୍ତ ଅଣଯିହୁଦୀମାନେ ପୂର୍ଣ୍ଣ ସଂଖ୍ୟାରେ ପ୍ରବେଶ କରି ନାହାନ୍ତି, ସେପର୍ଯ୍ୟନ୍ତ ଇସ୍ରାଏଲ ଅଂଶକ୍ରମେ କଠିନ ହୋଇଅଛି;
ବାୟ୍‌ବେଣିମଃନ୍ ଇ ବିସୟେ ଗଟେକ୍‌ ଗୁପ୍ତ୍‌ ସଃତ୍‌ କଃତା ଜାଣାଉଁଲେ, ସେରି ସୁଣ୍‌ଲେକ୍‌, ତୁମିମଃନ୍ ନିଜେନିଜେ ଗ୍ୟାନି ବଃଲି ବାବୁ ନଃହାରାସ୍‌ । ଇସ୍ରାଏଲାର୍‌ ଲକ୍‌ମଃନ୍‌ ସଃବୁବଃଳ୍‌ ଅମାନ୍ୟା ଅୟ୍‌ ନଃରେତି । ଅଜିଉଦିମଃନ୍‌ ସଃବୁ ଲକ୍‌ ଇସ୍ୱରାର୍‌ ହାକ୍‌ ଆସ୍ତା ହଃତେକ୍‌ ସେମଃନ୍ ସେନ୍‌କାର୍‌ ରେତି ।
26 ଆଉ, ଏହି ପ୍ରକାରେ ସମସ୍ତ ଇସ୍ରାଏଲ ପରିତ୍ରାଣ ପାଇବେ, ଯେପରି ଲେଖାଅଛି, “ସିୟୋନରୁ ଉଦ୍ଧାରକର୍ତ୍ତା ଆଗମନ କରିବେ, ସେ ଯାକୁବଠାରୁ ଅଧର୍ମ ଦୂର କରିବେ।
ଆର୍‌ ଇ ହଃର୍‌କାରେ ସଃବୁ ଇସ୍ରାଏଲ୍‌ ମଃନ୍‌ ମୁକ୍ତି ହାଉତି, ଜଃନ୍‌କଃରି ଦଃର୍ମ୍‌ସାସ୍ତରେ ଲେକା ଆଚେ, “ସିଅନେ ହୁଣି ଉଦାର୍‌ କାରି ଆସେଦ୍‌, ସେ ଜାକୁବ ତଃୟ୍‌ହୁଣି ଅଃଦଃର୍ମ୍‌ ଦୁର୍‌ କଃରେଦ୍‌ ।”
27 ଆଉ, ଯେତେବେଳେ ଆମ୍ଭେ ସେମାନଙ୍କର ପାପସବୁ ହରଣ କରିବା, ସେତେବେଳେ ଏହା ସେମାନଙ୍କ ସହିତ ଆମ୍ଭର ନିୟମ ହେବ।”
ଆର୍‌ ଜଃଡେବଃଳ୍‌ ଅଃମାର୍‌ ହାହ୍‌ ସଃବୁ ଦୁର୍‌ କଃରୁନ୍ଦ୍‌ ସଃଡେବଃଳ୍‌ ସେମଃନାର୍‌ ସଃଙ୍ଗ୍ ଇ ନିଅମ୍‌ ଅୟ୍‌ଦ୍‌ ।
28 ସୁସମାଚାର ବିଷୟ ବିଚାର କଲେ ସେମାନେ ତୁମ୍ଭମାନଙ୍କ ସକାଶେ ବିରୋଧର ପାତ୍ର, କିନ୍ତୁ ନିର୍ବାଚନ ବିଷୟ ବିଚାର କଲେ ପିତୃ-ପୁରୁଷଙ୍କ ସକାଶେ ସେମାନେ ଈଶ୍ବରଙ୍କ ପ୍ରିୟପାତ୍ର।
ତୁମିମଃନାର୍‌ ବଃଲାର୍‌ ହାୟ୍‌ ଜିଉଦିମଃନ୍‌ ନିକ କବୁର୍‌ ଲାତ୍‌ ମାରି ଇସ୍ୱରାର୍‌ ସଃତ୍ରୁ ଅୟ୍‌ଆଚ୍‌ତି । ମଃତର୍‌ ଇସ୍ୱରାର୍‌ ବାଚ୍‌ଲାର୍‌ ଗିନେ ଆର୍‌ ସେମଃନାର୍‌ ଦାଦିବାବୁର୍‌ ଗିନେ ସେମଃନ୍ ଇସ୍ୱରାର୍‌ ଲାଡାର୍‌ ଅୟ୍‌ ଆଚ୍‌ତି ।
29 କାରଣ, ଈଶ୍ବରଙ୍କ ଦାନସମୂହ ଓ ଆହ୍ୱାନ ଅନ୍ୟଥା ହୁଏ ନାହିଁ।
ବଃଲେକ୍‌, ଇସ୍ୱର୍‌ ଜୁୟ୍‌ମଃନ୍‌କ୍‌ ବାଚିକଃରି ଆସିର୍ବାଦ୍‌ କଃରିଆଚେ, ସେମଃନାର୍‌ ଗିନେ ତାର୍‌ ଦାନ୍‌ସଃବୁ ସଃମାନ୍‌ ।
30 ଯେଣୁ ତୁମ୍ଭେମାନେ ଯେପରି ପୂର୍ବେ ଈଶ୍ବରଙ୍କ ଅନାଜ୍ଞାବହ ଥିଲ, କିନ୍ତୁ ଏବେ ଯିହୁଦୀମାନଙ୍କ ଅନାଜ୍ଞାବହତା ଦ୍ୱାରା ଦୟା ପ୍ରାପ୍ତ ହୋଇଅଛ,
ଅଜିଉଦିମଃନ୍‌ ହୁର୍ବେ ଇସ୍ୱରାର୍‌ ଅମାନ୍ୟା ରିଲାୟ୍‌; ମଃତର୍‌ ଅଃବେ ଜିଉଦିମଃନାର୍‌ ଅମାନ୍ୟାର୍‌ ଗିନେ ଅଜିଉଦିମଃନ୍‌ ଇସ୍ୱରାର୍‌ ଦଃୟା ହାୟ୍‌ଆଚ୍‌ତି ।
31 ସେହିପରି ଏମାନେ ମଧ୍ୟ ଏବେ ଅନାଜ୍ଞାବହ ହୋଇଅଛନ୍ତି, ଯେପରି ତୁମ୍ଭମାନଙ୍କ ପ୍ରତି ପ୍ରକାଶିତ ଦୟା ଦ୍ୱାରା ଏମାନେ ସୁଦ୍ଧା ଏବେ ଦୟା ପ୍ରାପ୍ତ ହୁଅନ୍ତି।
ସେତାର୍‌ଗିନେ ଅଜିଉଦିମଃନ୍‌ ହେଁ ଦଃୟା ହାୟ୍‌ଆଚ୍‌ତି, ଜିଉଦିମଃନ୍‌ ଅଃବେ ଇସ୍ୱରାର୍‌ ତଃୟ୍‌ହୁଣି ଦୁରିକ୍‌ ଜାୟ୍‌ ରିଲେକ୍‌ ହେଁ, ଦିନେକ୍‌ ସେମଃନ୍ ବାଉଳି ଆସି ଦଃୟା ହାଉତି ।
32 କାରଣ ସମସ୍ତଙ୍କୁ ଦୟା କରିବା ନିମନ୍ତେ ଈଶ୍ବର ସମସ୍ତଙ୍କୁ ଅନାଜ୍ଞାବହତାରେ ସମର୍ପଣ କରିଅଛନ୍ତି। (eleēsē g1653)
ଇସ୍ୱର୍‌ ସଃବ୍‌କେ ଅମାନ୍ୟା ଅଃଉଁକେ ଚାଡି ଦଃୟ୍‌ ଆଚେ, ସେତାକ୍‌ ସଃବୁଲକ୍‌ ଇସ୍ୱରାର୍‌ ଦଃୟା ହାଉଁ ହାର୍ତି । (eleēsē g1653)
33 ଆହା! ଈଶ୍ବରଙ୍କ ବୁଦ୍ଧି ଓ ଜ୍ଞାନରୂପ ନିଧି କେଡ଼େ ଗଭୀର! ତାହାଙ୍କର ବିଚାରସବୁ କିପରି ବୋଧର ଅଗମ୍ୟ ଓ ତାହାଙ୍କ ପଥସବୁ କିପରି ରହସ୍ୟାବୃତ!
ଇସ୍ୱର୍‌ କଃଡେକ୍‌ ବଃଡ୍‌, ତାର୍‌ ବୁଦି ଆର୍‌ ଗ୍ୟାନ୍ କଃତେକ୍‌ ଡେଙ୍ଗ୍! ତାର୍‌ ବିଚାର୍‌ ସଃବୁ କେ ବୁଜାଉଁ ହାରେ? କେ ତାର୍‌ ବାଟ୍‌ ସଃବୁ ଜାଣୁ ହାରେ?
34 “କାରଣ, ପ୍ରଭୁଙ୍କର ମନ କିଏ ଜାଣିଅଛି? କିମ୍ବା ତାହାଙ୍କର ପରାମର୍ଶଦାତା କିଏ ହୋଇଅଛି?”
ସାସ୍ତରେ ଜଃନ୍‌କାର୍‌ ଲେକା ଆଚେ, “କେ ଇସ୍ୱରାର୍‌ ମଃନ୍ ବାବ୍‌ ଜାଣି ଆଚେ? କେ ତାକ୍‌ ଉପ୍‌ଦେସ୍‌ ଦେଉଁକ୍‌ ହାରେ?
35 “ଅବା କିଏ ତାହାଙ୍କୁ ପ୍ରଥମରେ ଦାନ କରିଅଛି, ଆଉ ତାହାକୁ ପ୍ରତିଦାନ କରାଯିବ?”
କେ ଇସ୍ୱର୍‌କେ ଅଃନ୍‌କାର୍‌ କାୟ୍‌ରି ଦେଉଁ ହାରି ଆଚେ, ସେତାର୍‌ ବାଦୁଲ୍‌ ଇସ୍ୱର୍‌କେ ଦେଉଁକେ ହଃଳିଆଚେ?”
36 “ଯେଣୁ ସମସ୍ତ ବିଷୟ ତାହାଙ୍କଠାରୁ, ତାହାଙ୍କ ଦ୍ୱାରା ଓ ତାହାଙ୍କ ନିମନ୍ତେ; ଯୁଗେ ଯୁଗେ ଗୌରବ ତାହାଙ୍କର। ଆମେନ୍‍।” (aiōn g165)
ବଃଲେକ୍‌ ସଃବୁ ବିସୟ୍‌ ଇସ୍ୱର୍‌ ତଃୟ୍‌ହୁଣି ତିଆର୍‌ ଅୟ୍‌ଆଚେ, ସଃବୁ ବିସୟ୍‌ ତାର୍‌ ଗିନେ ଆର୍‌ ତାର୍‌ ଜଃଜ୍‌ମାନ୍ ଗିନେ ଅୟ୍‌ଆଚେ । ଜୁଗେଜୁଗେ ତାର୍‌ ଜଃଜ୍‌ମାନ୍ । ଆମେନ୍‌ । (aiōn g165)

< ରୋମୀୟ 11 >