< ରୋମୀୟ 1 >
1 ପାଉଲ, ଖ୍ରୀଷ୍ଟ ଯୀଶୁଙ୍କ ଦାସ ଓ ଆହୂତ ଜଣେ ପ୍ରେରିତ, ପୁଣି, ଈଶ୍ବର ଆପଣା ପୁତ୍ର ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ନିଜର ଯେଉଁ ସୁସମାଚାର ଧର୍ମଶାସ୍ତ୍ରରେ ଆପଣା ଭାବବାଦୀମାନଙ୍କ ଦ୍ୱାରା ପୂର୍ବରେ ପ୍ରତିଜ୍ଞା କରିଥିଲେ, ସେହି ସୁସମାଚାର ନିମନ୍ତେ ପୃଥକୀକୃତ,
ପାଉଲ୍, କ୍ରିସ୍ଟ ଜିସୁତି ଆଡ଼ିଏନ୍ ଆରି କୁକ୍ୟାତି ରୱାନ୍ ପକ୍ୟାତାକାନ୍, ଆରେ ଇସ୍ୱର୍ ଜାର୍ ମାଜ଼ି ମା ମାପ୍ରୁ କ୍ରିସ୍ଟତି ବିସ୍ରେ ଜାର୍ ଇମ୍ଣି ନେକ୍ରିକାବୁର୍ ଦରମ୍ ସାସ୍ତର୍ତ ଜାର୍ ବେଣ୍ବାକ୍ଣାୟ୍କିନାକାନ୍ ହୁକେ ଆଗେ ରାଣ୍ କିଜ଼ି ମାଚାନ୍, ହେ ନେକ୍ରିକାବୁର୍ କାଜିଂ ବିନେ ଆଜ଼ି ମାନି ପାଉଲ୍ତି ଆକି ।
2 ସେ ରୋମରେ ଥିବା ଈଶ୍ବରଙ୍କ ପ୍ରିୟ ଓ ଆହୂତ ସମସ୍ତ ସାଧୁଙ୍କ ନିକଟକୁ ପତ୍ର ଲେଖୁଅଛି।
ପୁଇପୁୟା ଦରମ୍ ସାସ୍ତର୍ ଲେକାଜ଼ି ମାନି ଇସାବ୍ରେ ଇ ନେକ୍ରିକାବୁର୍ ବିସ୍ରେ ଇସ୍ୱର୍ତି ବେସି ପାନି କାଡ଼୍ତାଂ ହେୱାନ୍ତି ବେଣ୍ବାକ୍ଣାୟ୍କିନାକାନ୍ତି ହୁକେ ପାର୍ମାଣ୍ କିଜ଼ି ମାଚାନ୍ ।
3 ସେହି ଯୀଶୁ ଖ୍ରୀଷ୍ଟ ଶରୀର ସମ୍ବନ୍ଧରେ ଦାଉଦଙ୍କ ବଂଶଜାତ,
ହେ ଜିସୁ କ୍ରିସ୍ଟ ଗାଗାଡ଼୍ ବିସ୍ରେ ମାନାୟ୍ ଲାକେ ହେୱାନ୍ ଦାଉଦ୍ତି ଲାତ୍ରା,
4 କିନ୍ତୁ ଧର୍ମମୟ ପବିତ୍ର ଆତ୍ମା ସମ୍ବନ୍ଧରେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ଦ୍ୱାରା ଈଶ୍ବରଙ୍କ ପୁତ୍ର ବୋଲି ଶକ୍ତି ସହ ନିର୍ଦ୍ଧିଷ୍ଟ ହେଲେ
ମାତର୍ ଦାରୁମ୍ନି ପୁଇପୁୟା ଜିବୁନ୍ ବିସ୍ରେ ହାତାକାର୍ ବିତ୍ରେତାଂ ଆରେ ନିଂନାକା ହୁକେ ଇସ୍ୱର୍ତି ମାଜ଼ି ମାପ୍ରୁ ଜିସୁ ଇଞ୍ଜି ସାକ୍ତି ଲାହାଙ୍ଗ୍ ଚଞ୍ଜ୍ୟାତାନ୍;
5 ଆଉ, ଯେଉଁ ଅଣଯିହୁଦୀମାନଙ୍କ ମଧ୍ୟରେ ତୁମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କର ପ୍ରେରିତ ହୋଇଅଛ,
କ୍ରିସ୍ଟତି ଲାଗିଂ ଇସ୍ୱର୍ ନାଙ୍ଗ୍ ପକ୍ୟାତି ଚେଲା ଲାକେ ବାଚି କିଜ଼ି ସବୁ ଜାତିନି ମାନାୟାର୍ ଲାଗାଂ ପର୍ଚାର୍ କିଦେଙ୍ଗ୍ ପାବ୍ ହିତାର୍ଣ୍ଣା-ଇନେସ୍ ହେୱାର୍ କ୍ରିସ୍ଟ ଜିସୁତାକେ ପାର୍ତି କିଜ଼ି ତା ବଲ୍ ମାନିକିୱାକାର୍ ଆନାର୍ ।
6 ତାହାଙ୍କ ନାମର ଗୌରବ ନିମନ୍ତେ ସେହି ଅଣଯିହୁଦୀ ସମସ୍ତେ ଯେପରି ବିଶ୍ୱାସ କରି ଆଜ୍ଞାକାରୀ ହୁଅନ୍ତି, ଏଥିନିମନ୍ତେ ଆମ୍ଭେମାନେ ତାହାଙ୍କଠାରୁ ଅନୁଗ୍ରହ ଓ ପ୍ରେରିତ ପଦ ପାଇଅଛୁ।
ରମ୍ନି ଆଦିବାସି! ଏପେଙ୍ଗ୍ ପା ଜିସୁ କ୍ରିସ୍ଟ ପାଚେ ହାଞ୍ଜେଙ୍ଗ୍ କାଜିଂ କୁକ୍ୟା ଆତାର୍ଣ୍ଣା ।
7 ଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।
ଇଚିସ୍ ରମ୍ନି ଇନେରିଂ ଇସ୍ୱର୍ ୱାରିକିନାନ୍ ଆରି ହେୱାନ୍ତି ଜାର୍ ଲକୁ ହେବା କିନି କାଜିଂ କୁକ୍ୟା ଆତାନ୍ନା, ହେ ୱିଜ଼ାରିଂ ଚିଟି ଲେକି କିନାଙ୍ଗା । ମାପ୍ରୁ ଜିସୁ କ୍ରିସ୍ଟତାଂ ଦୟା ଆରି ସୁସ୍ତା ସାଦୁର୍ କାଜିଂ ଆଏତ୍ ।
8 ପ୍ରଥମରେ, ତୁମ୍ଭମାନଙ୍କ ବିଶ୍ୱାସର ସୁସମ୍ବାଦ ଯେ ସମୁଦାୟ ଜଗତରେ ଶୁଣାଯାଉଅଛି, ଏଥିନିମନ୍ତେ ମୁଁ ତୁମ୍ଭ ସମସ୍ତଙ୍କ ସକାଶେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ମୋହର ଈଶ୍ବରଙ୍କୁ ଧନ୍ୟବାଦ ଦେଉଅଛି।
ପର୍ତୁମ୍ତ, ମି ପାର୍ତିନି ନେକ୍ରିକାବୁର୍ ଜେ ସବୁ ଜଗତ୍ତ ୱେନ୍ୟାଆନାତା, ଇଦାଂ କାଜିଂ ଆନ୍ ମି ୱିଜ଼ାର୍ କାଜିଂ ଜିସୁ କ୍ରିସ୍ଟତି ହୁଦାଂ ନା ଇସ୍ୱର୍ତିଂ ଜୱାର୍ କିନାଙ୍ଗା ।
9 କାରଣ ଯେପରି କୌଣସି ପ୍ରକାରେ ଏତେ ଦିନ ପରେ ଈଶ୍ବରଙ୍କ ଇଚ୍ଛା ହେଲେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଥରେ ସୁଯୋଗ ପାଇପାରେ,
ୱିଜ଼ୁ ୱାସ୍କିତ ଇମ୍ଣି ଇସ୍ୱର୍ତିଂ ହେବା କିନାଙ୍ଗା ଆରି ଇମ୍ଣି ଇସ୍ୱର୍ ମାଜ଼ିତି ନେକ୍ରିକାବୁର୍ ୱେନିକିନାକା ମାନାତ୍, ହେ ଇସ୍ୱର୍ ନା ସାକି, ପାର୍ତାନା ଆନ୍ ଇନାକା ଇନାଙ୍ଗା ହେଦାଂ ହାତ୍ପା,
10 ଏଥିନିମନ୍ତେ ମୁଁ କିପରି ନିରନ୍ତର ତୁମ୍ଭମାନଙ୍କ ନାମ ଉଲ୍ଲେଖ କରି ମୋହର ସମସ୍ତ ପ୍ରାର୍ଥନାରେ ସର୍ବଦା ନିବେଦନ କରିଆସୁଅଛି, ସେ ବିଷୟରେ ଯେଉଁ ଈଶ୍ବରଙ୍କୁ ମୁଁ ମୋହର ଆତ୍ମା ଦେଇ ତାହାଙ୍କ ପୁତ୍ରଙ୍କ ସୁସମାଚାରରେ ସେବା କରେ, ସେ ମୋହର ସାକ୍ଷୀ ଅଟନ୍ତି।
ପାର୍ତାନା କିନି ୱେଡ଼ାଲିଂ ଆନ୍ ନିତ୍ରେ ମିଂ ଏତ୍ କିଦ୍ନାଙ୍ଗ୍ ଆରି ମି ଲାଗାଂ ୱାନି କାଜିଂ ନାଂ ପାବ୍ ଗାଟାଦେଂ ଇସ୍ୱର୍ତିଂ ଗୱାରି କିଜ଼ି ୱାନାଙ୍ଗା ।
11 ଯେଣୁ ତୁମ୍ଭେମାନେ ଯେପରି ସ୍ଥିରୀକୃତ ହୋଇପାର, ସେଥିପାଇଁ ମୁଁ ତୁମ୍ଭମାନଙ୍କୁ କୌଣସି ଆତ୍ମିକ ଦାନ ଦେବା ନିମନ୍ତେ ତୁମ୍ଭମାନଙ୍କ ସହିତ ସାକ୍ଷାତ କରିବାକୁ ଏକାନ୍ତ ଇଚ୍ଛା କରୁଅଛି,
ଲାଗିଂ ଏପେଙ୍ଗ୍ ଇନେସ୍ ତିର୍ ଆଜ଼ି ମାନାଦେର୍, ହେଦାଂ କାଜିଂ ଆନ୍ ମିଙ୍ଗେଙ୍ଗ୍ ଇମ୍ଣି ଆତ୍ମିକ୍ ଦାନ୍ ହିଦ୍ନି କାଜିଂ ମି ଲାହାଂ ଚଞ୍ଜ୍ୟା ଆଦେଂ ବେସି ଇଚା କିନାଙ୍ଗା,
12 ବରଂ ଯେପରି ତୁମ୍ଭମାନଙ୍କର ଓ ମୋହର, ଉଭୟ ପକ୍ଷର ବିଶ୍ୱାସ ଦ୍ୱାରା ମୁଁ ତୁମ୍ଭମାନଙ୍କ ମଧ୍ୟରେ ତୁମ୍ଭମାନଙ୍କ ସହିତ ଉତ୍ସାହ ପ୍ରାପ୍ତ ହୁଏ।
ଆୱିତିସ୍ ଇନେସ୍ ମିଦାଂ ଆରି ନାଦାଂ, ରିୟାର୍ ପାକ୍ୟାତ ପାର୍ତି ହୁକେ ଆନ୍ ମି ବିତ୍ରେତାଂ ମି ଲାହାଂ ୱାରି ପାୟାନାଙ୍ଗ୍ ।
13 ହେ ଭାଇମାନେ, ଅବଶିଷ୍ଟ ଅଣଯିହୁଦୀମାନଙ୍କ ମଧ୍ୟରେ ଯେପ୍ରକାରେ, ତୁମ୍ଭମାନଙ୍କ ମଧ୍ୟରେ ସୁଦ୍ଧା ସେହି ପ୍ରକାରେ ମୁଁ ଯେପରି କିଛି ଫଳପ୍ରାପ୍ତ ହୋଇପାରେ, ସେଥିନିମନ୍ତେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଯେ ଥରକୁଥର ମନସ୍ଥ କରିଥିଲି, କିନ୍ତୁ ଏପର୍ଯ୍ୟନ୍ତ ବାଧାପ୍ରାପ୍ତ ହୋଇ ଆସିଅଛି; ସେ ବିଷୟରେ ଯେ ତୁମ୍ଭେମାନେ ଅଜ୍ଞ ଥାଅ, ଏହା ମୋହର ଇଚ୍ଛା ନୁହେଁ।
ଏ ଟଣ୍ଡାର୍ ଆରେ ତଣ୍ଦେକ୍, ବାକି ପାର୍ତିକିୱି ଜିହୁଦିର୍ ବିତ୍ରେ ଇନେସ୍, ମି ବିତ୍ରେ ପା ହେବାନି ଆନ୍ ଇନେସ୍ ଅଲପ୍ ପାଡ଼୍ ପାୟାନାଙ୍ଗ୍, ହେଦାଂ କାଜିଂ ମି ଲାଗାଂ ହାନି କାଜିଂ ଆନ୍ ଜେ ଚାନେକ୍ ଚାନେକ୍ ମାନ୍ କିଜ଼ି ମାଚାଂ ମାତର୍ ଇ ପାତେକ୍ ବାଦା ପାୟା ଆଜ଼ି ୱାନାଙ୍ଗା ହେ ବିସ୍ରେ ଜେ ଏପେଙ୍ଗ୍ ପୁଞ୍ଜି ମାନାଟ୍, ଇଦାଂ ନା ଇଚା ଆକାୟ୍ ।
14 ଗ୍ରୀକ୍ କି ବର୍ବର, ଶିକ୍ଷିତ କି ଅଶିକ୍ଷିତ, ସମସ୍ତଙ୍କ ନିକଟରେ ମୁଁ ଋଣୀ।
ଗ୍ରିକ୍ କି ବୁଦି ହିଲ୍ୱାକାର୍, ପଡ଼ିକିତାକାର୍ କି ପଡ଼ିକିୱାତାକାର୍ ୱିଜ଼ାର୍ ଲାଗାଂ ଆନ୍ ରିଣ୍ ।
15 ଅତଏବ, ରୋମବାସୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ନିକଟରେ ମଧ୍ୟ ସୁସମାଚାର ପ୍ରଚାର କରିବାକୁ ମୁଁ ଇଚ୍ଛୁକ ଅଟେ।
ଲାଗିଂ ରମ୍ନିକାର୍ ଜେ ଏପେଙ୍ଗ୍, ମି ଲାଗାଂ ପା ନେକ୍ରିକାବୁର୍ ସୁଣାୟ୍ କିଦେଙ୍ଗ୍ ଆନ୍ମାନ୍ କିତାଂନା ।
16 କାରଣ ମୁଁ ସୁସମାଚାର ସମ୍ବନ୍ଧରେ ଲଜ୍ଜାବୋଧ କରେ ନାହିଁ, ଯେଣୁ ତାହା ବିଶ୍ୱାସ କରୁଥିବା ପ୍ରତ୍ୟେକଙ୍କ ପକ୍ଷରେ ପରିତ୍ରାଣ ନିମନ୍ତେ ଈଶ୍ବରଙ୍କ ଶକ୍ତି ଅଟେ, ପ୍ରଥମତଃ ଯିହୁଦୀ ପକ୍ଷରେ, ଆଉ ମଧ୍ୟ ଗ୍ରୀକ୍ ପକ୍ଷରେ।
ଇନେକିଦେଂକି ଆନ୍ ନେକ୍ରିକାବୁର୍ ବିସ୍ରେ ଲାଜୁ ଆଉଙ୍ଗ୍, ଲାଗିଂ ହେଦାଂ ୱିଜ଼ାର୍ ପାର୍ତି କିନାକାର୍ ପାକ୍ୟାତ ମୁକ୍ଡ଼ା ଆନି କାଜିଂ ଇସ୍ୱର୍ତି ସାକ୍ତି ଆନାତ୍, ପର୍ତୁମ୍ ଜିହୁଦି ପା ଗ୍ରିକ୍ ପାକ୍ୟାତ ।
17 ସେଥିରେ ତ ଈଶ୍ବରଦତ୍ତ ଧାର୍ମିକତା ପ୍ରକାଶିତ ହେଉଅଛି, ତାହା ବିଶ୍ୱାସମୂଳକ ଓ ବିଶ୍ୱାସଜନକ, ଯେପରି ଲେଖାଅଛି, “ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ।”
ହେବେ ତ ଇସ୍ୱର୍ହିତି ଦାର୍ମି ହନାତା, ହେଦାଂ ପାର୍ତି ଆରି ପାର୍ତି ଲାକେ, ଇନେସ୍ ଲେକାମାନାତ୍, “ଦାର୍ମି ପାର୍ତି ହୁକେ ଜିନାନ୍ ।”
18 କାରଣ ଯେଉଁ ଲୋକମାନେ ଅଧର୍ମରେ ସତ୍ୟକୁ ପ୍ରତିରୋଧ କରନ୍ତି, ସେମାନଙ୍କର ସମସ୍ତ ଅପବିତ୍ରତା ଓ ଅଧର୍ମ ବିରୁଦ୍ଧରେ ସ୍ୱର୍ଗରୁ ଈଶ୍ବରଙ୍କ କ୍ରୋଧ ପ୍ରକାଶିତ ହେଉଅଛି
ଇନେକିଦେଂକି ଇମ୍ଣି ମାନାୟାର୍ ଅଦାର୍ମିତ ହାତ୍ପାତିଂ ମୁନା କିତାର୍, ହେୱାର୍ତି ୱିଜ଼ୁ ପୁଇପୁୟା ଆୱାଦାଂ ଆରି ଅଦାର୍ମି ବିରୁତ୍ତ ସାର୍ଗେତାଂ ଇସ୍ୱର୍ତି ରିସା ହନାତା,
19 ଯେଣୁ ଈଶ୍ବରଙ୍କ ସମ୍ବନ୍ଧରେ ଯାହା ଜ୍ଞାତବ୍ୟ, ତାହା ସେମାନଙ୍କ ଅନ୍ତରରେ ପ୍ରକାଶିତ ହୋଇଅଛି; ଈଶ୍ବର ତ ସେମାନଙ୍କ ନିକଟରେ ତାହା ପ୍ରକାଶ କରିଅଛନ୍ତି।
ଲାଗିଂ ଇସ୍ୱର୍ତି ବିସ୍ରେ ଇନାକା ମାନାତ୍, ହେଦାଂ ହେୱାର୍ ୱାସ୍କିତ ହନାତା; ଇସ୍ୱର୍ ହେୱାରିଂ ଡାଣ୍ଡ୍ ହିନାନ୍ ।
20 ଜଗତର ସୃଷ୍ଟିକାଳାବଧି ତାହାଙ୍କର ଅଦୃଶ୍ୟ ଗୁଣସମୂହ, ଅର୍ଥାତ୍ ତାହାଙ୍କର ଅନାଦି ଅନନ୍ତ ଶକ୍ତି ଓ ଈଶ୍ବରତ୍ତ୍ୱ, ସୃଷ୍ଟ ବସ୍ତୁଗୁଡ଼ିକ ଦ୍ୱାରା ବୋଧଗମ୍ୟ ହୋଇ ସ୍ପଷ୍ଟ ରୂପେ ପ୍ରତୀୟମାନ ହେଉଅଛି, ଯେପରି ସେମାନଙ୍କର ଉତ୍ତର ଦେବାର ବାଟ ନ ଥାଏ। (aïdios )
ଇସ୍ୱର୍ ଜଗତ୍ତ ଉବ୍ଜାଣ୍ କିନି ସମୁତାଂ, ହେୱାନ୍ତି ଡ଼ୁକ୍ତି ଗୁଣ୍ ଇଚିସ୍ ତା କାବା କିନି ଅବ୍ୟାସ୍ ୱିଜ଼୍ୱି ସାକ୍ତି ସମାନ୍ ବାବ୍ରେ ହସି ୱାନାତ୍ ହେଦାଂ ଉପ୍ଜାଣ୍ ବିସ୍ରେକାଂ ହେଦାଂ ପୁନ୍ୟାନାତ୍ । ଲାଗିଂ ହେୱାର୍ ପୁନ୍ୱାତାର୍ଣ୍ଣା ଇଞ୍ଜି ଆବ୍ଡ଼ୁ ଚଚ୍ଚେଙ୍ଗ୍ ଆଡୁର୍ । (aïdios )
21 କାରଣ ସେମାନେ ଈଶ୍ବରଙ୍କୁ ଜାଣି ତାହାଙ୍କୁ ଈଶ୍ବର ବୋଲି ଗୌରବ ଦେଲେ ନାହିଁ କି ଧନ୍ୟବାଦ ଦେଲେ ନାହିଁ, କିନ୍ତୁ ଆପଣା ଆପଣା ଅସାର ତର୍କବିତର୍କରେ ଜଡ଼ିତ ହେଲେ ଓ ସେମାନଙ୍କର ଅବୋଧ ମନ ଅନ୍ଧକାରମୟ ହେଲା;
ଇନେକିଦେଂକି ହେୱାର୍ ଇସ୍ୱର୍ତିଂ ପୁନ୍ଞ୍ଜି ତାଙ୍ଗେଙ୍ଗ୍ ଇସ୍ୱର୍ ଇଞ୍ଜି ଜାଜ୍ମାଲ୍ କିୱାତାର୍ କି ଦନ୍ୟବାଦ୍ କିୱାତାର୍, ମାତର୍ ଜାର୍ ଜାର୍ ବାନିୟା ଗାଣ୍ଜୁତ ମେହାତାର୍ ଆରି ହେୱାର୍ତି ବୁଜାୱି ମାନ୍ ମାଜ୍ଗା ଆତାତ୍;
22 ନିଜ ନିଜକୁ ଜ୍ଞାନୀ ବୋଲି ମନେ କରି ସେମାନେ ମୂର୍ଖ ହେଲେ,
ହେୱାର୍ ନିଜ୍ତିଂ ଗିଆନି ଇଞ୍ଜି ମାନେ କିତାର୍, ମାତର୍ ହାତ୍ପାନେ ହେୱାର୍ ମୁରୁକ୍ ।
23 ପୁଣି, ଅକ୍ଷୟ ଈଶ୍ବରଙ୍କ ଗୌରବକୁ କ୍ଷୟଣୀୟ ମନୁଷ୍ୟ, ପକ୍ଷୀ, ଚତୁଷ୍ପଦ ପ୍ରାଣୀ, ସରୀସୃପାଦିଙ୍କ ଆକୃତିଯୁକ୍ତ ପ୍ରତିମାରେ ପରିଣତ କଲେ।
ଜିରାୱି ଇସ୍ୱର୍ତି ଜାଜ୍ମାଲ୍ ପୁଜା କିୱାଦାଂ ହେୱାର୍ ହାତି ମାନାୟ୍ତିଂ, ଜାତ୍, ପଟିଂ, କି ରାଚ୍କୁକାଂ ପୁତ୍ଡ଼ାଂ ରଚ୍ଚି ହେୱାକାଂ ପୁଜା କିନାରା ।
24 ଏଣୁ ଈଶ୍ବର ସେମାନଙ୍କ ହୃଦୟର କୁଅଭିଳାଷ ଅନୁସାରେ ସେମାନଙ୍କୁ ଅଶୁଚିତାରେ ସମର୍ପଣ କଲେ, ଯେପରି ସେମାନଙ୍କ ଶରୀର ପରସ୍ପର ଦ୍ୱାରା କଳୁଷିତ ହୁଏ।
ଲାଗିଂ ଇସ୍ୱର୍ ହେୱାର୍ତି ମାନ୍ନି ଆରି ହେୱାର୍ ଜାର୍ ଜାର୍ତି ବାନ୍ୟାକାମାୟ୍ ଇସାପ୍ରେ ବିଟାଡ଼୍ କାମାୟ୍ତ ମୁଞ୍ଚାର୍ଣ୍ଣା-ହେୱାର୍ ଗାଗାଡ଼୍ ହାରି ହୁଦାଂ ଲାଜ୍ନିକା ଲାହାଙ୍ଗ୍ ଇଟ୍ନାର୍ ।
25 କାରଣ ସେମାନେ ଈଶ୍ବରଙ୍କ ସତ୍ୟ ପରିବର୍ତ୍ତେ ମିଥ୍ୟା ଗ୍ରହଣ କଲେ ଓ ସୃଷ୍ଟ ବସ୍ତୁର ପୂଜା ଓ ସେବା କଲେ ମାତ୍ର ସୃଷ୍ଟିକର୍ତ୍ତାଙ୍କୁ କଲେ ନାହିଁ; ଯେ ଯୁଗେ ଯୁଗେ ଧନ୍ୟ। ଆମେନ୍। (aiōn )
ଇନେକିଦେଂକି ହେୱାର୍ ଇସ୍ୱର୍ତି ସତ୍ ପିସ୍ସି ମିଚ୍ ମାନିକିତାର୍ ଆରି ମାପ୍ରୁଙ୍ଗ୍ ପିସ୍ସି ଉବ୍ଜାଣ୍ ଆତି ଜିନିସ୍ନି ପୁଜା ଆରି ଆସିର୍ବାଦ୍ ହେବା କିତାର୍; ହେୱାନ୍ ଜୁଗ୍ ଜୁଗ୍ ଦନ୍ୟ । ଆମେନ୍ । (aiōn )
26 ଏହି କାରଣରୁ ଈଶ୍ବର ସେମାନଙ୍କୁ ଜଘନ୍ୟ ପାପ ପ୍ରବୃତ୍ତିରେ ସମର୍ପଣ କଲେ, କାରଣ ସେମାନଙ୍କ ସ୍ତ୍ରୀମାନେ ସ୍ୱାଭାବିକ ବ୍ୟବହାର ପରିବର୍ତ୍ତେ ଅସ୍ୱାଭାବିକ ବ୍ୟବହାର କଲେ,
ଇ କାରଣ୍ତାଂ ଇସ୍ୱର୍ ହେୱାରିଂ ଲାଜୁ ପାପ୍ ୱିଜ଼ୁ ହେଲାୟ୍ କିତାନ୍, ଇନେକିଦେଂକି ହେୱାର୍ତି କଗ୍ଲେକ୍ ହାର୍ ବେବାର୍ ପିସ୍ତି ବାନ୍ୟା ବେବାର୍ କିତିକ୍,
27 ପୁଣି, ସେହିପରି ପୁରୁଷମାନେ ମଧ୍ୟ ସ୍ୱାଭାବିକ ସ୍ତ୍ରୀସଙ୍ଗ ପରିତ୍ୟାଗ କରି ପରସ୍ପର ଆପଣା ଆପଣା କାମନାରେ ଦଗ୍ଧ ହେଲେ, ପୁରୁଷ ସହିତ ପୁରୁଷ କୁତ୍ସିତ କର୍ମ କଲେ, ପୁଣି, ଆପଣା ଆପଣାଠାରେ ନିଜ ନିଜ ଭ୍ରଷ୍ଟତାର ସମୁଚିତ ପ୍ରତିଫଳ ପାଇଲେ।
ଆଣ୍ଡ୍ରାହିମ୍ଣାଂ ପା ମାନ୍ତିଙ୍ଗ୍ କଗ୍ଲେ ଲାହାଂ ସାରି ଆୱାଦାଂ ପାତି ବାନ୍ୟା କାମାୟ୍ତ ହଣାରା । ଆଣ୍ଡ୍ରାଙ୍ଗ୍ ହାରି ଗିଣ୍ ବେବାର୍ କିନାରା ଆରି ଇନାକାକି ବାନ୍ୟା କାମାୟ୍ କାଜିଂ ଡାଣ୍ଡ୍ ପାୟାନାରା ।
28 ଆଉ, ଯେପରି ସେମାନେ ଈଶ୍ବର ବିଷୟକ ଜ୍ଞାନ ଗ୍ରହଣ କରିବାକୁ ଅସ୍ୱୀକୃତ ହେଲେ, ସେହିପରି ଈଶ୍ବର ଅନୁଚିତ କର୍ମ କରିବା ନିମନ୍ତେ ସେମାନଙ୍କୁ ଭ୍ରଷ୍ଟ ମତିରେ ସମର୍ପଣ କଲେ।
ଇ ମାନାୟାର୍ ଇସ୍ୱର୍ତି ବିସ୍ରେ ହାର୍ ଚିନ୍ତା କିଦେଙ୍ଗ୍ ଇଚା କିୱିତିଲେ, ଇସ୍ୱର୍ ହେୱାରିଂ ପିସ୍ତାନ୍ନା ଆରି ହେୱାର୍ ବିଟାଡ଼୍ମାନ୍ ଆଜ଼ି ମାନାୟ୍ମାନ୍ ବେବାର୍ କିଉରା ।
29 ସେମାନେ ସର୍ବ ପ୍ରକାର ଅଧର୍ମ, ଦୁଷ୍ଟତା, ଲୋଭ, ହିଂସା, ଈର୍ଷା, ବଧ, ବିବାଦ, ଛଳ ଓ ମନ୍ଦତାରେ ପରିପୂର୍ଣ୍ଣ;
ହେୱାର୍ ସବୁ ବାନି ଅଦାର୍ମି, ଚୁଲ୍ଚୁଲିୟା, ବାନ୍ୟା, ଲବ୍, ଆରି ବାନ୍ୟାକାମାୟ୍ତ ବାର୍ତି । ହେୱାର୍ ଡାରା, ନାର୍ମାରୁ, କୁର୍ଲିଆ, ବାଣାୟ୍କିନାକାନ୍ ଆରି ଜାତ୍କୁ, ହେୱାର୍ ଲକାର୍ତି ଗାଣ୍ଜୁ କିନାର୍;
30 ସେମାନେ ଚୁଗୁଲିଆ, ନିନ୍ଦକ, ଈଶ୍ବରଙ୍କ ଘୃଣ୍ୟ, ଅତ୍ୟାଚାରୀ, ଦାମ୍ଭିକ, ଅହଙ୍କାରୀ, ଦୁଷ୍ଟକର୍ମର ଉତ୍ପାଦକ,
ହେୱାର୍ ଚୁଗ୍ଲିୟା, ନିନ୍ଦାନିକାନ୍, ଇସ୍ୱର୍ତି ଗିଣ୍, ନାର୍ମାରୁ, କୁର୍ଲିୟା, ଆକ୍ରିୟା, ବାନ୍ୟାକାମାୟ୍ କିନାକାନ୍,
31 ପିତାମାତାଙ୍କ ଅନାଜ୍ଞାବହ, ନିର୍ବୋଧ, ନିୟମ ଭଗ୍ନକାରୀ, ସ୍ୱାଭାବିକ ସ୍ନେହ-ରହିତ ଓ ନିର୍ଦ୍ଦୟ ଅଟନ୍ତି।
ଆବା ଆୟା ବଲ୍ ମାନିକିୱାକା, ବୁଦିହିଲାକା, ନିୟମ୍ ଡ୍ରିକ୍ନାକାନ୍, ସମାନ୍ ଦୟା ଆରି ବୁଦିହିଲାକାନ୍ ମାନାର୍ ।
32 ଯେଉଁମାନେ ଏହିପରି ଆଚରଣ କରନ୍ତି, ସେମାନେ ଯେ ମୃତ୍ୟୁର ଯୋଗ୍ୟ, ଈଶ୍ବରଙ୍କର ଏହି ବିଧିବିଧାନ ସେମାନେ ଜାଣିଲେ ସୁଦ୍ଧା କେବଳ ଯେ ଏହି ପ୍ରକାର ଆଚରଣ କରନ୍ତି ତାହା ନୁହେଁ, କିନ୍ତୁ ଏହିପରି ଆଚରଣ କରୁଥିବା ଲୋକମାନଙ୍କ ପକ୍ଷ ଆନନ୍ଦରେ ସମର୍ଥନ କରନ୍ତି।
ଇମ୍ଣାକାର୍ ଇ ଲାକେ ବେବାର୍ କିତାର୍, ହେୱାର୍ ଜେ ହାକିନି ଜଗାୟ୍, ଇସ୍ୱର୍ତି ଇ ବିଦି ହେୱାର୍ ପୁଚିସ୍ପା କେବଲ୍ ଇନେନ୍ ଇ ଲାକେ ବେବାର୍ କିତାର୍ ହେଦାଂ ଆକାୟ୍, ମାତର୍ ଇ ଲାକେ ବେବାର୍ କିଜ଼ି ମାନି ମାନାୟାର୍ତି ପାକ୍ୟା ୱାରିତାଂ ବାଚି କିତାର୍ ।