< ପ୍ରକାଶିତ 9 >
1 ତତ୍ପରେ ପଞ୍ଚମ ଦୂତ ତୂରୀଧ୍ୱନୀ କରନ୍ତେ ମୁଁ ଆକାଶରୁ ଗୋଟିଏ ନକ୍ଷତ୍ର ପୃଥିବୀରେ ପତିତ ହେବାର ଦେଖିଲି; ତାହାକୁ ପାତାଳକୁଣ୍ଡର ଚାବି ଦିଆଗଲା। (Abyssos )
Angẹli karùn-ún sì fún ìpè tirẹ̀, mo sì rí, ìràwọ̀ kan bọ́ sílẹ̀ láti ọ̀run wá, a sì fi kọ́kọ́rọ́ ihò ọ̀gbun fún un. (Abyssos )
2 ସେ ସେହି ପାତାଳକୁଣ୍ଡ ଫିଟାନ୍ତେ ସେଥିରୁ ବୃହତ୍ ଭାଟିର ଧୂମ ପରି ଧୂମ ଉଠିଲା, ଆଉ ସେହି ପାତାଳକୁଣ୍ଡର ଧୂମ ହେତୁ ସୂର୍ଯ୍ୟ ପୁଣି, ଆକାଶ ଅନ୍ଧକାରାଚ୍ଛନ୍ନ ହେଲା। (Abyssos )
Ó sì ṣí ihò ọ̀gbun náà, èéfín sì rú jáde láti inú ihò náà wá, bí èéfín ìléru ńlá, oòrùn àti ojú sánmọ̀ sì ṣókùnkùn nítorí èéfín ihò náà. (Abyssos )
3 ଧୂମ ମଧ୍ୟରୁ ପଙ୍ଗପାଳ ବାହାର ହୋଇ ପୃଥିବୀକୁ ଆସିଲେ, ସେମାନଙ୍କୁ ପୃଥିବୀର ବିଛାର ଶକ୍ତି ପରି ଶକ୍ତି ଦିଆଗଲା।
Àwọn eṣú sì jáde ti inú èéfín náà wá sórí ilẹ̀, a sì fi agbára fún wọn gẹ́gẹ́ bí agbára àkéekèe ilẹ̀.
4 ପୃଥିବୀର ଘାସ କି ସବୁଜ ରଙ୍ଗର ଶାକ କି କୌଣସି ବୃକ୍ଷର ଅନିଷ୍ଟ ନ କରି, ଯେଉଁମାନଙ୍କ କପାଳରେ ଈଶ୍ବରଙ୍କ ମୁଦ୍ରାଙ୍କ ନାହିଁ, କେବଳ ସେମାନଙ୍କ ଅନିଷ୍ଟ କରିବାକୁ ସେମାନଙ୍କୁ କୁହାଗଲା।
A sì fún wọn pé ki wọn má ṣe pa koríko ilẹ̀ lára tàbí ohun tútù kan, tàbí igikígi kan; bí kò ṣe àwọn ènìyàn tí kò ni èdìdì Ọlọ́run ní iwájú wọn.
5 ସେମାନଙ୍କୁ ବଧ ନ କରି ପାଞ୍ଚ ମାସ ପର୍ଯ୍ୟନ୍ତ ସେମାନଙ୍କର ଯନ୍ତ୍ରଣା ଘଟାଇବାକୁ ସେମାନଙ୍କୁ କ୍ଷମତା ଦିଆଗଲା; ବିଛା ମନୁଷ୍ୟକୁ ମାରିଲେ ଯେପରି ଯନ୍ତ୍ରଣା ହୁଏ, ଏହି ଯନ୍ତ୍ରଣା ସେହି ପ୍ରକାର।
A sì pàṣẹ fún wọn pé, kí wọn má ṣe pa wọ́n, ṣùgbọ́n kí a dá wọn ni oró ni oṣù márùn-ún, oró wọn sì dàbí oró àkéekèe, nígbà tí o bá ta ènìyàn.
6 ସେହି ସମୟରେ ମନୁଷ୍ୟମାନେ ମୃତ୍ୟୁର ଅନ୍ୱେଷଣ କରିବେ, କିନ୍ତୁ କୌଣସି ପ୍ରକାରେ ପାଇବେ ନାହିଁ; ସେମାନେ ମରିବାକୁ ବାଞ୍ଛା କରିବେ, କିନ୍ତୁ ମୃତ୍ୟୁ ସେମାନଙ୍କଠାରୁ ପଳାୟନ କରିବ।
Ní ọjọ́ wọ̀nyí ni àwọn ènìyàn yóò sì máa wá ikú, wọn kì yóò sì rí i; wọn yóò sì fẹ́ láti kú, ikú yóò sì sá kúrò lọ́dọ̀ wọn.
7 ପଙ୍ଗପାଳମାନଙ୍କର ଆକୃତି ଯୁଦ୍ଧ ନିମନ୍ତେ ସଜ୍ଜିତ ଅଶ୍ୱମାନଙ୍କ ସଦୃଶ, ସେମାନଙ୍କ ମସ୍ତକର ଆବରଣ ସୁବର୍ଣ୍ଣ ମୁକୁଟ ତୁଲ୍ୟ, ପୁଣି, ସେମାନଙ୍କ ମୁଖ ମନୁଷ୍ୟମାନଙ୍କ ମୁଖ ସଦୃଶ;
Ìrísí àwọn eṣú náà sì dàbí àwọn ẹṣin tí a múra sílẹ̀ fún ogun; àti ní orí wọn ni ohun tí o dàbí àwọn adé wúrà wà, ojú wọn sì dàbí ojú ènìyàn;
8 ସ୍ତ୍ରୀଲୋକମାନଙ୍କ କେଶ ସଦୃଶ ସେମାନଙ୍କ କେଶ, ସିଂହଦନ୍ତ ତୁଲ୍ୟ ସେମାନଙ୍କ ଦନ୍ତ;
wọ́n sì ní irun bí obìnrin, eyín wọn sì dàbí ti kìnnìún.
9 ଲୌହ ଊରସ୍ତ୍ରାଣ ପରି ସେମାନଙ୍କର ଊରସ୍ତ୍ରାଣ, ପୁଣି, ରଥ ଓ ରଣକ୍ଷେତ୍ରରେ ଦୌଡ଼ୁଥିବା ଅନେକ ଅଶ୍ୱଙ୍କ ଶବ୍ଦ ପରି ସେମାନଙ୍କ ପକ୍ଷର ଶବ୍ଦ।
Wọ́n sì ní ìgbàyà tí ó dàbí ìgbàyà irin; ìró ìyẹ́ wọn sì dàbí ìró kẹ̀kẹ́-ẹṣin púpọ̀ tí ń súré lọ sí ogun.
10 ବିଛାର ଲାଙ୍ଗୁଳ ଓ ନାହୁଡ଼ ପରି ସେମାନଙ୍କର ଲାଙ୍ଗୁଳ ଓ ନାହୁଡ଼; ପାଞ୍ଚ ମାସ ପର୍ଯ୍ୟନ୍ତ ମନୁଷ୍ୟମାନଙ୍କର କ୍ଷତି କରିବାକୁ ସେମାନଙ୍କ ଲାଙ୍ଗୁଳରେ ଶକ୍ତି ଥିଲା।
Wọ́n sì ni ìrù àti oró bí tí àkéekèe, àti ní ìrù wọn ni agbára wọn wà láti pa ènìyàn lára fún oṣù márùn-ún.
11 ପାତାଳକୁଣ୍ଡର ଦୂତ ସେମାନଙ୍କର ରାଜା, ତାହାଙ୍କର ନାମ ଏବ୍ରୀ ଭାଷାରେ ଆବଦ୍ଦୋନ୍ ଓ ଗ୍ରୀକ୍ ଭାଷାରେ ଅପଲ୍ଲିୟୋନ୍। (Abyssos )
Wọ́n ní angẹli ọ̀gbun náà bí ọba lórí wọn, orúkọ rẹ̀ ní èdè Heberu ní Abaddoni, àti ni èdè Giriki orúkọ rẹ̀ a máa jẹ́ Apollioni (èyí ni Apanirun). (Abyssos )
12 ପ୍ରଥମ ସନ୍ତାପ ଗତ ହେଲା, ଦେଖ, ଏହାପରେ ଆଉ ଦୁଇଟି ସନ୍ତାପ ଆସୁଅଛି।
Ègbé kan tí kọjá, kíyèsi i, ègbé méjì ń bọ̀ síbẹ̀ lẹ́yìn èyí.
13 ଷଷ୍ଠ ଦୂତ ତୂରୀଧ୍ୱନୀ କରନ୍ତେ ମୁଁ ଈଶ୍ବରଙ୍କ ସମ୍ମୁଖସ୍ଥ ସୁବର୍ଣ୍ଣ ବେଦିର ଶୃଙ୍ଗମାନଙ୍କ ଚାରି କୋଣଗୁଡ଼ିକ ମଧ୍ୟରୁ ଗୋଟିଏ ସ୍ୱର ଶୁଣିଲି,
Angẹli kẹfà si fọn ìpè rẹ̀, mo sì gbọ́ ohùn kan láti ibi ìwo mẹ́rin pẹpẹ wúrà wá, tí ń bẹ níwájú Ọlọ́run.
14 ତାହା ତୂରୀ ଧରିଥିବା ସେହି ଷଷ୍ଠ ଦୂତଙ୍କୁ କହିଲା, ଫରାତ୍ ମହାନଦୀରେ ବନ୍ଦୀ ଥିବା ଚାରି ଦୂତଙ୍କୁ ମୁକ୍ତ କରିଦିଅ।
Òun wí fún angẹli kẹfà náà tí o ni ìpè náà pé, “Tú àwọn angẹli mẹ́rin náà sílẹ̀ tí a dè lẹ́bàá odò ńlá Eufurate!”
15 ସେଥିରେ ମନୁଷ୍ୟମାନଙ୍କର ଏକ ତୃତୀୟାଂଶକୁ ବଧ କରିବା ନିମନ୍ତେ ଏହି ଯେଉଁ ଚାରି ଦୂତ ସେହି ଦଣ୍ଡ, ଦିନ, ମାସ ଓ ବର୍ଷ ପାଇଁ ପ୍ରସ୍ତୁତ କରା ହୋଇଥିଲେ, ସେମାନେ ମୁକ୍ତ କରାଗଲେ।
A sì tú àwọn angẹli mẹ́rin náà sílẹ̀, tí a ti pèsè tẹ́lẹ̀ fún wákàtí náà, àti ọjọ́ náà, àti oṣù náà, àti ọdún náà, láti pa ìdámẹ́ta ènìyàn.
16 ଅଶ୍ୱାରୋହୀ ସୈନ୍ୟମାନଙ୍କ ସଂଖ୍ୟା କୋଡ଼ିଏ କୋଟି; ମୁଁ ସେମାନଙ୍କ ସଂଖ୍ୟା ଶୁଣିଲି।
Iye ogún àwọn ẹlẹ́ṣin sì jẹ́ àádọ́ta ọ̀kẹ́ lọ́nà igba, mo sì gbọ́ iye wọn.
17 ଆଉ ମୁଁ ଦର୍ଶନରେ ଅଶ୍ୱ ଓ ସେମାନଙ୍କ ଆରୋହୀମାନଙ୍କୁ ଏହି ପ୍ରକାର ଦେଖିଲି, ସେମାନଙ୍କ ଊରସ୍ତ୍ରାଣ ଅଗ୍ନିବର୍ଣ୍ଣ, ନୀଳବର୍ଣ୍ଣ ଓ ଗନ୍ଧକବର୍ଣ୍ଣ; ଅଶ୍ୱମାନଙ୍କ ମସ୍ତକ ସିଂହମାନଙ୍କ ମସ୍ତକ ସଦୃଶ, ଆଉ ସେମାନଙ୍କ ମୁଖରୁ ଅଗ୍ନି, ଧୂମ ଓ ଗନ୍ଧକ ନିର୍ଗତ ହେଉଥିଲା।
Báyìí ni mo sì rí àwọn ẹṣin náà ní ojúran, àti àwọn tí o gùn wọ́n, wọ́n ni ìgbàyà aláwọ̀ iná, àti ti jakinti, àti ti sulfuru, orí àwọn ẹṣin náà sì dàbí orí àwọn kìnnìún; àti láti ẹnu wọn ni iná, àti èéfín, àti sulfuru tí ń jáde.
18 ସେମାନଙ୍କ ମୁଖରୁ ନିର୍ଗତ ଅଗ୍ନି, ଧୂମ ଓ ଗନ୍ଧକରୂପ ଏହି ତିନି କ୍ଲେଶ ଦ୍ୱାରା ମନୁଷ୍ୟମାନଙ୍କର ଏକ ତୃତୀୟାଂଶ ବଧ କରାଗଲେ।
Nípa ìyọnu mẹ́ta wọ̀nyí ni a tí pa ìdámẹ́ta ènìyàn, nípa iná, àti nípa èéfín, àti nípa sulfuru tí o ń tí ẹnu wọn jáde.
19 କାରଣ ଅଶ୍ୱମାନଙ୍କ ଶକ୍ତି ସେମାନଙ୍କ ମୁଖ ଓ ଲାଙ୍ଗୁଳରେ ଥିଲା, ଯେଣୁ ସେମାନଙ୍କ ଲାଙ୍ଗୁଳ ସର୍ପ ସଦୃଶ ଓ ମସ୍ତକବିଶିଷ୍ଟ; ତଦ୍ୱାରା ସେମାନେ କ୍ଷତି କରନ୍ତି।
Nítorí pé agbára àwọn ẹṣin náà ń bẹ ní ẹnu wọn àti ní ìrù wọn: nítorí pé ìrù wọn dàbí ejò, wọn sì ní orí, àwọn wọ̀nyí ni wọn sì fi ń pa ni lára.
20 ଯେଉଁ ଅବଶିଷ୍ଟ ମନୁଷ୍ୟମାନେ ଏହି ସମସ୍ତ କ୍ଲେଶ ଦ୍ୱାରା ବଧ କରାଯାଇ ନ ଥିଲେ, ସେମାନେ ଆପଣା ଆପଣା ହସ୍ତକୃତ କର୍ମରୁ ମନ-ପରିବର୍ତ୍ତନ କଲେ ନାହିଁ, ଅର୍ଥାତ୍ ଭୂତମାନଙ୍କ ପୂଜା, ପୁଣି, ଦର୍ଶନ, ଶ୍ରବଣ ଓ ଗମନ କରିବାକୁ ଅସମର୍ଥ ସୁବର୍ଣ୍ଣ, ରୌପ୍ୟ, ପିତ୍ତଳ, ପ୍ରସ୍ତର ଓ କାଠରେ ତିଆରି ପ୍ରତିମାର ପୂଜା ପରିତ୍ୟାଗ କଲେ ନାହିଁ,
Ṣùgbọ́n àwọn ènìyàn ìyókù tí a kò sì ti ipa ìyọnu wọ̀nyí pa, kò sì ronúpìwàdà iṣẹ́ ọwọ́ wọn, kí wọn má ṣe sin àwọn ẹ̀mí èṣù àti ère wúrà, àti ti fàdákà, àti ti idẹ, àti òkúta, àti ti igi mọ́: àwọn tí kò lè ríran, tàbí kí wọn gbọ́rọ̀, tàbí kí wọn rìn.
21 ଆଉ ସେମାନେ ଆପଣାମାନଙ୍କର ନରହତ୍ୟା, କୁହୁକ, ବ୍ୟଭିଚାର ଓ ଚୌର୍ଯ୍ୟକର୍ମରୁ ମନ-ପରିବର୍ତ୍ତନ କଲେ ନାହିଁ।
Bẹ́ẹ̀ ni wọn kò ronúpìwàdà ìwà ìpànìyàn wọn, tàbí oṣó wọn tàbí àgbèrè wọn, tàbí olè wọn.