< ପ୍ରକାଶିତ 9 >
1 ତତ୍ପରେ ପଞ୍ଚମ ଦୂତ ତୂରୀଧ୍ୱନୀ କରନ୍ତେ ମୁଁ ଆକାଶରୁ ଗୋଟିଏ ନକ୍ଷତ୍ର ପୃଥିବୀରେ ପତିତ ହେବାର ଦେଖିଲି; ତାହାକୁ ପାତାଳକୁଣ୍ଡର ଚାବି ଦିଆଗଲା। (Abyssos )
ⲁ̅ⲡⲙⲉϩϯⲟⲩ ⲛⲁⲅⲅⲉⲗⲟⲥ ⲁϥⲥⲁⲗⲡⲓⲍⲉ ⲁⲩⲱ ⲁⲓⲛⲁⲩ ⲉⲩⲥⲓⲟⲩ ⲁϥϩⲉ ⲉⲃⲟⲗ ϩⲛⲧⲡⲉ ⲉϩⲣⲁⲓ ⲉϫⲙⲡⲕⲁϩ ⲁⲩⲱ ⲁⲩϯ ⲛⲁϥ ⲙⲡϣⲟϣⲧ ⲛⲧϣⲱⲧⲉ ⲙⲡⲛⲟⲩⲛ (Abyssos )
2 ସେ ସେହି ପାତାଳକୁଣ୍ଡ ଫିଟାନ୍ତେ ସେଥିରୁ ବୃହତ୍ ଭାଟିର ଧୂମ ପରି ଧୂମ ଉଠିଲା, ଆଉ ସେହି ପାତାଳକୁଣ୍ଡର ଧୂମ ହେତୁ ସୂର୍ଯ୍ୟ ପୁଣି, ଆକାଶ ଅନ୍ଧକାରାଚ୍ଛନ୍ନ ହେଲା। (Abyssos )
ⲃ̅ⲁⲩⲱ ⲙⲧⲉⲣⲉϥⲟⲩⲱⲛ ⲛⲧϣⲱⲧⲉ ⲙⲡⲛⲟⲩⲛ ⲁϥⲉⲓ ⲉϩⲣⲁⲓ ϩⲛⲧϣⲱⲧⲉ ⲛϭⲓⲟⲩⲕⲁⲡⲛⲟⲥ ⲛⲑⲉ ⲛⲟⲩⲕⲁⲡⲛⲟⲥ ⲛϩⲣⲱ ⲛⲟϭ ⲁϥⲣⲕⲁⲕⲉ ⲛϭⲓⲡⲣⲏ ⲙⲛⲡⲁⲏⲣ ⲉⲃⲟⲗ ϩⲙⲡⲕⲁⲡⲛⲟⲥ ⲛⲧϣⲱⲧⲉ (Abyssos )
3 ଧୂମ ମଧ୍ୟରୁ ପଙ୍ଗପାଳ ବାହାର ହୋଇ ପୃଥିବୀକୁ ଆସିଲେ, ସେମାନଙ୍କୁ ପୃଥିବୀର ବିଛାର ଶକ୍ତି ପରି ଶକ୍ତି ଦିଆଗଲା।
ⲅ̅ⲁⲩⲱ ⲁϩⲉⲛϣϫⲉ ⲉⲓ ⲉϩⲣⲁⲓ ⲉϫⲙⲡⲕⲁϩ ⲁⲩϯ ⲛⲁⲩ ⲛⲟⲩⲉⲝⲟⲩⲥⲓⲁ ⲛⲑⲉ ⲉⲧⲉⲟⲩⲛⲧⲁⲩⲉⲝⲟⲩⲥⲓⲁ ⲙⲙⲁⲩ ⲛϭⲓⲛⲟⲩⲱϩⲉ ⲙⲡⲕⲁϩ
4 ପୃଥିବୀର ଘାସ କି ସବୁଜ ରଙ୍ଗର ଶାକ କି କୌଣସି ବୃକ୍ଷର ଅନିଷ୍ଟ ନ କରି, ଯେଉଁମାନଙ୍କ କପାଳରେ ଈଶ୍ବରଙ୍କ ମୁଦ୍ରାଙ୍କ ନାହିଁ, କେବଳ ସେମାନଙ୍କ ଅନିଷ୍ଟ କରିବାକୁ ସେମାନଙ୍କୁ କୁହାଗଲା।
ⲇ̅ⲁⲩϫⲟⲟⲥ ⲛⲁⲩ ϫⲉⲕⲁⲥ ⲛⲛⲉⲩⲧⲁⲕⲉⲡⲉⲭⲟⲣⲧⲟⲥ ⲙⲡⲕⲁϩ ⲁⲩⲱ ϣⲏⲛ ⲛⲓⲙ ⲉⲓⲙⲏⲧⲉⲓ ⲛⲣⲱⲙⲉ ⲉⲧⲉⲙⲛⲧⲁⲩ ⲙⲙⲁⲩ ⲛⲧⲉⲥⲫⲣⲁⲅⲓⲥ ⲙⲡⲛⲟⲩⲧⲉ ⲉϫⲛⲧⲉⲩⲧⲉϩⲛⲉ
5 ସେମାନଙ୍କୁ ବଧ ନ କରି ପାଞ୍ଚ ମାସ ପର୍ଯ୍ୟନ୍ତ ସେମାନଙ୍କର ଯନ୍ତ୍ରଣା ଘଟାଇବାକୁ ସେମାନଙ୍କୁ କ୍ଷମତା ଦିଆଗଲା; ବିଛା ମନୁଷ୍ୟକୁ ମାରିଲେ ଯେପରି ଯନ୍ତ୍ରଣା ହୁଏ, ଏହି ଯନ୍ତ୍ରଣା ସେହି ପ୍ରକାର।
ⲉ̅ⲁⲩⲱ ⲙⲡⲟⲩⲧⲁⲁⲥ ⲛⲁⲩ ⲉⲧⲣⲉⲩⲙⲟⲟⲩⲧⲟⲩ ⲁⲗⲗⲁ ϫⲉ ⲉⲩⲉⲃⲁⲥⲁⲛⲓⲍⲉ ⲙⲙⲟⲟⲩ ⲛϯⲟⲩ ⲛⲉⲃⲟⲧ ⲁⲩⲱ ⲡⲉⲩⲧⲕⲁⲥ ⲉϥⲟ ⲛⲑⲉ ⲙⲡⲉⲧⲕⲁⲥ ⲛⲉⲛⲟⲩⲱϩⲉ ⲉⲩϣⲁⲛϫⲉⲕⲉⲟⲩⲣⲱⲙⲉ
6 ସେହି ସମୟରେ ମନୁଷ୍ୟମାନେ ମୃତ୍ୟୁର ଅନ୍ୱେଷଣ କରିବେ, କିନ୍ତୁ କୌଣସି ପ୍ରକାରେ ପାଇବେ ନାହିଁ; ସେମାନେ ମରିବାକୁ ବାଞ୍ଛା କରିବେ, କିନ୍ତୁ ମୃତ୍ୟୁ ସେମାନଙ୍କଠାରୁ ପଳାୟନ କରିବ।
ⲋ̅ϩⲣⲁⲓ ⲇⲉ ϩⲛⲛⲉϩⲟⲟⲩ ⲉⲧⲙⲙⲁⲩ ⲛⲣⲱⲙⲉ ⲛⲁϣⲓⲛⲉ ⲛⲥⲁⲡⲙⲟⲩ ⲛⲥⲉⲧⲙϩⲉ ⲉⲣⲟϥ ⲛⲥⲉⲉⲡⲉⲑⲩⲙⲉⲓ ⲉⲡⲙⲟⲩ ⲁⲩⲱ ⲛⲧⲉⲡⲙⲟⲩ ⲡⲱⲧ ⲛⲉϥⲕⲁⲁⲩ
7 ପଙ୍ଗପାଳମାନଙ୍କର ଆକୃତି ଯୁଦ୍ଧ ନିମନ୍ତେ ସଜ୍ଜିତ ଅଶ୍ୱମାନଙ୍କ ସଦୃଶ, ସେମାନଙ୍କ ମସ୍ତକର ଆବରଣ ସୁବର୍ଣ୍ଣ ମୁକୁଟ ତୁଲ୍ୟ, ପୁଣି, ସେମାନଙ୍କ ମୁଖ ମନୁଷ୍ୟମାନଙ୍କ ମୁଖ ସଦୃଶ;
ⲍ̅ⲡⲉⲓⲛⲉ ⲇⲉ ⲛⲛⲉϣϫⲏⲩ ⲉϥⲟ ⲙⲡⲉⲓⲛⲉ ⲛϩⲉⲛϩⲧⲱⲱⲣ ⲉⲩⲥⲃⲧⲱⲧ ⲉⲡⲡⲟⲗⲩⲙⲟⲥ ⲉϣϫⲉⲉⲣⲉϩⲉⲛⲕⲗⲟⲙ ⲛⲛⲟⲩⲃ ϩⲓϫⲛⲛⲉⲩⲁⲡⲏⲩⲉ ⲉⲣⲉⲛⲉⲩϩⲟ ⲟ ⲛⲑⲉ ⲛϩⲉⲛϩⲟ ⲛⲣⲱⲙⲉ
8 ସ୍ତ୍ରୀଲୋକମାନଙ୍କ କେଶ ସଦୃଶ ସେମାନଙ୍କ କେଶ, ସିଂହଦନ୍ତ ତୁଲ୍ୟ ସେମାନଙ୍କ ଦନ୍ତ;
ⲏ̅ⲉⲩⲛϩⲉⲛϥⲱ ϩⲓϫⲱⲟⲩ ⲛⲑⲉ ⲙⲡϥⲱ ⲛⲛⲉϩⲓⲟⲟⲙⲉ ⲉⲣⲉⲛⲉⲩⲟⲃϩⲉ ⲟ ⲛⲑⲉ ⲛⲛⲁⲛⲉⲓⲙⲟⲩⲓ
9 ଲୌହ ଊରସ୍ତ୍ରାଣ ପରି ସେମାନଙ୍କର ଊରସ୍ତ୍ରାଣ, ପୁଣି, ରଥ ଓ ରଣକ୍ଷେତ୍ରରେ ଦୌଡ଼ୁଥିବା ଅନେକ ଅଶ୍ୱଙ୍କ ଶବ୍ଦ ପରି ସେମାନଙ୍କ ପକ୍ଷର ଶବ୍ଦ।
ⲑ̅ⲉⲩⲛϩⲉⲛϩⲱⲕ ϩⲓⲱⲟⲩ ⲛⲑⲉ ⲛϩⲉⲛϩⲱⲕ ⲙⲡⲉⲛⲓⲡⲉ ⲉⲣⲉⲡⲉϩⲣⲟⲟⲩ ⲛⲛⲉⲩⲧⲛϩ ⲟ ⲛⲑⲉ ⲙⲡⲉϩⲣⲟⲟⲩ ⲛϩⲉⲛϩⲁⲣⲙⲁ ⲙⲛϩⲉⲛϩⲧⲱⲱⲣ ⲉⲛⲁϣⲱⲟⲩ ⲉⲩⲡⲏⲧ ⲉⲡⲡⲟⲗⲩⲙⲟⲥ
10 ବିଛାର ଲାଙ୍ଗୁଳ ଓ ନାହୁଡ଼ ପରି ସେମାନଙ୍କର ଲାଙ୍ଗୁଳ ଓ ନାହୁଡ଼; ପାଞ୍ଚ ମାସ ପର୍ଯ୍ୟନ୍ତ ମନୁଷ୍ୟମାନଙ୍କର କ୍ଷତି କରିବାକୁ ସେମାନଙ୍କ ଲାଙ୍ଗୁଳରେ ଶକ୍ତି ଥିଲା।
ⲓ̅ⲉⲟⲩⲛϩⲉⲛⲥⲁⲧ̅ ⲙⲙⲟⲟⲩ ⲉⲩⲟ ⲛⲑⲉ ⲛⲛⲁⲛⲓⲟⲩⲱϩⲉ ⲁⲩⲱ ϩⲉⲛⲉⲓⲃ ϩⲛⲛⲉⲩⲥⲁⲧ ⲧⲉⲩⲉⲝⲟⲩⲥⲓⲁ ⲇⲉ ⲉⲙⲟⲩⲕϩ ⲛⲉⲛⲣⲱⲙⲉ ⲛϯⲟⲩ ⲛⲉⲃⲟⲧ
11 ପାତାଳକୁଣ୍ଡର ଦୂତ ସେମାନଙ୍କର ରାଜା, ତାହାଙ୍କର ନାମ ଏବ୍ରୀ ଭାଷାରେ ଆବଦ୍ଦୋନ୍ ଓ ଗ୍ରୀକ୍ ଭାଷାରେ ଅପଲ୍ଲିୟୋନ୍। (Abyssos )
ⲓ̅ⲁ̅ⲟⲩⲛⲧⲁⲩ ⲙⲙⲁⲩ ⲙⲡⲉⲩⲣⲣⲟ ⲡⲁⲅⲅⲉⲗⲟⲥ ⲙⲡⲛⲟⲩⲛ ⲉⲡⲉϥⲣⲁⲛ ⲙⲙⲛⲧϩⲉⲃⲣⲁⲓⲟⲥ ⲡⲉ ⲃⲁⲧⲧⲱⲛ ⲙⲙⲛⲧⲟⲩⲉⲉⲛⲓⲛ ⲇⲉ ϫⲉ ⲡⲉⲧⲧⲁⲕⲟ (Abyssos )
12 ପ୍ରଥମ ସନ୍ତାପ ଗତ ହେଲା, ଦେଖ, ଏହାପରେ ଆଉ ଦୁଇଟି ସନ୍ତାପ ଆସୁଅଛି।
ⲓ̅ⲃ̅ⲉⲓⲥⲟⲩⲟⲓ ⲁϥⲟⲩⲉⲓⲛⲉ ⲉⲓⲥϩⲏⲏⲧⲉ ⲥⲉⲛⲏⲩ ⲛϭⲓⲕⲉⲟⲩⲟⲓ ⲥⲛⲁⲩ ⲙⲛⲛⲥⲁⲛⲁⲓ
13 ଷଷ୍ଠ ଦୂତ ତୂରୀଧ୍ୱନୀ କରନ୍ତେ ମୁଁ ଈଶ୍ବରଙ୍କ ସମ୍ମୁଖସ୍ଥ ସୁବର୍ଣ୍ଣ ବେଦିର ଶୃଙ୍ଗମାନଙ୍କ ଚାରି କୋଣଗୁଡ଼ିକ ମଧ୍ୟରୁ ଗୋଟିଏ ସ୍ୱର ଶୁଣିଲି,
ⲓ̅ⲅ̅ⲁⲡⲙⲉϩⲥⲟⲟⲩ ⲛⲁⲅⲅⲉⲗⲟⲥ ⲥⲁⲗⲡⲓⲍⲉ ⲁⲩⲱ ⲁⲓⲥⲱⲧⲙ ⲉⲩⲥⲙⲏ ⲉⲃⲟⲗ ϩⲛⲛⲧⲁⲡ ⲙⲡⲉⲑⲩⲥⲓⲁⲥⲧⲏⲣⲓⲟⲛ ⲛⲛⲟⲩⲃ ⲉⲧⲙⲡⲙⲧⲟ ⲉⲃⲟⲗ ⲙⲡⲛⲟⲩⲧⲉ
14 ତାହା ତୂରୀ ଧରିଥିବା ସେହି ଷଷ୍ଠ ଦୂତଙ୍କୁ କହିଲା, ଫରାତ୍ ମହାନଦୀରେ ବନ୍ଦୀ ଥିବା ଚାରି ଦୂତଙ୍କୁ ମୁକ୍ତ କରିଦିଅ।
ⲓ̅ⲇ̅ⲉⲥϫⲱ ⲙⲙⲟⲥ ⲙⲡⲙⲉϩⲥⲟⲟⲩ ⲛⲁⲅⲅⲉⲗⲟⲥ ⲉⲧⲉⲣⲉⲧⲥⲁⲗⲡⲓⲅⲝ ⲛⲧⲟⲟⲧϥ ϫⲉ ⲃⲱⲗ ⲉⲃⲟⲗ ⲙⲡⲉϥⲧⲟⲟⲩ ⲛⲁⲅⲅⲉⲗⲟⲥ ⲉⲧⲙⲏⲣ ϩⲓϫⲙⲡⲛⲟϭ ⲛⲉⲓⲉⲣⲟ ⲡⲉⲩⲫⲣⲁⲧⲏⲥ
15 ସେଥିରେ ମନୁଷ୍ୟମାନଙ୍କର ଏକ ତୃତୀୟାଂଶକୁ ବଧ କରିବା ନିମନ୍ତେ ଏହି ଯେଉଁ ଚାରି ଦୂତ ସେହି ଦଣ୍ଡ, ଦିନ, ମାସ ଓ ବର୍ଷ ପାଇଁ ପ୍ରସ୍ତୁତ କରା ହୋଇଥିଲେ, ସେମାନେ ମୁକ୍ତ କରାଗଲେ।
ⲓ̅ⲉ̅ⲁⲩⲱ ⲁⲩⲃⲱⲗ ⲙⲡⲉϥⲧⲟⲟⲩ ⲛⲁⲅⲅⲉⲗⲟⲥ ⲛⲁⲓ ⲉⲧⲥⲃⲧⲱⲧ ⲉⲧⲉⲩⲛⲟⲩ ⲙⲛⲡⲉϩⲟⲟⲩ ⲙⲛⲡⲉⲃⲟⲧ ⲙⲛⲧⲉⲣⲟⲙⲡⲉ ϫⲉⲕⲁⲥ ⲉⲩⲉⲙⲟⲟⲩⲧ ⲙⲡⲟⲩⲛϣⲟⲙⲛⲧ ⲛⲉⲛⲣⲱⲙⲉ
16 ଅଶ୍ୱାରୋହୀ ସୈନ୍ୟମାନଙ୍କ ସଂଖ୍ୟା କୋଡ଼ିଏ କୋଟି; ମୁଁ ସେମାନଙ୍କ ସଂଖ୍ୟା ଶୁଣିଲି।
ⲓ̅ⲋ̅ⲁⲩⲱ ⲧⲏⲡⲉ ⲛⲛⲉⲥⲧⲣⲁⲧⲉⲩⲙⲁ ⲛⲛⲉϩⲧⲱⲱⲣ ⲡⲉ ⲧⲃⲁ ⲛⲧⲃⲁ ⲛⲥⲉⲡⲥⲛⲁⲩ ⲁⲓⲥⲱⲧⲙ ⲉⲧⲉⲩⲏⲡⲉ
17 ଆଉ ମୁଁ ଦର୍ଶନରେ ଅଶ୍ୱ ଓ ସେମାନଙ୍କ ଆରୋହୀମାନଙ୍କୁ ଏହି ପ୍ରକାର ଦେଖିଲି, ସେମାନଙ୍କ ଊରସ୍ତ୍ରାଣ ଅଗ୍ନିବର୍ଣ୍ଣ, ନୀଳବର୍ଣ୍ଣ ଓ ଗନ୍ଧକବର୍ଣ୍ଣ; ଅଶ୍ୱମାନଙ୍କ ମସ୍ତକ ସିଂହମାନଙ୍କ ମସ୍ତକ ସଦୃଶ, ଆଉ ସେମାନଙ୍କ ମୁଖରୁ ଅଗ୍ନି, ଧୂମ ଓ ଗନ୍ଧକ ନିର୍ଗତ ହେଉଥିଲା।
ⲓ̅ⲍ̅ⲁⲩⲱ ⲧⲁⲓ ⲧⲁ ⲑⲉ ⲛⲧⲁⲓⲛⲁⲩ ⲉⲡⲉⲓⲛⲉ ⲛⲛⲉϩⲧⲱⲱⲣ ⲙⲛⲛⲉⲧⲁⲗⲉ ⲉⲣⲟⲟⲩ ⲉⲩⲛϩⲉⲛϩⲱⲕ ϩⲓⲱⲟⲩ ⲛⲁⲩⲁⲛ ⲛⲕⲱϩⲧ ϩⲓϩⲩⲁⲕⲓⲛⲑⲓⲛⲟⲛ ϩⲓⲑⲏⲛ ⲉⲣⲉⲛⲁⲡⲉⲩⲉ ⲛⲛⲉϩⲧⲱⲱⲣ ⲟ ⲛⲑⲉ ⲛⲛⲁⲡⲏⲩⲉ ⲛⲙⲙⲟⲩⲓ ⲉϥⲛⲏⲩ ⲉⲃⲟⲗ ϩⲛⲣⲱⲟⲩ ⲛϭⲓⲟⲩⲕⲱϩⲧ ⲙⲛⲟⲩⲕⲁⲡⲛⲟⲥ ⲙⲛⲟⲩⲑⲏⲛ
18 ସେମାନଙ୍କ ମୁଖରୁ ନିର୍ଗତ ଅଗ୍ନି, ଧୂମ ଓ ଗନ୍ଧକରୂପ ଏହି ତିନି କ୍ଲେଶ ଦ୍ୱାରା ମନୁଷ୍ୟମାନଙ୍କର ଏକ ତୃତୀୟାଂଶ ବଧ କରାଗଲେ।
ⲓ̅ⲏ̅ⲉⲃⲟⲗ ϩⲛⲧⲉⲓϣⲟⲙⲧⲉ ⲙⲡⲗⲩⲅⲏ ⲁⲩⲙⲟⲩ ⲛϭⲓⲡⲟⲩⲛϣⲟⲙⲛⲧ ⲛⲉⲛⲣⲱⲙⲉ ϩⲙⲡⲕⲱϩⲧ ⲙⲛⲡⲕⲁⲡⲛⲟⲥ ⲙⲛⲡⲉⲑⲏⲛ ⲛⲉⲧⲛⲏⲩ ⲉⲃⲟⲗ ϩⲛⲣⲱⲟⲩ
19 କାରଣ ଅଶ୍ୱମାନଙ୍କ ଶକ୍ତି ସେମାନଙ୍କ ମୁଖ ଓ ଲାଙ୍ଗୁଳରେ ଥିଲା, ଯେଣୁ ସେମାନଙ୍କ ଲାଙ୍ଗୁଳ ସର୍ପ ସଦୃଶ ଓ ମସ୍ତକବିଶିଷ୍ଟ; ତଦ୍ୱାରା ସେମାନେ କ୍ଷତି କରନ୍ତି।
ⲓ̅ⲑ̅ⲉⲣⲉⲧⲉⲝⲟⲩⲥⲓⲁ ⲅⲁⲣ ⲛⲛⲉϩⲧⲱⲱⲣ ϩⲛⲣⲱⲟⲩ ⲙⲛⲛⲉⲩⲥⲁⲧ ⲛⲉⲩⲥⲁⲧ ⲅⲁⲣ ⲉⲩⲟ ⲛⲑⲉ ⲛϩⲉⲛϩⲟϥ ⲉⲣⲉϩⲉⲛⲁⲡⲏⲩⲉ ⲙⲙⲟⲟⲩ ⲁⲩⲱ ϩⲣⲁⲓ ⲛϩⲏⲧⲟⲩ ⲉⲩϫⲓ ⲛϭⲟⲛⲥ
20 ଯେଉଁ ଅବଶିଷ୍ଟ ମନୁଷ୍ୟମାନେ ଏହି ସମସ୍ତ କ୍ଲେଶ ଦ୍ୱାରା ବଧ କରାଯାଇ ନ ଥିଲେ, ସେମାନେ ଆପଣା ଆପଣା ହସ୍ତକୃତ କର୍ମରୁ ମନ-ପରିବର୍ତ୍ତନ କଲେ ନାହିଁ, ଅର୍ଥାତ୍ ଭୂତମାନଙ୍କ ପୂଜା, ପୁଣି, ଦର୍ଶନ, ଶ୍ରବଣ ଓ ଗମନ କରିବାକୁ ଅସମର୍ଥ ସୁବର୍ଣ୍ଣ, ରୌପ୍ୟ, ପିତ୍ତଳ, ପ୍ରସ୍ତର ଓ କାଠରେ ତିଆରି ପ୍ରତିମାର ପୂଜା ପରିତ୍ୟାଗ କଲେ ନାହିଁ,
ⲕ̅ⲡⲕⲉⲥⲉⲡⲏ ⲇⲉ ⲛⲉⲛⲣⲱⲙⲉ ⲉⲧⲉⲙⲡⲟⲩⲙⲟⲩ ϩⲛⲛⲉⲡⲗⲩⲅⲏ ⲙⲡⲟⲩⲙⲉⲧⲁⲛⲟⲓ ⲟⲛ ⲉⲃⲟⲗ ϩⲛⲛⲉϩⲃⲏⲩⲉ ⲛⲛⲉⲩϭⲓϫ ⲉⲧⲙⲧⲣⲉⲩⲟⲩⲱϣⲧ ⲛⲉⲛⲇⲁⲓⲙⲟⲛⲓⲟⲛ ⲛ̅ⲛⲟⲩⲃ ⲙⲛⲛϩⲁⲧ ⲙⲛⲛϩⲟⲙⲛⲧ ⲙⲛⲛⲱⲛⲉ ⲛⲁⲓ ⲉⲧⲉⲙⲛϭⲟⲙ ⲙⲙⲟⲟⲩ ⲉⲛⲁⲩ ⲉⲃⲟⲗ ⲙⲛⲛϣⲉ ⲛⲁⲓ ⲉⲧⲉⲙⲛϭⲟⲙ ⲙⲙⲟⲟⲩ ⲉⲥⲱⲧⲙ ⲏ ⲉⲙⲟⲟϣⲉ
21 ଆଉ ସେମାନେ ଆପଣାମାନଙ୍କର ନରହତ୍ୟା, କୁହୁକ, ବ୍ୟଭିଚାର ଓ ଚୌର୍ଯ୍ୟକର୍ମରୁ ମନ-ପରିବର୍ତ୍ତନ କଲେ ନାହିଁ।
ⲕ̅ⲁ̅ⲟⲩⲇⲉ ⲙⲡⲟⲩⲙⲉ(ⲧⲁⲛⲟⲓ) ⲉⲃⲟⲗ ϩⲛⲛⲉⲩϩⲱⲧⲃ ⲙⲛⲛⲉⲩϩⲓⲕ ⲙⲛⲛⲉⲩⲡⲟⲣⲛⲓⲁ