< ପ୍ରକାଶିତ 9 >

1 ତତ୍ପରେ ପଞ୍ଚମ ଦୂତ ତୂରୀଧ୍ୱନୀ କରନ୍ତେ ମୁଁ ଆକାଶରୁ ଗୋଟିଏ ନକ୍ଷତ୍ର ପୃଥିବୀରେ ପତିତ ହେବାର ଦେଖିଲି; ତାହାକୁ ପାତାଳକୁଣ୍ଡର ଚାବି ଦିଆଗଲା। (Abyssos g12)
ତାର୍‌ହଃଚେ ହାଁଚ୍ ଲଃମ୍ବର୍‌ ଦୁତ୍‌ ମରି ସଃବ୍‌ଦ୍‌ କଃଲାଦାହ୍ରେ, ମୁଁୟ୍‌ ଅଃଗାସେ ହୁଣି ଗଟେକ୍‌ ତାରା ହୁର୍ତିବି ଉହ୍ରେ ଅଦୁର୍ତାର୍‌ ଦଃକ୍‌ଲେ; ତାକ୍‌ ହଃତାଳାର୍‌ କୁଚିକାଡା ଦିଆ ଜାୟ୍‌ରିଲି । (Abyssos g12)
2 ସେ ସେହି ପାତାଳକୁଣ୍ଡ ଫିଟାନ୍ତେ ସେଥିରୁ ବୃହତ୍ ଭାଟିର ଧୂମ ପରି ଧୂମ ଉଠିଲା, ଆଉ ସେହି ପାତାଳକୁଣ୍ଡର ଧୂମ ହେତୁ ସୂର୍ଯ୍ୟ ପୁଣି, ଆକାଶ ଅନ୍ଧକାରାଚ୍ଛନ୍ନ ହେଲା। (Abyssos g12)
ସେ ହଃତାଳ୍‌ ଉଗାଳ୍‌ଲା ଦାହ୍ରେ ସେତିହୁଣି ବଃଡ୍‌ ବଃଟିର୍‌ ଜୟ୍‌ଦୁଆଁ ହର୍‌ ଦୁଆଁ ଉଟ୍‌ଲି, ଆର୍‌ ସେ ହଃତାଳାର୍‌ ଦୁଆଁର୍‌ ଗିନେ ବେଳ୍‌ ଆରେକ୍‌ ଅଃଗାସ୍‌ ଅଃନ୍ଦାର୍‌ ଅୟ୍‌ଲି । (Abyssos g12)
3 ଧୂମ ମଧ୍ୟରୁ ପଙ୍ଗପାଳ ବାହାର ହୋଇ ପୃଥିବୀକୁ ଆସିଲେ, ସେମାନଙ୍କୁ ପୃଥିବୀର ବିଛାର ଶକ୍ତି ପରି ଶକ୍ତି ଦିଆଗଲା।
ଦୁଆଁ ବିତ୍ରେ ହୁଣି ଜିଟ୍‌କା ବାରାୟ୍‌ ହୁର୍ତି ତଃୟ୍‌ ଆୟ୍‌ଲାୟ୍‌, ସେମଃନ୍‌କେ ହୁର୍ତିବିର୍‌ ମିଚ କାକ୍‌ଳାର୍‌ ସଃକ୍ତି ହର୍‌ ସଃକ୍ତି ଦିଆଗଃଲି ।
4 ପୃଥିବୀର ଘାସ କି ସବୁଜ ରଙ୍ଗର ଶାକ କି କୌଣସି ବୃକ୍ଷର ଅନିଷ୍ଟ ନ କରି, ଯେଉଁମାନଙ୍କ କପାଳରେ ଈଶ୍ବରଙ୍କ ମୁଦ୍ରାଙ୍କ ନାହିଁ, କେବଳ ସେମାନଙ୍କ ଅନିଷ୍ଟ କରିବାକୁ ସେମାନଙ୍କୁ କୁହାଗଲା।
ହୁର୍ତିବିର୍‌ ରଃନ୍ କି କଃଚା ହଃତ୍ରିଆ ସାଗ୍ ଗଃଚ୍ କି କୁୟ୍‌ ଗଃଚାର୍‌ ନଃସ୍ଟ୍‌ ନଃକେରି, ଜୁୟ୍‌ ଲକ୍‌ମଃନାର୍‌ କାହାଳେ ଇସ୍ୱରାର୍‌ ଚିନ୍ ନାୟ୍‌, ଅଃବ୍‌କା ସେମଃନାର୍‌ ନଃସ୍ଟ୍‌ କଃରୁକେ ସେମଃନ୍‌କେ କଃଉଆ ଅୟ୍‌ଲି ।
5 ସେମାନଙ୍କୁ ବଧ ନ କରି ପାଞ୍ଚ ମାସ ପର୍ଯ୍ୟନ୍ତ ସେମାନଙ୍କର ଯନ୍ତ୍ରଣା ଘଟାଇବାକୁ ସେମାନଙ୍କୁ କ୍ଷମତା ଦିଆଗଲା; ବିଛା ମନୁଷ୍ୟକୁ ମାରିଲେ ଯେପରି ଯନ୍ତ୍ରଣା ହୁଏ, ଏହି ଯନ୍ତ୍ରଣା ସେହି ପ୍ରକାର।
ସେମଃନ୍‌କେ ମଃର୍ନେ ନଃମାରି କଃରି ହାଁଚ୍ ମାସ୍‌ ହଃତେକ୍‌ ସେମଃନ୍‌କେ ଦୁକ୍‌ କଃସ୍ଟ୍‌ ଗଃଟାଉଁକ୍‌ ସେମଃନ୍‌କେ ଅଃଦିକାର୍‌ ଦିଆ ଅୟ୍‌ଲି । ମିଚକାକ୍‌ଳା ନଃର୍‌ମଃନ୍‌ ଚାବ୍‌ଲେକ୍‌ ଜଃନ୍‌କାର୍‌ କଃସ୍ଟ୍‌ ଅୟ୍‌ଦ୍‌, ଇ କଃସ୍ଟ୍‌ ସେରଃକମ୍‌ ।
6 ସେହି ସମୟରେ ମନୁଷ୍ୟମାନେ ମୃତ୍ୟୁର ଅନ୍ୱେଷଣ କରିବେ, କିନ୍ତୁ କୌଣସି ପ୍ରକାରେ ପାଇବେ ନାହିଁ; ସେମାନେ ମରିବାକୁ ବାଞ୍ଛା କରିବେ, କିନ୍ତୁ ମୃତ୍ୟୁ ସେମାନଙ୍କଠାରୁ ପଳାୟନ କରିବ।
ସଃଡେବଃଳ୍‌ ନଃର୍‌ମଃନ୍ ମଃର୍ନ୍‌କେ ଲଳ୍‌ତି, ମଃତର୍‌ କଃନ୍‌କଃରି ହେଁ ତାକ୍‌ ହାଉଁ ନାହାର୍‌ତି; ସେମଃନ୍ ମଃରୁକ୍‌ ମଃନ୍ କଃର୍ତି, ମଃତର୍‌ ମଃର୍ନ୍‌ ସେମଃନାର୍‌ ତଃୟ୍‌ ହଃଳାୟ୍‌ଦ୍‌ ।
7 ପଙ୍ଗପାଳମାନଙ୍କର ଆକୃତି ଯୁଦ୍ଧ ନିମନ୍ତେ ସଜ୍ଜିତ ଅଶ୍ୱମାନଙ୍କ ସଦୃଶ, ସେମାନଙ୍କ ମସ୍ତକର ଆବରଣ ସୁବର୍ଣ୍ଣ ମୁକୁଟ ତୁଲ୍ୟ, ପୁଣି, ସେମାନଙ୍କ ମୁଖ ମନୁଷ୍ୟମାନଙ୍କ ମୁଖ ସଦୃଶ;
ଜିଟ୍‌କା ମଃନାର୍‌ ରୁହ୍‌ ଜୁଜାର୍‌ ଗିନେ ତିଆର୍‌ ଅୟ୍‌ଲା ଗଳାମଃନାର୍‌ ହର୍‌, ସେମଃନାର୍‌ ମୁଣ୍ଡାର୍‌ ଅଡ୍‌ଣି ସନାର୍‌ ମୁକୁଟ୍‌ ହର୍‌, ଆରେକ୍‌ ସେମଃନାର୍‌ ମୁଉଁ ନଃର୍‌ମଃନାର୍‌ ମୁଉଁ ହର୍‌;
8 ସ୍ତ୍ରୀଲୋକମାନଙ୍କ କେଶ ସଦୃଶ ସେମାନଙ୍କ କେଶ, ସିଂହଦନ୍ତ ତୁଲ୍ୟ ସେମାନଙ୍କ ଦନ୍ତ;
ମାୟ୍‌ଜିମଃନାର୍‌ ବାଳ୍‌ ହର୍‌ ସେମଃନାର୍‌ ବାଳ୍‌ ସିମାବାଗାର୍‌ ଦାତ୍‌ ହର୍‌ ସେମଃନାର୍‌ ଦାତ୍‌;
9 ଲୌହ ଊରସ୍ତ୍ରାଣ ପରି ସେମାନଙ୍କର ଊରସ୍ତ୍ରାଣ, ପୁଣି, ରଥ ଓ ରଣକ୍ଷେତ୍ରରେ ଦୌଡ଼ୁଥିବା ଅନେକ ଅଶ୍ୱଙ୍କ ଶବ୍ଦ ପରି ସେମାନଙ୍କ ପକ୍ଷର ଶବ୍ଦ।
ଲଃଉଆ ଉର୍‌ହାଟା ହର୍‌ ସେମଃନାର୍‌ ଉର୍‌ହାଟା, ଆରେକ୍‌ ରଃତ୍‌ ଆର୍‌ ଜୁଜ୍‌ ହଃଦାୟ୍‌ ଦଃବୁଳ୍‌ତା ଗାଦେକ୍‌ ଗଳାମଃନାର୍‌ ସଃବ୍‌ଦ୍‌ ହର୍‌ ସେମଃନାର୍‌ ହଃକିର୍‌ ସଃବ୍‌ଦ୍‌ ।
10 ବିଛାର ଲାଙ୍ଗୁଳ ଓ ନାହୁଡ଼ ପରି ସେମାନଙ୍କର ଲାଙ୍ଗୁଳ ଓ ନାହୁଡ଼; ପାଞ୍ଚ ମାସ ପର୍ଯ୍ୟନ୍ତ ମନୁଷ୍ୟମାନଙ୍କର କ୍ଷତି କରିବାକୁ ସେମାନଙ୍କ ଲାଙ୍ଗୁଳରେ ଶକ୍ତି ଥିଲା।
ମିଚ୍ କାକ୍‌ଳାର୍‌ ଲେଞ୍ଜ୍ ଆର୍‌ କାଳ୍‌ ହର୍‌ ସେମଃନାର୍‌ ଲେଞ୍ଜ୍ ଆର୍‌ କାଳ୍‌; ହାଁଚ୍ ମାସ୍‌ ହଃତେକ୍‌ ନଃର୍‌ମଃନାର୍‌ ନଃସ୍ଟ୍‌ କଃରୁକେ ସେମଃନାର୍‌ ଲେଞ୍ଜେ ସଃକ୍ତି ରିଲି ।
11 ପାତାଳକୁଣ୍ଡର ଦୂତ ସେମାନଙ୍କର ରାଜା, ତାହାଙ୍କର ନାମ ଏବ୍ରୀ ଭାଷାରେ ଆବଦ୍ଦୋନ୍ ଓ ଗ୍ରୀକ୍‍ ଭାଷାରେ ଅପଲ୍ଲିୟୋନ୍। (Abyssos g12)
ହଃତାଳାର୍‌ ଦୁତ୍‌ ସେମଃନାର୍‌ ରଃଜା, ତାର୍‌ ନାଉଁ ଏବ୍ରି ବାସାୟ୍‌ ଅବଦନ୍, ଆର୍‌ ଗ୍ରିକ୍‌ ବାସାୟ୍‌ ଆପଲିଅନ୍, ଜାର୍‌ ନାଉଆର୍‌ ଅଃର୍ତ୍‌ ନାସ୍‌କାରି । (Abyssos g12)
12 ପ୍ରଥମ ସନ୍ତାପ ଗତ ହେଲା, ଦେଖ, ଏହାପରେ ଆଉ ଦୁଇଟି ସନ୍ତାପ ଆସୁଅଛି।
ହଃର୍ତୁ ବଃଡେ ବିପ୍‌ତି ଗଃଲି, ଦଃକା, ଇତାର୍‌ହଃଚେ ଆରେକ୍‌ ଜଳେକ୍‌ ବିପ୍‌ତି ଆସୁଲି ।
13 ଷଷ୍ଠ ଦୂତ ତୂରୀଧ୍ୱନୀ କରନ୍ତେ ମୁଁ ଈଶ୍ବରଙ୍କ ସମ୍ମୁଖସ୍ଥ ସୁବର୍ଣ୍ଣ ବେଦିର ଶୃଙ୍ଗମାନଙ୍କ ଚାରି କୋଣଗୁଡ଼ିକ ମଧ୍ୟରୁ ଗୋଟିଏ ସ୍ୱର ଶୁଣିଲି,
ଚଅ ଲଃମରାର୍‌ ଦୁତ୍‌ ତୁରି ସଃବଦ୍‌ କଃଲା ଦାହ୍ରେ ମୁୟ୍‌ଁ ଇସ୍ୱରାର୍‌ ମୁୟେ ରିଲା ସନାର୍‌ ବେଦିର୍‌ ସିଙ୍ଗ୍‌ମଃନାର୍‌ ତଃୟ୍‌ ହୁଣି ଗଟେକ୍‌ ସଃବ୍‌ଦ୍‌ ସୁଣ୍‌ଲେ,
14 ତାହା ତୂରୀ ଧରିଥିବା ସେହି ଷଷ୍ଠ ଦୂତଙ୍କୁ କହିଲା, ଫରାତ୍ ମହାନଦୀରେ ବନ୍ଦୀ ଥିବା ଚାରି ଦୂତଙ୍କୁ ମୁକ୍ତ କରିଦିଅ।
ସେରି ତୁରି ଦଃରିରିଲା ଚଅ ଲଃମ୍ବର୍‌ ଦୁତ୍‌ କୟ୍‌ଲା, “ପରାତ୍‌ ବଃଡ୍‌ ଗାଡେ ବନ୍ଦି ଅୟ୍‌ରିଲା ଚାରିଗଟ୍‌ ଦୁତ୍‌କେ ଚାଡି ଦିଆସ୍‌ ।”
15 ସେଥିରେ ମନୁଷ୍ୟମାନଙ୍କର ଏକ ତୃତୀୟାଂଶକୁ ବଧ କରିବା ନିମନ୍ତେ ଏହି ଯେଉଁ ଚାରି ଦୂତ ସେହି ଦଣ୍ଡ, ଦିନ, ମାସ ଓ ବର୍ଷ ପାଇଁ ପ୍ରସ୍ତୁତ କରା ହୋଇଥିଲେ, ସେମାନେ ମୁକ୍ତ କରାଗଲେ।
ସେତାକ୍‌ ନଃର୍‌ମଃନାର୍‌ ୩ ବାଗାର୍‌ ବାଗେକ୍‌ ଲକ୍‌କେ ମାରୁକ୍‌ ଇ ଜୁୟ୍‌ ଚାରିଗଟ୍‌ ଦୁତ୍‌ ସେ ବେଳା, ବିନ୍, ମାସ୍‌ ଆର୍‌ ବଃର୍ସ୍‌ ଗିନେ ତିଆର୍‌ ଅୟ୍‌ରିଲାୟ୍‌, ସେମଃନ୍ ଚାଡା ଅୟ୍‌ଲାୟ୍‌ ।
16 ଅଶ୍ୱାରୋହୀ ସୈନ୍ୟମାନଙ୍କ ସଂଖ୍ୟା କୋଡ଼ିଏ କୋଟି; ମୁଁ ସେମାନଙ୍କ ସଂଖ୍ୟା ଶୁଣିଲି।
ଗଳାୟ୍‌ ଚଃଗ୍‌ଲା ସଃୟ୍‌ନ୍‌ମଃନ୍ ୨୦୦ ଲାକ୍‌ ରିଲାୟ୍‌; ମୁଁୟ୍‌ ସେମଃନାର୍‌ ଲଃମ୍ବର୍‌ ସୁଣ୍‌ଲେ ।
17 ଆଉ ମୁଁ ଦର୍ଶନରେ ଅଶ୍ୱ ଓ ସେମାନଙ୍କ ଆରୋହୀମାନଙ୍କୁ ଏହି ପ୍ରକାର ଦେଖିଲି, ସେମାନଙ୍କ ଊରସ୍ତ୍ରାଣ ଅଗ୍ନିବର୍ଣ୍ଣ, ନୀଳବର୍ଣ୍ଣ ଓ ଗନ୍ଧକବର୍ଣ୍ଣ; ଅଶ୍ୱମାନଙ୍କ ମସ୍ତକ ସିଂହମାନଙ୍କ ମସ୍ତକ ସଦୃଶ, ଆଉ ସେମାନଙ୍କ ମୁଖରୁ ଅଗ୍ନି, ଧୂମ ଓ ଗନ୍ଧକ ନିର୍ଗତ ହେଉଥିଲା।
ଆର୍‌ ମୁଁୟ୍‌ ଚଃହ୍ନେ ଗଃଳା ଆର୍‌ ସେମଃନ୍‌କେ ଚାଲାଉତା ଲକ୍‌କେ ଇବାନ୍ୟା ଦଃକ୍‌ଲେ, ସେମଃନାର୍‌ ବୁକ୍‌ହାଟା ଜୟ୍‌ ରଃଙ୍ଗ୍, ନିଳିଆ ରଃଙ୍ଗ୍ ଆର୍‌ ଅଃଳ୍‌ସିଆ ରଃଙ୍ଗ୍; ଗଳାମଃନାର୍‌ ମୁଣ୍ଡ୍ ସିମାବାଗ୍‌ମଃନାର୍‌ ମୁଣ୍ଡ୍ ହର୍‌, ଆର୍‌ ସେମଃନାର୍‌ ଟଣ୍ଡେ ହୁଣି ଜୟ୍‌, ଦୁଆଁ ଆର୍‌ ଗଃନ୍ଦ୍‌ ବାରାଉତି ରିଲି ।
18 ସେମାନଙ୍କ ମୁଖରୁ ନିର୍ଗତ ଅଗ୍ନି, ଧୂମ ଓ ଗନ୍ଧକରୂପ ଏହି ତିନି କ୍ଲେଶ ଦ୍ୱାରା ମନୁଷ୍ୟମାନଙ୍କର ଏକ ତୃତୀୟାଂଶ ବଧ କରାଗଲେ।
ସେମଃନାର୍‌ ଟଣ୍ଡେ ହୁଣି ବାରାଉତା ଜୟ୍‌, ଦୁଆଁ ଆର୍‌ ଗଃନ୍ଦକ୍‌ ହର୍‌ ଇ ତିନିଗଟ୍‌ ବିବ୍‌ତି ତଃୟ୍‌ ନଃର୍‌ମଃନାର୍‌ ୩ ବାଗାର୍‌ ବାଗେକ୍‌ ମାରା ଗଃଳାୟ୍‌ ।
19 କାରଣ ଅଶ୍ୱମାନଙ୍କ ଶକ୍ତି ସେମାନଙ୍କ ମୁଖ ଓ ଲାଙ୍ଗୁଳରେ ଥିଲା, ଯେଣୁ ସେମାନଙ୍କ ଲାଙ୍ଗୁଳ ସର୍ପ ସଦୃଶ ଓ ମସ୍ତକବିଶିଷ୍ଟ; ତଦ୍ୱାରା ସେମାନେ କ୍ଷତି କରନ୍ତି।
କାୟ୍‌ତାକ୍‌ବଃଲେକ୍‌ ଗଳାମଃନାର୍‌ ସଃକ୍ତି ସେମଃନାର୍‌ ଟଣ୍ଡେ ଆର୍‌ ଲେଞ୍ଜେ ରିଲି, ଜୁୟ୍‌ତାର୍‌ ଗିନେ ସେମଃନାର୍‌ ଲେଞ୍ଜ୍ ସାହ୍‌ ହର୍‌ ଆର୍‌ ମୁଣ୍ଡ୍ ରିଲାର୍‌; ସେତାର୍‌ ସଃଙ୍ଗ୍ ସେମଃନ୍ ନଃସ୍ଟ୍‌ କଃର୍ତି ।
20 ଯେଉଁ ଅବଶିଷ୍ଟ ମନୁଷ୍ୟମାନେ ଏହି ସମସ୍ତ କ୍ଲେଶ ଦ୍ୱାରା ବଧ କରାଯାଇ ନ ଥିଲେ, ସେମାନେ ଆପଣା ଆପଣା ହସ୍ତକୃତ କର୍ମରୁ ମନ-ପରିବର୍ତ୍ତନ କଲେ ନାହିଁ, ଅର୍ଥାତ୍‍ ଭୂତମାନଙ୍କ ପୂଜା, ପୁଣି, ଦର୍ଶନ, ଶ୍ରବଣ ଓ ଗମନ କରିବାକୁ ଅସମର୍ଥ ସୁବର୍ଣ୍ଣ, ରୌପ୍ୟ, ପିତ୍ତଳ, ପ୍ରସ୍ତର ଓ କାଠରେ ତିଆରି ପ୍ରତିମାର ପୂଜା ପରିତ୍ୟାଗ କଲେ ନାହିଁ,
ଜୁୟ୍‌ ବାକିରିଲା ନଃର୍‌ମଃନ୍ ଇ ସଃବୁ କଃସ୍ଟ୍‌ ତଃୟ୍‌ ମାରା ଅୟ୍‌ନଃରିଲାୟ୍‌, ସେମଃନ୍ ଅଃହ୍‌ଣା ଅଃହ୍‌ଣାର୍‌ ଆତେ କଃଲା କାମେ ହୁଣି ମଃନ୍‌ ନଃବାଦ୍‌ଲାୟ୍‌ଲାୟ୍‌, ବଃଲେକ୍‌ ଡୁମାମଃନାର୍‌ ହୁଜା, ଆରେକ୍‌ ଦଃକୁକ୍‌, ସୁଣୁକ୍‌ ଆର୍‌ ଇଣ୍ଡୁକ୍‌ ନଃହାର୍ତା ସନା, ରୁହା, ହିତୁଳ୍‌, ଟେଳା ଆର୍‌ ଗଃଚେ ତିଆର୍‌ ଅୟ୍‌ଲା ମୁର୍ତିର୍‌ ସେବା ନଃଚାଡ୍‌ଲାୟ୍‌ ।
21 ଆଉ ସେମାନେ ଆପଣାମାନଙ୍କର ନରହତ୍ୟା, କୁହୁକ, ବ୍ୟଭିଚାର ଓ ଚୌର୍ଯ୍ୟକର୍ମରୁ ମନ-ପରିବର୍ତ୍ତନ କଲେ ନାହିଁ।
ଆର୍‌ ସେମଃନ୍ ଅଃହ୍‌ଣାମଃନାର୍‌ ନଃର୍‌ ଅଃତ୍ୟା, ମନ୍ତର୍‌, ଦାରିକାମ୍‌ ଆର୍‌ ଚର୍‌ କାମେ ହୁଣି ମଃନ୍ ନଃବାଦ୍‌ଲାୟ୍‌ଲାୟ୍‌ ।

< ପ୍ରକାଶିତ 9 >