< ପ୍ରକାଶିତ 7 >
1 ତାହାପରେ ମୁଁ ଦେଖିଲି, ପୃଥିବୀ କି ସମୁଦ୍ର କି କୌଣସି ଗଛ ଉପରେ ଯେପରି ବାୟୁ ନ ବହେ, ଏଥିନିମନ୍ତେ ପୃଥିବୀର ଚାରି କୋଣରେ ଚାରି ଜଣ ଦୂତ ଠିଆ ହୋଇ ପୃଥିବୀର ଚାରି ବାୟୁକୁ ଅଟକାଇ ଧରିଅଛନ୍ତି।
ଅନନ୍ତରଂ ଚତ୍ୱାରୋ ଦିୱ୍ୟଦୂତା ମଯା ଦୃଷ୍ଟାଃ, ତେ ପୃଥିୱ୍ୟାଶ୍ଚତୁର୍ଷୁ କୋଣେଷୁ ତିଷ୍ଠନତଃ ପୃଥିୱ୍ୟାଂ ସମୁଦ୍ରେ ୱୃକ୍ଷେଷୁ ଚ ୱାଯୁ ର୍ୟଥା ନ ୱହେତ୍ ତଥା ପୃଥିୱ୍ୟାଶ୍ଚତୁରୋ ୱାଯୂନ୍ ଧାରଯନ୍ତି|
2 ପୁଣି, ମୁଁ ଆଉ ଜଣେ ଦୂତଙ୍କୁ ପୂର୍ବଦିଗରୁ ଉଠି ଆସିବାର ଦେଖିଲି; ତାହାଙ୍କ ହସ୍ତରେ ଜୀବିତ ଈଶ୍ବରଙ୍କର ମୁଦ୍ରା ଥିଲା। ପୃଥିବୀ ଓ ସମୁଦ୍ରର କ୍ଷତି କରିବା ନିମନ୍ତେ କ୍ଷମତା ପାଇଥିବା ସେହି ଚାରି ଦୂତଙ୍କୁ ସେ ଉଚ୍ଚସ୍ୱରରେ ଡାକି କହିଲେ,
ଅନନ୍ତରଂ ସୂର୍ୟ୍ୟୋଦଯସ୍ଥାନାଦ୍ ଉଦ୍ୟନ୍ ଅପର ଏକୋ ଦୂତୋ ମଯା ଦୃଷ୍ଟଃ ସୋଽମରେଶ୍ୱରସ୍ୟ ମୁଦ୍ରାଂ ଧାରଯତି, ଯେଷୁ ଚର୍ତୁଷୁ ଦୂତେଷୁ ପୃଥିୱୀସମୁଦ୍ରଯୋ ର୍ହିଂସନସ୍ୟ ଭାରୋ ଦତ୍ତସ୍ତାନ୍ ସ ଉଚ୍ଚୈରିଦଂ ଅୱଦତ୍|
3 ଆମ୍ଭେମାନେ ଆପଣାମାନଙ୍କ ଈଶ୍ବରଙ୍କର ଦାସମାନଙ୍କ କପାଳରେ ମୁଦ୍ରାଙ୍କନ ଦେବା ପର୍ଯ୍ୟନ୍ତ ତୁମ୍ଭେମାନେ ପୃଥିବୀ କିଅବା ସମୁଦ୍ର କିଅବା ଗଛଗୁଡ଼ିକର କ୍ଷତି କର ନାହିଁ।
ଈଶ୍ୱରସ୍ୟ ଦାସା ଯାୱଦ୍ ଅସ୍ମାଭି ର୍ଭାଲେଷୁ ମୁଦ୍ରଯାଙ୍କିତା ନ ଭୱିଷ୍ୟନ୍ତି ତାୱତ୍ ପୃଥିୱୀ ସମୁଦ୍ରୋ ତରୱଶ୍ଚ ଯୁଷ୍ମାଭି ର୍ନ ହିଂସ୍ୟନ୍ତାଂ|
4 ତାହା ପରେ ମୁଦ୍ରାଙ୍କିତ ଲୋକମାନଙ୍କର ସଂଖ୍ୟା ମୁଁ ଶୁଣିଲି, ଇସ୍ରାଏଲ ସନ୍ତାନମାନଙ୍କ ସମସ୍ତ ବଂଶ ମଧ୍ୟରୁ ଏକ ଲକ୍ଷ ଚଉରାଳିଶ ହଜାର ଲୋକ ମୁଦ୍ରାଙ୍କିତ ହେଲେ,
ତତଃ ପରଂ ମୁଦ୍ରାଙ୍କିତଲୋକାନାଂ ସଂଖ୍ୟା ମଯାଶ୍ରାୱି| ଇସ୍ରାଯେଲଃ ସର୍ୱ୍ୱୱଂଶାଯାଶ୍ଚତୁଶ୍ଚତ୍ୱାରିଂଶତ୍ସହସ୍ରାଧିକଲକ୍ଷଲୋକା ମୁଦ୍ରଯାଙ୍କିତା ଅଭୱନ୍,
5 ଯିହୂଦା ବଂଶରୁ ବାର ହଜାର, ରୂବେନ ବଂଶରୁ ବାର ହଜାର, ଗାଦ ବଂଶରୁ ବାର ହଜାର,
ଅର୍ଥତୋ ଯିହୂଦାୱଂଶେ ଦ୍ୱାଦଶସହସ୍ରାଣି ରୂବେଣୱଂଶେ ଦ୍ୱାଦଶସହସ୍ରାଣି ଗାଦୱଂଶେ ଦ୍ୱାଦଶସହସ୍ରାଣି,
6 ଆଶେର ବଂଶରୁ ବାର ହଜାର, ନପ୍ତାଲି ବଂଶରୁ ବାର ହଜାର, ମନଃଶି ବଂଶରୁ ବାର ହଜାର,
ଆଶେରୱଂଶେ ଦ୍ୱାଦଶସହସ୍ରାଣି ନପ୍ତାଲିୱଂଶେ ଦ୍ୱାଦଶସହସ୍ରାଣି ମିନଶିୱଂଶେ ଦ୍ୱାଦଶସହସ୍ରାଣି,
7 ଶିମିୟୋନ ବଂଶରୁ ବାର ହଜାର, ଲେବୀ ବଂଶରୁ ବାର ହଜାର, ଇସାଖାର ବଂଶରୁ ବାର ହଜାର,
ଶିମିଯୋନୱଂଶେ ଦ୍ୱାଦଶସହସ୍ରାଣି ଲେୱିୱଂଶେ ଦ୍ୱାଦଶସହସ୍ରାଣି ଇଷାଖରୱଂଶେ ଦ୍ୱାଦଶସହସ୍ରାଣି,
8 ସବୂଲୂନ ବଂଶରୁ ବାର ହଜାର, ଯୋଷେଫ ବଂଶରୁ ବାର ହଜାର, ବିନ୍ୟାମୀନ୍ ବଂଶରୁ ବାର ହଜାର।
ସିବୂଲୂନୱଂଶେ ଦ୍ୱାଦଶସହସ୍ରାଣି ଯୂଷଫୱଂଶେ ଦ୍ୱାଦଶସହସ୍ରାଣି ବିନ୍ୟାମୀନୱଂଶେ ଚ ଦ୍ୱାଦଶସହସ୍ରାଣି ଲୋକା ମୁଦ୍ରାଙ୍କିତାଃ|
9 ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସର୍ବଜାତୀୟ, ସର୍ବଗୋଷ୍ଠୀୟ, ସର୍ବବଂଶୀୟ ଓ ସର୍ବଭାଷାବାଦୀ ଅଗଣ୍ୟ ଏକ ମହାଜନତା ଶୁକ୍ଳ ବସ୍ତ୍ର ପରିହିତ ହୋଇ ଓ ଖଜୁରୀ ଡାଳଗୁଡ଼ିକ ହସ୍ତରେ ଧରି ସିଂହାସନ ଓ ମେଷଶାବକଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଅଛନ୍ତି;
ତତଃ ପରଂ ସର୍ୱ୍ୱଜାତୀଯାନାଂ ସର୍ୱ୍ୱୱଂଶୀଯାନାଂ ସର୍ୱ୍ୱଦେଶୀଯାନାଂ ସର୍ୱ୍ୱଭାଷାୱାଦିନାଞ୍ଚ ମହାଲୋକାରଣ୍ୟଂ ମଯା ଦୃଷ୍ଟଂ, ତାନ୍ ଗଣଯିତୁଂ କେନାପି ନ ଶକ୍ୟଂ, ତେ ଚ ଶୁଭ୍ରପରିଚ୍ଛଦପରିହିତାଃ ସନ୍ତଃ କରୈଶ୍ଚ ତାଲୱୃନ୍ତାନି ୱହନ୍ତଃ ସିଂହାସନସ୍ୟ ମେଷଶାୱକସ୍ୟ ଚାନ୍ତିକେ ତିଷ୍ଠନ୍ତି,
10 ସେମାନେ ଉଚ୍ଚସ୍ୱରରେ କହୁଅଛନ୍ତି, “ପରିତ୍ରାଣ, ସିଂହାସନ ଉପବିଷ୍ଟ ଆମ୍ଭମାନଙ୍କ ଈଶ୍ବରଙ୍କର, ଓ ମେଷଶାବକଙ୍କର କାର୍ଯ୍ୟ।”
ଉଚ୍ଚୈଃସ୍ୱରୈରିଦଂ କଥଯନ୍ତି ଚ, ସିଂହାସନୋପୱିଷ୍ଟସ୍ୟ ପରମେଶସ୍ୟ ନଃ ସ୍ତୱଃ| ସ୍ତୱଶ୍ଚ ମେଷୱତ୍ସସ୍ୟ ସମ୍ଭୂଯାତ୍ ତ୍ରାଣକାରଣାତ୍|
11 ପୁଣି, ସମସ୍ତ ଦୂତ ସିଂହାସନ, ପ୍ରାଚୀନବର୍ଗ ଓ ଚାରି ପ୍ରାଣୀଙ୍କ ଚତୁର୍ଦ୍ଦିଗରେ ଉଭା ହୋଇଅଛନ୍ତି ଆଉ ସିଂହାସନ ସମ୍ମୁଖରେ ଉବୁଡ଼ ହୋଇପଡ଼ି ଈଶ୍ବରଙ୍କୁ ପ୍ରଣାମ କରି କହୁଅଛନ୍ତି,
ତତଃ ସର୍ୱ୍ୱେ ଦୂତାଃ ସିଂହାସନସ୍ୟ ପ୍ରାଚୀନୱର୍ଗସ୍ୟ ପ୍ରାଣିଚତୁଷ୍ଟଯସ୍ୟ ଚ ପରିତସ୍ତିଷ୍ଠନ୍ତଃ ସିଂହାସନସ୍ୟାନ୍ତିକେ ନ୍ୟୂବ୍ଜୀଭୂଯେଶ୍ୱରଂ ପ୍ରଣମ୍ୟ ୱଦନ୍ତି,
12 “ଆମେନ୍; ପ୍ରଶଂସା, ଗୌରବ, ଜ୍ଞାନ, ଧନ୍ୟବାଦ, ସମ୍ଭ୍ରମ, ପରାକ୍ରମ ଓ ଶକ୍ତି ଯୁଗେ ଯୁଗେ ଆମ୍ଭମାନଙ୍କ ଈଶ୍ବରଙ୍କର, ଆମେନ୍।” (aiōn )
ତଥାସ୍ତୁ ଧନ୍ୟୱାଦଶ୍ଚ ତେଜୋ ଜ୍ଞାନଂ ପ୍ରଶଂସନଂ| ଶୌର୍ୟ୍ୟଂ ପରାକ୍ରମଶ୍ଚାପି ଶକ୍ତିଶ୍ଚ ସର୍ୱ୍ୱମେୱ ତତ୍| ୱର୍ତ୍ତତାମୀଶ୍ୱରେଽସ୍ମାକଂ ନିତ୍ୟଂ ନିତ୍ୟଂ ତଥାସ୍ତ୍ୱିତି| (aiōn )
13 ପୁଣି, ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ମୋତେ ପଚାରିଲେ, ଧଳା ବସ୍ତ୍ର ପରିହିତ ଏହି ଲୋକମାନେ କିଏ ଓ ସେମାନେ କେଉଁଠାରୁ ଆସିଅଛନ୍ତି?
ତତଃ ପରଂ ତେଷାଂ ପ୍ରାଚୀନାନାମ୍ ଏକୋ ଜନୋ ମାଂ ସମ୍ଭାଷ୍ୟ ଜଗାଦ ଶୁଭ୍ରପରିଚ୍ଛଦପରିହିତା ଇମେ କେ? କୁତୋ ୱାଗତାଃ?
14 ମୁଁ ତାହାଙ୍କୁ କହିଲି, ହେ ମୋହର ପ୍ରଭୁ, ଆପଣ ହିଁ ତାହା ଜାଣନ୍ତି। ସେଥିରେ ସେ ମୋତେ କହିଲେ, ଏମାନେ ମହାକ୍ଲେଶରୁ ବାହାରି ଆସିଅଛନ୍ତି ଓ ମେଷଶାବକଙ୍କ ବଳୀକୃତ ରକ୍ତରେ ଆପଣା ଆପଣା ବସ୍ତ୍ର ଧୋଇ ଶୁକ୍ଳବର୍ଣ୍ଣ କରିଅଛନ୍ତି।
ତତୋ ମଯୋକ୍ତଂ ହେ ମହେଚ୍ଛ ଭୱାନେୱ ତତ୍ ଜାନାତି| ତେନ କଥିତଂ, ଇମେ ମହାକ୍ଲେଶମଧ୍ୟାଦ୍ ଆଗତ୍ୟ ମେଷଶାୱକସ୍ୟ ରୁଧିରେଣ ସ୍ୱୀଯପରିଚ୍ଛଦାନ୍ ପ୍ରକ୍ଷାଲିତୱନ୍ତଃ ଶୁକ୍ଲୀକୃତୱନ୍ତଶ୍ଚ|
15 ସେଥିପାଇଁ, “ସେମାନେ ଈଶ୍ବରଙ୍କ ସିଂହାସନ ସମ୍ମୁଖରେ ଥାଇ, ଦିବାରାତ୍ର ତାହାଙ୍କ ମନ୍ଦିରରେ ତାହାଙ୍କର ଉପାସନା କରନ୍ତି,” “ପୁଣି, ସିଂହାସନ ଉପବିଷ୍ଟ ବ୍ୟକ୍ତି ସେମାନଙ୍କର ଆଶ୍ରୟ-ସ୍ୱରୂପ ହେବେ।
ତତ୍କାରଣାତ୍ ତ ଈଶ୍ୱରସ୍ୟ ସିଂହାସନସ୍ୟାନ୍ତିକେ ତିଷ୍ଠନ୍ତୋ ଦିୱାରାତ୍ରଂ ତସ୍ୟ ମନ୍ଦିରେ ତଂ ସେୱନ୍ତେ ସିଂହାସନୋପୱିଷ୍ଟୋ ଜନଶ୍ଚ ତାନ୍ ଅଧିସ୍ଥାସ୍ୟତି|
16 ସେମାନଙ୍କର ଆଉ କେବେ ହେଁ କ୍ଷୁଧା କି ତୃଷା ହେବ ନାହିଁ,” “ପୁଣି, ସୂର୍ଯ୍ୟ କିଅବା କୌଣସି ଉତ୍ତାପ ସେମାନଙ୍କୁ ଆଘାତ କରିବ ନାହିଁ,
ତେଷାଂ କ୍ଷୁଧା ପିପାସା ୱା ପୁନ ର୍ନ ଭୱିଷ୍ୟତି ରୌଦ୍ରଂ କୋପ୍ୟୁତ୍ତାପୋ ୱା ତେଷୁ ନ ନିପତିଷ୍ୟତି,
17 କାରଣ ସିଂହାସନ ମଧ୍ୟସ୍ଥିତ ମେଷଶାବକ ସେମାନଙ୍କର ପ୍ରତିପାଳକ ହେବେ ଓ ଜୀବନଦାୟକ ନିର୍ଝର ନିକଟରେ ସେମାନଙ୍କୁ କଢ଼ାଇ ନେବେ,” “ପୁଣି, ଈଶ୍ବର ସେମାନଙ୍କ ଚକ୍ଷୁରୁ ସମସ୍ତ ଲୋତକ ପୋଛିଦେବେ।”
ଯତଃ ସିଂହାସନାଧିଷ୍ଠାନକାରୀ ମେଷଶାୱକସ୍ତାନ୍ ଚାରଯିଷ୍ୟତି, ଅମୃତତୋଯାନାଂ ପ୍ରସ୍ରୱଣାନାଂ ସନ୍ନିଧିଂ ତାନ୍ ଗମଯିଷ୍ୟତି ଚ, ଈଶ୍ୱରୋଽପି ତେଷାଂ ନଯନଭ୍ୟଃ ସର୍ୱ୍ୱମଶ୍ରୁ ପ୍ରମାର୍କ୍ଷ୍ୟତି|