< ପ୍ରକାଶିତ 7 >

1 ତାହାପରେ ମୁଁ ଦେଖିଲି, ପୃଥିବୀ କି ସମୁଦ୍ର କି କୌଣସି ଗଛ ଉପରେ ଯେପରି ବାୟୁ ନ ବହେ, ଏଥିନିମନ୍ତେ ପୃଥିବୀର ଚାରି କୋଣରେ ଚାରି ଜଣ ଦୂତ ଠିଆ ହୋଇ ପୃଥିବୀର ଚାରି ବାୟୁକୁ ଅଟକାଇ ଧରିଅଛନ୍ତି।
അനന്തരം ചത്വാരോ ദിവ്യദൂതാ മയാ ദൃഷ്ടാഃ, തേ പൃഥിവ്യാശ്ചതുർഷു കോണേഷു തിഷ്ഠനതഃ പൃഥിവ്യാം സമുദ്രേ വൃക്ഷേഷു ച വായു ര്യഥാ ന വഹേത് തഥാ പൃഥിവ്യാശ്ചതുരോ വായൂൻ ധാരയന്തി|
2 ପୁଣି, ମୁଁ ଆଉ ଜଣେ ଦୂତଙ୍କୁ ପୂର୍ବଦିଗରୁ ଉଠି ଆସିବାର ଦେଖିଲି; ତାହାଙ୍କ ହସ୍ତରେ ଜୀବିତ ଈଶ୍ବରଙ୍କର ମୁଦ୍ରା ଥିଲା। ପୃଥିବୀ ଓ ସମୁଦ୍ରର କ୍ଷତି କରିବା ନିମନ୍ତେ କ୍ଷମତା ପାଇଥିବା ସେହି ଚାରି ଦୂତଙ୍କୁ ସେ ଉଚ୍ଚସ୍ୱରରେ ଡାକି କହିଲେ,
അനന്തരം സൂര്യ്യോദയസ്ഥാനാദ് ഉദ്യൻ അപര ഏകോ ദൂതോ മയാ ദൃഷ്ടഃ സോഽമരേശ്വരസ്യ മുദ്രാം ധാരയതി, യേഷു ചർതുഷു ദൂതേഷു പൃഥിവീസമുദ്രയോ ർഹിംസനസ്യ ഭാരോ ദത്തസ്താൻ സ ഉച്ചൈരിദം അവദത്|
3 ଆମ୍ଭେମାନେ ଆପଣାମାନଙ୍କ ଈଶ୍ବରଙ୍କର ଦାସମାନଙ୍କ କପାଳରେ ମୁଦ୍ରାଙ୍କନ ଦେବା ପର୍ଯ୍ୟନ୍ତ ତୁମ୍ଭେମାନେ ପୃଥିବୀ କିଅବା ସମୁଦ୍ର କିଅବା ଗଛଗୁଡ଼ିକର କ୍ଷତି କର ନାହିଁ।
ഈശ്വരസ്യ ദാസാ യാവദ് അസ്മാഭി ർഭാലേഷു മുദ്രയാങ്കിതാ ന ഭവിഷ്യന്തി താവത് പൃഥിവീ സമുദ്രോ തരവശ്ച യുഷ്മാഭി ർന ഹിംസ്യന്താം|
4 ତାହା ପରେ ମୁଦ୍ରାଙ୍କିତ ଲୋକମାନଙ୍କର ସଂଖ୍ୟା ମୁଁ ଶୁଣିଲି, ଇସ୍ରାଏଲ ସନ୍ତାନମାନଙ୍କ ସମସ୍ତ ବଂଶ ମଧ୍ୟରୁ ଏକ ଲକ୍ଷ ଚଉରାଳିଶ ହଜାର ଲୋକ ମୁଦ୍ରାଙ୍କିତ ହେଲେ,
തതഃ പരം മുദ്രാങ്കിതലോകാനാം സംഖ്യാ മയാശ്രാവി| ഇസ്രായേലഃ സർവ്വവംശായാശ്ചതുശ്ചത്വാരിംശത്സഹസ്രാധികലക്ഷലോകാ മുദ്രയാങ്കിതാ അഭവൻ,
5 ଯିହୂଦା ବଂଶରୁ ବାର ହଜାର, ରୂବେନ ବଂଶରୁ ବାର ହଜାର, ଗାଦ ବଂଶରୁ ବାର ହଜାର,
അർഥതോ യിഹൂദാവംശേ ദ്വാദശസഹസ്രാണി രൂബേണവംശേ ദ്വാദശസഹസ്രാണി ഗാദവംശേ ദ്വാദശസഹസ്രാണി,
6 ଆଶେର ବଂଶରୁ ବାର ହଜାର, ନପ୍ତାଲି ବଂଶରୁ ବାର ହଜାର, ମନଃଶି ବଂଶରୁ ବାର ହଜାର,
ആശേരവംശേ ദ്വാദശസഹസ്രാണി നപ്താലിവംശേ ദ്വാദശസഹസ്രാണി മിനശിവംശേ ദ്വാദശസഹസ്രാണി,
7 ଶିମିୟୋନ ବଂଶରୁ ବାର ହଜାର, ଲେବୀ ବଂଶରୁ ବାର ହଜାର, ଇସାଖାର ବଂଶରୁ ବାର ହଜାର,
ശിമിയോനവംശേ ദ്വാദശസഹസ്രാണി ലേവിവംശേ ദ്വാദശസഹസ്രാണി ഇഷാഖരവംശേ ദ്വാദശസഹസ്രാണി,
8 ସବୂଲୂନ ବଂଶରୁ ବାର ହଜାର, ଯୋଷେଫ ବଂଶରୁ ବାର ହଜାର, ବିନ୍ୟାମୀନ୍ ବଂଶରୁ ବାର ହଜାର।
സിബൂലൂനവംശേ ദ്വാദശസഹസ്രാണി യൂഷഫവംശേ ദ്വാദശസഹസ്രാണി ബിന്യാമീനവംശേ ച ദ്വാദശസഹസ്രാണി ലോകാ മുദ്രാങ്കിതാഃ|
9 ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସର୍ବଜାତୀୟ, ସର୍ବଗୋଷ୍ଠୀୟ, ସର୍ବବଂଶୀୟ ଓ ସର୍ବଭାଷାବାଦୀ ଅଗଣ୍ୟ ଏକ ମହାଜନତା ଶୁକ୍ଳ ବସ୍ତ୍ର ପରିହିତ ହୋଇ ଓ ଖଜୁରୀ ଡାଳଗୁଡ଼ିକ ହସ୍ତରେ ଧରି ସିଂହାସନ ଓ ମେଷଶାବକଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଅଛନ୍ତି;
തതഃ പരം സർവ്വജാതീയാനാം സർവ്വവംശീയാനാം സർവ്വദേശീയാനാം സർവ്വഭാഷാവാദിനാഞ്ച മഹാലോകാരണ്യം മയാ ദൃഷ്ടം, താൻ ഗണയിതും കേനാപി ന ശക്യം, തേ ച ശുഭ്രപരിച്ഛദപരിഹിതാഃ സന്തഃ കരൈശ്ച താലവൃന്താനി വഹന്തഃ സിംഹാസനസ്യ മേഷശാവകസ്യ ചാന്തികേ തിഷ്ഠന്തി,
10 ସେମାନେ ଉଚ୍ଚସ୍ୱରରେ କହୁଅଛନ୍ତି, “ପରିତ୍ରାଣ, ସିଂହାସନ ଉପବିଷ୍ଟ ଆମ୍ଭମାନଙ୍କ ଈଶ୍ବରଙ୍କର, ଓ ମେଷଶାବକଙ୍କର କାର୍ଯ୍ୟ।”
ഉച്ചൈഃസ്വരൈരിദം കഥയന്തി ച, സിംഹാസനോപവിഷ്ടസ്യ പരമേശസ്യ നഃ സ്തവഃ| സ്തവശ്ച മേഷവത്സസ്യ സമ്ഭൂയാത് ത്രാണകാരണാത്|
11 ପୁଣି, ସମସ୍ତ ଦୂତ ସିଂହାସନ, ପ୍ରାଚୀନବର୍ଗ ଓ ଚାରି ପ୍ରାଣୀଙ୍କ ଚତୁର୍ଦ୍ଦିଗରେ ଉଭା ହୋଇଅଛନ୍ତି ଆଉ ସିଂହାସନ ସମ୍ମୁଖରେ ଉବୁଡ଼ ହୋଇପଡ଼ି ଈଶ୍ବରଙ୍କୁ ପ୍ରଣାମ କରି କହୁଅଛନ୍ତି,
തതഃ സർവ്വേ ദൂതാഃ സിംഹാസനസ്യ പ്രാചീനവർഗസ്യ പ്രാണിചതുഷ്ടയസ്യ ച പരിതസ്തിഷ്ഠന്തഃ സിംഹാസനസ്യാന്തികേ ന്യൂബ്ജീഭൂയേശ്വരം പ്രണമ്യ വദന്തി,
12 “ଆମେନ୍; ପ୍ରଶଂସା, ଗୌରବ, ଜ୍ଞାନ, ଧନ୍ୟବାଦ, ସମ୍ଭ୍ରମ, ପରାକ୍ରମ ଓ ଶକ୍ତି ଯୁଗେ ଯୁଗେ ଆମ୍ଭମାନଙ୍କ ଈଶ୍ବରଙ୍କର, ଆମେନ୍‍।” (aiōn g165)
തഥാസ്തു ധന്യവാദശ്ച തേജോ ജ്ഞാനം പ്രശംസനം| ശൗര്യ്യം പരാക്രമശ്ചാപി ശക്തിശ്ച സർവ്വമേവ തത്| വർത്തതാമീശ്വരേഽസ്മാകം നിത്യം നിത്യം തഥാസ്ത്വിതി| (aiōn g165)
13 ପୁଣି, ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ମୋତେ ପଚାରିଲେ, ଧଳା ବସ୍ତ୍ର ପରିହିତ ଏହି ଲୋକମାନେ କିଏ ଓ ସେମାନେ କେଉଁଠାରୁ ଆସିଅଛନ୍ତି?
തതഃ പരം തേഷാം പ്രാചീനാനാമ് ഏകോ ജനോ മാം സമ്ഭാഷ്യ ജഗാദ ശുഭ്രപരിച്ഛദപരിഹിതാ ഇമേ കേ? കുതോ വാഗതാഃ?
14 ମୁଁ ତାହାଙ୍କୁ କହିଲି, ହେ ମୋହର ପ୍ରଭୁ, ଆପଣ ହିଁ ତାହା ଜାଣନ୍ତି। ସେଥିରେ ସେ ମୋତେ କହିଲେ, ଏମାନେ ମହାକ୍ଲେଶରୁ ବାହାରି ଆସିଅଛନ୍ତି ଓ ମେଷଶାବକଙ୍କ ବଳୀକୃତ ରକ୍ତରେ ଆପଣା ଆପଣା ବସ୍ତ୍ର ଧୋଇ ଶୁକ୍ଳବର୍ଣ୍ଣ କରିଅଛନ୍ତି।
തതോ മയോക്തം ഹേ മഹേച്ഛ ഭവാനേവ തത് ജാനാതി| തേന കഥിതം, ഇമേ മഹാക്ലേശമധ്യാദ് ആഗത്യ മേഷശാവകസ്യ രുധിരേണ സ്വീയപരിച്ഛദാൻ പ്രക്ഷാലിതവന്തഃ ശുക്ലീകൃതവന്തശ്ച|
15 ସେଥିପାଇଁ, “ସେମାନେ ଈଶ୍ବରଙ୍କ ସିଂହାସନ ସମ୍ମୁଖରେ ଥାଇ, ଦିବାରାତ୍ର ତାହାଙ୍କ ମନ୍ଦିରରେ ତାହାଙ୍କର ଉପାସନା କରନ୍ତି,” “ପୁଣି, ସିଂହାସନ ଉପବିଷ୍ଟ ବ୍ୟକ୍ତି ସେମାନଙ୍କର ଆଶ୍ରୟ-ସ୍ୱରୂପ ହେବେ।
തത്കാരണാത് ത ഈശ്വരസ്യ സിംഹാസനസ്യാന്തികേ തിഷ്ഠന്തോ ദിവാരാത്രം തസ്യ മന്ദിരേ തം സേവന്തേ സിംഹാസനോപവിഷ്ടോ ജനശ്ച താൻ അധിസ്ഥാസ്യതി|
16 ସେମାନଙ୍କର ଆଉ କେବେ ହେଁ କ୍ଷୁଧା କି ତୃଷା ହେବ ନାହିଁ,” “ପୁଣି, ସୂର୍ଯ୍ୟ କିଅବା କୌଣସି ଉତ୍ତାପ ସେମାନଙ୍କୁ ଆଘାତ କରିବ ନାହିଁ,
തേഷാം ക്ഷുധാ പിപാസാ വാ പുന ർന ഭവിഷ്യതി രൗദ്രം കോപ്യുത്താപോ വാ തേഷു ന നിപതിഷ്യതി,
17 କାରଣ ସିଂହାସନ ମଧ୍ୟସ୍ଥିତ ମେଷଶାବକ ସେମାନଙ୍କର ପ୍ରତିପାଳକ ହେବେ ଓ ଜୀବନଦାୟକ ନିର୍ଝର ନିକଟରେ ସେମାନଙ୍କୁ କଢ଼ାଇ ନେବେ,” “ପୁଣି, ଈଶ୍ବର ସେମାନଙ୍କ ଚକ୍ଷୁରୁ ସମସ୍ତ ଲୋତକ ପୋଛିଦେବେ।”
യതഃ സിംഹാസനാധിഷ്ഠാനകാരീ മേഷശാവകസ്താൻ ചാരയിഷ്യതി, അമൃതതോയാനാം പ്രസ്രവണാനാം സന്നിധിം താൻ ഗമയിഷ്യതി ച, ഈശ്വരോഽപി തേഷാം നയനഭ്യഃ സർവ്വമശ്രു പ്രമാർക്ഷ്യതി|

< ପ୍ରକାଶିତ 7 >