< ପ୍ରକାଶିତ 6 >
1 ତହୁଁ ମୁଁ ମେଷଶାବକଙ୍କୁ ସପ୍ତ ମୁଦ୍ରା ମଧ୍ୟରୁ ପ୍ରଥମ ମୁଦ୍ରା ଭାଙ୍ଗିବାର ଦେଖିଲି, ଆଉ ଚାରି ପ୍ରାଣୀଙ୍କ ମଧ୍ୟରୁ ଜଣକୁ ବଜ୍ର ପରି ସ୍ୱରରେ ଏହା କହୁଥିବା ଶୁଣିଲି, ଆସ।
ତାର୍ହଃଚେ ମୁୟ୍ଁ ମେଣ୍ଡାହିଲାକେ ସାତ୍ଗଟ୍ ମୁଦ୍ରା ବିତ୍ରେହୁଣି ହଃର୍ତୁ ମୁଦ୍ରାକ୍ ବାଙ୍ଗ୍ତାର୍ ଦଃକ୍ଲେ, ଆର୍ ଚାରି ଜିବ୍ଜଃତୁ ବିତ୍ରେ ହୁଣି ଏକ୍ଲାକେ ବିଜ୍ଲିର୍ ସଃବଦ୍ ହର୍ ଇରି କଃଉତାର୍ ସୁଣ୍ଲେ, “ଆଉ ।”
2 ସେଥିରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ ଗୋଟିଏ ଶୁକ୍ଳବର୍ଣ୍ଣ ଅଶ୍ୱ, ପୁଣି, ତାହାର ଆରୋହୀଙ୍କ ହସ୍ତରେ ଗୋଟିଏ ଧନୁ; ତାହାଙ୍କୁ ଏକ ମୁକୁଟ ଦିଆ ହେଲା, ଆଉ ସେ ବିଜୟୀ ହୋଇ ଜୟ କରିବାକୁ ବାହାରିଗଲେ।
ସେତାକ୍ ମୁୟ୍ଁ ଦଃକ୍ଲେ, ଆର୍ ଦଃକା, ଗଟେକ୍ ଦବ୍ ଗଳା, ଆରେକ୍ ତାକ୍ ଚାଲାଉତା ଲକାର୍ ଆତେ ଗଟେକ୍ ଦଃଣୁ, ତାକ୍ ଗଟେକ୍ ମୁକୁଟ୍ ଦିଆ ଅୟ୍ଲି, ଆର୍ ସେ ଜିଣ୍ତା ଲକ୍ ଅୟ୍ ଜିଣୁକ୍ ବାରାୟ୍ ଗଃଲା ।
3 ମେଷଶାବକ ଯେତେବେଳେ ଦ୍ୱିତୀୟ ମୁଦ୍ରା ଭାଙ୍ଗିଲେ, ସେତେବେଳେ ମୁଁ ଦ୍ୱିତୀୟ ପ୍ରାଣୀଙ୍କୁ ଏହା କହୁଥିବା ଶୁଣିଲି, ଆସ।
ମେଣ୍ଡାହିଲା ଜଃଡେବଃଳ୍ ଦୁୟ୍ ଲଃମ୍ବର୍ ମୁଦ୍ରା ବାଙ୍ଗ୍ଲା, ସଃଡେବଃଳ୍ ମୁୟ୍ଁ ଦୁୟ୍ ଲମ୍ବର୍ ଜିବ୍ଜଃତୁକ୍ ଇରି କଃଉତାର୍ ସୁଣ୍ଲେ, “ଆଉ ।”
4 ସେଥିରେ ଆଉ ଗୋଟିଏ ଅଶ୍ୱ ବାହାରି ଆସିଲା, ତାହା ଲୋହିତବର୍ଣ୍ଣ; ଲୋକେ ଯେପରି ପରସ୍ପରକୁ ହତ୍ୟା କରନ୍ତି, ଏଥିନିମନ୍ତେ ପୃଥିବୀରୁ ଶାନ୍ତି ଦୂର କରିବା ନିମନ୍ତେ ତାହାର ଆରୋହୀକୁ କ୍ଷମତା ଦିଆଗଲା, ପୁଣି, ତାହାକୁ ଗୋଟିଏ ବୃହତ୍ ଖଡ୍ଗ ଦିଆଗଲା।
ସେତାକ୍ ଆରେକ୍ ଗଟେକ୍ ଗଳା ବାରାୟ୍ଲି, ସେରି ରଃତା ରଃଙ୍ଗାର୍; ଲକ୍ମଃନ୍ ଜଃନ୍କଃରି ଏକ୍ ଆରେକ୍କେ ଅଃତ୍ୟା କଃର୍ତି, ଇତାର୍ ଗିନେ ହୁର୍ତିବିର୍ ସୁସ୍ତା ଦୁର୍ କଃରୁକେ ତାକ୍ ଚାଲାଉତା ଲକ୍କେ ଅଃଦିକାର୍ ଦିଆଗଃଲି, ଆରେକ୍ ତାକ୍ ଗଟେକ୍ ବଃଡ୍ କଃଣ୍ଡା ଦିଆ ଅୟ୍ଲି ।
5 ମେଷଶାବକ ଯେତେବେଳେ ତୃତୀୟ ମୁଦ୍ରା ଭାଙ୍ଗିଲେ, ସେତେବେଳେ ମୁଁ ତୃତୀୟ ପ୍ରାଣୀଙ୍କୁ ଏହା କହୁଥିବା ଶୁଣିଲି, ଆସ ଏବଂ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ଗୋଟିଏ କଳା ରଙ୍ଗର ଅଶ୍ୱ, ପୁଣି, ତାହାର ଆରୋହୀର ହସ୍ତରେ ଗୋଟିଏ ତରାଜୁ।
ମେଣ୍ଡାହିଲା ଜଃଡେବଃଳ୍ ତିନି ଲଃମ୍ବର୍ ମୁଦ୍ରା ବାଙ୍ଗ୍ଲା, ସଃଡେବଃଳ୍ ମୁଁୟ୍ ତିନି ଲଃମର୍ ଜିବ୍ ଇରି କଃଉତାର୍ ସୁଣ୍ଲେ, “ଆଉ ।” ସେତାକ୍ ମୁଁୟ୍ ଦଃକ୍ଲେ, ଆର୍ ଦଃକା, ଗଟେକ୍ କଃଳିଆ ରଃଙ୍ଗାର୍ ଗଳା, ଆରେକ୍ ତାକ୍ ଚାଲାଉତା ଲକାର୍ ଆତେ ଗଟେକ୍ ନାହ୍ତା ଡାଙ୍ଗ୍ ।
6 ଆଉ ମୁଁ ଚାରି ପ୍ରାଣୀଙ୍କ ମଧ୍ୟରୁ ନିର୍ଗତ ହେଲା ପରି ଏହି ସ୍ୱର ଶୁଣିଲି, ଟଙ୍କାକୁ ସେରେ ଗହମ ଓ ଟଙ୍କାକୁ ତିନି ସେର ଯବ ହେବ, କିନ୍ତୁ ତୁମ୍ଭେ ତୈଳ ଓ ଦ୍ରାକ୍ଷାରସ କ୍ଷତି କର ନାହିଁ।
ଆର୍ ମୁୟ୍ଁ ଚାରି ଜିବ୍ଜଃତୁ ତୟ୍ହୁଣି ବାରାୟ୍ଲା ହର୍ ଇ ଟଣ୍ଡ୍ ସୁଣ୍ଲେ, “ଦିନେକାର୍ ବୁତି ଡାବୁ ତଃୟ୍ ଗଟେକ୍ କେଜି ଗଅଁ ଆର୍ ଦିନେକାର୍ ବୁତି ଡାବୁ ତଃୟ୍ ତିନି କେଜି ଜବ ଅୟ୍ଦ୍ । ମଃତର୍ ତୁମି ଚିକଣ୍ ଆର୍ ଅଙ୍ଗୁର୍ ରଃସ୍ ନଃସ୍ଟ୍ କଃରାନାୟ୍ ।”
7 ମେଷଶାବକ ଯେତେବେଳେ ଚତୁର୍ଥ ମୁଦ୍ରା ଭାଙ୍ଗିଲେ, ସେତେବେଳେ ମୁଁ ଚତୁର୍ଥ ପ୍ରାଣୀଙ୍କୁ ଏହା କହୁଥିବା ଶୁଣିଲି, ଆସ।
ମେଣ୍ଡାହିଲା ଜଃଡେବଃଳ୍ ଚାରି ଲଃମ୍ବର୍ ମୁଦ୍ରା ବାଙ୍ଗ୍ଲା, ସଃଡେବଃଳ୍ ମୁୟ୍ଁ ଚାରି ଲଃମ୍ବର୍ ଜିବ୍ଜଃତୁ ଇରି କଃଉତାର୍ ସୁଣ୍ଲେ, “ଆଉ ।”
8 ସେଥିରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ଗୋଟିଏ ପାଣ୍ଡୁ ବର୍ଣ୍ଣ ଅଶ୍ୱ, ତାହାର ଆରୋହୀ ନାମ ମୃତ୍ୟୁ, ପୁଣି, ପାତାଳ ତାହାର ପଶ୍ଚାଦ୍ଗମନ କରୁଥିଲା; ଖଡ୍ଗ, ଦୁର୍ଭିକ୍ଷ, ମହାମାରୀ ଓ ପୃଥିବୀର ବନ୍ୟ-ପଶୁମାନଙ୍କ ଦ୍ୱାରା ବିନାଶ କରିବାକୁ ପୃଥିବୀର ଚାରି ଭାଗ ଉପରେ ସେମାନଙ୍କୁ କ୍ଷମତା ଦିଆଗଲା। (Hadēs )
ସେତାକ୍ ମୁୟ୍ଁ ଦଃକ୍ଲେ, ଆର୍ ଦଃକା, ଗଟେକ୍ ବେଜା ରଃଙ୍ଗାର୍ ଗଳା, ତାକ୍ ଚାଲାଉତା ଲକାର୍ ନାଉଁ ମଃର୍ନ୍, ଆରେକ୍ ହଃତାଳ୍ ତାର୍ ହଃଚେ ହଃଚେ ଜାତି ରିଲି; କଃଣ୍ଡା, କଃତାର୍, ମଃର୍ଡି ଆର୍ ହୁର୍ତି ବଃନାର୍ ଜଃତୁମଃନାର୍ ତଃୟ୍ ନାସ୍ କଃରୁକେ ହୁର୍ତିବିର୍ ଚାରିବାଗ୍ ଉହ୍ରେ ସେମଃନ୍କେ ଅଃଦିକାର୍ ଦିଆ ଅୟ୍ଲି । (Hadēs )
9 ମେଷଶାବକ ଯେତେବେଳେ ପଞ୍ଚମ ମୁଦ୍ରା ଭାଙ୍ଗିଲେ, ସେତେବେଳେ ଯେଉଁମାନେ ଈଶ୍ବରଙ୍କ ବାକ୍ୟ ସକାଶେ ଓ ସେମାନଙ୍କ ଦିଆଯାଇଥିବା ସାକ୍ଷ୍ୟ ସକାଶେ ହତ ହୋଇଥିଲେ, ସେମାନଙ୍କ ଆତ୍ମାମାନଙ୍କୁ ମୁଁ ବେଦି ତଳେ ଦେଖିଲି।
ମେଣ୍ଡାହିଲା ଜଃଡେବଃଳ୍ ହାଁଚ୍ ଲଃମ୍ବର୍ ମୁଦ୍ରା ବାଙ୍ଗ୍ଲା, ସଃଡେବଃଳ୍ ଜୁୟ୍ମଃନ୍ ଇସ୍ୱରାର୍ କଃତାର୍ ଗିନେ ଆର୍ ସେମଃନ୍ ଦିଲା ସାକିର୍ ଗିନେ ମଃରି ରିଲାୟ୍, ସେମଃନାର୍ ଆତ୍ମା ମୁଁୟ୍ ବେଦି ତଃଳେ ଦଃକ୍ଲେ ।
10 ସେମାନେ ଉଚ୍ଚସ୍ୱରରେ ଡାକ ପକାଇ କହୁଥିଲେ, ହେ ପବିତ୍ର ଓ ସତ୍ୟ ପ୍ରଭୁ, ଆଉ କେତେ କାଳ ତୁମ୍ଭେ ବିଚାର ନ କରି ପୃଥିବୀନିବାସୀମାନଙ୍କଠାରୁ ଆମ୍ଭମାନଙ୍କ ରକ୍ତର ପରିଶୋଧ ନ ନେବ?
ସେମଃନ୍ ଉଲ୍ଗାଟେ କଃଉତି ରିଲାୟ୍, “ଏ ପବିତ୍ର ଆର୍ ସଃତ୍ ମାପ୍ରୁ, ଆର୍ କଃତେକ୍ କାଳ୍ ତୁୟ୍ ନ୍ୟାୟ୍ ବିଚାର୍ ନଃକେରି ହୁର୍ତିବିର୍ ଲକ୍ମଃନାର୍ ତଃୟ୍ହୁଣି ଅଃମିମଃନ୍କ୍ ଅଃତ୍ୟା କଃଲା ବାଦ୍ଲା ନଃନେସି?”
11 ସେଥିରେ ସେମାନଙ୍କର ପ୍ରତ୍ୟେକ ଜଣକୁ ଧଳା ବସ୍ତ୍ର ଦିଆଗଲା, ପୁଣି, ସେମାନଙ୍କର ଯେଉଁ ସହଦାସ ଓ ଭ୍ରାତୃଗଣ ସେମାନଙ୍କ ପରି ମଧ୍ୟ ବଧ କରାଯିବେ, ସେମାନଙ୍କ ସଂଖ୍ୟା ପୂର୍ଣ୍ଣ ନ ହେବା ଯାଏ ଆଉ କିଛି କାଳ ବିଶ୍ରାମ କରିବାକୁ ସେମାନଙ୍କୁ କୁହାଗଲା।
ସେତାକ୍ ସେମଃନ୍ ହଃତି ଲକ୍କେ ଦବ୍ ବଃସ୍ତର୍ ଦିଆ ଅୟ୍ଲି, ଆରେକ୍ ସେମଃନାର୍ ଜୁୟ୍ ସଃଙ୍ଗାର୍ ଦଃଙ୍ଗ୍ଳା ଆର୍ ବାୟ୍ମଃନ୍ ସେମଃନାର୍ ହର୍ ହେଁ ମାରା ଅଃଉତି, ସେମଃନାର୍ ଲଃମ୍ବର୍ ହୁର୍ନ୍ ନଃଉତା ହଃତେକ୍ ଆର୍ କଃତେକ୍ କାଳ୍ ବିସାଉଁକ୍ ସେମଃନ୍କେ କଃଉଆ ଅୟ୍ଲି ।
12 ମେଷଶାବକ ଷଷ୍ଠ ମୁଦ୍ରା ଭାଙ୍ଗିବା ସମୟରେ ମୁଁ ଦେଖିଲି, ମହା ଭୂମିକମ୍ପ ହେଲା, ସୂର୍ଯ୍ୟ ଚଟବସ୍ତ୍ର ପରି କଳା ବର୍ଣ୍ଣ ଓ ଚନ୍ଦ୍ର ସମ୍ପୂର୍ଣ୍ଣ ରକ୍ତ ବର୍ଣ୍ଣ ପରି ହେଲା,
ମେଣ୍ଡାହିଲା ଚଅ ଲଃମ୍ବର୍ ମୁଦ୍ରା ବାଙ୍ଗାଉତା ବଃଳ୍ ମୁୟ୍ଁ ଦଃକ୍ଲେ, ଦଃର୍ତି ଲଃଦ୍ବଃଦ୍ଲି, ବେଳ୍ ରଃମ୍ତଃୟ୍ ତିଆର୍ ଅୟ୍ଲା ଚାଦର୍ ହର୍ କଃଳିଆ ଅୟ୍ଲି ଆର୍ ଜଃନ୍ ହୁରାହୁରି ବଃନି ରଃଙ୍ଗ୍ ଅୟ୍ଲି ।
13 ପ୍ରବଳ ବାୟୁ ଆଘାତରେ ଡିମ୍ବିରିବୃକ୍ଷରୁ ଯେପରି ଅପକ୍ୱ ଫଳସବୁ ପତିତ ହୁଏ, ସେହିପରି ଆକାଶର ନକ୍ଷତ୍ରସବୁ ପୃଥିବୀରେ ପତିତ ହେଲେ,
ଜଃବର୍ ବାଉର୍ ବଃଳେ ଡୁମ୍ବୁର୍ ଗଃଚାର୍ ନାହାକ୍ତା ହଃଳ୍ସଃବୁ ଜଃନ୍କଃରି ଅଦ୍ରେଦ୍, ସେବାନ୍ୟା ଅଃଗାସାର୍ ତାରାସଃବୁ ହୁର୍ତିୟେ ଅଦୁର୍ଲାୟ୍ ।
14 ଆକାଶମଣ୍ଡଳ ଚର୍ମପୁସ୍ତକ ଗୁଡ଼ା ହେଲା ପରି ଗୁଡ଼ା ହୋଇ ଦୂରୀଭୂତ ହେଲା, ପୁଣି, ପର୍ବତ ଓ ଦ୍ୱୀପ ସମସ୍ତ ସ୍ଥାନାନ୍ତରିତ ହେଲେ।
ଅଃଗାସ୍ ମଃଣ୍ଡଳା ଚାମ୍ଳାର୍ ପୁସ୍ତକ୍ ଗୁଳ୍ୟାୟ୍ ଅୟ୍ଲା ହର୍ ଗୁଳ୍ୟାୟ୍ ଅୟ୍ ଲୁକ୍ଲି, ଆରେକ୍ ହଃର୍ବାତ୍ ଆର୍ ଚାରିବେଳ୍ତ୍ ହାଣି ଆର୍ ମଃଜାୟ୍ ମାଟି ରିଲା ଜଃଗାମଃନ୍ ଏଣେ ତେଣେ ଅୟ୍ଲି ।
15 ଆଉ ପୃଥିବୀର ରାଜାମାନେ, ପାତ୍ର-ମନ୍ତ୍ରୀମାନେ, ପ୍ରଧାନ ସେନାପତି ଓ ଧନୀମାନେ, ବଳବାନ ଲୋକମାନେ ଏବଂ ପରାଧୀନ ଓ ସ୍ୱାଧୀନ ଲୋକ ସମସ୍ତେ ଗୁହା ଓ ପର୍ବତମାଳାର ଶୈଳମାନଙ୍କ ମଧ୍ୟରେ ଆପଣା ଆପଣାକୁ ଲୁଚାଇଲେ,
ଆର୍ ହୁର୍ତିବିର୍ ରଃଜାମଃନ୍, ମଃତ୍ରିମଃନ୍, ସଃଇନ୍ମଃନାର୍ ଉହ୍ରେ ବଃଡ୍ ସଃଇନ୍ ଆର୍ ମାଜନ୍ ଲକ୍ମଃନ୍, ସଃକାତ୍ ଲକ୍ମଃନ୍ ଆର୍ ଗତିଦଃଙ୍ଗ୍ଳା ଆର୍ ଗତି ନଃକେଟ୍ତା ଲକ୍ମଃନ୍ ସଃବୁ ଟେଳାଅଃଡୁ ଆର୍ ହଃର୍ବାତାର୍ ଟେଳା ହାରେମଃନ୍ ଅଃହ୍ଣା ଅଃହ୍ଣାକ୍ ଲୁକାୟ୍ଲାୟ୍ ।
16 ପୁଣି, ସେମାନେ ପର୍ବତ ଓ ଶୈଳମାନଙ୍କୁ କହିଲେ, ଆମ୍ଭମାନଙ୍କ ଉପରେ ପଡ଼ି ସିଂହାସନ ଉପବିଷ୍ଟ ବ୍ୟକ୍ତିଙ୍କ ଛାମୁରୁ ଓ ମେଷଶାବକଙ୍କ କ୍ରୋଧରୁ ଆମ୍ଭମାନଙ୍କୁ ଲୁଚାଇ ରଖ,
ଆରେକ୍, ସେମଃନ୍ ହଃର୍ବାତ୍ ଆର୍ ଟେଳାମଃନ୍କେ କୟ୍ଲାୟ୍, “ଅଃମିମଃନାର୍ ଉହ୍ରେ ଅଦ୍ରି ସିଙ୍ଗାସଣେ ବଃସିରିଲା ଲକ୍ ତଃୟ୍ହୁଣି ଆର୍ ମେଣ୍ଡାହିଲାର୍ ରିସା ତଃୟ୍ହୁଣି ଅଃମିମଃନ୍କ୍ ଲୁକାୟ୍ ସଃଙ୍ଗାଉ ।
17 କାରଣ ସେମାନଙ୍କ କ୍ରୋଧର ମହାଦିନ ଉପସ୍ଥିତ ହୋଇଅଛି ଆଉ କିଏ ଠିଆ ହୋଇପାରେ?
କାୟ୍ତାକ୍ବଃଲେକ୍ ସେମଃନାର୍ ରିସାର୍ ବଃଡ୍ ବିନ୍ କେଟି ଆଚେ, ଆର୍ କେ ଟିଆ ଅଃଉଁ ହାରେ?”