< ପ୍ରକାଶିତ 5 >
1 ତତ୍ପରେ ମୁଁ ସିଂହାସନ ଉପରେ ବସିଥିବା ବ୍ୟକ୍ତିଙ୍କ ଦକ୍ଷିଣ ହସ୍ତରେ ଚମଡାରୁ ନିର୍ମିତ ଗୋଟିଏ ନଳାକାର ପୁସ୍ତକ ଦେଖିଲି, ତାହା ଉଭୟ ପାର୍ଶ୍ୱରେ ଲିଖିତ ଓ ସପ୍ତ ମୁଦ୍ରାରେ ମୁଦ୍ରାଙ୍କିତ।
អនន្តរំ តស្យ សិហាសនោបវិឞ្ដជនស្យ ទក្ឞិណស្តេ ៜន្ត រ្ពហិឝ្ច លិខិតំ បត្រមេកំ មយា ទ្ឫឞ្ដំ តត៑ សប្តមុទ្រាភិរង្កិតំ។
2 ଆଉ ମୁଁ ଜଣେ ପରାକ୍ରମୀ ଦୂତଙ୍କୁ ଦେଖିଲି, ସେ ଉଚ୍ଚସ୍ୱରରେ ଘୋଷଣା କରି କହୁଥିଲେ, କିଏ ଏହି ମୁଦ୍ରାସବୁ ଭାଙ୍ଗି ପୁସ୍ତକ ଫିଟାଇବାକୁ ଯୋଗ୍ୟ?
តត្បឝ្ចាទ៑ ឯកោ ពលវាន៑ ទូតោ ទ្ឫឞ្ដះ ស ឧច្ចៃះ ស្វរេណ វាចមិមាំ ឃោឞយតិ កះ បត្រមេតទ៑ វិវរីតុំ តម្មុទ្រា មោចយិតុញ្ចាហ៌តិ?
3 କିନ୍ତୁ ସ୍ୱର୍ଗ, ମର୍ତ୍ତ୍ୟ କି ପାତାଳରେ କେହି ସେହି ପୁସ୍ତକ ଫିଟାଇବାକୁ କି ତାହା ପ୍ରତି ଦୃଷ୍ଟି କରିବାକୁ ସକ୍ଷମ ହେଲେ ନାହିଁ।
កិន្តុ ស្វគ៌មត៌្ត្យបាតាលេឞុ តត៑ បត្រំ វិវរីតុំ និរីក្ឞិតុញ្ច កស្យាបិ សាមត៌្ហ្យំ នាភវត៑។
4 ସେହି ପୁସ୍ତକ ଫିଟାଇବାକୁ କି ତାହା ପ୍ରତି ଦୃଷ୍ଟି କରିବାକୁ ଯୋଗ୍ୟ କେହି ନ ମିଳିବାରୁ ମୁଁ ଅତିଶୟ ରୋଦନ କଲି।
អតោ យស្តត៑ បត្រំ វិវរីតុំ និរីក្ឞិតុញ្ចាហ៌តិ តាទ្ឫឝជនស្យាភាវាទ៑ អហំ ពហុ រោទិតវាន៑។
5 ସେଥିରେ ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ମୋତେ କହିଲେ, ରୋଦନ କର ନାହିଁ, ଦେଖ, ଯେ ଯିହୂଦା ବଂଶଜାତ ସିଂହ ଓ ଦାଉଦଙ୍କ ମୂଳ, ସେ ପୁସ୍ତକର ସପ୍ତ ମୁଦ୍ରା ଭାଙ୍ଗି ତାହା ଫିଟାଇବା ନିମନ୍ତେ ବିଜୟୀ ହୋଇଅଛନ୍ତି।
កិន្តុ តេឞាំ ប្រាចីនានាម៑ ឯកោ ជនោ មាមវទត៑ មា រោទីះ បឝ្យ យោ យិហូទាវំឝីយះ សិំហោ ទាយូទោ មូលស្វរូបឝ្ចាស្តិ ស បត្រស្យ តស្យ សប្តមុទ្រាណាញ្ច មោចនាយ ប្រមូតវាន៑។
6 ସେତେବେଳେ ମୁଁ ଦେଖିଲି, ସିଂହାସନ, ଚାରି ପ୍ରାଣୀ ଓ ପ୍ରାଚୀନମାନଙ୍କ ମଧ୍ୟସ୍ଥଳରେ ଏକ ମେଷଶାବକ ଠିଆ ହୋଇଅଛନ୍ତି, ସେ ହତ ହେଲା ପରି ଦେଖାଯାଉଥିଲେ, ତାହାଙ୍କର ସପ୍ତ ଶୃଙ୍ଗ ଓ ସପ୍ତ ଚକ୍ଷୁ; ସେହି ସମସ୍ତ ଚକ୍ଷୁ ସମୁଦାୟ ପୃଥିବୀରେ ପ୍ରେରିତ ଈଶ୍ବରଙ୍କର ସପ୍ତ ଆତ୍ମା।
អបរំ សិំហាសនស្យ ចតុណ៌ាំ ប្រាណិនាំ ប្រាចីនវគ៌ស្យ ច មធ្យ ឯកោ មេឞឝាវកោ មយា ទ្ឫឞ្ដះ ស ឆេទិត ឥវ តស្យ សប្តឝ្ឫង្គាណិ សប្តលោចនានិ ច សន្តិ តានិ ក្ឫត្ស្នាំ ប្ឫថិវីំ ប្រេឞិតា ឦឝ្វរស្យ សប្តាត្មានះ។
7 ସେ ଆସି ସିଂହାସନ ଉପରେ ବସିଥିବା ବ୍ୟକ୍ତିଙ୍କର ଦକ୍ଷିଣ ହସ୍ତରୁ ସେହି ପୁସ୍ତକ ନେଲେ।
ស ឧបាគត្យ តស្យ សិំហាសនោបវិឞ្ដជនស្យ ទក្ឞិណករាត៑ តត៑ បត្រំ គ្ឫហីតវាន៑។
8 ସେ ପୁସ୍ତକ ନିଅନ୍ତେ ସେହି ଚାରି ପ୍ରାଣୀ ଓ ଚବିଶ ପ୍ରାଚୀନ ମେଷଶାବକଙ୍କ ସମ୍ମୁଖରେ ଉବୁଡ଼ ହୋଇପଡ଼ିଲେ; ସେମାନଙ୍କ ପ୍ରତ୍ୟେକର ହସ୍ତରେ ବୀଣା ଓ ସାଧୁମାନଙ୍କ ପ୍ରାର୍ଥନାରୂପ ଧୂପରେ ପରିପୂର୍ଣ୍ଣ ସୁବର୍ଣ୍ଣ ପାତ୍ର ଥିଲା।
បត្រេ គ្ឫហីតេ ចត្វារះ ប្រាណិនឝ្ចតុវ៌ិំំឝតិប្រាចីនាឝ្ច តស្យ មេឞឝាវកស្យាន្តិកេ ប្រណិបតន្តិ តេឞាម៑ ឯកៃកស្យ ករយោ រ្វីណាំ សុគន្ធិទ្រវ្យៃះ បរិបូណ៌ំ ស្វណ៌មយបាត្រញ្ច តិឞ្ឋតិ តានិ បវិត្រលោកានាំ ប្រាត៌្ហនាស្វរូបាណិ។
9 ସେମାନେ ଗୋଟିଏ ନୂତନ ଗୀତ ଗାନ କରି କହିଲେ, “ତୁମ୍ଭେ ସେହି ପୁସ୍ତକ ନେବାକୁ ଓ ସେଥିର ମୁଦ୍ରାସବୁ ଭାଙ୍ଗିବାକୁ ଯୋଗ୍ୟ ଅଟ, କାରଣ ତୁମ୍ଭେ ହତ ହୋଇଥିଲ, ପୁଣି, ଆପଣା ରକ୍ତ ଦ୍ୱାରା ସର୍ବଗୋଷ୍ଠୀ, ଭାଷାବାଦୀ, ସର୍ବବଂଶ ଓ ସର୍ବଜାତିମାନଙ୍କ ମଧ୍ୟରୁ ଈଶ୍ବରଙ୍କ ନିମନ୍ତେ ଲୋକମାନଙ୍କୁ କିଣିଅଛ,
អបរំ តេ នូតនមេកំ គីតមគាយន៑, យថា, គ្រហីតុំ បត្រិកាំ តស្យ មុទ្រា មោចយិតុំ តថា។ ត្វមេវាហ៌សិ យស្មាត៑ ត្វំ ពលិវត៑ ឆេទនំ គតះ។ សវ៌្វាភ្យោ ជាតិភាឞាភ្យះ សវ៌្វស្មាទ៑ វំឝទេឝតះ។ ឦឝ្វរស្យ ក្ឫតេ ៜស្មាន៑ ត្វំ ស្វីយរក្តេន ក្រីតវាន៑។
10 ପୁଣି, ସେମାନଙ୍କୁ ଆମ୍ଭମାନଙ୍କ ଈଶ୍ବରଙ୍କ ଉଦ୍ଦେଶ୍ୟରେ ରାଜ କୂଳ ଓ ଯାଜକ କରିଦେଇଅଛ; ଆଉ ସେମାନେ ପୃଥିବୀ ଉପରେ ରାଜତ୍ୱ କରିବେ।”
អស្មទីឝ្វរបក្ឞេ ៜស្មាន៑ ន្ឫបតីន៑ យាជកានបិ។ ក្ឫតវាំស្តេន រាជត្វំ ករិឞ្យាមោ មហីតលេ៕
11 ତତ୍ପରେ ମୁଁ ଦୃଷ୍ଟିପାତ କଲି, ପୁଣି, ସିଂହାସନ, ପ୍ରାଣୀ ଓ ପ୍ରାଚୀନମାନଙ୍କ ଚତୁର୍ଦ୍ଦିଗରେ ଅନେକ ଅନେକ ଦୂତଙ୍କର ସ୍ୱର ଶୁଣିଲି ସେମାନଙ୍କର ସଂଖ୍ୟା ସହସ୍ର ସହସ୍ର ଓ ଅୟୁତ ଅୟୁତ।
អបរំ និរីក្ឞមាណេន មយា សិំហាសនស្យ ប្រាណិចតុឞ្ដយស្យ ប្រាចីនវគ៌ស្យ ច បរិតោ ពហូនាំ ទូតានាំ រវះ ឝ្រុតះ, តេឞាំ សំខ្យា អយុតាយុតានិ សហស្រសហស្ត្រាណិ ច។
12 ସେମାନେ ଉଚ୍ଚସ୍ୱରରେ କହୁଥିଲେ, “ପରାକ୍ରମ, ଧନ, ଜ୍ଞାନ, ଶକ୍ତି, ସମ୍ଭ୍ରମ, ଗୌରବ ଓ ପ୍ରଶଂସା ଗ୍ରହଣ କରିବାକୁ ହତ ହୋଇଥିବା ମେଷଶାବକ ହିଁ ଯୋଗ୍ୟ ଅଟନ୍ତି।”
តៃរុច្ចៃរិទម៑ ឧក្តំ, បរាក្រមំ ធនំ ជ្ញានំ ឝក្តិំ គៅរវមាទរំ។ ប្រឝំសាញ្ចាហ៌តិ ប្រាប្តុំ ឆេទិតោ មេឞឝាវកះ៕
13 ଆଉ ମୁଁ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ଓ ସମୁଦ୍ରରେ ଥିବା ସମସ୍ତ ସୃଷ୍ଟ ପ୍ରାଣୀ, ହଁ, ତନ୍ମଧ୍ୟସ୍ଥିତ ସମସ୍ତେ ଏହା କହୁଥିବା ଶୁଣିଲି, “ପ୍ରଶଂସା ସମ୍ଭ୍ରମ, ଗୌରବ ଓ କର୍ତ୍ତାପଣ, ଯୁଗେ ଯୁଗେ ସିଂହାସନୋପବିଷ୍ଟ ବ୍ୟକ୍ତିଙ୍କର ଓ ମେଷଶାବକଙ୍କର।” (aiōn )
អបរំ ស្វគ៌មត៌្ត្យបាតាលសាគរេឞុ យានិ វិទ្យន្តេ តេឞាំ សវ៌្វេឞាំ ស្ឫឞ្ដវស្តូនាំ វាគិយំ មយា ឝ្រុតា, ប្រឝំសាំ គៅរវំ ឝៅយ៌្យម៑ អាធិបត្យំ សនាតនំ។ សិំហសនោបវិឞ្ដឝ្ច មេឞវត្សឝ្ច គច្ឆតាំ។ (aiōn )
14 ସେଥିରେ ଚାରି ପ୍ରାଣୀ କହିଲେ, ଆମେନ୍, ପୁଣି, ପ୍ରାଚୀନମାନେ ଉବୁଡ଼ ହୋଇ ପ୍ରଣାମ କଲେ।
អបរំ តេ ចត្វារះ ប្រាណិនះ កថិតវន្តស្តថាស្តុ, តតឝ្ចតុវ៌ិំឝតិប្រាចីនា អបិ ប្រណិបត្យ តម៑ អនន្តកាលជីវិនំ ប្រាណមន៑។