< ପ୍ରକାଶିତ 3 >

1 “ସାର୍ଦ୍ଦୀ ମଣ୍ଡଳୀର ଦୂତ ନିକଟକୁ ଲେଖ: ଯେ ଈଶ୍ବରଙ୍କ ସପ୍ତ ଆତ୍ମା ଓ ସପ୍ତ ନକ୍ଷତ୍ର ଧାରଣ କରନ୍ତି, ସେ ଏହା କହନ୍ତି, ଆମ୍ଭେ ତୁମ୍ଭର କର୍ମ ଜାଣୁ, ତୁମ୍ଭେ ନାମରେ ଜୀବିତ, ମାତ୍ର ପ୍ରକୃତରେ ମୃତ।
ସାର୍‌ଦି ମଣ୍ଡଲିକେ ଦେକାରକା କର୍‌ବା ଦୁତ୍‌କେ ଲେକା । ଏ କବର୍‌ ମୁଇ ପାଟାଇଲିନି । ପର୍‌ମେସରର୍‌ ସାତ୍‌ଟା ଆତ୍‌ମା ଆରି ସାତ୍‌ଟା ତାରା ମର୍‌ଲଗେ ଆଚେ । ତମର୍‌ ଚଲାଚଲ୍‌ତି ମୁଇ ଜାନି । ଲକ୍‌ମନ୍‌ ଦେକ୍‌ବା ଇସାବେ, ତମେ ଆତ୍‌ମାଇ ଜିବନ୍‌ ଆଚାସ୍‌ । ମାତର୍‌ ପର୍‌ମେସର୍‌ ଦେକ୍‌ବା ଇସାବେ ମରିଆଚାସ୍‌ ।
2 ଜାଗ୍ରତ ହୁଅ, ପୁଣି, ମୃତ୍ୟୁ ନିମନ୍ତେ ପ୍ରସ୍ତୁତ ଅବଶିଷ୍ଟ ବିଷୟସବୁକୁ ସବଳ କର; କାରଣ ଆମ୍ଭେ ତୁମ୍ଭର କର୍ମସବୁକୁ ଆମ୍ଭର ଈଶ୍ବରଙ୍କ ଛାମୁରେ ସିଦ୍ଧ ବୋଲି ଦେଖି ନାହୁଁ।
ତେବର୍‌ପାଇ ସଇଲାତେଇଅନି ଉଟା । ତମର୍‌ ଦୁର୍‌ବଲ୍‌ ବିସ୍‌ବାସ୍‌ ଡାଟ୍‌ କରା । ନଇଲେ ସେଟା ପୁରାପୁରୁନ୍‌ ମରିଜାଇସି । କାଇକେବଇଲେ ମୁଇ ଜାନି ଜେ ପର୍‌ମେସର୍‌ ତମର୍‌ ଟାନେ ସାର୍‌ଦା ଅଇଲାପାରା ତମର୍‌ କାମ୍‌ ସିଦ୍‌ ଅଏନାଇ ।
3 ଏଣୁ କିପ୍ରକାରେ ଶିକ୍ଷା ପାଇଅଛ ଓ ଶ୍ରବଣ କରିଅଛ, ତାହା ସ୍ମରଣ କରି ପାଳନ କର ଓ ମନ-ପରିବର୍ତ୍ତନ କର; ଯଦି ଜାଗ୍ରତ ନ ହୁଅ, ତାହାହେଲେ ଆମ୍ଭେ ଚୋର ପରି ଆସିବୁ, ଆଉ କେଉଁ ସମୟରେ ତୁମ୍ଭ ଉପରେ ଆସି ପଡ଼ିବୁ, ତାହା ତୁମ୍ଭେ କୌଣସି ପ୍ରକାରେ ଜାଣିବ ନାହିଁ;
ତମେ ଜନ୍‌ ସିକିଆ ସିକିଆଚାସ୍‌, ଆରି ଜନ୍‌ଟା ସୁନି ଆଚାସ୍‌, ସେଟା ଏତାଆ । ସେଟା ମାନିକରି ତମର୍‌ ପାପେଅନି ବାଉଡା । ସଇଲାତେଇଅନି ନ ଉଟ୍‌ଲେ ମୁଇ ଚର୍‌ ପାରା ଆସି ତମ୍‌କେ ଡଣ୍ଡ୍‌ ଦେବି । ମୁଇ କେଡେବେଲେ ଆଇବି, ସେଟା ତମେ ଜାନିନାପାରାସ୍‌ ।
4 ତଥାପି ଯେଉଁମାନେ ଆପଣା ଆପଣା ବସ୍ତ୍ର ମଳିନ କରି ନାହାନ୍ତି, ତୁମ୍ଭମାନଙ୍କ ମଧ୍ୟରେ ସାର୍ଦ୍ଦୀରେ ଏପରି କେତେକ ଅଛନ୍ତି; ସେମାନେ ଶୁକ୍ଳ ବସ୍ତ୍ର ପରିହିତ ହୋଇ ଆମ୍ଭ ସଙ୍ଗରେ ଗମନାଗମନ କରିବେ, କାରଣ ସେମାନେ ଯୋଗ୍ୟ।
ମାତର୍‌ ସାର୍‌ଦିସେ ରଇବା ତମର୍‌ ବିତ୍‌ରେ କେତେଲକ୍‌ ବସ୍‌ତର୍‌ ପରିଚଲ୍‌ କରି ଆଚାସ୍‌ । ମୁଇ ଆଇବା ଦିନ୍‌ମନ୍‌କେ ସୁକଲ୍‌ ବସ୍‌ତର୍‌ ପିନ୍ଦିକରି ମର୍‌ ସଙ୍ଗ୍‍ ଇଣ୍ଡ୍‌ସା । କାଇକେ ବଇଲେ ତମେ ସେଟା କର୍‌ବାକେ ଅଦିକାର୍‍ ପାଇ ଆଚୁସ୍‍ ।
5 ଯେ ଜୟ କରେ, ସେ ଏହି ପ୍ରକାରେ ଶୁକ୍ଳ ବସ୍ତ୍ର ପରିହିତ ହେବ, ଆଉ ଆମ୍ଭେ ଜୀବନ ପୁସ୍ତକରୁ ତାହାର ନାମ କୌଣସି ପ୍ରକାରେ ଲୋପ ନ କରି ଆମ୍ଭର ପିତା ଓ ତାହାଙ୍କ ଦୂତମାନଙ୍କ ସମ୍ମୁଖରେ ତାହାର ନାମ ସ୍ୱୀକାର କରିବୁ।
ଜେ ଜିତ୍‌ସି ସେ ଏ ରକାମ୍‌ ସୁକଲ୍‌ ବସ୍‌ତର୍‌ ପିନ୍ଦ୍‌ସି । ଆରି ମୁଇ ଜିବନ୍‌ ବଇଲଗେଅନି ଜେନ୍ତିଆଲେ ମିସା ତମର୍‌ ନାଉଁ ନ ଲିବାଇ । ମର୍‌ ବାବା ଆରି ତାର୍‌ ଦୁତ୍‌ମନର୍‌ ମୁଆଟେ ତମର୍‌ ନାଉଁ ମର୍‌ ଲକ୍‌ମନ୍‌ ବଲି ସର୍‌ପି ଦେବି ।
6 ମଣ୍ଡଳୀଗଣଙ୍କୁ ଆତ୍ମା କଅଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ।”
ଆତ୍‌ମା ମଣ୍ଡଲିମନ୍‌କେ କଇବାଟା ମନ୍‌ ଦିଆନ୍‌ ଦେଇ ସୁନା ।
7 “ଫିଲାଦେଲ୍‌ଫିଆ ମଣ୍ଡଳୀର ଦୂତ ନିକଟକୁ ଲେଖ: ଯେ ପବିତ୍ର ଓ ସତ୍ୟ, ଯାହାଙ୍କ ହସ୍ତରେ ଦାଉଦଙ୍କର ଚାବି ଅଛି, ଯେ ଫିଟାଇଲେ କେହି ବନ୍ଦ କରି ନ ପାରେ, ଆଉ ବନ୍ଦ କଲେ କେହି ଫିଟାଇ ନ ପାରେ,
ପିଲାଦଲ୍‌ପିଆ ମଣ୍ଡଲିକେ ଦେକାରକା କର୍‌ବା ଦୁତର୍‌ ଲଗେ ଲେକା । ଏ କବର୍‌ ମୁଇ ପାଟାଇଲିନି । ମୁଇ ସୁକଲ୍‌ ଆରି ସତ୍‌ । ଦାଉଦ୍‌ ରାଜାର୍‌ କୁଚିକାଡି ମର୍‌ଟାନେ ଆଚେ । ମୁଇ ଉଗାଡ୍‌ଲେ, କେ ମିସା ଡାବି ନାପାରତ୍‌ । ଆରି ମୁଇ ଡାବ୍‌ଲେ କେ ମିସା ଉଗାଡି ନାପାରତ୍‌ ।
8 ସେ ଏହା କହନ୍ତି, ଆମ୍ଭେ ତୁମ୍ଭର କାର୍ଯ୍ୟ ଜାଣୁ; ଦେଖ, ଆମ୍ଭେ ତୁମ୍ଭ ସମ୍ମୁଖରେ ଗୋଟିଏ ଦ୍ୱାର ଫିଟାଇଅଛୁ, କେହି ତାହା ବନ୍ଦ କରିପାରେ ନାହିଁ, କାରଣ ତୁମ୍ଭର ଶକ୍ତି ସାମାନ୍ୟ, ତଥାପି ତୁମ୍ଭେ ଆମ୍ଭର ବାକ୍ୟ ପାଳନ କରି ଆମ୍ଭର ନାମ ଅସ୍ୱୀକାର କରି ନାହଁ।
ମୁଇ ତମର୍‌ ଚଲାଚଲ୍‌ତି ଜାନି । ତମ୍‌କେ ଅଲପ୍‌ ସେ ବପୁ ଆଚେବଲି ମିସା ଜାନି । ମାତର୍‌ ମର୍‌ ସିକିଆ ତମେ ମାନିଆଚାସ୍‌ ଆରି ସତ୍‌ସେ ମର୍‌ ସିକିଆ ମାନ୍‌ଲାସ୍‌ । ତେବର୍‌ପାଇ ମୁଇ ତମର୍‌ ମୁଆଟେ ଗଟେକ୍‌ କାପାଟ୍‌ ଉଗାଡିଆଚି । ସେଟା କେ ମିସା ଡାବିନାପାରତ୍‌ ।
9 ଦେଖ, ଯେଉଁମାନେ ଯିହୁଦୀ ନୁହଁନ୍ତି, କିନ୍ତୁ ମିଥ୍ୟାରେ ଆପଣାମାନଙ୍କୁ ଯିହୁଦୀ ବୋଲି କହନ୍ତି, ଏପରି ଶୟତାନର ଦଳର ଲୋକମାନଙ୍କୁ ଆମ୍ଭେ ଆଣି ତୁମ୍ଭର ଚରଣ ତଳେ ପ୍ରଣାମ କରାଇବୁ, ଆଉ ଆମ୍ଭେ ଯେ ତୁମ୍ଭକୁ ପ୍ରେମ କରିଅଛୁ, ଏହା ସେମାନଙ୍କୁ ଜ୍ଞାତ କରାଇବୁ।
ସୁନା ତମର୍‌ ବିତ୍‌ରେ କେତେଟା ଜିଉଦିମନ୍‌ ସଇତାନର୍‌ ଦଲେ ମିସିଆଚତ୍‌ । ମାତର୍‌ ସେମନ୍‌ ଜିଉଦିଲକ୍‌ ନଅତ୍‌ । ଆଇବା ଗଟେକ୍‌ ଦିନେ ମୁଇ ସେମନ୍‌କେ ତମର୍‌ଟାନେଅନି ମାଣ୍ଡିକୁଟା ଦିଆଇବି । ମୁଇ ତମ୍‌କେ ଆଲାଦ୍‌ କଲିନି ବଲି ସେମନ୍‌ ଜାନ୍‌ବାଇ ।
10 ତୁମ୍ଭେ ଆମ୍ଭର ଧୈର୍ଯ୍ୟର ବାକ୍ୟ ରକ୍ଷା କରିଅଛ, ଏହେତୁ ପୃଥିବୀ ନିବାସୀମାନଙ୍କୁ ପରୀକ୍ଷା କରିବା ନିମନ୍ତେ ସମସ୍ତ ଜଗତ ଉପରକୁ ଯେଉଁ ପରୀକ୍ଷାକାଳ ଆସିବ, ସେଥିରୁ ଆମ୍ଭେ ମଧ୍ୟ ତୁମ୍ଭକୁ ରକ୍ଷା କରିବୁ।
୧୦ଦୁକ୍‌ କସ୍‌ଟ ଆଇଲାବେଲେ ମୁର୍‌ଚିକରି ରୁଆ ବଲି ମୁଇ ତିଆର୍‌ଲାଟା ତମେ ମାନ୍‌ଲାସ୍‌ । ସେଟାର୍‌ପାଇ ଜଗତର୍‌ ସବୁ ଲକ୍‌କେ ପରିକା କର୍‌ବାକେ ଦୁକ୍‌ କସ୍‌ଟ ଆଇବା ବେଲାଇଅନି ମୁଇ ମିସା ତମ୍‌କେ କାଇଟା ନ ଆଇବାକେ ରକିଆ କରି ସଙ୍ଗଇବି ।
11 ଆମ୍ଭେ ଶୀଘ୍ର ଆସୁଅଛୁ; ତୁମ୍ଭର ମୁକୁଟକୁ ଯେପରି କେହି ହରଣ କରି ନ ନିଏ, ଏଥିନିମନ୍ତେ ତୁମ୍ଭର ଯାହା ଅଛି, ତାହା ଦୃଢ଼ରୂପେ ଧରି ରଖ।
୧୧ମୁଇ ଦାପ୍‌ରେ ଆଇଲିନି । ଜନ୍‌ ସତ୍‌ ସିକିଆ ତମେ ପାଇଆଚାସ୍‌, ସେଟା ମାନିକରି ରୁଆ । ଜେନ୍ତାରି କି ତମର୍‌ ଇନାମ୍‌ କେ ମିସା ଚରାଇନେଇ ନାପାରତ୍‌ ।
12 ଯେ ଜୟ କରେ, ଆମ୍ଭେ ତାହାକୁ ଆମ୍ଭର ଈଶ୍ବରଙ୍କ ମନ୍ଦିରର ସ୍ତମ୍ଭ ସ୍ୱରୂପ କରିବୁ, ସେ ଆଉ ସେଠାରୁ ବାହାରକୁ ଯିବ ନାହିଁ; ଆମ୍ଭେ ଆପଣା ଈଶ୍ବରଙ୍କ ନାମ ଓ ସ୍ୱର୍ଗରୁ ତାହାଙ୍କଠାରୁ ଆଗତ ଯେଉଁ ଯିରୂଶାଲମ, ଆମ୍ଭର ଈଶ୍ବରଙ୍କ ସେହି ନଗରୀର ନାମ ପୁଣି, ଆମ୍ଭ ନିଜର ନୂତନ ନାମ ତାହା ଉପରେ ଲେଖିବୁ।
୧୨ଜେ ଜିତ୍‌ସି, ମୁଇ ତାକେ ଆମର୍‌ ପର୍‌ମେସରର୍‌ ମନ୍ଦିରର୍‌ ମୁଲ୍‌ଡେଲି କର୍‌ବି । ଆରି ସେମନ୍‌ ତେଇଅନି କେବେ ମିସା ଚାଡି ନ ଜାଅତ୍‌ । ତାକର୍‌ ଉପ୍‌ରେ ମୁଇ, ମର୍‌ ପର୍‌ମେସରର୍‌ ନଅରର୍‌ ନାଉଁ ଆରି ନୁଆ ଜିରୁସାଲମର୍‌ ନାଉଁ ଲେକ୍‌ବି । ସେଟା ମର୍‌ ପର୍‌ମେସରର୍‌ ଟାନେଅନି ସର୍‌ଗେଅନି ଉତ୍‌ରି ଆଇସି । ତାକର୍‌ ଉପ୍‌ରେ ମିସା ମର୍‌ ନୁଆ ନାଉଁ ଲେକ୍‌ବି ।
13 ମଣ୍ଡଳୀଗଣଙ୍କୁ ଆତ୍ମା କଅଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ।”
୧୩ଆତ୍‌ମା ମଣ୍ଡଲିମନ୍‌କେ କଇବାଟା ମନ୍‌ ଦିଆନ୍‌ ଦେଇ ସୁନା ।
14 “ଲାଅଦିକିଆ ମଣ୍ଡଳୀର ଦୂତ ନିକଟକୁ ଲେଖ: ଯେ ସତ୍, ଯେ ବିଶ୍ୱସ୍ତ ଓ ସତ୍ୟ ସାକ୍ଷୀ, ଯେ ଈଶ୍ବରଙ୍କ ସୃଷ୍ଟିର ଆଦିକର୍ତ୍ତା, ସେ ଏହା କହନ୍ତି,
୧୪ଲାଉଦିକିଆ ମଣ୍ଡଲିକେ ଦେକାରକା କର୍‌ବା ଦୁତ୍‌କେ ଲେକା । ଏ କବର୍‌ ମୁଇ ପାଟାଇଲିନି । ମୁଇ ଅଇଲିନି, ଆମେନ୍‌ । ମୁଇ ଅଇଲିନି ସତ୍‌ ବିସ୍‌ବାସର୍‌ ସାକି । ମର୍‌ଟାନେ ଅନି ପର୍‌ମେସର୍‌ ସବୁ ବିସଇ ତିଆର୍‌କଲା ।
15 ଆମ୍ଭେ ତୁମ୍ଭର କର୍ମ ଜାଣୁ, ତୁମ୍ଭେ ଶୀତଳ ନୁହଁ କି ଉଷ୍ଣ ହିଁ ନୁହଁ; ତୁମ୍ଭେ ଶୀତଳ କି ଉଷ୍ଣ ହେଲେ ଭଲ ହୁଅନ୍ତା।
୧୫ମୁଇ ତମର୍‌ ଚଲାଚଲ୍‌ତି ଜାନି । ତମେ ବେସି କାକର୍‌ ନାଇ କି ବେସି ତପ୍‌ଲାଟା ପାରା ନାଇ, ମାତର୍‌ ଉସୁମ୍‌ ପାନିପାରା ଆଚାସ୍‌ । ତମେ ତପତ୍‌ ଉଆ, ନଇଲେ କାକର୍‌ ଉଆ ବଲି ମୁଇ ମନ୍‍ କଲିନି ।
16 ଏଣୁ ତୁମ୍ଭେ ଶୀତଳ କି ଉଷ୍ଣ ନ ହୋଇ ଈଷଦୁଷ୍ଣ ହେବାରୁ ଆମ୍ଭେ ତୁମ୍ଭକୁ ଆପଣା ମୁଖରୁ ପ୍ରତ୍ୟାଖ୍ୟାନ କରିବାକୁ ଯାଉଅଛୁ।
୧୬ମାତର୍‌ ତମେ ଉସୁମ୍‌ ଅଇଲାର୍‌ ପାଇ ମୁଇ ତମ୍‌କେ ତୁକିଦେବି ।
17 ତୁମ୍ଭେ କହୁଅଛ, ମୁଁ ଧନୀ, ମୋହର ବହୁତ ସମ୍ପତ୍ତି ଅଛି, ମୋହର କୌଣସି ଅଭାବ ନାହିଁ; ମାତ୍ର ତୁମ୍ଭେ ଯେ ଦୁର୍ଭାଗା, ଦୀନହୀନ, ଦରିଦ୍ର, ଅନ୍ଧ ଓ ଉଲଗ୍ନ, ଏହା ଜାଣ ନାହିଁ;
୧୭ତମେ କଇଲାସ୍‌ନି ମୁଇ ସାଉକାର୍‌, ମକେ ଜାଇ ଜାଇଟା ଦର୍‌କାର୍‌, ସେଟା ମର୍‌ଲଗେ ଆଚେ । ମାତର୍‌ ତମେ କେତେକ୍‌ କାକୁର୍‌ତି ଅଇଆଚାସ୍‌, ତମେ ଅର୍‌କିତ୍‌, ଡୁମ୍‌ଣ୍ଡା ଆରି କାଣା, ସେଟା ତମେ ନାଜାନାସ୍‌ ।
18 ଏଣୁ ଆମ୍ଭେ ତୁମ୍ଭକୁ ଏହି ପରାମର୍ଶ ଦେଉଅଛୁ, ତୁମ୍ଭେ ଧନୀ ହେବା ନିମନ୍ତେ ଅଗ୍ନିରେ ପରିଷ୍କୃତ ସୁବର୍ଣ୍ଣ, ଆଉ ତୁମ୍ଭ ଉଲଗ୍ନତାର ଲଜ୍ଜା ଯେପରି ପ୍ରକାଶିତ ନ ହୁଏ, ଏଥିପାଇଁ ପରିଧାନ କରିବା ପାଇଁ ଶୁକ୍ଳ ବସ୍ତ୍ର, ପୁଣି, ଦୃଷ୍ଟି ପାଇବା ନିମନ୍ତେ ଚକ୍ଷୁରେ ଲେପନ କରିବା ପାଇଁ ଅଞ୍ଜନ ଆମ୍ଭ ନିକଟରୁ କିଣ।
୧୮ମୁଇ ତମ୍‌କେ ବୁଦି ସିକାଇବି । ମର୍‌ଟାନେଅନି ସୁନା ଗେନା । ସୁନା ବଇଲେ ଅସ୍‌ଲି ସୁନା । ଜେନ୍ତାରିକି ତମେ ସତଇସେ ସାଉକାର୍‌ ଅଇସା । ମର୍‌ଟାନେଅନି ସୁକଲ୍‌ ଲୁଗା ଗେନା । ଜେନ୍ତାରି କି ତମେ ଡୁମ୍‌ଣ୍ଡା ଅଇଲାର୍‌ ପାଇ ଲାଜ୍‌ ନ ଉଆସ୍‌ । ଲାଗାଇଅଇବା ଅସ ମିସା ମର୍‌ଟାନେଅନି ନିଆ । ସେଟା ତମର୍‌ ଆଁକିଟାନେ ଲାଗାଆ । ଜେନ୍ତାରିକି ତମେ ଦେକିପାର୍‌ସା ।
19 ଆମ୍ଭେ ଯେତେ ଲୋକଙ୍କୁ ପ୍ରେମ କରୁ, ସେମାନଙ୍କୁ ଅନୁଯୋଗ ଓ ଶାସନ କରିଥାଉ; ଅତଏବ ଉଦ୍‍ଯୋଗୀ ହୋଇ ମନ-ପରିବର୍ତ୍ତନ କର।
୧୯ମୁଇ ଜେତ୍‍କି ଲକ୍‌କେ ଆଲାଦ୍‌ କଲିନି, ସେ ଲକ୍‌ମନ୍‌କେ ଦମ୍‌କାଇ କରି ଡଣ୍ଡ୍‌ ଦେଲିନି । ତେବର୍‌ପାଇ ତମର୍‌ ପାପେଅନି ବାଉଡା । ଜେନ୍ତାରି କି ସତ୍‌ ବାବେ ମର୍‌ବାଟେ ଆଇସା ।
20 ଦେଖ, ମୁଁ ଦ୍ୱାର ନିକଟରେ ଠିଆ ହୋଇ ଆଘାତ କରୁଅଛି; ଯଦି କେହି ମୋହର ସ୍ୱର ଶୁଣି ଦ୍ୱାର ଫିଟାଇଦେବ, ତାହାହେଲେ ମୁଁ ପ୍ରବେଶ କରି ତାହା ନିକଟକୁ ଯିବି, ପୁଣି, ତାହା ସହିତ ଭୋଜନ କରିବି ଓ ସେ ମୋ ସହିତ ଭୋଜନ କରିବ।
୨୦ଦେକା, ମୁଇ କାପାଟେ ଟିଆଅଇ ମାର୍‌ଲିନି । ଜେ ଜଦି ମର୍‌ ମାର୍‌ବା ସବଦ୍‌ ସୁନି କାପାଟ୍‌ ଉଗାଡ୍‌ଲେ ମୁଇ ବିତ୍‌ରେ ପୁର୍‌ବି ଆରି ସେମନର୍‌ ସଙ୍ଗ୍‍ କାଇବି ।
21 ମୁଁ ଯେପରି ଜୟ କରି ମୋହର ପିତାଙ୍କ ସହିତ ତାହାଙ୍କ ସିଂହାସନରେ ବସିଅଛି, ସେପରି ଯେ ଜୟ କରେ, ମୁଁ ତାହାକୁ ମୋ ସହିତ ମୋହର ସିଂହାସନରେ ବସିବାକୁ ଦେବି।
୨୧ଜେ ଜିତ୍‌ସି ମର୍‌ ଲଗେ ତାକେ ବସାଇ ସାସନ୍‌ କର୍‌ବାକେ ଅଦିକାର୍‌ ଦେବି । ମୁଇ ଜିତ୍‌ଲି ଆରି ଏବେ ମର୍‌ ବାବାର୍‌ ଲଗେ ବସି ସାସନ୍‌ କଲିନି ।
22 ମଣ୍ଡଳୀଗଣଙ୍କୁ ଆତ୍ମା କଅଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ।”
୨୨ଆତ୍‌ମା ମଣ୍ଡଲିମନ୍‌କେ କଇବାଟା ମନ୍‌ ଦିଆନ୍‌ ଦେଇ ସୁନା ।

< ପ୍ରକାଶିତ 3 >