< ପ୍ରକାଶିତ 3 >

1 “ସାର୍ଦ୍ଦୀ ମଣ୍ଡଳୀର ଦୂତ ନିକଟକୁ ଲେଖ: ଯେ ଈଶ୍ବରଙ୍କ ସପ୍ତ ଆତ୍ମା ଓ ସପ୍ତ ନକ୍ଷତ୍ର ଧାରଣ କରନ୍ତି, ସେ ଏହା କହନ୍ତି, ଆମ୍ଭେ ତୁମ୍ଭର କର୍ମ ଜାଣୁ, ତୁମ୍ଭେ ନାମରେ ଜୀବିତ, ମାତ୍ର ପ୍ରକୃତରେ ମୃତ।
ⲁ̅ⲤϦⲀⲒ ⲘⲠⲒⲀⲄⲄⲈⲖⲞⲤ ⲚⲦⲈϮⲈⲔⲔⲖⲎⲤⲒⲀ ⲚⲦⲈⲤⲀⲢⲆⲒⲤ ϪⲈ ⲚⲀⲒ ⲚⲈⲚⲎ ⲈⲦⲈϤϪⲰ ⲘⲘⲰⲞⲨ ⲚϪⲈⲪⲎ ⲈⲦⲈ ⲠⲒⲌ ⲘⲠⲚⲈⲨⲘⲀⲚⲦⲈⲪⲚⲞⲨϮ ⲬⲎ ⲚⲦⲞⲦϤ ⲚⲈⲘ ⲠⲒⲌ ⲚⲤⲒⲞⲨ ϪⲈ ϮⲤⲰⲞⲨⲚ ⲚⲚⲈⲔϨⲂⲎⲞⲨⲒ ϪⲈ ⲞⲨⲞⲚ ⲚⲦⲀⲔ ⲚⲞⲨⲢⲀⲚ ⲘⲘⲀⲨ ⲘⲠⲒⲞⲨϪⲀⲒ ϪⲈ ⲔⲞⲚϦ ⲞⲨⲞϨ ⲔⲘⲰⲞⲨⲦ.
2 ଜାଗ୍ରତ ହୁଅ, ପୁଣି, ମୃତ୍ୟୁ ନିମନ୍ତେ ପ୍ରସ୍ତୁତ ଅବଶିଷ୍ଟ ବିଷୟସବୁକୁ ସବଳ କର; କାରଣ ଆମ୍ଭେ ତୁମ୍ଭର କର୍ମସବୁକୁ ଆମ୍ଭର ଈଶ୍ବରଙ୍କ ଛାମୁରେ ସିଦ୍ଧ ବୋଲି ଦେଖି ନାହୁଁ।
ⲃ̅ϢⲰⲠⲒ ⲞⲨⲚ ⲈⲔⲢⲎⲤ ⲈⲂⲞⲖ ⲞⲨⲞϨ ⲘⲀⲦⲀϪⲢⲈ ⲠⲤⲈⲠⲒ ⲘⲘⲞⲚ ⲬⲚⲀⲘⲞⲨ ϪⲈ ⲞⲨⲎⲒ ⲄⲀⲢ ⲘⲠⲒϪⲈⲘ ⲚⲈⲔϨⲂⲎⲞⲨⲒ ⲈⲨϪⲎⲔ ⲈⲂⲞⲖ ϦⲀⲦⲈⲚ ⲠⲀⲚⲞⲨϮ.
3 ଏଣୁ କିପ୍ରକାରେ ଶିକ୍ଷା ପାଇଅଛ ଓ ଶ୍ରବଣ କରିଅଛ, ତାହା ସ୍ମରଣ କରି ପାଳନ କର ଓ ମନ-ପରିବର୍ତ୍ତନ କର; ଯଦି ଜାଗ୍ରତ ନ ହୁଅ, ତାହାହେଲେ ଆମ୍ଭେ ଚୋର ପରି ଆସିବୁ, ଆଉ କେଉଁ ସମୟରେ ତୁମ୍ଭ ଉପରେ ଆସି ପଡ଼ିବୁ, ତାହା ତୁମ୍ଭେ କୌଣସି ପ୍ରକାରେ ଜାଣିବ ନାହିଁ;
ⲅ̅ⲀⲢⲒⲪⲘⲈⲨⲒ ⲞⲨⲚ ϪⲈ ⲠⲰⲤ ⲀⲔϬⲒ ⲞⲨⲞϨ ⲀⲔⲤⲰⲦⲈⲘ ⲞⲨⲞϨ ⲀⲢⲈϨ ⲞⲨⲞϨ ⲀⲢⲒⲘⲈⲦⲀⲚⲞⲒⲚ ⲈϢⲰⲠ ⲞⲨⲞⲚ ⲀⲔϢⲦⲈⲘⲈⲢⲘⲈⲦⲀⲚⲞⲒⲚ ⲞⲨⲞϨ ⲚⲦⲈⲔϢⲦⲈⲘⲢⲰⲒⲤ ϮⲚⲀⲒ ⲘⲪⲢⲎϮ ⲚⲞⲨⲢⲈϤϬⲒⲞⲨⲒ ⲞⲨⲞϨ ⲬⲚⲀⲈⲘⲒ ⲀⲚ ⲈϮⲞⲨⲚⲞⲨ ⲈϮⲚⲎⲞⲨ ⲈϪⲰⲔ ⲘⲘⲞⲤ.
4 ତଥାପି ଯେଉଁମାନେ ଆପଣା ଆପଣା ବସ୍ତ୍ର ମଳିନ କରି ନାହାନ୍ତି, ତୁମ୍ଭମାନଙ୍କ ମଧ୍ୟରେ ସାର୍ଦ୍ଦୀରେ ଏପରି କେତେକ ଅଛନ୍ତି; ସେମାନେ ଶୁକ୍ଳ ବସ୍ତ୍ର ପରିହିତ ହୋଇ ଆମ୍ଭ ସଙ୍ଗରେ ଗମନାଗମନ କରିବେ, କାରଣ ସେମାନେ ଯୋଗ୍ୟ।
ⲇ̅ⲀⲖⲖⲀ ⲞⲨⲞⲚ ϨⲀⲚⲔⲞⲨϪⲒ ⲚⲢⲀⲚ ⲚⲦⲎⲒ ϦⲈⲚⲤⲀⲢⲆⲒⲤ ⲚⲀⲒ ⲈⲦⲈ ⲘⲠⲞⲨⲐⲰⲖⲈⲂ ⲚⲚⲞⲨϨⲂⲰⲤ ⲚⲈⲘ ⲤϨⲒⲘⲒ ⲞⲨⲞϨ ⲈⲨⲈⲘⲞϢⲒ ⲚⲈⲘⲎⲒ ϦⲈⲚϨⲀⲚϨⲂⲰⲤ ⲚⲞⲨⲰⲂϢ ϪⲈ ⲤⲈⲘⲠϢⲀ ⲄⲀⲢ.
5 ଯେ ଜୟ କରେ, ସେ ଏହି ପ୍ରକାରେ ଶୁକ୍ଳ ବସ୍ତ୍ର ପରିହିତ ହେବ, ଆଉ ଆମ୍ଭେ ଜୀବନ ପୁସ୍ତକରୁ ତାହାର ନାମ କୌଣସି ପ୍ରକାରେ ଲୋପ ନ କରି ଆମ୍ଭର ପିତା ଓ ତାହାଙ୍କ ଦୂତମାନଙ୍କ ସମ୍ମୁଖରେ ତାହାର ନାମ ସ୍ୱୀକାର କରିବୁ।
ⲉ̅ⲪⲎ ⲈⲐⲚⲀϬⲢⲞ ⲘⲠⲀⲒⲢⲎϮ ⲈⲨⲈϮ ϨⲒⲰⲦϤ ⲚϨⲀⲚϬⲒϨⲂⲰⲤ ⲚⲞⲨⲰⲂϢ ⲞⲨⲞϨ ⲚⲚⲞⲨⲤⲈⲖϪ ⲠⲞⲨⲢⲀⲚ ⲈⲂⲞⲖ ϨⲒ ⲠⲒϪⲰⲘ ⲚⲦⲈⲠⲰⲚϦ ⲈⲒⲈⲞⲨⲰⲚϨ ⲘⲠⲞⲨⲢⲀⲚ ⲈⲂⲞⲖ ⲘⲠⲈⲘⲐⲞ ⲘⲠⲀⲒⲰⲦ ⲚⲈⲘ ⲠⲈⲘⲐⲞ ⲚⲚⲈϤⲀⲄⲄⲈⲖⲞⲤ.
6 ମଣ୍ଡଳୀଗଣଙ୍କୁ ଆତ୍ମା କଅଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ।”
ⲋ̅ⲪⲎ ⲈⲦ ⲞⲨⲞⲚ ⲘⲀϢϪ ⲘⲘⲞϤ ⲈⲤⲰⲦⲈⲘ ⲘⲀⲢⲈϤⲤⲰⲦⲈⲘ ϪⲈ ⲞⲨ ⲠⲈ ⲈⲦⲈ ⲠⲒⲠⲚⲈⲨⲘⲀϪⲰ ⲘⲘⲞϤ ⲚⲚⲒⲈⲔⲔⲖⲎⲤⲒⲀ.
7 “ଫିଲାଦେଲ୍‌ଫିଆ ମଣ୍ଡଳୀର ଦୂତ ନିକଟକୁ ଲେଖ: ଯେ ପବିତ୍ର ଓ ସତ୍ୟ, ଯାହାଙ୍କ ହସ୍ତରେ ଦାଉଦଙ୍କର ଚାବି ଅଛି, ଯେ ଫିଟାଇଲେ କେହି ବନ୍ଦ କରି ନ ପାରେ, ଆଉ ବନ୍ଦ କଲେ କେହି ଫିଟାଇ ନ ପାରେ,
ⲍ̅ⲤϦⲀⲒ ⲘⲠⲒⲀⲄⲄⲈⲖⲞⲤ ⲚⲦⲈϮⲈⲔⲔⲖⲎⲤⲒⲀ ⲚⲦⲈⲪⲒⲖⲀⲆⲈⲖⲪⲒⲀ ϪⲈ ⲚⲀⲒ ⲚⲈⲚⲎ ⲈⲦⲈϤϪⲰ ⲘⲘⲰⲞⲨ ⲚϪⲈⲠⲈⲐⲞⲨⲀⲂ ⲠⲒⲐⲘⲎⲒ ⲪⲎ ⲈⲦⲈ ⲚⲒϢⲞϢⲦ ⲚⲦⲈⲠⲎⲒ ⲚⲆⲀⲨⲒⲆ ⲚⲦⲞⲦϤ ⲪⲎ ⲈⲐⲚⲀⲞⲨⲰⲚ ⲘⲘⲞⲚ ϨⲖⲒ ⲚⲀϢⲐⲀⲘ ⲞⲨⲞϨ ⲀϤϢⲀⲚϢⲐⲀⲘ ⲘⲘⲞⲚ ϨⲖⲒ ⲚⲀⲞⲨⲰⲚ
8 ସେ ଏହା କହନ୍ତି, ଆମ୍ଭେ ତୁମ୍ଭର କାର୍ଯ୍ୟ ଜାଣୁ; ଦେଖ, ଆମ୍ଭେ ତୁମ୍ଭ ସମ୍ମୁଖରେ ଗୋଟିଏ ଦ୍ୱାର ଫିଟାଇଅଛୁ, କେହି ତାହା ବନ୍ଦ କରିପାରେ ନାହିଁ, କାରଣ ତୁମ୍ଭର ଶକ୍ତି ସାମାନ୍ୟ, ତଥାପି ତୁମ୍ଭେ ଆମ୍ଭର ବାକ୍ୟ ପାଳନ କରି ଆମ୍ଭର ନାମ ଅସ୍ୱୀକାର କରି ନାହଁ।
ⲏ̅ϮⲤⲰⲞⲨⲚ ⲚⲚⲈⲔϨⲂⲎⲞⲨⲒ ⲚⲈⲘ ⲠⲈⲔⲚⲀϨϮ ϨⲎⲠⲠⲈ ⲒⲤ ⲀⲒϮ ⲘⲠⲈⲔⲘⲐⲞ ⲚⲞⲨⲢⲞ ⲈϤⲈⲞⲨⲎⲚ ⲘⲘⲞⲚ ϢϪⲞⲘ ⲚⲦⲈϨⲖⲒ ϢⲐⲀⲘ ⲘⲘⲞϤ ϪⲈ ⲞⲨⲞⲚ ⲚⲦⲀⲔ ⲚⲞⲨⲔⲞⲨϪⲒ ⲚϪⲞⲘ ⲘⲘⲀⲨ ⲞⲨⲞϨ ⲀⲔⲀⲢⲈϨ ⲈⲠⲀⲤⲀϪⲒ ⲞⲨⲞϨ ⲘⲠⲈⲔϪⲈⲖ ⲠⲀⲢⲀⲚ ⲈⲂⲞⲖ.
9 ଦେଖ, ଯେଉଁମାନେ ଯିହୁଦୀ ନୁହଁନ୍ତି, କିନ୍ତୁ ମିଥ୍ୟାରେ ଆପଣାମାନଙ୍କୁ ଯିହୁଦୀ ବୋଲି କହନ୍ତି, ଏପରି ଶୟତାନର ଦଳର ଲୋକମାନଙ୍କୁ ଆମ୍ଭେ ଆଣି ତୁମ୍ଭର ଚରଣ ତଳେ ପ୍ରଣାମ କରାଇବୁ, ଆଉ ଆମ୍ଭେ ଯେ ତୁମ୍ଭକୁ ପ୍ରେମ କରିଅଛୁ, ଏହା ସେମାନଙ୍କୁ ଜ୍ଞାତ କରାଇବୁ।
ⲑ̅ϨⲎⲠⲠⲈ ϮⲚⲀϮ ⲚⲀⲔ ⲈⲂⲞⲖ ϦⲈⲚϮⲤⲨⲚⲀⲄⲰⲄⲎ ⲚⲦⲈⲠⲤⲀⲦⲀⲚⲀⲤ ⲚⲎ ⲈⲦϪⲰ ⲘⲘⲞⲤ ϪⲈ ϨⲀⲚⲒⲞⲨⲆⲀⲒ ⲚⲈⲞⲨⲞϨ ϨⲀⲚⲞⲨⲞⲚ ⲀⲚ ⲚⲈⲀⲖⲖⲀ ⲤⲈϪⲈⲘⲈⲐⲚⲞⲨϪ ϨⲎⲠⲠⲈ ⲈⲒⲈⲐⲢⲞⲨⲒ ⲞⲨⲞϨ ⲈⲒⲈⲐⲢⲞⲨⲞⲨⲰϢⲦ ⲘⲘⲞⲔ ⲞⲨⲞϨ ⲈⲨⲈϨⲒⲦⲞⲨ ⲈⲠⲈⲤⲎⲦ ⲘⲠⲈⲘⲐⲞ ⲚⲚⲈⲔϬⲀⲖⲀⲨϪ ⲞⲨⲞϨ ⲈⲨⲈⲈⲘⲒ ⲦⲎⲢⲞⲨ ϪⲈ ⲀⲚⲞⲔ ⲠⲈ ⲈⲦⲀⲒⲘⲈⲚⲢⲒⲦⲔ.
10 ତୁମ୍ଭେ ଆମ୍ଭର ଧୈର୍ଯ୍ୟର ବାକ୍ୟ ରକ୍ଷା କରିଅଛ, ଏହେତୁ ପୃଥିବୀ ନିବାସୀମାନଙ୍କୁ ପରୀକ୍ଷା କରିବା ନିମନ୍ତେ ସମସ୍ତ ଜଗତ ଉପରକୁ ଯେଉଁ ପରୀକ୍ଷାକାଳ ଆସିବ, ସେଥିରୁ ଆମ୍ଭେ ମଧ୍ୟ ତୁମ୍ଭକୁ ରକ୍ଷା କରିବୁ।
ⲓ̅ϪⲈ ⲀⲔⲀⲢⲈϨ ⲈⲠⲀⲤⲀϪⲒ ⲚⲈⲘ ⲦⲀϨⲨⲠⲞⲘⲞⲚⲎ ⲈⲐⲂⲈⲪⲀⲒ ⲀⲚⲞⲔ ϨⲰ ⲀⲒⲀⲢⲈϨ ⲈⲢⲞⲔ ⲈⲂⲞⲖ ϨⲀ ⲠⲒⲠⲒⲢⲀⲤⲘⲞⲤ ⲪⲎ ⲈⲐⲚⲀⲒ ⲈϦⲢⲎⲒ ⲈϪⲈⲚ ⲠⲒⲐⲞ ⲦⲎⲢϤ ⲈⲈⲢⲠⲒⲢⲀⲌⲒⲚ ⲚⲞⲨⲞⲚ ⲚⲒⲂⲈⲚ ⲈⲦϨⲒϪⲈⲚ ⲠⲔⲀϨⲒ.
11 ଆମ୍ଭେ ଶୀଘ୍ର ଆସୁଅଛୁ; ତୁମ୍ଭର ମୁକୁଟକୁ ଯେପରି କେହି ହରଣ କରି ନ ନିଏ, ଏଥିନିମନ୍ତେ ତୁମ୍ଭର ଯାହା ଅଛି, ତାହା ଦୃଢ଼ରୂପେ ଧରି ରଖ।
ⲓ̅ⲁ̅ϮⲚⲎⲞⲨ ⲚⲬⲰⲖⲈⲘ ⲀⲘⲞⲚⲒ ⲘⲪⲎ ⲈⲦⲈⲚⲦⲞⲦⲔ ϨⲒⲚⲀ ⲚⲦⲈϢⲦⲈⲘ ϨⲖⲒ ϬⲒ ⲘⲠⲈⲔⲬⲖⲞⲘ.
12 ଯେ ଜୟ କରେ, ଆମ୍ଭେ ତାହାକୁ ଆମ୍ଭର ଈଶ୍ବରଙ୍କ ମନ୍ଦିରର ସ୍ତମ୍ଭ ସ୍ୱରୂପ କରିବୁ, ସେ ଆଉ ସେଠାରୁ ବାହାରକୁ ଯିବ ନାହିଁ; ଆମ୍ଭେ ଆପଣା ଈଶ୍ବରଙ୍କ ନାମ ଓ ସ୍ୱର୍ଗରୁ ତାହାଙ୍କଠାରୁ ଆଗତ ଯେଉଁ ଯିରୂଶାଲମ, ଆମ୍ଭର ଈଶ୍ବରଙ୍କ ସେହି ନଗରୀର ନାମ ପୁଣି, ଆମ୍ଭ ନିଜର ନୂତନ ନାମ ତାହା ଉପରେ ଲେଖିବୁ।
ⲓ̅ⲃ̅ⲪⲎ ⲈⲐⲚⲀϬⲢⲞ ⲈⲒⲈⲀⲒϤ ⲚⲤⲦⲨⲖⲖⲞⲤ ϦⲈⲚⲠⲎⲒ ⲚⲦⲈⲠⲀⲚⲞⲨϮ ⲞⲨⲞϨ ⲚⲚⲈϤⲒ ⲈⲂⲞⲖ ϪⲈ ⲞⲨⲞϨ ⲈⲒⲈⲤϦⲈ ⲪⲢⲀⲚ ⲘⲠⲀⲚⲞⲨϮ ϨⲒⲰⲦϤ ⲚⲈⲘ ⲪⲢⲀⲚ ⲚϮⲂⲀⲔⲒ ⲘⲂⲈⲢⲒ ⲚⲦⲈⲠⲀⲒⲰⲦ ⲒⲈⲢⲞⲤⲀⲖⲎⲘ ⲐⲎ ⲈⲐⲚⲎⲞⲨ ⲈⲠⲈⲤⲎⲦ ⲈⲂⲞⲖ ϦⲈⲚⲦⲪⲈ ⲈⲂⲞⲖ ϨⲒⲦⲈⲚ ⲠⲀⲚⲞⲨϮ ⲚⲈⲘ ⲠⲀⲢⲀⲚ ⲘⲂⲈⲢⲒ.
13 ମଣ୍ଡଳୀଗଣଙ୍କୁ ଆତ୍ମା କଅଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ।”
ⲓ̅ⲅ̅ⲪⲎ ⲈⲦⲈ ⲞⲨⲞⲚ ⲘⲀϢϪ ⲘⲘⲞϤ ⲈⲤⲰⲦⲈⲘ ⲘⲀⲢⲈϤⲤⲰⲦⲈⲘ ϪⲈ ⲞⲨ ⲠⲈ ⲈⲦⲈ ⲠⲒⲠⲚⲈⲨⲘⲀϪⲰ ⲘⲘⲞϤ ⲚⲚⲒⲈⲔⲔⲖⲎⲤⲒⲀ.
14 “ଲାଅଦିକିଆ ମଣ୍ଡଳୀର ଦୂତ ନିକଟକୁ ଲେଖ: ଯେ ସତ୍, ଯେ ବିଶ୍ୱସ୍ତ ଓ ସତ୍ୟ ସାକ୍ଷୀ, ଯେ ଈଶ୍ବରଙ୍କ ସୃଷ୍ଟିର ଆଦିକର୍ତ୍ତା, ସେ ଏହା କହନ୍ତି,
ⲓ̅ⲇ̅ⲤϦⲀⲒ ⲘⲠⲒⲀⲄⲄⲈⲖⲞⲤ ⲚⲦⲈϮⲈⲔⲔⲖⲎⲤⲒⲀ ⲚⲦⲈⲖⲀⲞⲆⲒⲔⲒⲀ ϪⲈ ⲚⲀⲒ ⲚⲈⲚⲎ ⲈⲦⲈϤϪⲰ ⲘⲘⲰⲞⲨ ⲚϪⲈⲠⲒⲀⲘⲎⲚ ⲠⲒⲘⲀⲢⲦⲨⲢⲞⲤ ⲠⲒⲠⲒⲤⲦⲞⲤ ⲞⲨⲞϨ ⲠⲒⲀⲖⲎⲐⲒⲚⲞⲤ ⲦⲀⲢⲬⲎ ⲘⲠⲒⲤⲰⲚⲦ ⲚⲦⲈⲪϮ
15 ଆମ୍ଭେ ତୁମ୍ଭର କର୍ମ ଜାଣୁ, ତୁମ୍ଭେ ଶୀତଳ ନୁହଁ କି ଉଷ୍ଣ ହିଁ ନୁହଁ; ତୁମ୍ଭେ ଶୀତଳ କି ଉଷ୍ଣ ହେଲେ ଭଲ ହୁଅନ୍ତା।
ⲓ̅ⲉ̅ϮⲤⲰⲞⲨⲚ ⲚⲚⲈⲔϨⲂⲎⲞⲨⲒ ϪⲈ ⲞⲨⲆⲈ ⲔϨⲞⲢϢ ⲀⲚ ⲞⲨⲆⲈ ⲔϦⲎⲘ ⲀⲚ ⲀⲘⲞⲒ ⲚⲀⲔⲞⲒ ⲘⲘⲞⲨϨⲰϪ ⲠⲈ ⲒⲈ ⲚⲀⲔⲂⲈⲢⲂⲈⲢ
16 ଏଣୁ ତୁମ୍ଭେ ଶୀତଳ କି ଉଷ୍ଣ ନ ହୋଇ ଈଷଦୁଷ୍ଣ ହେବାରୁ ଆମ୍ଭେ ତୁମ୍ଭକୁ ଆପଣା ମୁଖରୁ ପ୍ରତ୍ୟାଖ୍ୟାନ କରିବାକୁ ଯାଉଅଛୁ।
ⲓ̅ⲋ̅ϪⲈ ⲠⲀⲒⲢⲎϮ ⲔⲞⲒ ⲘⲘⲞⲨⲤⲈⲖϨⲞ ⲞⲨⲆⲈ ⲔⲞⲒ ⲘⲘⲞⲨϦⲈⲘⲒ ⲀⲚ ⲞⲨⲆⲈ ⲔⲞⲒ ⲘⲘⲞⲨϨⲰϪ ⲀⲚ ⲘⲘⲞⲚ ϮⲚⲀϢⲀⲦⲔ ⲚϨⲢⲎⲒ ϦⲈⲚϨⲐⲎⲒ.
17 ତୁମ୍ଭେ କହୁଅଛ, ମୁଁ ଧନୀ, ମୋହର ବହୁତ ସମ୍ପତ୍ତି ଅଛି, ମୋହର କୌଣସି ଅଭାବ ନାହିଁ; ମାତ୍ର ତୁମ୍ଭେ ଯେ ଦୁର୍ଭାଗା, ଦୀନହୀନ, ଦରିଦ୍ର, ଅନ୍ଧ ଓ ଉଲଗ୍ନ, ଏହା ଜାଣ ନାହିଁ;
ⲓ̅ⲍ̅ϪⲈ ⲔϪⲰ ⲘⲘⲞⲤ ϪⲈ ⲞⲨⲢⲀⲘⲀⲞ ⲞⲨⲞϨ ϮⲈⲢⲬⲢⲒⲀ ⲚϨⲖⲒ ⲞⲨⲞϨ ⲔⲈⲘⲒ ⲀⲚ ϪⲈ ⲚⲐⲞⲔ ⲞⲨϪⲰⲂ ⲚⲦⲀⲖⲈⲠⲰⲢⲞⲤ ⲞⲨⲞϨ ⲚⲐⲞⲔ ⲞⲨϢⲀⲦⲘⲈⲐⲚⲀⲒ ⲚϨⲎⲔⲒ ⲞⲨⲞϨ ⲘⲂⲈⲖⲖⲈ ⲈⲔⲂⲎϢ
18 ଏଣୁ ଆମ୍ଭେ ତୁମ୍ଭକୁ ଏହି ପରାମର୍ଶ ଦେଉଅଛୁ, ତୁମ୍ଭେ ଧନୀ ହେବା ନିମନ୍ତେ ଅଗ୍ନିରେ ପରିଷ୍କୃତ ସୁବର୍ଣ୍ଣ, ଆଉ ତୁମ୍ଭ ଉଲଗ୍ନତାର ଲଜ୍ଜା ଯେପରି ପ୍ରକାଶିତ ନ ହୁଏ, ଏଥିପାଇଁ ପରିଧାନ କରିବା ପାଇଁ ଶୁକ୍ଳ ବସ୍ତ୍ର, ପୁଣି, ଦୃଷ୍ଟି ପାଇବା ନିମନ୍ତେ ଚକ୍ଷୁରେ ଲେପନ କରିବା ପାଇଁ ଅଞ୍ଜନ ଆମ୍ଭ ନିକଟରୁ କିଣ।
ⲓ̅ⲏ̅ϮⲈⲢⲤⲨⲘⲂⲞⲨⲖⲈⲨⲒⲚ ⲚⲀⲔ ⲞⲨⲚ ⲈϢⲈⲠ ⲞⲨⲚⲞⲨⲂ ⲚⲦⲞⲦ ⲈϤⲪⲞⲤⲒ ⲚϨⲢⲎⲒ ϦⲈⲚⲞⲨⲬⲢⲰⲘ ϨⲒⲚⲀ ⲚⲦⲈⲔⲈⲢⲢⲀⲘⲀⲞ ⲞⲨⲞϨ ϨⲀⲚϨⲂⲰⲤ ⲈⲨⲪⲞⲢⲒ ⲘⲎⲒⲦⲞⲨ ϨⲒⲰⲦⲔ ϨⲒⲚⲀ ⲚⲦⲈϤϢⲦⲈⲘⲞⲨⲰⲚϨ ⲈⲂⲞⲖ ⲚϪⲈⲠϢⲒⲠⲒ ⲚⲦⲈⲠⲈⲔⲂⲰϢ ⲞⲨⲞϨ ⲞⲨⲔⲞⲨⲖⲀⲞⲨⲢⲒⲞⲚ ⲘⲎⲒϤ ⲈⲚⲈⲔⲂⲀⲖ ϨⲒⲚⲀ ⲚⲦⲈⲔⲚⲀⲨ ⲘⲂⲞⲖ.
19 ଆମ୍ଭେ ଯେତେ ଲୋକଙ୍କୁ ପ୍ରେମ କରୁ, ସେମାନଙ୍କୁ ଅନୁଯୋଗ ଓ ଶାସନ କରିଥାଉ; ଅତଏବ ଉଦ୍‍ଯୋଗୀ ହୋଇ ମନ-ପରିବର୍ତ୍ତନ କର।
ⲓ̅ⲑ̅ⲀⲚⲞⲔ ⲄⲀⲢ ⲚⲎ ⲈϢⲀⲒⲘⲈⲚⲢⲒⲦⲞⲨ ϢⲀⲒⲤⲀϨⲰⲞⲨ ϢⲀⲒϮⲤⲂⲰ ⲚⲰⲞⲨ ⲬⲞϨ ⲞⲨⲚ ⲈⲠⲒⲠⲈⲐⲚⲀⲚⲈϤ ⲞⲨⲞϨ ⲀⲢⲒⲘⲈⲦⲀⲚⲞⲒⲚ.
20 ଦେଖ, ମୁଁ ଦ୍ୱାର ନିକଟରେ ଠିଆ ହୋଇ ଆଘାତ କରୁଅଛି; ଯଦି କେହି ମୋହର ସ୍ୱର ଶୁଣି ଦ୍ୱାର ଫିଟାଇଦେବ, ତାହାହେଲେ ମୁଁ ପ୍ରବେଶ କରି ତାହା ନିକଟକୁ ଯିବି, ପୁଣି, ତାହା ସହିତ ଭୋଜନ କରିବି ଓ ସେ ମୋ ସହିତ ଭୋଜନ କରିବ।
ⲕ̅ϨⲎⲠⲠⲈ ⲄⲀⲢ ϮⲞϨⲒ ⲈⲢⲀⲦ ϨⲒⲢⲈⲚ ⲠⲒⲢⲞ ⲞⲨⲞϨ ϮⲔⲰⲖϨ ⲪⲎ ⲈⲐⲚⲀⲤⲰⲦⲈⲘ ⲞⲨⲞϨ ⲚⲦⲈϤⲞⲨⲰⲚ ⲘⲠⲒⲢⲞ ⲚⲎⲒ ϮⲚⲀϢⲈ ⲈϦⲞⲨⲚ ⲚⲈⲘⲀϤ ⲞⲨⲞϨ ⲚⲦⲀⲞⲨⲰⲘ ⲚⲈⲘⲀϤ ⲞⲨⲞϨ ⲚⲐⲞϤ ⲚⲈⲘⲎⲒ.
21 ମୁଁ ଯେପରି ଜୟ କରି ମୋହର ପିତାଙ୍କ ସହିତ ତାହାଙ୍କ ସିଂହାସନରେ ବସିଅଛି, ସେପରି ଯେ ଜୟ କରେ, ମୁଁ ତାହାକୁ ମୋ ସହିତ ମୋହର ସିଂହାସନରେ ବସିବାକୁ ଦେବି।
ⲕ̅ⲁ̅ⲪⲎ ⲄⲀⲢ ⲈⲐⲚⲀϬⲢⲞ ϮⲚⲀⲦⲎⲒⲤ ⲚⲀϤ ⲈⲐⲢⲈϤϨⲈⲘⲤⲒ ⲚⲈⲘⲎⲒ ϨⲒ ⲠⲀⲐⲢⲞⲚⲞⲤ ⲘⲠⲒⲢⲎϮ ⲈⲦⲀⲒϬⲢⲞ ⲞⲨⲞϨ ⲀⲒϨⲈⲘⲤⲒ ⲚⲈⲘ ⲠⲀⲒⲰⲦ ϨⲒ ⲠⲈϤⲐⲢⲞⲚⲞⲤ.
22 ମଣ୍ଡଳୀଗଣଙ୍କୁ ଆତ୍ମା କଅଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ।”
ⲕ̅ⲃ̅ⲪⲎ ⲈⲦⲈ ⲞⲨⲞⲚ ⲘⲀϢϪ ⲘⲘⲞϤ ⲈⲤⲰⲦⲈⲘ ⲘⲀⲢⲈϤⲤⲰⲦⲈⲘ ϪⲈ ⲞⲨ ⲠⲈ ⲈⲦⲈ ⲠⲒⲠⲚⲈⲨⲘⲀϪⲰ ⲘⲘⲞϤ ⲚⲚⲒⲈⲔⲔⲖⲎⲤⲒⲀ.

< ପ୍ରକାଶିତ 3 >