< ପ୍ରକାଶିତ 21 >
1 ପରେ “ଏକ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀ” ଦେଖିଲି, କାରଣ ପ୍ରଥମ ଆକାଶମଣ୍ଡଳ ଓ ପ୍ରଥମ ପୃଥିବୀ ଲୋପ ପାଇଥିଲା, ପୁଣି, ସମୁଦ୍ର ଆଉ ନ ଥିଲା।
ସଃରାସଃରି ହଃଚେ ମୁୟ୍ ଗଟେକ୍ ନଃଉଆଁ ଅଃଗାସ୍ ଆର୍ ନଃଉଆଁ ହୁର୍ତି ଦଃକ୍ଲେ । ହଃର୍ନା ଅଃଗାସ୍, ହଃର୍ନା ହୁର୍ତି ନଃସ୍ଟ୍ ଅୟ୍ରିଲି, ଆର୍ ସଃମ୍ନ୍ଦ୍ ନଃରିଲି ।
2 ପୁଣି, ମୁଁ ପବିତ୍ର ନଗରୀ, ଅର୍ଥାତ୍ ନୂତନ ଯିରୂଶାଲମ ସହରକୁ ବର ନିମନ୍ତେ ସଜ୍ଜିତା କନ୍ୟାର ସଦୃଶ ପ୍ରସ୍ତୁତ ହୋଇ ସ୍ୱର୍ଗରୁ ଈଶ୍ବରଙ୍କ ନିକଟରୁ ଅବତରଣ କରିବାର ଦେଖିଲି।
ଆର୍ ଗଟେକ୍ ପବିତ୍ର ଗଃଳ୍, ନଃଉଆଁ ଜିରୁସାଲମ୍, କଃନ୍ୟା ବେସେ ତିଆର୍ ଅୟ୍ ସଃର୍ଗାର୍ ଇସ୍ୱରାର୍ ତଃୟ୍ହୁଣି ହୁର୍ତି ଉହ୍ରେ ଉତୁର୍ତାର୍ ଦଃକ୍ଲେ ।
3 ଆଉ ମୁଁ ସିଂହାସନ ମଧ୍ୟରୁ ଗୋଟିଏ ମହା ଶଦ୍ଦ ଏହା କହିବାର ଶୁଣିଲି, ଦେଖ, ମନୁଷ୍ୟମାନଙ୍କ ମଧ୍ୟରେ ଈଶ୍ବରଙ୍କ ବାସସ୍ଥାନ ଅଛି, ସେ ସେମାନଙ୍କ ସହିତ ବାସ କରିବେ, ଆଉ ସେମାନେ ତାହାଙ୍କ ଲୋକ ହେବେ,
ଆରେକ୍ ସଃର୍ଗାର୍ ସିଙ୍ଗାସଣେ ହୁଣି ଗଟେକ୍ ସଃବ୍ଦ୍ ଆୟ୍ଲି, “ଅଃବେ ଇସ୍ୱରାର୍ ବାସା କଃର୍ତା ଟାଣ୍ ମାନାୟ୍ମଃନାର୍ ତଃୟ୍ ଆଚେ, ସେ ସେମଃନାର୍ ସଃଙ୍ଗ୍ ବାସା କଃରେଦ୍ ଆର୍ ସେମଃନ୍ ତାର୍ ନିଜାର୍ ଲକ୍ ଅଃଉତି । ଇସ୍ୱର୍ ନିଜେ ସେମଃନାର୍ ସଃଙ୍ଗ୍ ବାସା କଃରେଦ୍ ଆର୍ ସେ ସେମଃନାର୍ ଇସ୍ୱର୍ ଅୟ୍ଦ୍ ।
4 ପୁଣି, ଈଶ୍ବର ନିଜେ ସେମାନଙ୍କ ସଙ୍ଗରେ ରହିବେ ଓ ସେମାନଙ୍କ ଚକ୍ଷୁରୁ ଲୋତକ ପୋଛିଦେବେ; ମୃତ୍ୟୁ ଆଉ ଘଟିବ ନାହିଁ; ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବ ନାହିଁ; କାରଣ ପୂର୍ବ ବିଷୟସବୁ ଲୋପ ପାଇଅଛି।
ଇସ୍ୱର୍ ସେମଃନାର୍ ଆକିର୍ ସଃବୁ ଆସୁ ହୁଚି ଦଃୟ୍ଦ୍ । ମଃର୍ନ୍, ଦୁକ୍, କାନ୍ଦ୍ତାର୍ କି ଦୁକା ଆରେକ୍ ନଃରେୟ୍ । ସଃବୁ ହଃର୍ନା ବିସୟ୍ ନାସ୍ ଅୟ୍ଆଚେ ।”
5 ପରେ ସିଂହାସନ ଉପବିଷ୍ଟ ବ୍ୟକ୍ତି କହିଲେ, ଦେଖ, ଆମ୍ଭେ ସମସ୍ତ ବିଷୟ ନୂତନ କରୁଅଛୁ। ଆଉ ସେ କହିଲେ, ଲେଖ, କାରଣ ଏହି ସମସ୍ତ ବାକ୍ୟ ବିଶ୍ୱାସଯୋଗ୍ୟ ଓ ସତ୍ୟ।
ସିଙ୍ଗାସଣ୍ ଉହ୍ରେ ବଃସ୍ଲା ଲକ୍ କୟ୍ଲା, “ହେଁ ମୁୟ୍ ସଃବୁ ବିସୟ୍ ନଃଉଆଁ କଃରିଆଚି ।” ଆରେକ୍ ସେ ମକ୍ ଆଦେସ୍ ଦିଲା, “ଇ ସଃବୁ କଃତା ଲେକ୍, କାୟ୍ତାକ୍ବଃଲେକ୍ ଇରି ସଃତ୍ ଆର୍ ବିସ୍ୱାସାର୍ ଜୟ୍ଗ୍ ।”
6 ସେ ମୋତେ ଆହୁରି କହିଲେ, ସମସ୍ତ ସମାପ୍ତ ହୋଇଅଛି। ଆମ୍ଭେ ଆଲଫା ଏବଂ ଓମେଗା, ଆରମ୍ଭ ଓ ଶେଷ। ଯେ ତୃଷାର୍ତ୍ତ, ତାହାକୁ ଆମ୍ଭେ ଜୀବନରୂପ ନିର୍ଝରରୁ ବିନାମୂଲ୍ୟରେ ପାନ କରିବାକୁ ଦେବୁ।
ଆରେକ୍ ହେଁ ସେ କୟ୍ଲା, “କାମ୍ ସଃରି ଆଚେ । ମୁୟ୍ ହଃର୍ତୁ ଆର୍ ସଃରାସଃରି, ଆରୁମ୍ ଆର୍ ସେସ୍ । ଜାକେ ସସ୍ ଲାଗୁଲି, ଜିବନ୍ ହାଜ୍ରା ହାଣି ବାରାଉତା ତଃୟ୍ହୁଣି ବିନାମଲେ କାଉଁକେ ଦଃୟ୍ନ୍ଦ୍ ।
7 ଯେ ଜୟ କରେ, ସେ ଏହି ସମସ୍ତର ଅଧିକାରୀ ହେବ; ଆମ୍ଭେ ତାହାର ଈଶ୍ବର ହେବୁ, ପୁଣି, ସେ ଆମ୍ଭର ପୁତ୍ର ହେବ।
ଜୁୟ୍ମଃନ୍ ଜିଣ୍ତି, ମୁୟ୍ ସେମଃନ୍କେ ଇ ପୁରିସ୍କାର୍ ଦଃୟ୍ନ୍ଦ୍, ମୁୟ୍ ସେମଃନାର୍ ଇସ୍ୱର୍ ଅୟ୍ନ୍ଦ୍ ଆର୍ ସେମଃନ୍ ମର୍ ହିଲା ଅଃଉତି ।
8 କିନ୍ତୁ ଯେଉଁମାନେ ଭୀରୁ, ଅବିଶ୍ୱାସୀ, ଘୃଣ୍ୟ-କଳଙ୍କିତ, ନରଘାତକ, ବ୍ୟଭିଚାରୀ, ମାୟାବୀ ଓ ପ୍ରତିମାପୂଜକ, ସେମାନେ ଓ ସମସ୍ତ ମିଥ୍ୟାବାଦୀ, ଅଗ୍ନି ଓ ଗନ୍ଧକ ପ୍ରଜ୍ୱଳିତ ହ୍ରଦରେ ଅଂଶ ପାଇବେ; ଏହା ହିଁ ଦ୍ୱିତୀୟ ମୃତ୍ୟୁ। (Limnē Pyr )
ମଃତର୍ ଜୁୟ୍ମଃନ୍ ଡିର୍କୁଳା, ଅବିସ୍ୱାସି, କଃରାବ୍ ଚାଲାଚାଲ୍ତି, ନଃର୍ ମାରୁ, ଦାରିକଃରୁ, ହାଙ୍ଗୁଣ୍ କଃରୁ, ମୁର୍ତି ହୁଜାକଃରୁ ଆର୍ ମିଚ୍ କଃଉତା ଲକ୍, ଇବାନ୍ୟା ସଃବୁ କଃରାବ୍ କାମ୍ କଃର୍ତା ଲକ୍ମଃନାର୍ ଗିନେ ଟିକ୍ କଃଲା ଟାଣ୍ ଆଚେ, ଗଃନ୍ଦକ୍ ସଃଙ୍ଗ୍ ଜୟ୍ ଲାଗ୍ତା କୁଣ୍ଡ୍ ସେତି ଆଚେ, ସେମଃନ୍ ଦୁୟ୍ତରାର୍ ମଃର୍ନ୍ ବୟ୍ଗ୍ କଃର୍ତି ।” (Limnē Pyr )
9 ତତ୍ପରେ ଯେଉଁ ସପ୍ତ ଦୂତ ଶେଷ ସପ୍ତ କ୍ଲେଶରେ ପରିପୂର୍ଣ୍ଣ ସପ୍ତ ପାତ୍ର ଧରିଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଆସି ମୋତେ କହିଲେ, ଏଠାକୁ ଆସ, ମୁଁ ତୁମ୍ଭକୁ ସେହି କନ୍ୟା, ଅର୍ଥାତ୍ ମେଷଶାବକଙ୍କ ଭାର୍ଯ୍ୟାକୁ ଦେଖାଇବି।
ତାର୍ହଃଚେ ସାତ୍ ଗଟ୍ ସେସ୍ ମଃର୍ଡି ହୁର୍ନ୍ ଅୟ୍ଲା ସାତ୍ ଗଟ୍ କପା ଦଃରି ରିଲା ସାତ୍ ଗଟ୍ ଦୁତ୍ମଃନାର୍ ବିତ୍ରେ ଗଟେକ୍ ଲକ୍ ମର୍ ଲଃଗେ ଆସି କୟ୍ଲା, ଆଉ, ମେଣ୍ଡାହିଲାର୍ ଡକୁର୍ସି ନଃଉଆଁ କଃନ୍ୟାକେ ଦଃକ୍ସି ।
10 ସେଥିରେ ସେ ମୋତେ ଆତ୍ମାରେ ଗୋଟିଏ ବୃହତ୍ ଓ ଉଚ୍ଚ ପର୍ବତକୁ ଘେନିଯାଇ ପବିତ୍ର ନଗରୀ ଯିରୂଶାଲମ ସହରକୁ ଦେଖାଇଲେ, ତାହା ସ୍ୱର୍ଗରୁ ଈଶ୍ବରଙ୍କ ନିକଟରୁ ଅବତରଣ କରୁଥିଲା ଏବଂ ଈଶ୍ବରଙ୍କ ଗୌରବ ବିଶିଷ୍ଟ ଥିଲା;
ସେତାକ୍ ସେ ମକ୍ ଆତ୍ମାୟ୍ ଗଟେକ୍ ବଃଡ୍ ଆର୍ ଉଚ୍ ହଃର୍ବାତେ ନଃୟ୍ ପବିତ୍ର ଗଃଳ୍ ଜିରୁସାଲମ୍କେ ଦଃକାୟ୍ଲା, ସେରି ସଃର୍ଗାର୍ ଇସ୍ୱରାର୍ ଚଃମେ ହୁଣି ଉତ୍ରି ଆସ୍ତି ରିଲି ଆର୍ ଇସ୍ୱରାର୍ ଜଃଜ୍ମାନେ ଜଃଲ୍କ୍ତି ରିଲି ।
11 ତାହାର ଜ୍ୟୋତିଃ ଅତି ବହୁମୂଲ୍ୟ ମଣି ସଦୃଶ, ସ୍ୱଚ୍ଛ ସୂର୍ଯ୍ୟକାନ୍ତ ପରି।
ସେ ଗଃଳ୍ କାଚ୍ ହର୍ ଉଜାଳ୍ ଆର୍ ବଃଡେ ମଲାର୍ ମଣି ହର୍ ଜିକ୍ଜିକ୍ତି ରିଲି । ଆର୍ ତାର୍ ମଣି ଇସ୍ୱରାର୍ ଜଃଜ୍ମାନେ ଜଃଲ୍କ୍ତି ରିଲି ।
12 ତାହାର ଗୋଟିଏ ବୃହତ୍ ଓ ଉଚ୍ଚ ପ୍ରାଚୀର ଅଛି, ସେଥିର ଦ୍ୱାଦଶ ଦ୍ୱାର, ସେହି ଦ୍ୱାରରେ ଦ୍ୱାଦଶ ଦୂତ ଓ ଦ୍ୱାରସମୂହର ଉପରେ ଇସ୍ରାଏଲ ସନ୍ତାନମାନଙ୍କର ଦ୍ୱାଦଶ ବଂଶର ନାମ ଲିଖିତ ଅଛି।
ତାର୍ ଗଟେକ୍ ବଃଡ୍ ଉଚ୍ କଃତି ରିଲି । ଇ କଃତିର୍ ବାରଗଟ୍ ଦୁଆରେ ବାରଗଟ୍ ସଃର୍ଗ୍ ଦୁତ୍ ଜାଗି ରିଲାୟ୍ । ଆର୍ ସେ ଦୁଆର୍ ମଃନାର୍ ଉହ୍ରେ ଇସ୍ରାଏଲାର୍ ବାରଗଟ୍ ବଃଉଁସାର୍ ନାଉଁ ଲେକା ଅୟ୍ରିଲି ।
13 ପୂର୍ବରେ ତିନି ଦ୍ୱାର, ଉତ୍ତରରେ ତିନି ଦ୍ୱାର, ଦକ୍ଷିଣରେ ତିନି ଦ୍ୱାର ଓ ପଶ୍ଚିମରେ ତିନି ଦ୍ୱାର।
କଃତିର୍ ଚାରିବାଟ୍ ତିନିଗଟ୍ ଲେକ୍ ଦୁଆର୍ ରିଲି, ବେଳ୍ ଉଦ୍ତି ଦିଗେ ତିନିଗଟ୍, ଦକିଣ୍ ଦିଗେ ତିନିଗଟ୍, ଉତୁର୍ ଦିଗେ ତିନି ଗଟ୍ ଆର୍ ପସ୍ଚିମ୍ ଦିଗେ ତିନି ଗଟ୍ ।
14 ସେହି ନଗରୀର ପ୍ରାଚୀରର ଦ୍ୱାଦଶ ଭିତ୍ତିମୂଳ ଥିଲା, ସେହିସବୁ ଉପରେ ମେଷଶାବକଙ୍କ ଦ୍ୱାଦଶ ପ୍ରେରିତଙ୍କ ଦ୍ୱାଦଶ ନାମ ଲିଖିତ ଅଛି।
ଗଃଳାର୍ ଇ କଃତି, ବାରଗଟ୍ ଟେଳାର୍ କୁନାଦି ଉହ୍ରେ ତିଆର୍ ଅୟ୍ରିଲି ଆର୍ ସେ ବାରଗଟ୍ କୁନାଦି ଉହ୍ରେ ମେଣ୍ଡାହିଲାର୍ ବାରଗଟ୍ ପେରିତ୍ ଚେଲାମଃନାର୍ ନାଉଁ ଲେକାୟ୍ରିଲି ।
15 ଯେ ମୋ ସହିତ କଥା କହୁଥିଲେ, ତାହାଙ୍କ ହସ୍ତରେ ନଗରୀ, ତାହାର ଦ୍ୱାରସମୂହ ଓ ପ୍ରାଚୀର ମାପ କରିବା ନିମନ୍ତେ ଗୋଟିଏ ସୁବର୍ଣ୍ଣ ପରିମାପକ ନଳ ଥିଲା।
ମର୍ ସଃଙ୍ଗ୍ କଃତା ଅଃଉତା ଦୁତାର୍ ଆତେ ଗଃଳ୍, କଃତି, ଆର୍ ଦୁଆର୍ମଃନ୍କେ ନାହୁକ୍ ଗଟେକ୍ ସନାର୍ ନାହ୍ତା ଡାଙ୍ଗ୍ ରିଲି ।
16 ନଗରୀଟି ଚାରିକୋଣିଆ, ତାହାର ଦୈର୍ଘ୍ୟ ଓ ପ୍ରସ୍ଥ ସମାନ; ସେ ସେହି ନଳରେ ନଗରୀକୁ ମାପନ୍ତେ ବାର ହଜାର ତୀର ହେଲା; ସେଥିର ଦୈର୍ଘ୍ୟ, ପ୍ରସ୍ଥ ଓ ଉଚ୍ଚତା।
ଗଃଳ୍ ଚାରି କନିଆ ରିଲି, ତାର୍ ଡେଙ୍ଗ୍ ଆର୍ ଅଃସାର୍ ସଃମାନ୍ ରିଲି । ଦୁତ୍ ତାର୍ ନାହ୍ତା ଡାଙ୍ଗେ ଗଃଳ୍କେ ନାହ୍ଲା । ତାର୍ ଡେଙ୍ଗ୍, ଅଃସାର୍ ଆର୍ ଉଚ୍ ସଃମାନ୍ ୨,୪୦୦ କିଲମିଟେର୍ ରିଲି ।
17 ପରେ ସେ ସେଥିର ପ୍ରାଚୀର ମାପନ୍ତେ ତାହା ମନୁଷ୍ୟର ପରିମାଣ ଅନୁସାରେ ଏକ ଶହ ଚୌରାଳିଶ ହାତ ହେଲା, ଦୂତ ହିଁ ଏହି ପରିମାଣ ଅନୁସାରେ ମାପୁଥିଲେ।
ଦୁତ୍ କଃତିର୍ ଉଚ୍ ହେଁ ନାହ୍ଲା । ସେରି ୬୦ ମିଟେର୍ ରିଲି ।
18 ସେହି ପ୍ରାଚୀର ସୂର୍ଯ୍ୟକାନ୍ତ ମଣି ନିର୍ମିତ, ପୁଣି, ନଗରୀଟି ନିର୍ମଳ କାଚ ପରି ଶୁଦ୍ଧ ସୁବର୍ଣ୍ଣ ନିର୍ମିତ।
ସେ କଃତି ମଣି ତଃୟ୍ ତିଆର୍ ଅୟ୍ରିଲି ଆର୍ ଗଃଳ୍ କାଚ୍ ହର୍ ନିର୍ମୁଳ୍ ସୁଦ୍ ସନାୟ୍ ତିଆର୍ ଅୟ୍ରିଲି ।
19 ନଗରୀର ପ୍ରାଚୀରର ଭିତ୍ତିମୂଳ ସମସ୍ତ ପ୍ରକାର ବହୁମୂଲ୍ୟ ମଣିରେ ଭୂଷିତ। ପ୍ରଥମ ଭିତ୍ତିମୂଳ ହୀରକର, ଦ୍ୱିତୀୟ ନୀଳକାନ୍ତ ମଣିର, ତୃତୀୟ ବୈଦୁର୍ଯ୍ୟ ମଣିର, ଚତୁର୍ଥ ମରକତ ମଣିର,
ଗଃଳାର୍ ଚାରିହାକ୍ ରିଲା କଃତିର୍ କୁନାଦି ଲଃଗେ ମଣି ମାଣିକ୍ୟ ଡଃସା ଅୟ୍ରିଲି, ହଃର୍ତୁ କୁନାଦି ଲଃଗେ ହିରା, ଦୁୟ୍ ଲଃମ୍ବର୍ ତଃୟ୍ ନିଳକାନ୍ତ ମଣି, ତିନି ଲଃମ୍ବର୍ ତଃୟ୍ ବଇଦୁର୍ଜ୍ୟ ମଣି, ଚାରି ଲଃମର୍ ତଃୟ୍ ମରକତ ମଣି,
20 ପଞ୍ଚମ ପୁଲକ ମଣିର, ଷଷ୍ଠ ମାଣିକ୍ୟ ମଣିର, ସପ୍ତମ ପୁଷ୍ପରାଗ ମଣିର, ଅଷ୍ଟମ ଫିରୋଜ୍ ମଣିର, ନବମ ଗୋମେଦକ ମଣିର, ଦଶମ ଲଶୁନୀୟ ମଣିର, ଏକାଦଶ ଇନ୍ଦ୍ରନୀଳ ମଣିର ଓ ଦ୍ୱାଦଶ ସୁଗନ୍ଧ ମଣିର।
ହାଚ୍ ଲଃମ୍ବର୍ ତଃୟ୍ ପୁଲକ ମଣି, ଚଅ ଲଃମ୍ବର୍ ତଃୟ୍ ମାଣିକ୍ୟ, ସାତ୍ ଲଃମ୍ବର୍ ତଃୟ୍ ପୁସ୍ପ ରାଗ୍ ମଣି, ଆଟ୍ ଲଃମ୍ବର୍ ତଃୟ୍ ପିରଜ୍ ମଣି, ନଅ ଲଃମ୍ବର୍ ତଃୟ୍ ଗମେଦକ୍ ମଣି, ଦଃସ୍ ଲଃମ୍ବର୍ ତଃୟ୍ ଲୁସନିୟ ମଣି, ଏଗାର୍ ଲଃମ୍ବର୍ ତଃୟ୍ ଇନ୍ଦ୍ରନିଳ ମଣି ଆର୍ ବାର ଲଃମ୍ବର୍ ତଃୟ୍ ବାସ୍ନା ମଣି ରିଲି ।
21 ଦ୍ୱାଦଶ ଦ୍ୱାର ଦ୍ୱାଦଶ ମୁକ୍ତା, ପ୍ରତ୍ୟେକ ଦ୍ୱାର ଗୋଟିଏ ଗୋଟିଏ ମୁକ୍ତାରେ ନିର୍ମିତ; ଆଉ ନଗରୀର ପଥ ସ୍ୱଚ୍ଛ କାଚ ସଦୃଶ ଶୁଦ୍ଧ ସୁବର୍ଣ୍ଣ ନିର୍ମିତ।
ବାରଗଟ୍ ଦୁଆର୍ ଅଃଉଁଲି ବାରଗଟ୍ ମୁକ୍ତା, ହଃତି ଦୁଆର୍ ଗଟେକ୍ ଗଟେକ୍ ମୁକ୍ତା ସଃଙ୍ଗ୍ ତିଆର୍ ଅୟ୍ରିଲି । ଗଃଳାର୍ ବାଟ୍ ସଃବୁ ସୁଦ୍ ସନାୟ୍ ତିଆର୍ ଅୟ୍ରିଲି ।
22 ମୁଁ ସେହି ନଗରୀରେ କୌଣସି ମନ୍ଦିର ଦେଖିଲି ନାହିଁ, କାରଣ ପ୍ରଭୁ, ସର୍ବଶକ୍ତିମାନ ଈଶ୍ବର ଓ ମେଷଶାବକ ସେଥିର ମନ୍ଦିର ସ୍ୱରୂପ ଅଟନ୍ତି।
ମୁୟ୍ ଗଃଳେ କୁୟ୍ ହେଁ ମନ୍ଦିର୍ ନଃଦେକି, କାୟ୍ତାକ୍ବଃଲେକ୍ ନିଜେ ସଃବ୍କେ ସଃକାତ୍ ମାପ୍ରୁ ଇସ୍ୱର୍ ଆର୍ ମେଣ୍ଡାହିଲା ସେତିର୍ ମନ୍ଦିର୍ ।
23 ଆଲୋକ ନିମନ୍ତେ ସେହି ନଗରୀର ସୂର୍ଯ୍ୟ କି ଚନ୍ଦ୍ରର ପ୍ରୟୋଜନ ନାହିଁ, କାରଣ ଈଶ୍ବରଙ୍କ ଗୌରବ ତାହାକୁ ଆଲୋକିତ କରେ ଓ ମେଷଶାବକ ସେଥିର ପ୍ରଦୀପ ସ୍ୱରୂପ।
ଗଃଳ୍କେ ଉଜାଳ୍ କଃରୁକେ ବେଳ୍ ଜନାର୍ ଲଳା ନାୟ୍, କାୟ୍ତାକ୍ବଃଲେକ୍ ଇସ୍ୱରାର୍ ଜଃଜ୍ମାନେ ସେରି ଉଜାଳ୍ ଅଃଉତି ରିଲି ଆର୍ ମେଣ୍ଡାହିଲା ସେତିର୍ କୁପି ।
24 ସେଥିର ଆଲୋକରେ ଜାତିସମୂହ ଗମନାଗମନ କରିବେ, ପୁଣି, ପୃଥିବୀର ରାଜାମାନେ ଆପଣା ଆପଣା ଐଶ୍ୱର୍ଯ୍ୟ ତାହା ମଧ୍ୟକୁ ଆଣିବେ।
ହୁର୍ତିବିର୍ ସଃବୁ ଲକ୍ ତାର୍ ଉଜାଳେ ଚାଲାବୁଲା କଃର୍ତି । ହୁର୍ତିବିର୍ ରଃଜାମଃନ୍ ଇତି ସେମଃନାର୍ ଦଃନ୍ବିତ୍ ଆଣି ଦେତି ।
25 ସେଥିର ଦ୍ୱାରସମୂହ ଦିନବେଳେ କଦାପି ରୁଦ୍ଧ ହେବ ନାହିଁ, କାରଣ ସେ ସ୍ଥାନରେ ରାତ୍ରି ହେବ ନାହିଁ।
ଗଃଳାର୍ ସଃବୁ ଦୁଆର୍ ସଃବୁବଃଳ୍ ଉଗାଳା ରଃୟ୍ଦ୍ । ସେତିର୍ ଦୁଆର୍ ସଃବୁ କଃବେ ହେଁ ବଃନ୍ଦ୍ କଃରା ନୟେ । କାୟ୍ତାକ୍ବଃଲେକ୍ ସେତି କଃବେ ରାତି ନୟେ ।
26 ଲୋକେ ଜାତିସମୂହର ଐଶ୍ୱର୍ଯ୍ୟ ଓ ମହିମା ତାହା ମଧ୍ୟକୁ ଆଣିବେ।
ସଃବୁ ଦେସାର୍ ଦଃନ୍ବିତ୍ ଆର୍ ଜଃଜ୍ମାନ୍ ଇ ଗଃଳେ ଆସି ରୁଣ୍ଡେଦ୍ ।
27 କୌଣସି ଅଶୁଚି ବିଷୟ କିଅବା ଘୃଣ୍ୟକର୍ମକାରୀ ଓ ମିଥ୍ୟାଚାରୀ କେହି ସେଥିରେ କଦାପି ପ୍ରବେଶ କରିବ ନାହିଁ; କେବଳ ଯେଉଁମାନଙ୍କ ନାମ ମେଷଶାବକଙ୍କ ଜୀବନ ପୁସ୍ତକରେ ଲିଖିତ ଅଛି, ସେମାନେ ପ୍ରବେଶ କରିବେ।
କାୟ୍ ହେଁ ବିଟାଳ୍ ଆସ୍ତି ଇତି ଆଣା ନୟେ । ବାନ୍ୟା କଃର୍ତା କାମେ ବୁଡ୍ଲା ଦୁସ୍ଟ୍ ଲକ୍ ଆର୍ ମିଚ୍ କଃଉତା ଲକ୍ମଃନ୍ ଇ ଗଃଳେ ହୁରୁ ନଃହାର୍ତି । ଜୁୟ୍ ଲକ୍ମଃନାର୍ ନାଉଁ ମେଣ୍ଡାହିଲାର୍ ଜିବନ୍ ପୁସ୍ତକ୍ ତଃୟ୍ ଲେକା ଅୟ୍ ରଃୟ୍ଦ୍, ସେମଃନ୍ ହଃକା ଇ ଗଃଳ୍ ବିତ୍ରେ ହୁରୁକ୍ ହାର୍ତି ।