< ପ୍ରକାଶିତ 17 >

1 ତତ୍ପରେ ସପ୍ତ ପାତ୍ରଧାରୀ ସପ୍ତ ଦୂତଙ୍କ ମଧ୍ୟରୁ ଜଣେ ଆସି ମୋତେ କହିଲେ, ଏଠାକୁ ଆସ, ଯେଉଁ ମହା ବେଶ୍ୟା ବହୁ ଜଳରାଶି ନିକଟରେ ଉପବିଷ୍ଟ,
Ọ̀kan nínú àwọn angẹli méje náà tí ó ní ìgò méje wọ̀n-ọn-nì sì wá, ó sì ba mi sọ̀rọ̀ wí pé, “Wá níhìn-ín; èmi ó sì fi ìdájọ́ àgbèrè ńlá ní tí ó jókòó lórí omi púpọ̀ han ọ,
2 ଯାହା ସହିତ ପୃଥିବୀର ରାଜାମାନେ ବ୍ୟଭିଚାର କରିଅଛନ୍ତି ଓ ପୃଥିବୀ ନିବାସୀମାନେ ଯାହାର ବ୍ୟଭିଚାରରୂପ ସୁରାରେ ମତ୍ତ ହୋଇଅଛନ୍ତି, ତାହାର ଦଣ୍ଡ ତୁମ୍ଭକୁ ଦେଖାଇବି।
ẹni tí àwọn ọba ayé bá ṣe àgbèrè, tí a sì fi ọtí wáìnì àgbèrè rẹ̀ pa àwọn tí ń gbé inú ayé.”
3 ସେଥିରେ ସେ ମୋତେ ପବିତ୍ର ଆତ୍ମାରେ ପ୍ରାନ୍ତର ମଧ୍ୟକୁ ଘେନିଯାଆନ୍ତେ ମୁଁ ଜଣେ ସ୍ତ୍ରୀଲୋକକୁ ଗୋଟିଏ ଲୋହିତବର୍ଣ୍ଣ ପଶୁ ଉପରେ ବସିଥିବାର ଦେଖିଲି; ସେହି ପଶୁର ସର୍ବାଙ୍ଗ ଈଶ୍ବରନିନ୍ଦାସୂଚକ ନାମରେ ପରିପୂର୍ଣ୍ଣ, ଆଉ ତାହାର ସପ୍ତ ମସ୍ତକ ଓ ଦଶ ଶୃଙ୍ଗ।
Ó sì gbé mi nínú ẹ̀mí lọ sí aginjù: mo sì rí obìnrin kan ó jókòó lórí ẹranko aláwọ̀ òdòdó kan tí ó kún fún orúkọ ọ̀rọ̀-òdì, ó ní orí méje àti ìwo mẹ́wàá.
4 ସ୍ତ୍ରୀଲୋକ ବାଇଗଣିଆ ଓ ଲୋହିତବର୍ଣ୍ଣ ବସ୍ତ୍ର ପରିହିତା, ପୁଣି, ସୁବର୍ଣ୍ଣ, ବହୁମୂଲ୍ୟ ମଣି ଓ ମୁକ୍ତାରେ ଭୂଷିତା; ତାହାର ହସ୍ତରେ ଗୋଟିଏ ସୁବର୍ଣ୍ଣ ପାତ୍ର, ତାହା ଘୃଣ୍ୟ ପଦାର୍ଥ ଓ ତାହାର ବ୍ୟଭିଚାରରୂପ ଅଶୁଚି କର୍ମରେ ପରିପୂର୍ଣ୍ଣ;
A sì fi aṣọ elése àlùkò àti aṣọ òdòdó wọ obìnrin náà, a sì fi wúrà àti òkúta iyebíye àti perli ṣe é ní ọ̀ṣọ́, ó ní ago wúrà kan ní ọwọ́ rẹ̀, tí ó kún fún ìríra àti fún ẹ̀gbin àgbèrè rẹ̀;
5 ତାହାର କପାଳରେ ଏହି ନିଗୂଢ଼ ଭାବଯୁକ୍ତ ନାମ ଲିଖିତ ଥିଲା, ମହାନଗରୀ ବାବିଲ, ବେଶ୍ୟାମାନଙ୍କର ଓ ପୃଥିବୀର ସମସ୍ତ ଘୃଣ୍ୟ ବିଷୟର ମାତା।
àti níwájú rẹ̀ ni orúkọ kan tí a kọ: Ohun ìjìnlẹ̀ Babeli ńlá ìyá àwọn panṣágà àti àwọn ohun ìríra ayé.
6 ମୁଁ ସେହି ସ୍ତ୍ରୀଲୋକକୁ ସାଧୁମାନଙ୍କ ଓ ଯୀଶୁଙ୍କ ସାକ୍ଷୀମାନଙ୍କ ରକ୍ତପାନରେ ମତ୍ତ ହେବାର ଦେଖିଲି। ତାହାକୁ ଦେଖି ମୁଁ ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ୱିତ ହେଲି।
Mo sì rí obìnrin náà mu ẹ̀jẹ̀ àwọn ènìyàn mímọ́, àti ẹ̀jẹ̀ àwọn ajẹ́rìí ikú Jesu ní àmuyó. Nígbà tí mo sì rí i, ẹnu yà mi gidigidi.
7 ସେଥିରେ ଦୂତ ମୋତେ କହିଲେ, କାହିଁକି ଆଶ୍ଚର୍ଯ୍ୟାନ୍ୱିତ ହେଲ? ମୁଁ ତୁମ୍ଭକୁ ସେହି ସ୍ତ୍ରୀଲୋକର ଓ ତାହାର ବାହନ ସପ୍ତ ମସ୍ତକ ଓ ଦଶ ଶୃଙ୍ଗ ବିଶିଷ୍ଟ ଯେଉଁ ପଶୁ, ତାହାର ନିଗୂଢ଼ତତ୍ତ୍ୱ ବୁଝାଇଦେବି।
Angẹli sì wí fún mi pé, “Nítorí kí ni ẹnu ṣe yà ọ́? Èmi ó sọ ti ìjìnlẹ̀ obìnrin náà fún ọ, àti ti ẹranko tí ó gùn, ti ó ní orí méje àti ìwo mẹ́wàá.
8 ସେହି ଯେଉଁ ପଶୁକୁ ତୁମ୍ଭେ ଦେଖିଲ, ତାହା ଥିଲା, ଏବେ ନାହିଁ, ପୁଣି, ତାହା ପାତାଳକୁଣ୍ଡରୁ ଉଠି ବିନାଶ ପାଇବ। ସେଥିରେ ପୃଥିବୀନିବାସୀ ଯେତେ ଲୋକଙ୍କ ନାମ ଜଗତର ପତ୍ତନାବଧି ଜୀବନ ପୁସ୍ତକରେ ଲିଖିତ ହୋଇ ନାହିଁ, ସେମାନେ ଯେତେବେଳେ ସେହି ପଶୁକୁ ଦେଖିବେ ଯେ ତାହା ଥିଲା, ଏବେ ନାହିଁ ପରେ ଆସିବ, ସେତେବେଳେ ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହେବେ। (Abyssos g12)
Ẹranko tí ìwọ ri nì, o ti wà, kò sì ṣí mọ́, yóò sì ti inú ọ̀gbun gòkè wá, yóò sì lọ sínú ìparun rẹ. Àwọn olùgbé ayé ti a kọ orúkọ wọn sínú ìwé iye láti ìpilẹ̀ṣẹ̀ ayé, nígbà tí wọn ń wò ẹranko tí o ti wà, tí kò sì ṣí mọ́, tí ó sì ń bọ̀ wá, ẹnu si ya wọn. (Abyssos g12)
9 ଏହି ସ୍ଥଳରେ ବୁଦ୍ଧିବିଶିଷ୍ଟ ମନ ଆବଶ୍ୟକ। ସେହି ସପ୍ତ ମସ୍ତକ ସପ୍ତ ପର୍ବତକୁ ବୁଝାଏ, ଏହି ସପ୍ତ ପର୍ବତ ଉପରେ ସ୍ତ୍ରୀଲୋକ ଉପବିଷ୍ଟା;
“Níhìn-ín ni ìtumọ̀ tí o ní ọgbọ́n wà. Orí méje ni òkè ńlá méje ni, lórí èyí tí obìnrin náà jókòó.
10 ସେହି ସପ୍ତ ମସ୍ତକ ମଧ୍ୟ ସପ୍ତ ରାଜାଙ୍କୁ ବୁଝାଏ, ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ପତିତ ହୋଇଅଛନ୍ତି, ଜଣେ ବର୍ତ୍ତମାନ ଅଛି, ଆଉ ଜଣେ ଏପର୍ଯ୍ୟନ୍ତ ଆସି ନାହିଁ, ସେ ଆସିଲେ ଅଳ୍ପ କାଳ ମାତ୍ର ରହିବ।
Ọba méje sì ní wọn: àwọn márùn-ún ṣubú, ọ̀kan ń bẹ, ọ̀kan ìyókù kò sì tí ì dé; nígbà tí ó bá sì dé, yóò dúró fún ìgbà kúkúrú.
11 ପୁଣି, ଯେଉଁ ପଶୁ ଥିଲା ଆଉ ଏବେ ନାହିଁ, ସେ ଅଷ୍ଟମ; ତଥାପି ସେ ସେହି ସପ୍ତ ରାଜାଙ୍କ ମଧ୍ୟରୁ ଜଣେ, ଆଉ ସେ ବିନାଶ ପାଇବ।
Ẹranko tí ó sì ti wà, tí kò sì ṣí, òun náà sì ni ẹ̀kẹjọ, ó sì ti inú àwọn méje náà wá, ó sì lọ sí ìparun.
12 ଆହୁରି ଯେଉଁ ଦଶ ଶୃଙ୍ଗ ଦେଖିଲ, ଏହିସବୁ ଦଶ ରାଜାଙ୍କୁ ବୁଝାଏ; ସେମାନେ ଏପର୍ଯ୍ୟନ୍ତ ରାଜ୍ୟ ପାଇ ନାହାନ୍ତି, କିନ୍ତୁ ପଶୁ ସଙ୍ଗରେ ଏକ ଘଣ୍ଟା ପର୍ଯ୍ୟନ୍ତ ରାଜାମାନଙ୍କ ପରି କ୍ଷମତା ପ୍ରାପ୍ତ ହେବେ।
“Ìwo mẹ́wàá tí ìwọ sì rí ni ọba mẹ́wàá ni wọn, tí wọn kò ì ti gba ìjọba; ṣùgbọ́n wọn gba àṣẹ bí ọba pẹ̀lú ẹranko náà fún wákàtí kan.
13 ସେମାନେ ଏକମନା, ଆଉ ସେମାନେ ସେହି ପଶୁକୁ ଆପଣାମାନଙ୍କର ଶକ୍ତି ଓ କ୍ଷମତା ଦେବେ।
Àwọn wọ̀nyí ní inú kan, wọ́n yóò sì fi agbára àti ọlá wọn fún ẹranko náà.
14 ସେମାନେ ମେଷଶାବକଙ୍କ ସହିତ ଯୁଦ୍ଧ କରିବେ, ଆଉ ମେଷଶାବକ ସେମାନଙ୍କୁ ଜୟ କରିବେ, କାରଣ ସେ ପ୍ରଭୁମାନଙ୍କର ପ୍ରଭୁ ଓ ରାଜାମାନଙ୍କର ରାଜା, ପୁଣି, ଯେଉଁମାନେ ତାହାଙ୍କ ସହିତ ଅଛନ୍ତି, ସେହି ଆହୂତ, ମନୋନୀତ ଓ ବିଶ୍ୱସ୍ତ ଲୋକମାନେ ମଧ୍ୟ ଜୟ କରିବେ।
Àwọn wọ̀nyí ni yóò si máa bá Ọ̀dọ́-Àgùntàn jagun, Ọ̀dọ́-Àgùntàn náà yóò sì ṣẹ́gun wọn: nítorí òun ni Olúwa àwọn Olúwa, àti ọba àwọn ọba: àwọn tí ó sì wà pẹ̀lú rẹ̀, tí a pè, tí a yàn, tí wọ́n sì jẹ́ olóòtítọ́ yóò sì ṣẹ́gun pẹ̀lú.”
15 ଆଉ ସେ ମୋତେ କହିଲେ, ଯେଉଁ ଜଳରାଶି ନିକଟରେ ତୁମ୍ଭେ ବେଶ୍ୟାକୁ ଉପବିଷ୍ଟା ଥିବାର ଦେଖିଲ, ସେହି ଜଳରାଶି ବିଭିନ୍ନ ଗୋଷ୍ଠୀ, ଜନତା, ଜାତି ଓ ଭାଷାବାଦୀ ଲୋକଙ୍କୁ ବୁଝାଏ।
Ó sì wí fún mi pé, “Àwọn omi tí ìwọ ti rí ni, níbi tí àgbèrè náà jókòó, àwọn ènìyàn àti ẹ̀yà àti orílẹ̀ àti onírúurú èdè ni wọ́n.
16 ପୁଣି, ଯେଉଁ ଦଶ ଶୃଙ୍ଗ ଦେଖିଲ, ସେହିସବୁ ଓ ସେହି ପଶୁ, ବେଶ୍ୟାକୁ ଘୃଣା କରିବେ ଏବଂ ତାହାକୁ ଉଚ୍ଛିନ ଓ ଉଲଗ୍ନ କରିବେ ଆଉ ତାହାର ମାଂସ ଭକ୍ଷଣ କରିବେ ଓ ତାହାକୁ ଅଗ୍ନିରେ ଦଗ୍ଧ କରିବେ;
Àti ìwo mẹ́wàá tí ìwọ rí, àti ẹranko náà, àwọn wọ̀nyí ni yóò kórìíra àgbèrè náà, wọn ó sì sọ ọ́ di ahoro àti ẹni ìhòhò, wọn ó sì jẹ ẹran-ara rẹ̀, wọn ó sì fi iná sun ún pátápátá.
17 କାରଣ ଈଶ୍ବରଙ୍କ ସମସ୍ତ ବାକ୍ୟ ଯେପର୍ଯ୍ୟନ୍ତ ସଫଳ ନ ହୁଏ, ସେପର୍ଯ୍ୟନ୍ତ ସେମାନେ ଯେପରି ତାହାର ଅଭିପ୍ରାୟ ସିଦ୍ଧ କରନ୍ତି ଓ ଏକମନା ହୋଇ ଆପଣାମାନଙ୍କ ରାଜ୍ୟ ପଶୁକୁ ଦାନ କରନ୍ତି, ଏଥିନିମନ୍ତେ ଈଶ୍ବର ସେମାନଙ୍କ ମନରେ ସୂଚାଇ ଦେଲେ।
Nítorí Ọlọ́run ti fi sínú ọkàn wọn láti mú ìfẹ́ rẹ̀ ṣẹ, láti ní inú kan, àti láti fi ìjọba wọn fún ẹranko náà, títí ọ̀rọ̀ Ọlọ́run yóò fi ṣẹ.
18 ଆଉ ଯେଉଁ ସ୍ତ୍ରୀଲୋକକୁ ଦେଖିଲ, ସେ ପୃଥିବୀର ରାଜାମାନଙ୍କ ଉପରେ ରାଜତ୍ୱ କରୁଥିବା ମହାନଗରୀକୁ ବୁଝାଏ।
Obìnrin tí ìwọ rí ní ìlú ńlá ni, tí ń jẹ ọba lórí àwọn ọba ilẹ̀ ayé.”

< ପ୍ରକାଶିତ 17 >