< ପ୍ରକାଶିତ 14 >

1 ତତ୍ପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସିୟୋନ ପର୍ବତ ଉପରେ ମେଷଶାବକ ଆଉ ଯେଉଁମାନଙ୍କ କପାଳରେ ତାହାଙ୍କ ନାମ ଓ ତାହାଙ୍କ ପିତାଙ୍କ ନାମ ଲିଖିତ ଥିଲା, ଏପରି ଏକ ଲକ୍ଷ ଚୌରାଳିଶ ହଜାର ଲୋକଙ୍କୁ ତାହାଙ୍କ ସହିତ ଦଣ୍ଡାୟମାନ ଥିବାର ଦେଖିଲି।
ⲁ̅ⲞⲨⲞϨ ⲀⲒⲚⲀⲨ ⲈⲠⲒϨⲒⲎⲂ ⲈϤⲞϨⲒ ⲈⲢⲀⲦϤ ϨⲒϪⲈⲚ ⲠⲒⲦⲰⲞⲨ ⲚⲦⲈⲤⲒⲰⲚ ⲚⲈⲘ ⲢⲘⲆ ⲚϢⲞ ⲈⲨⲬⲎ ⲚⲈⲘⲀϤ ⲈⲢⲈ ⲠⲈϤⲢⲀⲚ ⲚⲈⲘ ⲪⲢⲀⲚ ⲘⲠⲈϤⲒⲰⲦ ⲈϤⲤϦⲎⲞⲨⲦ ϨⲒ ⲦⲞⲨⲦⲈϨⲚⲒ.
2 ପୁଣି, ମୁଁ ସ୍ୱର୍ଗରୁ ବହୁବନ୍ୟାଜଳ ଓ ମହାବଜ୍ରନାଦ ତୁଲ୍ୟ ଗୋଟିଏ ସ୍ୱର ଶୁଣିଲି; ଯେଉଁ ସ୍ୱର ମୁଁ ଶୁଣିଲି, ତାହା ବୀଣାବାଦକମାନଙ୍କ ବୀଣାର ଶଦ୍ଦ ପରି।
ⲃ̅ⲞⲨⲞϨ ⲀⲒⲤⲰⲦⲈⲘ ⲈⲞⲨⲤⲘⲎ ⲈⲂⲞⲖ ϦⲈⲚⲦⲪⲈ ⲘⲪⲢⲎϮ ⲚⲞⲨⲚⲒϢϮ ⲚϦⲀⲢⲀⲂⲀⲒ ⲞⲨⲞϨ ϮⲤⲘⲎ ⲈⲦⲀⲒⲤⲞⲐⲘⲈⲤ ⲘⲪⲢⲎϮ ⲚϨⲀⲚⲢⲈϤⲈⲢⲞⲨⲰⲒⲚⲒ.
3 ସେମାନେ ସିଂହାସନ, ଚାରି ପ୍ରାଣୀ ଓ ପ୍ରାଚୀନମାନଙ୍କ ସମ୍ମୁଖରେ ଗୋଟିଏ ନୂତନ ଗୀତ ଗାନ କଲେ, ପୁଣି, ପୃଥିବୀରୁ କ୍ରୀତ ସେହି ଏକ ଲକ୍ଷ ଚୌରାଳିଶ ହଜାର ଲୋକଙ୍କ ବିନା ଆଉ କେହି ସେ ଗୀତ ଶିଖି ପାରିଲେ ନାହିଁ।
ⲅ̅ⲈⲨϨⲰⲤ ϦⲈⲚⲞⲨϨⲰⲆⲎ ⲘⲂⲈⲢⲒ ⲘⲠⲈⲘⲐⲞ ⲘⲠⲒⲐⲢⲞⲚⲞⲤ ⲚⲈⲘ ⲠⲈⲘⲐⲞ ⲘⲠⲒⲆ ⲚⲌⲰⲞⲚ ⲚⲈⲘ ⲚⲒⲠⲢⲈⲤⲂⲨⲦⲈⲢⲞⲤ ⲞⲨⲞϨ ⲘⲠⲈ ϨⲖⲒ ϪⲈⲘϪⲞⲘ ⲈⲈⲘⲒ ⲈϮϨⲰⲆⲎ ⲈⲂⲎⲖ ⲈⲠⲒⲢⲘⲆ ⲚϢⲞ ⲚⲎ ⲈⲦⲀⲨϢⲞⲠⲞⲨ ⲈⲂⲞⲖ ϦⲈⲚⲠⲔⲀϨⲒ.
4 ସେମାନେ ସ୍ତ୍ରୀମାନଙ୍କ ସହିତ ଆପଣା ଆପଣାକୁ କଳୁଷିତ କରି ନ ଥିଲେ କାରଣ ସେମାନେ ଶୁଚି କରି ରଖିଥିଲେ। ମେଷଶାବକ ଯେକୌଣସି ସ୍ଥାନକୁ ଗମନ କରନ୍ତି, ସେ ସ୍ଥାନକୁ ସେମାନେ ତାହାଙ୍କର ଅନୁଗାମୀ ହୁଅନ୍ତି। ସେମାନେ ଈଶ୍ବର ଓ ମେଷଶାବକଙ୍କ ଉଦ୍ଦେଶ୍ୟରେ ପ୍ରଥମଜାତ ଫଳ ସ୍ୱରୂପେ ମନୁଷ୍ୟମାନଙ୍କ ମଧ୍ୟରୁ କ୍ରୀତ ହୋଇଅଛନ୍ତି;
ⲇ̅ⲚⲀⲒ ⲚⲈⲚⲎ ⲈⲦⲈ ⲘⲠⲞⲨⲐⲰⲖⲈⲂ ⲚⲚⲞⲨϨⲂⲰⲤ ⲚⲈⲘ ⲤϨⲒⲘⲒ ϨⲀⲚⲠⲀⲢⲐⲈⲚⲞⲤ ⲄⲀⲢ ⲚⲈⲚⲀⲒ ⲚⲈⲚⲎ ⲈⲐⲘⲞϢⲒ ⲚⲈⲘ ⲠⲒϨⲒⲎⲂ ⲈⲠⲒⲘⲀ ⲈⲦⲈϤⲚⲀϢⲈ ⲚⲀϤ ⲈⲢⲞϤ ⲚⲀⲒ ⲚⲈⲚⲎ ⲈⲦⲀⲨϢⲞⲠⲞⲨ ⲈⲂⲞⲖ ϦⲈⲚⲚⲒⲢⲰⲘⲒ ⲚⲀⲠⲀⲢⲬⲎ ⲘⲪⲚⲞⲨϮ ⲚⲈⲘ ⲠⲒϨⲒⲎⲂ
5 ସେମାନଙ୍କ ମୁଖରେ କୌଣସି ମିଥ୍ୟାକଥା ନାହିଁ, ସେମାନେ ନିର୍ଦ୍ଦୋଷ।
ⲉ̅ⲞⲨⲞϨ ⲘⲠⲞⲨϪⲈⲘ ϨⲖⲒ ⲘⲘⲈⲐⲚⲞⲨϪ ϦⲈⲚⲢⲰⲞⲨ ⲤⲈⲦⲞⲨⲂⲎⲞⲨⲦ ⲄⲀⲢ.
6 ପରେ ମୁଁ ଆଉ ଜଣେ ଦୂତଙ୍କୁ ଆକାଶର ମଧ୍ୟଭାଗରେ ଉଡ଼ିବାର ଦେଖିଲି, ସେ ପୃଥିବୀନିବାସୀ ସମସ୍ତ ଜାତି, ଗୋଷ୍ଠୀ, ଭାଷାବାଦୀ ଓ ବଂଶୀୟ ଲୋକଙ୍କ ନିକଟରେ ପ୍ରଚାର କରିବା ନିମନ୍ତେ ଏକ ଅନନ୍ତକାଳସ୍ଥାୟୀ ସୁସମାଚାର ପ୍ରାପ୍ତ ହୋଇ ଉଚ୍ଚସ୍ୱରରେ କହିଲେ, (aiōnios g166)
ⲋ̅ⲞⲨⲞϨ ⲀⲒⲚⲀⲨ ⲈⲔⲈⲀⲄⲄⲈⲖⲞⲤ ⲈϤϨⲎⲖ ϦⲈⲚⲐⲘⲎϮ ⲚⲦⲪⲈ ⲈⲞⲨⲞⲚ ⲞⲨⲈⲨⲀⲄⲄⲈⲖⲒⲞⲚ ⲚⲈⲚⲈϨ ⲚⲦⲞⲦϤ ⲈϤϨⲒϢⲈⲚⲚⲞⲨϤⲒ ⲚⲚⲎ ⲈⲦϢⲞⲠ ϨⲒϪⲈⲚ ⲠⲔⲀϨⲒ ⲚⲈⲘ ϢⲖⲞⲖ ⲚⲒⲂⲈⲚ ⲚⲈⲘ ⲪⲨⲖⲎ ⲚⲒⲂⲈⲚ ⲚⲈⲘ ⲖⲀⲞⲤ ⲚⲒⲂⲈⲚ ⲚⲈⲘ ⲖⲀⲤ ⲚⲒⲂⲈⲚ (aiōnios g166)
7 ଈଶ୍ବରଙ୍କୁ ଭୟ କର ଓ ତାହାଙ୍କୁ ଗୌରବ ଦିଅ, କାରଣ ତାହାଙ୍କ ବିଚାର ସମୟ ଉପସ୍ଥିତ, ପୁଣି, ଯେ ଆକାଶ, ପୃଥିବୀ, ସମୁଦ୍ର ଓ ନିର୍ଝରିଣୀ ସମୂହ ସୃଷ୍ଟି କରିଅଛନ୍ତି, ତାହାଙ୍କୁ ପ୍ରଣାମ କର।
ⲍ̅ⲈϤϪⲰ ⲘⲘⲞⲤ ϦⲈⲚⲞⲨⲚⲒϢϮ ⲚϦⲢⲰⲞⲨ ϪⲈ ⲀⲢⲒϨⲞϮ ϦⲀⲦϨⲎ ⲘⲪⲚⲞⲨϮ ⲞⲨⲞϨ ⲘⲀⲰⲞⲨ ⲚⲀϤ ϪⲈ ⲀⲤⲒ ⲚϪⲈϮⲞⲨⲚⲞⲨ ⲚⲦⲈⲠⲈϤϨⲀⲠ ⲞⲨⲞϨ ⲞⲨⲰϢⲦ ⲘⲪⲎ ⲈⲦⲀϤⲐⲀⲘⲒⲈ ⲦⲪⲈ ⲚⲈⲘ ⲠⲔⲀϨⲒ ⲚⲈⲘ ⲪⲒⲞⲘ ⲚⲈⲘ ⲚⲒⲘⲰⲞⲨ.
8 ତାହାଙ୍କ ପଶ୍ଚାତରେ ଆଉ ଜଣେ, ଅର୍ଥାତ୍‍ ଦ୍ୱିତୀୟ ଦୂତ ଆସି କହିଲେ, ଯେଉଁ ମହାନଗରୀ ବାବିଲ ସମସ୍ତ ଜାତିଙ୍କୁ ଆପଣା ବ୍ୟଭିଚାରର କାମରୂପ ସୁରା ପାନ କରାଇଅଛି, ସେ ପତିତ, ଅଧଃପତିତ ହୋଇଅଛି।
ⲏ̅ⲞⲨⲞϨ ⲔⲈⲀⲄⲄⲈⲖⲞⲤ ⲘⲘⲀϨⲂ ⲀϤⲘⲞϢⲒ ⲚⲤⲰϤ ⲈϤϪⲰ ⲘⲘⲞⲤ ϪⲈ ⲀⲤϨⲈⲒ ⲚϪⲈⲂⲀⲂⲨⲖⲰⲚ ϮⲚⲒϢϮ ⲈⲂⲞⲖ ϦⲈⲚⲠⲎⲢⲠ ⲚⲦⲈⲠⲈⲘⲂⲞⲚ ⲚⲦⲈⲦⲈⲤⲠⲞⲢⲚⲒⲀ ⲀⲨϨⲈⲒ ⲚϪⲈⲚⲒⲈⲐⲚⲞⲤ ⲦⲎⲢⲞⲨ.
9 ସେମାନଙ୍କ ପଶ୍ଚାତରେ ଆଉ ଜଣେ, ଅର୍ଥାତ୍‍ ତୃତୀୟ ଦୂତ ଆସି ଉଚ୍ଚସ୍ୱରରେ କହିଲେ, ଯଦି କେହି ସେହି ପଶୁ ଓ ତାହାର ପ୍ରତିମାକୁ ପ୍ରଣାମ କରେ ପୁଣି, ଆପଣା କପାଳରେ କି ହାତରେ ତାହାର ଚିହ୍ନ ଗ୍ରହଣ କରେ,
ⲑ̅ⲞⲨⲞϨ ⲔⲈⲀⲄⲄⲈⲖⲞⲤ ⲘⲘⲀϨⲄ ⲀϤⲘⲞϢⲒ ⲚⲤⲰⲞⲨ ⲈϤϪⲰ ⲘⲘⲞⲤ ϪⲈ ⲪⲎ ⲈⲐⲚⲀⲞⲨⲰϢⲦ ⲘⲠⲒⲐⲎⲢⲒⲞⲚ ⲚⲈⲘ ⲦⲈϤϨⲨⲔⲰⲚ ⲞⲨⲞϨ ⲚⲦⲈϤⲦⲞⲂϤ ⲈⲦⲈϤⲦⲈϨⲚⲒ ⲒⲈ ⲦⲈϤϪⲒϪ
10 ତେବେ ସେ ମଧ୍ୟ, ଅମିଶ୍ରିତ ଭାବେ ପ୍ରସ୍ତୁତ କରାଯାଇଥିବା ଈଶ୍ବରଙ୍କ କୋପରୂପ ସୁରା ପାନ କରିବ, ପୁଣି, ପବିତ୍ର ଦୂତଗଣଙ୍କ ଓ ମେଷଶାବକଙ୍କ ସାକ୍ଷାତରେ ଅଗ୍ନି ଓ ଗନ୍ଧକ ଦ୍ୱାରା ଯନ୍ତ୍ରଣା ପ୍ରାପ୍ତ ହେବ।
ⲓ̅ⲚⲐⲞϤ ⲈⲐⲚⲀⲤⲰ ⲈⲂⲞⲖ ϦⲈⲚⲠⲒⲎⲢⲠ ⲚⲦⲈⲠⲈⲘⲂⲞⲚ ⲘⲪⲚⲞⲨϮ ⲪⲎ ⲈⲦⲐⲎⲦ ⲚⲎⲢⲠ ⲚⲀⲔⲢⲀⲦⲞⲚ ϦⲈⲚⲠⲒⲀⲪⲞⲦ ⲚⲦⲈⲠⲈϤϪⲰⲚⲦ ⲞⲨⲞϨ ⲈⲨⲈⲈⲢⲂⲀⲤⲀⲚⲒⲌⲒⲚ ⲘⲘⲰⲞⲨ ϦⲈⲚⲞⲨⲬⲢⲰⲘ ⲚⲈⲘ ⲞⲨⲐⲎⲚ ⲘⲠⲈⲘⲐⲞ ⲚⲚⲒⲀⲄⲄⲈⲖⲞⲤ ⲚⲈⲘ ⲠⲈⲘⲐⲞ ⲘⲠⲒϨⲒⲎⲂ.
11 ଏପରି ଲୋକମାନଙ୍କ ଯନ୍ତ୍ରଣାର ଧୂମ ଯୁଗେ ଯୁଗେ ଉଠୁଥିବ; ଯେଉଁମାନେ ପଶୁ ଓ ତାହାର ପ୍ରତିମାକୁ ପ୍ରଣାମ କରନ୍ତି ପୁଣି, ତାହାର ନାମର ଚିହ୍ନ ଗ୍ରହଣ କରନ୍ତି, ସେମାନଙ୍କର ଦିବାରାତ୍ର ବିଶ୍ରାମ ନାହିଁ। (aiōn g165)
ⲓ̅ⲁ̅ⲞⲨⲞϨ ⲠⲒⲬⲢⲈⲘⲦⲤ ⲚⲦⲈⲠⲞⲨⲦϨⲈⲘⲔⲞ ⲈϤⲈϢⲈ ⲈⲠϢⲰⲒ ϢⲀ ⲈⲂⲞⲖ ϪⲈ ⲘⲘⲞⲚ ⲘⲦⲞⲚ ⲘⲘⲀⲨ ⲘⲠⲒⲈϨⲞⲞⲨ ⲚⲈⲘ ⲠⲒⲈϪⲰⲢϨ ⲚⲦⲈⲚⲎ ⲈⲐⲚⲀⲞⲨⲰϢⲦ ⲘⲠⲒⲐⲎⲢⲒⲞⲚ ⲚⲈⲘ ⲦⲈϤϨⲨⲔⲰⲚ ⲚⲈⲘ ⲪⲎ ⲈⲐⲚⲀϬⲒ ⲘⲠⲒϢⲰⲖϨ ⲚⲦⲈⲠⲈϤⲢⲀⲚ. (aiōn g165)
12 ଏଠାରେ ସାଧୁମାନଙ୍କର, ଅର୍ଥାତ୍‍ ଯେଉଁମାନେ ଈଶ୍ବରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ପ୍ରତି ବିଶ୍ୱାସ ରଖନ୍ତି, ସେମାନଙ୍କର ଧୈର୍ଯ୍ୟ ଆବଶ୍ୟକ।
ⲓ̅ⲃ̅ⲪⲎ ⲆⲈ ⲈⲐⲚⲀⲀⲘⲞⲚⲒ ⲚⲦⲞⲦϤ ⲚⲈⲘ ⲚⲒⲀⲄⲒⲞⲤ ⲚⲎ ⲈⲐⲚⲀⲀⲢⲈϨ ⲈⲚⲒⲈⲚⲦⲞⲖⲎ ⲚⲦⲈⲪⲚⲞⲨϮ ⲚⲈⲘ ⲠⲒⲚⲀϨϮ ⲚⲦⲈⲒⲎⲤⲞⲨⲤ ⲠⲬⲢⲒⲤⲦⲞⲤ.
13 ପୁଣି, ମୁଁ ସ୍ୱର୍ଗରୁ ଏହି ବାଣୀ ଶୁଣିଲି, ଲେଖ, ଯେଉଁମାନେ ଏଣିକି ପ୍ରଭୁଙ୍କଠାରେ ଥାଇ ମରନ୍ତି, ସେମାନେ ଧନ୍ୟ; ହଁ, ଆତ୍ମା କହୁଅଛନ୍ତି, ସେମାନେ ଆପଣା ଆପଣା ପରିଶ୍ରମରୁ ବିଶ୍ରାମ ପ୍ରାପ୍ତ ହେବେ, କାରଣ ସେମାନଙ୍କ କର୍ମ ସେମାନଙ୍କର ଅନୁବର୍ତ୍ତୀ ହେବ।
ⲓ̅ⲅ̅ⲞⲨⲞϨ ⲀⲒⲤⲰⲦⲈⲘ ⲈⲔⲈⲚⲒϢϮ ⲚϦⲢⲰⲞⲨ ⲈⲂⲞⲖ ϦⲈⲚⲦⲪⲈ ⲈϤϪⲰ ⲘⲘⲞⲤ ϪⲈ ⲰⲞⲨⲚⲒⲀⲦⲞⲨ ⲚⲚⲒⲢⲈϤⲘⲰⲞⲨⲦ ϦⲈⲚⲠϬⲞⲒⲤ ⲀⲨϢⲀⲚⲦⲰⲞⲨⲚⲞⲨ ⲒⲤϪⲈⲚ ϮⲚⲞⲨ ϤϪⲰ ⲘⲘⲞⲤ ⲚϪⲈⲠⲒⲠⲚⲈⲨⲘⲀϨⲒⲚⲀ ⲚⲦⲞⲨⲘⲦⲞⲚ ⲘⲘⲰⲞⲨ ⲒⲤϪⲈⲚ ϮⲚⲞⲨ ⲈⲂⲞⲖ ϦⲈⲚⲚⲞⲨϦⲒⲤⲒ ⲚⲦⲈⲚⲞⲨϨⲂⲎⲞⲨⲒ ⲈⲨⲈⲘⲞϢⲒ ⲚⲤⲰⲞⲨ ⲞⲨⲞϨ ⲚⲦⲈϤϬⲒⲘⲰⲒⲦ ϦⲀϪⲰⲞⲨ ⲈϦⲢⲎⲒ ⲈⲞⲨⲘⲞⲨⲘⲒ ⲘⲘⲰⲞⲨ ⲚⲰⲚϦ.
14 ତତ୍ପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ଶୁଭ୍ରବର୍ଣ୍ଣ ଖଣ୍ଡେ ମେଘ, ତହିଁ ଉପରେ ମନୁଷ୍ୟପୁତ୍ରଙ୍କ ସଦୃଶ ଜଣେ ଉପବିଷ୍ଟ, ତାହାଙ୍କ ମସ୍ତକରେ ସୁବର୍ଣ୍ଣ ମୁକୁଟ ଓ ହସ୍ତରେ ତୀକ୍ଷ୍ଣ ଦାଆ।
ⲓ̅ⲇ̅ⲞⲨⲞϨ ⲀⲒⲚⲀⲨ ⲈⲞⲨϬⲎⲠⲒ ⲈⲤⲞⲨⲰⲂϢ ⲞⲨⲞϨ ⲘⲠϢⲰⲒ ϨⲒϪⲈⲚ ϮϬⲎⲠⲒ ⲈϤϨⲈⲘⲤⲒ ⲚϪⲈⲞⲨⲀⲒ ⲈϤⲞⲚⲒ ⲚⲞⲨϢⲎⲢⲒ ⲚⲢⲰⲘⲒ ⲈⲞⲨⲞⲚ ⲞⲨⲬⲖⲞⲘ ⲚⲚⲞⲨⲂ ϨⲒϪⲰϤ ⲈⲞⲨⲞⲚ ⲞⲨⲤⲎϤⲒ ⲈⲤϨⲒⲞⲨⲒ ϦⲈⲚⲦⲈϤϪⲒϪ.
15 ସେଥିରେ ମନ୍ଦିରରୁ ଆଉ ଜଣେ ଦୂତ ବାହାରି ସେହି ମେଘାଚ୍ଛନ୍ନ ବ୍ୟକ୍ତିଙ୍କୁ ଉଚ୍ଚସ୍ୱରରେ କହିଲେ, ଆପଣଙ୍କ ଦାଆ ଲଗାଇ ଶସ୍ୟ କାଟନ୍ତୁ, କାରଣ କାଟିବାର ସମୟ ଉପସ୍ଥିତ, ଆଉ ପୃଥିବୀର ଶସ୍ୟ ପରିପକ୍ୱ ହୋଇଅଛି।
ⲓ̅ⲉ̅ⲞⲨⲞϨ ⲔⲈⲀⲄⲄⲈⲖⲞⲤ ⲀϤⲒ ⲈⲂⲞⲖ ϦⲈⲚⲠⲒⲈⲢⲪⲈⲒ ⲈϤⲰϢ ⲈⲂⲞⲖ ϦⲈⲚⲞⲨⲚⲒϢϮ ⲚϦⲢⲰⲞⲨ ⲈϤϪⲰ ⲘⲘⲞⲤ ⲘⲪⲎ ⲈⲦϨⲈⲘⲤⲒ ϨⲒϪⲈⲚ ϮϬⲎⲠⲒ ϪⲈ ⲞⲨⲰⲢⲠ ⲘⲠⲈⲔⲰⲤϦ ⲞⲨⲞϨ ⲰⲤϦ ϪⲈ ⲀⲤⲒ ⲚϪⲈϮⲞⲨⲚⲞⲨ ⲚⲦⲈⲠⲰⲤϦ ⲘⲠⲔⲀϨⲒ.
16 ତହୁଁ ସେହି ମେଘାଛନ୍ନ ବ୍ୟକ୍ତି ପୃଥିବୀରେ ଆପଣା ଦାଆ ଲଗାନ୍ତେ ସେଥିର ଶସ୍ୟ କଟାଗଲା।
ⲓ̅ⲋ̅ⲞⲨⲞϨ ⲪⲎ ⲈⲦϨⲈⲘⲤⲒ ϨⲒϪⲈⲚ ϮϬⲎⲠⲒ ⲀϤⲞⲨⲰⲢⲠ ⲘⲠⲈϤⲰⲤϦ ϨⲒϪⲈⲚ ⲠⲒⲔⲀϨⲒ.
17 ତତ୍ପରେ ସ୍ୱର୍ଗସ୍ଥ ମନ୍ଦିରରୁ ଆଉ ଜଣେ ଦୂତ ବାହାରି ଆସିଲେ, ତାହାଙ୍କ ହସ୍ତରେ ମଧ୍ୟ ଗୋଟିଏ ତୀକ୍ଷ୍ଣ ଦାଆ ଥିଲା।
ⲓ̅ⲍ̅ⲞⲨⲞϨ ⲔⲈⲀⲄⲄⲈⲖⲞⲤ ⲈⲀϤⲒ ⲈⲂⲞⲖ ϦⲈⲚⲦⲪⲈ ⲈⲞⲨⲞⲚ ⲞⲨⲤⲎϤⲒ ⲚⲦⲞⲦϤ ⲈⲤϨⲒⲞⲨⲒ.
18 ପୁଣି, ବେଦି ନିକଟରୁ ଆଉ ଜଣେ ଦୂତ ବାହାର ହେଲେ, ସେ ଅଗ୍ନି ଉପରେ କ୍ଷମତା ପ୍ରାପ୍ତ; ଯାହାଙ୍କ ହସ୍ତରେ ତୀକ୍ଷ୍ଣ ଦାଆ ଥିଲା, ତାହାଙ୍କୁ ସେ ଉଚ୍ଚସ୍ୱରରେ ଡାକି କହିଲେ, ତୁମ୍ଭର ତୀକ୍ଷ୍ଣ ଦାଆ ଲଗାଅ ଓ ପୃଥିବୀର ଦ୍ରାକ୍ଷାପେଣ୍ଡାସବୁ ସଂଗ୍ରହ କର, କାରଣ ସେଥିର ଦ୍ରାକ୍ଷାଫଳସବୁ ପରିପକ୍ୱ ହୋଇଅଛି।
ⲓ̅ⲏ̅ⲞⲨⲞϨ ⲔⲈⲀⲄⲄⲈⲖⲞⲤ ⲀϤⲒ ⲈⲂⲞⲖ ϦⲈⲚⲠⲒⲘⲀⲚⲈⲢϢⲰⲞⲨϢⲒ ⲈⲞⲨⲞⲚ ⲞⲨⲈⲢϢⲒϢⲒ ⲚⲦⲈⲞⲨⲬⲢⲰⲘ ⲚⲦⲞⲦϤ ⲞⲨⲞϨ ⲀϤⲘⲞⲨϮ ϦⲈⲚⲞⲨⲚⲒϢϮ ⲚϦⲢⲰⲞⲨ ⲈⲪⲎ ⲈⲦⲈ ϮⲤⲎϤⲒ ⲈⲦϨⲒⲞⲨⲒ ⲚⲦⲞⲦϤ ⲈϤϪⲰ ⲘⲘⲞⲤ ϪⲈ ⲞⲨⲰⲢⲠ ⲚⲦⲈⲔⲤⲎϤⲒ ⲈⲦϨⲒⲞⲨⲒ ⲞⲨⲞϨ ϬⲈⲖ ⲠⲒⲤⲘⲀϨ ⲚⲀⲖⲞⲖⲒ ⲚⲦⲈⲠⲔⲀϨⲒ.
19 ତହିଁରେ ସେହି ଦୂତ ପୃଥିବୀରେ ଆପଣା ଦାଆ ଲଗାଇ ସେଥିର ଦ୍ରାକ୍ଷାଫଳସବୁ ସଂଗ୍ରହ କଲେ ଓ ଈଶ୍ବରଙ୍କ କ୍ରୋଧରୂପ ମହା ଦ୍ରାକ୍ଷାକୁଣ୍ଡରେ ସେହିସବୁ ନିକ୍ଷେପ କଲେ।
ⲓ̅ⲑ̅ⲞⲨⲞϨ ⲀⲠⲒⲀⲄⲄⲈⲖⲞⲤ ϨⲒⲞⲨⲒ ⲚⲦⲈϤⲤⲎ ϤⲒ ⲈⲠⲔⲀϨⲒ ⲞⲨⲞϨ ⲀϤϬⲈⲖ ⲠⲒⲀⲖⲞⲖⲒ ⲚⲦⲈⲠⲔⲀϨⲒ ⲞⲨⲞϨ ⲀϤϨⲒⲦϤ ⲈϦⲢⲎⲒ ⲈϮⲚⲒϢϮ ⲚϨⲢⲰⲦ ⲚⲦⲈⲠⲈⲘⲂⲞⲚ ⲘⲪⲚⲞⲨϮ.
20 ନଗରର ବାହାରେ ସେହି ଦ୍ରାକ୍ଷାକୁଣ୍ଡ ଦଳିତ ହେଲା, ଆଉ ସେଥିରୁ ରକ୍ତ ବାହାର ହୋଇ ଅଶ୍ୱମାନଙ୍କ ଲଗାମ ପର୍ଯ୍ୟନ୍ତ ଉଠି ଏକ ଶହ କୋଶ ପର୍ଯ୍ୟନ୍ତ ବ୍ୟାପ୍ତ ହେଲା।
ⲕ̅ⲞⲨⲞϨ ⲀϤϨⲰⲘⲒ ⲚϮϨⲢⲰⲦ ⲤⲀⲂⲞⲖ ⲚϮⲂⲀⲔⲒ ⲞⲨⲞϨ ⲀϤⲒ ⲈⲂⲞⲖ ⲚϪⲈⲞⲨⲤⲚⲞϤ ϦⲈⲚϮϨⲢⲰⲦ ϢⲀ ⲚⲒⲬⲀⲖⲒⲚⲞⲨⲤ ⲚⲦⲈⲚⲒϨⲐⲰⲢ ⲚⲞⲨϢⲞ ⲚⲈⲘ ⲬⲚⲤⲦⲀⲆⲒⲞⲚ.

< ପ୍ରକାଶିତ 14 >