< ପ୍ରକାଶିତ 13 >

1 ଆଉ ସେ ସମୁଦ୍ରର ବାଲୁକା ଉପରେ ଠିଆ ହେଲା। ତତ୍ପରେ ମୁଁ ସମୁଦ୍ର ମଧ୍ୟରୁ ଗୋଟିଏ ପଶୁକୁ ଉଠି ଆସିବାର ଦେଖିଲି, ତାହାର ଦଶ ଶୃଙ୍ଗ ଓ ସପ୍ତ ମସ୍ତକ, ତାହାର ଶୃଙ୍ଗଗୁଡ଼ାକରେ ଦଶଟା ମୁକୁଟ ଓ ମସ୍ତକଗୁଡ଼ାକ ଉପରେ ଈଶ୍ବରନିନ୍ଦାସୂଚକ ବିଭିନ୍ନ ନାମ।
ଆରି ସେ ଅସୁର୍‌ସାଁପ୍‌ ସମ୍‌ଦୁରର୍‌ ବାଲିଉପ୍‌ରେ ଜାଇ ଟିଆ ଅଇଲା । ତାର୍‌ପଚେ ମୁଇ ସମ୍‌ଦୁର୍‌ ବିତ୍‌ରେ ଅନି ଗଟେକ୍‌ ପସୁକେ ବାରଇଆଇବାଟା ଦେକ୍‌ଲି । ତାକେ ଦସ୍‌ଟା ସିଙ୍ଗ୍‌ ଆରି ସାତ୍‌ଟା ମୁଣ୍ଡ୍‌ ରଇଲା । ତାର୍‌ ସବୁ ସିଙ୍ଗେ ଗଟେକ୍‌ ଗଟେକ୍‌ ମୁକୁଟ୍‌ ରଇଲା । ଆରି ମୁଣ୍ଡ୍‌ ଉପ୍‌ରେ ପର୍‌ମେସର୍‌କେ ନିନ୍ଦା କଲା ପାରା ବିନ୍‌ ବିନ୍‌ ରକାମର୍‌ ସାତ୍‌ଟା ନାଉଁ ରଇଲା ।
2 ଏହି ଯେଉଁ ପଶୁକୁ ମୁଁ ଦେଖିଲି, ତାହା ଚିତାବାଘ ପରି, ତାହାର ପାଦ ଭାଲୁର ପାଦ ପରି ଓ ପାଟି ସିଂହର ପାଟି ପରି। ସେହି ସର୍ପ ତାହାକୁ ଆପଣା ପରାକ୍ରମ, ସିଂହାସନ ଓ ମହାକ୍ଷମତା ସମର୍ପଣ କଲା।
ସେ ପସୁ ଚିତାବାଗ୍‌ ପାରା ରଇଲା । ତାର୍‌ପାଦ୍‌ ବାଲୁର୍‍ ପାଦ୍‌ପାରା, ତାର୍‌ ଟଣ୍ଡ୍‌ ସିଅଁର୍‌ ଟଣ୍ଡ୍‌ ପାରା ରଇଲା । ଆରି ସେ ଅସୁର୍‌ସାଁପ୍‌, ସେ ପସୁକେ ନିଜର୍‌ ବପୁ, ସିଆଁସନ୍‌ ଆରି ତାର୍‌ ବଡ୍‌ ଅଦିକାର୍‌ ଦେଲା ।
3 ତାହାର ମସ୍ତକଗୁଡ଼ାକ ମଧ୍ୟରୁ ଗୋଟାଏ ଯେପରି ସାଂଘାତିକ ଆଘାତ ପ୍ରାପ୍ତ ହୋଇଥିଲା, ଆଉ ତାହାର ସେହି ମୃତ୍ୟୁଜନକ କ୍ଷତ ସୁସ୍ଥ ହେଲା, ପୁଣି, ସମସ୍ତ ପୃଥିବୀ ସେହି ପଶୁ ବିଷୟରେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ତାହାର ଅନୁଗମନ କଲେ,
ସେ ପସୁର୍‌ ଦସ୍‌ଟା ମୁଣ୍ଡେଅନି ଗଟେକ୍‌ ମୁଣ୍ଡ୍‌ ବେସି ମାଡ୍‌ ଅଇରଇଲାପାରା ଡିସ୍‌ତେରଇଲା । ମାତର୍‌ ସେଟା ନିକ ଅଇଲା । ଗୁଲାଇ ଜଗତର୍‌ ଲକ୍‌ମନ୍‌ କାବାଅଇଜାଇକରି ତାର୍‌ ପଚେ ପଚେ ଗାଲାଇ ।
4 ପୁଣି, ସର୍ପ ସେହି ପଶୁକୁ ଆପଣା କ୍ଷମତା ସମର୍ପଣ କରିବାରୁ ସେମାନେ ସର୍ପକୁ ପ୍ରଣାମ କଲେ; ସେମାନେ ପଶୁକୁ ମଧ୍ୟ ପ୍ରଣାମ କରି କହିଲେ, ଏହି ପଶୁ ପରି କିଏ? ଆଉ କିଏ ତାହା ସହିତ ଯୁଦ୍ଧ କରିପାରେ?
ଆରି ନିଜର୍‌ ଅଦିକାର୍‌ ସେ ପସୁକେ ଦେଲାକେ ସବୁ ଲକ୍‌ ଅସୁର୍‌ ସାଁପ୍‌କେ ଜୁଆର୍‌ କଲାଇ । ଏନ୍ତାରି କଇକରି ମିସା ସେ ପସୁକେ ସେମନ୍‌ ଜୁଆର୍‌କଲାଇ । ଏ ପସୁର୍‌ ପାରା ଆରି କେ ନାଇ । ତାର୍‌ ବିରଦେ ଜୁଇଦ୍‌ କରି କେ ମିସା ଜିତି ନାପାରତ୍‌ ।
5 ସେହି ପଶୁକୁ ଅହଙ୍କାର ଓ ଈଶ୍ବରନିନ୍ଦାର କଥା କହିବାକୁ ମୁଖ ଦିଆଗଲା, ଆଉ ବୟାଳିଶ ମାସ ପର୍ଯ୍ୟନ୍ତ କାର୍ଯ୍ୟ ସାଧନ କରିବାକୁ କ୍ଷମତା ଦିଆଗଲା।
ସେ ପସୁକେ ୪୨ ମାସ୍‌ଜାକ ଅଦିକାର୍‌ ସଙ୍ଗଇବାକେ ଆରି ପର୍‌ମେସରର୍‌ ବିରୁଦେ ବଡ୍‌ପନ୍‌ କାତା କଇବାକେ ପର୍‌ମେସର୍‌ ଆଦେସ୍‌ ଦେଲା ।
6 ସେଥିରେ ସେହି ପଶୁ ମୁଖ ଫିଟାଇ ଈଶ୍ବରନିନ୍ଦାର କଥା କହି ତାହାଙ୍କ ନାମ ଓ ତାହାଙ୍କ ତମ୍ବୁ ପୁଣି, ସ୍ୱର୍ଗନିବାସୀମାନଙ୍କର ନିନ୍ଦା କଲା।
ସେ ପସୁ ପର୍‌ମେସରର୍‌ ନାଉଁକେ, ସେ ରଇବା ଜାଗାକେ ଆରି ସର୍‌ଗେ ରଇବା ସବୁକେ ସାଇପ୍‌ ଦେବାର୍‌ଦାର୍‌ଲା ।
7 ସମସ୍ତ ସାଧୁଙ୍କ ସହିତ ଯୁଦ୍ଧ କରିବାକୁ ଓ ସେମାନଙ୍କ ଉପରେ ଜୟଲାଭ କରିବାକୁ ପଶୁଟିକୁ କ୍ଷମତା ଦିଆଗଲା, ଆଉ ସମସ୍ତ ଗୋଷ୍ଠୀ, ବଂଶ, ଭାଷାବାଦୀ ଓ ଜାତି ଉପରେ ତାହାକୁ କ୍ଷମତା ଦିଆଗଲା।
ପର୍‌ମେସର୍‌ ଲକ୍‌ମନର୍‌ ସଙ୍ଗ୍‍ ଜୁଇଦ୍‌ କରି ସେମନ୍‌କେ ଆରାଇବାକେ ତାକେ ଅଦିକାର୍‌ ଦିଆଅଇଲା । ସବୁ ବଁସର୍‌ ଉପ୍‌ରେ, ରାଇଜର୍‌ ଉପ୍‌ରେ, ବାସା ଉପ୍‌ରେ ଆରି ଜାତିର୍‌ ପାଇ ତାକେ ଅଦିକାର୍‌ ଦିଆଅଇଲା ।
8 ଜଗତର ସୃଷ୍ଟିଠାରୁ ଯେଉଁମାନଙ୍କର ନାମ, ବଳିକୃତ ମେଷଶାବକଙ୍କର ଜୀବନ ପୁସ୍ତକରେ ଲିଖିତ ହୋଇ ନାହିଁ, ପୃଥିବୀନିବାସୀ ସେହି ସମସ୍ତ ଲୋକ, ତାହାକୁ ପ୍ରଣାମ କରିବେ।
ଦର୍‌ତନିଟାନେ ରଇବା ସବୁଲକ୍‌ ତାକେ ଜୁଆର୍‌କର୍‌ବାଇ । ଜିବନ୍‌ ରଇବା ଲକ୍‌ମନର୍‌ ବଇଟାନେ ନାଉଁ ଲେକାଅଇରଇବା ଲକ୍‌ମନ୍‌ସେ ତାକେ ଜୁଆର୍‌ ନ କରତ୍‌ । କାଇଟା ତିଆର୍‌ ନ ଅଇରଇବା ଆଗ୍‌ତୁ ଲେକା ଅଇଜାଇରଇଲା । ସେ ବଇ ମରାଇଜାଇରଇବା ମେଣ୍ଡାପିଲାର୍‌ଟା ।
9 ଯାହାର କର୍ଣ୍ଣ ଅଛି, ସେ ଶୁଣୁ।
କାନ୍‌ ରଇଲା ଲକ୍‌ ମନ୍‌ଦିଆନ୍‌ କରି ସୁନା ।
10 “କେହି ଯଦି ବନ୍ଦୀ କରିନିଏ, ତାହାହେଲେ ସେ ବନ୍ଦୀ ହୋଇଯିବ; କେହି ଯଦି ଖଡ୍ଗ ଦ୍ୱାରା ବଧ କରେ, ତାହାହେଲେ ତାହାକୁ ନିଶ୍ଚୟ ଖଡ୍ଗ ଦ୍ୱାରା ବଧ କରାଯିବ।” ଏହି ସ୍ଥଳରେ ସାଧୁମାନଙ୍କର ଧୈର୍ଯ୍ୟ ଓ ବିଶ୍ୱାସ ଆବଶ୍ୟକ।
୧୦ପର୍‌ମେସରର୍‌ ଜଜ୍‌ନା ଇସାବେ ଜାର୍‌ କର୍‌ମେ ବନ୍ଦିଗରେ ରଇବାର୍‌ ଆଚେ, ସେ ବନ୍ଦିଗରେ ଜାଇସି । ପର୍‌ମେସରର୍‌ ଜଜ୍‌ନା ଇସାବେ ଜାର୍‌ କର୍‌ମେ କାଣ୍ଡାସଙ୍ଗ୍‍ ମର୍‌ବାର୍‌ଆଚେ, ସେ କାଣ୍ଡାସଙ୍ଗ୍‍ ମାରାଇଅଇସି । ମାତର୍‌ ପର୍‌ମେସରର୍‌ ଲକ୍‌ ବିସ୍‌ବାସ୍‌ ଦାରି ମୁର୍‌ଚିକରି ରଇବାର୍‌ଆଚେ ।
11 ତତ୍ପରେ ମୁଁ ଆଉ ଗୋଟିଏ ପଶୁକୁ ଭୂମି ମଧ୍ୟରୁ ଉଠି ଆସିବାର ଦେଖିଲି; ମେଷଶାବକ ପରି ତାହାର ଦୁଇଟି ଶୃଙ୍ଗ, ଆଉ ସେ ସର୍ପ ପରି କଥା କହୁଥିଲା।
୧୧ଏଦେ ଦେକା! ତାର୍‌ପଚେ ଦର୍‌ତନି ଅନି ଆରିଗଟେକ୍‌ ପସୁ ବାରଇ ଆଇବାଟା ମୁଇ ଦେକ୍‌ଲି । ତାକେ ମେଣ୍ଡାପିଲାର୍‌ ସିଙ୍ଗ୍‌ପାରା ଦୁଇଟା ସିଙ୍ଗ୍‌ ରଇଲା ଆରି ଅସୁର୍‌ସାଁପ୍‌ ପାରା କାତା କଇତେରଇଲା ।
12 ସେ ପ୍ରଥମ ପଶୁର ସମସ୍ତ କ୍ଷମତା ତାହା ସାକ୍ଷାତରେ ପରିଚାଳନା କରେ, ଆଉ ସେହି ଯେଉଁ ପ୍ରଥମ ପଶୁର ମୃତ୍ୟୁଜନକ କ୍ଷତ ସୁସ୍ଥ ହୋଇଥିଲା, ତାହାକୁ ପ୍ରଣାମ କରିବାକୁ ପୃଥିବୀ ଓ ତନ୍ନିବାସୀମାନଙ୍କୁ ବାଧ୍ୟ କରେ।
୧୨ଆଗ୍‌ତୁର୍‌ ପସୁର୍‌ପାରା ତାକେ ମିସା ଅଦିକାର୍‌ ରଇଲା । ସେ ଅଦିକାର୍‌ ସଙ୍ଗ୍‍ ସେ ସେବା କର୍‌ତେରଇଲା । ଜଗତେ ଆରି ଜଗତେରଇବା ସବୁ ଲକ୍‌ମନ୍‌କେ, ଆଗ୍‌ତୁର୍‌ ପସୁକେ ଜୁଆର୍‌ କରା ବଲି ଡରାଇତେରଇଲା । ଏତ୍‌କି ବିତ୍‌ରେ ପର୍‌ତୁମ୍‌ ପସୁର୍‌ ଗାଉ ସୁକିଜାଇତେରଇଲା ।
13 ସେ ମହା ମହା ଆଶ୍ଚର୍ଯ୍ୟକର୍ମ କରେ, ଏପରିକି ମନୁଷ୍ୟମାନଙ୍କ ସାକ୍ଷାତରେ ଆକାଶରୁ ପୃଥିବୀ ଉପରେ ଅଗ୍ନି ବୃଷ୍ଟି କରାଏ।
୧୩ପଚର୍‌ ପସୁ ବଡ୍‌ ବଡ୍‌ କାବା ଅଇଜିବା କାମ୍‌ମନ୍‌ କଲା । ଦର୍‌ତନିଟାନେ ରଇବା ସବୁଲକ୍‌ ଦେକ୍‌ଲାପାରା ସର୍‌ଗେଅନି ଜଇ ବାର୍‌କରାଇତେରଇଲା ।
14 ଆଉ ସେହି ପଶୁର ସାକ୍ଷାତରେ ଯେଉଁ ଆଶ୍ଚର୍ଯ୍ୟକର୍ମ କରିବାକୁ ସେ କ୍ଷମତା ପ୍ରାପ୍ତ ହୋଇଥିଲା, ତଦ୍ୱାରା ସେ ପୃଥିବୀନିବାସୀମାନଙ୍କୁ ଭ୍ରାନ୍ତ କରି, ଯେଉଁ ପଶୁ ଖଡ୍ଗ ଦ୍ୱାରା ଆହତ ହେଲେ ହେଁ ବଞ୍ଚିଥିଲା, ତାହାର ଏକ ପ୍ରତିମା ନିର୍ମାଣ କରିବାକୁ ସେମାନଙ୍କୁ କହେ।
୧୪ପର୍‌ତୁମ୍‌ ପସୁର୍‌ ମୁଆଟେ କେତେକ୍‌ କେତେକ୍‌ କାବାଅଇଜିବା କାମ୍‌ମନ୍‌ କର୍‌ବାକେ ତାକେ ଅଦିକାର୍‌ ରଇଲା । ସେ କାବା ଅଇଜିବା କାମ୍‌ମନର୍‌ ଲାଗି ଦର୍‌ତନିତେଇ ରଇବା ସବୁ ଲକ୍‌ମନ୍‌କେ ନାଡାଇଲା । ପର୍‌ତୁମର୍‌ ପସୁ ଜେ କି କାଣ୍ଡାସଙ୍ଗ୍‍ ମାରି ରଇଲେ ମିସା ଜିଇ ରଇଲା, ତାକେ ଡାକ୍‌ପୁଟାର୍‌ପାଇ ଗଟେକ୍‌ ମୁର୍‌ତି ତିଆର୍‌କରୁ ବଲି ସେ ଲକ୍‌ମନ୍‌କେ କଇଲା ।
15 ପଶୁର ପ୍ରତିମା ଯେପରି କଥା କହିପାରେ ଓ ସେହି ପ୍ରତିମାକୁ ପ୍ରଣାମ କରୁ ନ ଥିବା ଲୋକମାନେ ଯେପରି ବଧ କରାଯିବେ, ଏଥିପାଇଁ ତାହାକୁ ସେହି ପଶୁର ପ୍ରତିମାକୁ ଜୀବନ ଦାନ କରିବାକୁ କ୍ଷମତା ଦିଆଗଲା।
୧୫ପଚର୍‌ ପସୁ ଆଗ୍‌ତୁ ତିଆର୍‌ କରିରଇବା ପସୁର୍‌ ମୁର୍‌ତିତେଇ ପୁଣ୍ଡ୍‌ବାକେ ଅଦିକାର୍‌ ପାଇଲା । ଜେନ୍ତାରି କି ସେନ୍ତି କଲେ, ସେ ମୁର୍‌ତି କାତା ଅଇକରି ତାକେ ଜୁଆର୍‌ ନ କର୍‌ବା ସବୁଲକ୍‌କେ ମରାଇସି ।
16 ଆଉ ସେ ସାନ ଓ ବଡ଼, ଧନୀ ଓ ଦରିଦ୍ର, ସ୍ୱାଧୀନ ଓ ପରାଧୀନ ସମସ୍ତଙ୍କୁ ସେମାନଙ୍କ ଦକ୍ଷିଣ ହସ୍ତରେ କିଅବା କପାଳରେ ଗୋଟାଏ ଚିହ୍ନ ଧାରଣ କରିବାକୁ ବାଧ୍ୟ କରାଏ,
୧୬ସେ ପସୁ ସାନ୍‌ ବଡ୍‌ ଲକ୍‌ମନ୍‌କେ, ସାଉକାର୍‌ ଆରି ଅର୍‌କିତ୍‌ ଲକ୍‌ମନ୍‌କେ, ବନ୍ଦି ଆରି ମୁକ୍‌ଲିରଇବା ଲକ୍‌ମନ୍‌କେ ଆରି ସବୁକେ ତାକର୍‌ ଉଜାଆତେ ନଇଲେ ତାକର୍‌ କାପାଲେ ଗଟେକ୍‌ ଚିନ୍‌ ଗଦ୍‌ବାକେ ଡରାଇଲା ।
17 ପୁଣି, ସେହି ଚିହ୍ନ, ଅର୍ଥାତ୍‍ ପଶୁର ନାମ କିମ୍ବା ତାହା ନାମର ସଂଖ୍ୟା ଧାରଣ କରି ନ ଥିବା ଲୋକକୁ କ୍ରୟବିକ୍ରୟ କରିବାକୁ ନିଷେଧ କରେ।
୧୭ଏ ଚିନ୍‌ ନ ଅଇତେ କେ ମିସା ଗେନା ବିକା କରି ନାପାର୍‌ଲାଇ । ଏ ଚିନ୍‌ ଅଇଲାନି, ସେ ପସୁର୍‌ ନାଉଁ ନଇଲେ ସେ ନାଉଁ ବାଦ୍‌ଲିରଇବା ଲମର୍‌ ।
18 ଏଠାରେ ଜ୍ଞାନ ଆବଶ୍ୟକ। ଯାହାର ବୁଦ୍ଧି ଅଛି, ସେ ପଶୁର ସଂଖ୍ୟା ଗଣନା କରୁ, କାରଣ ତାହା ଜଣେ ମନୁଷ୍ୟର ସଂଖ୍ୟା, ଆଉ ତାହାର ସଂଖ୍ୟା ହେଉଛି ଛଅ ଶହ ଛଷଠି।
୧୮ସେ ପସୁର୍‌ ନମରର୍‌ ଅରତ୍‌ ଗଟେକ୍‌ ଗିଆନ୍‌ ରଇବା ଲକ୍‌ସେ ଜାନିଅଇସି । କାଇକେବଇଲେ ସେ ନମର୍‌ ଗଟେକ୍‌ ଲକର୍‌ ନାଉଁର୍‌ ବାଦୁଲେ ଆଚେ । ସେ ନମର୍‌ ଅଇଲାନି ୬୬୬ ।

< ପ୍ରକାଶିତ 13 >