< ଗୀତସଂହିତା 99 >
1 ସଦାପ୍ରଭୁ ରାଜ୍ୟ କରନ୍ତି; ଗୋଷ୍ଠୀବର୍ଗ କମ୍ପିତ ହେଉନ୍ତୁ; ସେ କିରୂବଗଣ ଉପରେ ଉପବିଷ୍ଟ; ପୃଥିବୀ ବିଚଳିତ ହେଉ।
Yahwe anatawala; mataifa na yatetemeke. Ameketi juu ya makerubi; nchi inatetemeka.
2 ସଦାପ୍ରଭୁ ସିୟୋନରେ ମହାନ ଓ ସେ ସର୍ବଦେଶୀୟମାନଙ୍କ ଉପରେ ଉନ୍ନତ।
Yahwe ni mkuu katika Sayuni; naye ametukuka juu ya mataifa yote.
3 ସେମାନେ ତୁମ୍ଭ ମହତ ଓ ଭୟଙ୍କର ନାମର ପ୍ରଶଂସା କରନ୍ତୁ; ସେ ପବିତ୍ର ଅଟନ୍ତି।
Nao walisifu jina lako kuu na lenye kutisha; yeye ni mtakatifu.
4 ରାଜାଙ୍କ ଶକ୍ତି ମଧ୍ୟ ବିଚାର ଭଲ ପାଏ; ତୁମ୍ଭେ ନ୍ୟାୟ ସ୍ଥିର କରୁଥାଅ, ତୁମ୍ଭେ ଯାକୁବ ମଧ୍ୟରେ ବିଚାର ଓ ନ୍ୟାୟ ସାଧନ କରୁଥାଅ।
Mfalme ana nguvu, naye hupenda haki. Wewe umeimarisha haki; umetenda haki na hukumu katika Yakobo.
5 ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କର ପ୍ରଶଂସା କର ଓ ତାହାଙ୍କ ପାଦପୀଠରେ ପ୍ରଣାମ କର; ସେ ପବିତ୍ର ଅଟନ୍ତି।
Msifuni Yahwe Mungu wetu na sujuduni miguuni pake. Yeye ni mtakatifu.
6 ତାହାଙ୍କ ଯାଜକଗଣ ମଧ୍ୟରେ ମୋଶା, ହାରୋଣ ଓ ତାହାଙ୍କ ନାମରେ ପ୍ରାର୍ଥନାକାରୀମାନଙ୍କ ମଧ୍ୟରେ ଶାମୁୟେଲ; ସେମାନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ ଓ ସେ ସେମାନଙ୍କୁ ଉତ୍ତର ଦେଲେ।
Musa na Haruni walikuwa miongoni mwa makuhani wake, na Samweli alikuwa miongoni mwa wale walio muomba Yeye. Walimuomba Yahwe, naye akawajibu.
7 ସେ ମେଘ ସ୍ତମ୍ଭରେ ସେମାନଙ୍କ ନିକଟରେ କଥା କହିଲେ; ସେମାନେ ତାହାଙ୍କର ସାକ୍ଷ୍ୟ ଓ ସେମାନଙ୍କୁ ଦତ୍ତ ବିଧିସବୁ ପାଳନ କଲେ।
Alizungumza nao toka nguzo ya wingu. Walizishika amri zake takatifu na sheria ambazo aliwapatia.
8 ହେ ସଦାପ୍ରଭୋ, ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭେ ସେମାନଙ୍କୁ ଉତ୍ତର ଦେଲ। ତୁମ୍ଭେ ସେମାନଙ୍କ କର୍ମର ପରିଶୋଧ ନେଲେ ହେଁ ସେମାନଙ୍କର କ୍ଷମାକାରୀ ପରମେଶ୍ୱର ହୋଇଥିଲ।
Wewe uliwajibu, Yahwe Mungu wetu. Ulikuwa kwao Mungu mwenye kusamehe, lakini uliye adhibu matendo yao ya dhambi.
9 ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କର ପ୍ରଶଂସା କର ଓ ତାହାଙ୍କ ପବିତ୍ର ପର୍ବତରେ ପ୍ରଣାମ କର; କାରଣ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ପବିତ୍ର ଅଟନ୍ତି।
Msifuni Yahwe Mungu wetu, na mwabuduni kwenye mlima wake mtakatifu, maana Yahwe Mungu wetu ni Mtakatifu.