< ଗୀତସଂହିତା 91 >

1 ଯେଉଁ ଜନ ସର୍ବୋପରିସ୍ଥଙ୍କ ଆବୃତ ସ୍ଥାନରେ ବାସ କରେ, ସେ ସର୍ବଶକ୍ତିମାନଙ୍କ ଛାୟା ତଳେ ବସତି କରିବ।
Ẹni tí ó gbé ibi ìkọ̀kọ̀ Ọ̀gá-ògo ni yóò sinmi ní ibi òjìji Olódùmarè.
2 ମୁଁ ସଦାପ୍ରଭୁଙ୍କ ବିଷୟରେ କହିବି, “ସେ ମୋହର ଆଶ୍ରୟ ଓ ମୋହର ଦୁର୍ଗ; ମୋହର ପରମେଶ୍ୱର, ମୁଁ ତାହାଙ୍କଠାରେ ନିର୍ଭର ରଖେ।”
Èmi yóò sọ nípa ti Olúwa pé, “Òun ni ààbò àti odi mi, Ọlọ́run mi, ẹni tí èmi gbẹ́kẹ̀lé”.
3 କାରଣ ସେ ତୁମ୍ଭକୁ ବ୍ୟାଧର ଫାନ୍ଦରୁ ଓ ସର୍ବନାଶକ ମହାମାରୀରୁ ରକ୍ଷା କରିବେ।
Nítòótọ́ òun yóò gbà mí nínú ìdẹ̀kùn àwọn pẹyẹpẹyẹ àti nínú àjàkálẹ̀-ààrùn búburú.
4 ସେ ଆପଣା ପକ୍ଷରେ ତୁମ୍ଭକୁ ଆବୋରିବେ ଓ ତାହାଙ୍କ ଡେଣା ତଳେ ତୁମ୍ଭେ ଆଶ୍ରୟ ନେବ; ତାହାଙ୍କ ସତ୍ୟତା ଢାଲ ଓ ଫଳକ ସ୍ୱରୂପ ଅଟେ।
Òun yóò fi ìyẹ́ rẹ̀ bò mí, àti ni abẹ́ ìyẹ́ rẹ̀ ni èmi yóò ti rí ààbò; òtítọ́ rẹ̀ ni yóò ṣe ààbò àti odi mi.
5 ତୁମ୍ଭେ ରାତ୍ରିର ତ୍ରାସ, କିଅବା ଦିବସର ଉଡ଼ନ୍ତା ତୀର,
Ìwọ kì yóò bẹ̀rù nítorí ẹ̀rù òru, tàbí fún ọfà tí ń fò ní ọ̀sán,
6 ଅନ୍ଧକାରଗାମୀ ମହାମାରୀ, କିଅବା ମଧ୍ୟାହ୍ନରେ ବିନାଶକ ସଂହାର ବିଷୟରେ ଭୀତ ହେବ ନାହିଁ।
tàbí fún àjàkálẹ̀-ààrùn tí ń rìn kiri ní òkùnkùn, tàbí fún ìparun tí ń rìn kiri ní ọ̀sán gangan.
7 ତୁମ୍ଭ ପାର୍ଶ୍ୱରେ ସହସ୍ର ଓ ତୁମ୍ଭ ଦକ୍ଷିଣ ପାଖରେ ଅୟୁତ ଲୋକ ପଡ଼ିବେ; ମାତ୍ର ତାହା ତୁମ୍ଭ କତିକି ଆସିବ ନାହିଁ।
Ẹgbẹ̀rún yóò ṣubú ní ẹ̀gbẹ́ rẹ, ẹgbẹ̀rún mẹ́wàá ní ọwọ́ ọ̀tún rẹ, ṣùgbọ́n kì yóò súnmọ́ ọ̀dọ̀ rẹ.
8 ତୁମ୍ଭେ କେବଳ ସ୍ୱଚକ୍ଷୁରେ ନିରୀକ୍ଷଣ କରିବ ଓ ଦୁଷ୍ଟମାନଙ୍କର ପ୍ରତିଫଳ ଦେଖିବ।
Ìwọ yóò máa wò ó pẹ̀lú ojú rẹ àti wo ìjìyà àwọn ẹni búburú.
9 କାରଣ ହେ ସଦାପ୍ରଭୋ, ତୁମ୍ଭେ ମୋହର ଆଶ୍ରୟ। ସର୍ବୋପରିସ୍ଥଙ୍କୁ ତୁମ୍ଭେ ଆପଣା ବାସସ୍ଥାନ କରିଅଛ।
Nítorí ìwọ fi Olúwa ṣe ààbò rẹ, ìwọ fi Ọ̀gá-ògo ṣe ibùgbé rẹ.
10 ତୁମ୍ଭକୁ କୌଣସି ବିପଦ ଘଟିବ ନାହିଁ, କିଅବା କୌଣସି ମାରୀ ତୁମ୍ଭ ତମ୍ବୁ ନିକଟକୁ ଆସିବ ନାହିଁ।
Búburú kan ki yóò ṣubú lù ọ́, Bẹ́ẹ̀ ni ààrùnkárùn kì yóò súnmọ́ ilé rẹ.
11 କାରଣ ସେ ତୁମ୍ଭର ସବୁ ଗତିରେ ତୁମ୍ଭକୁ ରକ୍ଷା କରିବା ପାଇଁ ଆପଣା ଦୂତଗଣକୁ ତୁମ୍ଭ ବିଷୟରେ ଆଜ୍ଞା ଦେବେ।
Nítorí yóò fi àṣẹ fún àwọn angẹli nípa tìrẹ láti pa ọ́ mọ́ ní gbogbo ọ̀nà rẹ;
12 ତୁମ୍ଭ ଚରଣ ଯେପରି ପଥରରେ ନ ବାଜିବ, ଏଥିପାଇଁ ସେମାନେ ସ୍ୱହସ୍ତରେ ତୁମ୍ଭକୁ ବହିବେ।
wọn yóò gbé ọ sókè ní ọwọ́ wọn, nítorí kí ìwọ má ba à fi ẹsẹ̀ rẹ gún òkúta.
13 ତୁମ୍ଭେ ସିଂହ ଓ କାଳସର୍ପ ଉପରେ ଚାଲିବ; ତୁମ୍ଭେ ଯୁବା ସିଂହ ଓ ସର୍ପକୁ ପାଦ ତଳେ ଦଳିବ।
Ìwọ yóò rìn lórí kìnnìún àti paramọ́lẹ̀; ìwọ yóò tẹ kìnnìún ńlá àti ejò ńlá ni ìwọ yóò fi ẹsẹ̀ tẹ̀ mọ́lẹ̀.
14 ସେ ଆମ୍ଭ ଉପରେ ଆପଣା ସ୍ନେହ ରଖିଅଛି, ଏହେତୁ ଆମ୍ଭେ ତାହାକୁ ଉଦ୍ଧାର କରିବା; ସେ ଆମ୍ଭ ନାମ ଜାଣିଅଛି, ଏହେତୁ ଆମ୍ଭେ ତାହାକୁ ଉଚ୍ଚରେ ରଖିବା।
“Nítorí ti ìfẹ́ rẹ sí mi, èmi yóò gbà ọ́; èmi yóò pa ọ́ mọ́, nítorí ìwọ jẹ́wọ́ orúkọ mi.
15 ସେ ଆମ୍ଭ ନିକଟରେ ପ୍ରାର୍ଥନା କଲେ, ଆମ୍ଭେ ତାହାକୁ ଉତ୍ତର ଦେବା; ଦୁଃଖ ବେଳେ ଆମ୍ଭେ ତାହାର ସହବର୍ତ୍ତୀ ହେବା; ଆମ୍ଭେ ତାହାକୁ ରକ୍ଷା କରିବା ଓ ତାହାକୁ ସମ୍ଭ୍ରମ କରିବା।
Òun yóò pè mí, èmi yóò sì dá a lóhùn; èmi yóò wà pẹ̀lú rẹ̀ nínú ìpọ́njú, èmi yóò gbà á, èmi yóò sì bu ọlá fún un.
16 ଆମ୍ଭେ ଦୀର୍ଘାୟୁ ଦେଇ ତାହାକୁ ତୃପ୍ତ କରିବା ଓ ଆମ୍ଭର ପରିତ୍ରାଣ ତାହାକୁ ଦେଖାଇବା।
Pẹ̀lú ẹ̀mí gígùn ni èmi yóò fi tẹ́ ẹ lọ́rùn, èmi yóò sì fi ìgbàlà mi hàn án.”

< ଗୀତସଂହିତା 91 >