< ଗୀତସଂହିତା 85 >
1 ପ୍ରଧାନ ବାଦ୍ୟକର ନିମନ୍ତେ କୋରହ-ସନ୍ତାନଗଣର ଗୀତ। ହେ ସଦାପ୍ରଭୋ, ତୁମ୍ଭେ ନିଜ ଦେଶ ପ୍ରତି ପ୍ରସନ୍ନ ହୋଇଅଛ; ତୁମ୍ଭେ ଯାକୁବର ବନ୍ଦୀଦଶା ଫେରାଇଅଛ।
Fún adarí orin. Ti àwọn ọmọ Kora. Saamu. Ìwọ fi ojúrere hàn fún ilé rẹ, Olúwa; ìwọ mú ohun ìní Jakọbu bọ̀ sí ipò.
2 ତୁମ୍ଭେ ଆପଣା ଲୋକମାନଙ୍କ ଅପରାଧ କ୍ଷମା କରିଅଛ, ତୁମ୍ଭେ ସେମାନଙ୍କ ପାପସବୁ ଆଚ୍ଛାଦନ କରିଅଛ। (ସେଲା)
Ìwọ dárí àìṣedéédéé àwọn ènìyàn rẹ jì ìwọ sì bó ẹ̀ṣẹ̀ wọn mọ́lẹ̀. (Sela)
3 ତୁମ୍ଭେ ଆପଣା ସମସ୍ତ କୋପରୁ ନିବୃତ୍ତ ହୋଇଅଛ; ତୁମ୍ଭେ ଆପଣା କ୍ରୋଧର ପ୍ରଚଣ୍ଡତାରୁ ବିମୁଖ ହୋଇଅଛ।
Ìwọ fi àwọn ìbínú rẹ sápá kan ìwọ sì yípadà kúrò nínú ìbínú gbígbóná rẹ.
4 ହେ ଆମ୍ଭମାନଙ୍କ ପରିତ୍ରାଣର ପରମେଶ୍ୱର, ଆମ୍ଭମାନଙ୍କୁ ଫେରାଅ ଓ ଆମ୍ଭମାନଙ୍କ ପ୍ରତି ତୁମ୍ଭ ବିରକ୍ତି ନିବୃତ୍ତ କର।
Yí wa padà, Ọlọ́run ìgbàlà wa, kí o sì yí ìbínú rẹ̀ padà kúrò lọ́dọ̀ wa.
5 ତୁମ୍ଭେ କି ସଦାକାଳ ଆମ୍ଭମାନଙ୍କ ଉପରେ କ୍ରୁଦ୍ଧ ହେବ? ତୁମ୍ଭେ କି ପୁରୁଷ-ପରମ୍ପରା ପ୍ରତି ଆପଣା କ୍ରୋଧ ରଖିଥିବ?
Ìwọ yóò ha máa bínú sí wa títí láé? Ìwọ yóò ha mú ìbínú rẹ pẹ́ yí gbogbo ìran ká?
6 ତୁମ୍ଭର ଲୋକମାନେ ଯେପରି ତୁମ୍ଭଠାରେ ଆନନ୍ଦ କରିବେ, ଏଥିପାଇଁ ତୁମ୍ଭେ କି ପୁନର୍ବାର ଆମ୍ଭମାନଙ୍କୁ ସଜୀବ କରିବ ନାହିଁ?
Ìwọ kì yóò ha sọ wá jí padà mọ́, pé kí àwọn ènìyàn rẹ lè yọ nínú rẹ?
7 ହେ ସଦାପ୍ରଭୋ, ଆମ୍ଭମାନଙ୍କ ପ୍ରତି ଆପଣା ଦୟା ପ୍ରକାଶ କର ଓ ଆମ୍ଭମାନଙ୍କୁ ତୁମ୍ଭ ପରିତ୍ରାଣ ପ୍ରଦାନ କର।
Fi ìfẹ́ rẹ tí kò le è kùnà hàn wá, Olúwa, kí o sì fún wa ní ìgbàlà rẹ.
8 ସଦାପ୍ରଭୁ ପରମେଶ୍ୱର ଯାହା କହିବେ, ତାହା ଆମ୍ଭେ ଶୁଣିବୁ; କାରଣ ସେ ଆପଣା ଲୋକମାନଙ୍କୁ ଓ ଆପଣା ସଦ୍ଭକ୍ତମାନଙ୍କୁ ଶାନ୍ତିର କଥା କହିବେ; ମାତ୍ର ସେମାନେ ପୁନର୍ବାର ମୂର୍ଖତା ପ୍ରତି ନ ଫେରନ୍ତୁ।
Èmi ó gbọ́ ohun tí Olúwa Ọlọ́run yóò wí; ó ṣèlérí àlàáfíà fún àwọn ènìyàn rẹ̀, àní ẹni mímọ́ rẹ̀, ṣùgbọ́n má ṣe jẹ́ kí wọn padà sí àìmoye.
9 ଯେପରି ଆମ୍ଭମାନଙ୍କ ଦେଶରେ ଗୌରବ ବାସ କରିବ, ଏଥିପାଇଁ ନିଶ୍ଚୟ ତାହାଙ୍କ ଭୟକାରୀମାନଙ୍କ ନିକଟରେ ତାହାଙ୍କ ପରିତ୍ରାଣ ଅଛି।
Nítòótọ́ ìgbàlà rẹ̀ súnmọ́ àwọn tí ó bẹ̀rù rẹ̀, pé kí ògo rẹ̀ kí ó lè gbé ní ilẹ̀ wa.
10 ଦୟା ଓ ସତ୍ୟତା ପରସ୍ପର ମିଳିତ ହୋଇଅଛନ୍ତି; ଧର୍ମ ଓ ଶାନ୍ତି ପରସ୍ପର ଚୁମ୍ବନ କରିଅଛନ୍ତି।
Ìfẹ́ àti òtítọ́ parapọ̀; òdodo àti àlàáfíà fẹnu ko ara wọn.
11 ପୃଥିବୀରୁ ସତ୍ୟତା ଅଙ୍କୁରିତ ହେଉଅଛି; ପୁଣି, ଧାର୍ମିକତା ସ୍ୱର୍ଗରୁ ଦୃଷ୍ଟିପାତ କରିଅଛି।
Òtítọ́ ń sun jáde láti ilẹ̀ wá òdodo sì bojú wolẹ̀ láti ọ̀run.
12 ସଦାପ୍ରଭୁ ମଙ୍ଗଳ ପ୍ରଦାନ କରିବେ; ତହିଁରେ ଆମ୍ଭମାନଙ୍କ ଦେଶ ଫଳ ଉତ୍ପନ୍ନ କରିବ।
Olúwa yóò fi ohun dídára fún ni nítòótọ́, ilẹ̀ wa yóò sì mú ìkórè rẹ̀ jáde.
13 ଧର୍ମ ତାହାଙ୍କର ଆଗେ ଆଗେ ଯିବ ଓ ତାହାଙ୍କ ପଦଚିହ୍ନକୁ ଗମନର ପଥ କରିବ।
Òdodo síwájú rẹ lọ o sì pèsè ọ̀nà fún ìgbésẹ̀ rẹ̀.