< ଗୀତସଂହିତା 82 >

1 ଆସଫର ଗୀତ। ପରମେଶ୍ୱର ପରମେଶ୍ୱରଙ୍କ ମଣ୍ଡଳୀ ମଧ୍ୟରେ ଠିଆ ହୁଅନ୍ତି; ସେ ଦେବତାମାନଙ୍କ ବିଚାର କରନ୍ତି।
Mungu amesimama katika kusanyiko la mbinguni; katikati ya miungu anahukumu.
2 “ତୁମ୍ଭେମାନେ କେତେ କାଳ ଅନ୍ୟାୟ ବିଚାର କରିବ? ଓ ଦୁଷ୍ଟମାନଙ୍କର ମୁଖାପେକ୍ଷା କରିବ? (ସେଲା)
Hata lini mtahukumu bila haki na kuonesha upendeleo kwa waovu? (Selah)
3 ତୁମ୍ଭେମାନେ ଦରିଦ୍ର ଓ ପିତୃହୀନମାନଙ୍କର ବିଚାର କର; ଦୁଃଖୀ ଓ ଅକିଞ୍ଚନମାନଙ୍କ ପ୍ରତି ନ୍ୟାୟ ବ୍ୟବହାର କର।
Wateteeni maskini na yatima; dumisheni haki kwa aliyetaabishwa na fukara.
4 ଦରିଦ୍ର ଓ ଦୀନହୀନମାନଙ୍କୁ ରକ୍ଷା କର; ଦୁଷ୍ଟଗଣର ହସ୍ତରୁ ସେମାନଙ୍କୁ ଉଦ୍ଧାର କର।”
Muokoeni maskini na muhitaji; watoeni mkononi mwa waovu.
5 ସେମାନେ ଜାଣନ୍ତି ନାହିଁ କିଅବା ବୁଝନ୍ତି ନାହିଁ; ସେମାନେ ଅନ୍ଧକାରରେ ଏଣେତେଣେ ଭ୍ରମଣ କରନ୍ତି; ପୃଥିବୀର ସକଳ ଭିତ୍ତିମୂଳ ବିଚଳିତ ହୁଏ।
Hawajui wala hawaelewi; hutembea gizani; misingi yote ya nchi imebomoka.
6 ମୁଁ କହିଲି, “ତୁମ୍ଭେମାନେ ଈଶ୍ୱରଗଣ ଓ ତୁମ୍ଭେ ସମସ୍ତେ ସର୍ବୋପରିସ୍ଥଙ୍କ ସନ୍ତାନ।
Mimi nilisema, “Ninyi ni miungu, na ninyi nyote wana wa Mungu aliye Juu.
7 ତଥାପି ତୁମ୍ଭେମାନେ ମନୁଷ୍ୟ ପରି ମରିବ ଓ ଜଣେ ଅଧିପତି ତୁଲ୍ୟ ପତିତ ହେବ।”
Hata hivyo mtakufa kama wanadamu na mtaanguka kama mmoja wa wakuu.”
8 ହେ ପରମେଶ୍ୱର, ଉଠ, ପୃଥିବୀର ବିଚାର କର; କାରଣ ତୁମ୍ଭେ ସବୁ ଗୋଷ୍ଠୀମାନଙ୍କୁ ଅଧିକାର କରିବ।
Uinuke, Ee Mungu, uihukumu nchi, maana unaurithi katika mataifa yote.

< ଗୀତସଂହିତା 82 >