< ଗୀତସଂହିତା 77 >
1 ପ୍ରଧାନ ବାଦ୍ୟକର ନିମନ୍ତେ ଯିଦୂଥୂନ୍ର ରୀତି ଅନୁସାରେ ଆସଫର ଗୀତ। ମୁଁ ପରମେଶ୍ୱରଙ୍କ ନିକଟରେ ସ୍ୱରବରେ କାକୂକ୍ତି କରିବି; ପରମେଶ୍ୱରଙ୍କ ନିକଟରେ ହିଁ ସ୍ୱରବରେ କାକୂକ୍ତି କରିବି, ତହିଁରେ ସେ ମୋʼ ପ୍ରତି କର୍ଣ୍ଣପାତ କରିବେ।
Fún adarí orin. Fún Jedutuni. Ti Asafu. Saamu. Mó kígbe sí Ọlọ́run fún ìrànlọ́wọ́; mo kígbe sí Ọlọ́run láti gbọ́ tèmi.
2 ମୁଁ ଆପଣା ସଙ୍କଟ ଦିନରେ ପ୍ରଭୁଙ୍କୁ ଅନ୍ୱେଷଣ କଲି; ରାତ୍ରିକାଳରେ ମୋହର ହସ୍ତ ବିସ୍ତାରିତ ରହିଲା ଓ ସଙ୍କୁଚିତ ନୋହିଲା; ମୋହର ପ୍ରାଣ ପ୍ରବୋଧ ମାନିବାକୁ ଅସମ୍ମତ ହେଲା।
Nígbà tí mo wà nínú ìpọ́njú, mo wá Olúwa; ní òru ni mo na ọwọ́ mi jáde ní àìkáárẹ̀ ọkàn mí sì kọ̀ láti tù ú nínú.
3 ମୁଁ ପରମେଶ୍ୱରଙ୍କୁ ସ୍ମରଣ କରି ଅସ୍ଥିର ହେଉଅଛି; ଭାବନା କରି କରି ମୋହର ଆତ୍ମା ମୂର୍ଚ୍ଛିତ ହୁଏ। (ସେଲା)
Èmi rántí rẹ, Ọlọ́run, mo sì kẹ́dùn; mo ṣe àròyé, ẹ̀mí mi sì rẹ̀wẹ̀sì. (Sela)
4 ତୁମ୍ଭେ ମୋʼ ଚକ୍ଷୁକୁ ଉଜାଗର କରି ରଖୁଅଛ; ମୁଁ ଏପରି ବ୍ୟାକୁଳ ଯେ, କଥା କହି ପାରୁ ନାହିଁ।
Ìwọ kò fẹ́ kí èmi fi ojú ba oorun, mo dààmú tó bẹ́ẹ̀ tí ń kò le sọ̀rọ̀.
5 ମୁଁ ପୂର୍ବକାଳର ଦିନସବୁ, ପୁରାତନ କାଳର ବର୍ଷସବୁ ଭାବନା କରିଅଛି।
Mo ronú nípa ọjọ́ ìgbàanì; ọdún pípẹ́ sẹ́yìn;
6 ମୁଁ ଆପଣା ରାତ୍ରିକାଳୀନ ଗୀତ ସ୍ମରଣ କରୁଅଛି; ମୁଁ ଆପଣା ମନେ ମନେ ଧ୍ୟାନ କରୁଅଛି; ପୁଣି, ମୋହର ଆତ୍ମା ଯତ୍ନରେ ଅନୁସନ୍ଧାନ କଲା।
mo rántí orin mi ní òru. Èmi ń bá àyà mi sọ̀rọ̀, ọkàn mi sì ń ṣe àwárí jọjọ.
7 “ପ୍ରଭୁ କʼଣ ସଦାକାଳ ପରିତ୍ୟାଗ କରିବେ? ସେ କʼଣ ଆଉ ସୁପ୍ରସନ୍ନ ହେବେ ନାହିଁ?
“Olúwa yóò ha kọ̀ títí láé? Ki yóò ha ṣe ojúrere rẹ̀ mọ́?
8 ତାହାଙ୍କ ଦୟା କʼଣ ଚିରକାଳ ଲୁପ୍ତ ହେଲା? ତାହାଙ୍କ ପ୍ରତିଜ୍ଞା କʼଣ ଚିରକାଳ ବିଫଳ ହୁଏ?
Ṣe ìfẹ́ rẹ̀ àti àánú rẹ̀ ti kú lọ láéláé? Ìlérí rẹ̀ ha kùnà títí ayé?
9 ପରମେଶ୍ୱର କʼଣ କୃପାମୟ ହେବାକୁ ପାସୋରିଅଛନ୍ତି? ସେ କʼଣ କ୍ରୋଧରେ ଆପଣା କରୁଣା ରୁଦ୍ଧ କରିଅଛନ୍ତି?” (ସେଲା)
Ọlọ́run ha gbàgbé láti máa ṣàánú? Ní ìbínú rẹ̀, ó ha sé ojúrere rẹ̀ mọ́?” (Sela)
10 ତହୁଁ ମୁଁ କହିଲି, “ଏହା ହିଁ ମୋହର ଦୁର୍ବଳତା; ମାତ୍ର ମୁଁ ସର୍ବୋପରିସ୍ଥଙ୍କ ଦକ୍ଷିଣ ହସ୍ତର ବର୍ଷସକଳ ସ୍ମରଣ କରିବି।”
Èmi wí pé, “Èyí ní ẹ̀dùn ọkàn mi, pé ọwọ́ ọ̀tún Ọ̀gá-ògo jùlọ ti yípadà”.
11 ମୁଁ ସଦାପ୍ରଭୁଙ୍କ କର୍ମସବୁ ଉଲ୍ଲେଖ କରିବି; ମୁଁ ପୂର୍ବକାଳର ତୁମ୍ଭ ଆଶ୍ଚର୍ଯ୍ୟକ୍ରିୟାସବୁ ସ୍ମରଣ କରିବି।
Èmi ó rántí iṣẹ́ Olúwa: bẹ́ẹ̀ ni, èmi ó rántí iṣẹ́ ìyanu rẹ̀ ọjọ́ pípẹ́.
12 ମୁଁ ତୁମ୍ଭର ସମସ୍ତ କର୍ମ ଚିନ୍ତା କରିବି ଓ ତୁମ୍ଭର କ୍ରିୟାସକଳ ଧ୍ୟାନ କରିବି।
Èmi ṣàṣàrò lórí iṣẹ́ rẹ gbogbo, pẹ̀lú, ènìyàn sì máa sọ̀rọ̀ gbogbo iṣẹ́ agbára rẹ.
13 ହେ ପରମେଶ୍ୱର, ତୁମ୍ଭର ପଥ ପବିତ୍ର ଅଟେ; ପରମେଶ୍ୱରଙ୍କ ତୁଲ୍ୟ ମହାନ ପରମେଶ୍ୱର କିଏ?
Ọlọ́run, ọ̀nà rẹ jẹ́ mímọ́. Ọlọ́run wo ni ó sì tóbi bí Ọlọ́run wa?
14 ତୁମ୍ଭେ ଆଶ୍ଚର୍ଯ୍ୟ-କର୍ମକର୍ତ୍ତା ପରମେଶ୍ୱର; ତୁମ୍ଭେ ଗୋଷ୍ଠୀୟମାନଙ୍କ ମଧ୍ୟରେ ଆପଣା ପରାକ୍ରମ ଜ୍ଞାତ କରିଅଛ।
Ìwọ ni Ọlọ́run tó ń ṣe ìyanu; ìwọ fi agbára rẹ hàn nínú àwọn ènìyàn.
15 ତୁମ୍ଭେ ନିଜ ବାହୁରେ ଆପଣା ଲୋକଙ୍କୁ, ଯାକୁବ ଓ ଯୋଷେଫର ସନ୍ତାନଗଣକୁ ମୁକ୍ତ କରିଅଛ।
Pẹ̀lú ọwọ́ agbára rẹ ni ìwọ ra àwọn ènìyàn padà, àwọn ọmọ Jakọbu àti Josẹfu. (Sela)
16 ହେ ପରମେଶ୍ୱର, ସମୁଦ୍ର ତୁମ୍ଭଙ୍କୁ ଦେଖିଲା, ସମୁଦ୍ର ତୁମ୍ଭଙ୍କୁ ଦେଖି ଭୀତ ହେଲା; ମଧ୍ୟ ବାରିଧି କମ୍ପିତ ହେଲା।
Nígbà tí àwọn omi rí Ọlọ́run, nígbà tí àwọn omi rí ọ, ẹ̀rù bà wọ́n, nítòótọ́ ara ibú kò balẹ̀.
17 ମେଘମାଳ ଜଳ ବୃଷ୍ଟି କଲେ, ଆକାଶ ଗର୍ଜ୍ଜନ କଲା; ମଧ୍ୟ ତୁମ୍ଭର ତୀରସବୁ ବ୍ୟାପ୍ତ ହେଲା।
Àwọn ojú ọ̀run tú omi sílẹ̀, àwọsánmọ̀ fi àrá dáhùn; ọfà rẹ̀ ń tàn sẹ́yìn àti síwájú.
18 ଘୂର୍ଣ୍ଣିବାୟୁରେ ତୁମ୍ଭର ବଜ୍ରଧ୍ୱନି ହେଲା; ବିଜୁଳି ଜଗତକୁ ଆଲୁଅମୟ କଲା; ପୃଥିବୀ କମ୍ପିତ ଓ ଥରହର ହେଲା।
Àrá rẹ̀ ni a gbọ́ nínú ìjì, ìmọ́lẹ̀ rẹ̀ mọ́lẹ̀ sí gbogbo ayé; ayé bẹ̀rù, wọ́n sì wárìrì.
19 ସମୁଦ୍ରରେ ତୁମ୍ଭର ପଥ ଓ ମହାଜଳରାଶିରେ ତୁମ୍ଭର ମାର୍ଗ ଥିଲା, ପୁଣି, ତୁମ୍ଭର ପଦଚିହ୍ନ ଜଣା ନୋହିଲା।
Ipa rẹ̀ gba Òkun, ọ̀nà rẹ̀ ń bẹ nínú Òkun, ọ̀nà la omi alágbára kọjá ipa rẹ̀ ń bẹ nínú líla omi alágbára kọjá, nítòótọ́ a kò rí ojú ẹsẹ̀ rẹ̀.
20 ତୁମ୍ଭେ ମୋଶା ଓ ହାରୋଣର ହସ୍ତ ଦ୍ୱାରା ଆପଣା ଲୋକମାନଙ୍କୁ ମେଷପଲ ପରି ଚଳାଇଲ।
Ó tọ́ àwọn ènìyàn rẹ̀ gẹ́gẹ́ bí ọ̀wọ́ ẹran nípa ọwọ́ Mose àti Aaroni.