< ଗୀତସଂହିତା 76 >

1 ପ୍ରଧାନ ବାଦ୍ୟକର ନିମନ୍ତେ ଗୀତ; ତାରଯୁକ୍ତ ବାଦ୍ୟଯନ୍ତ୍ରରେ ଆସଫର ଗୀତ। ପରମେଶ୍ୱର ଯିହୁଦା ମଧ୍ୟରେ ପରିଚିତ ଅଟନ୍ତି; ଇସ୍ରାଏଲ ମଧ୍ୟରେ ତାହାଙ୍କ ନାମ ମହତ।
Fún adarí orin. Pẹ̀lú ohun èlò orin olókùn. Saamu ti Asafu. Orin. Ní Juda ni a mọ Ọlọ́run; orúkọ rẹ̀ sì lágbára ní Israẹli
2 ମଧ୍ୟ ଶାଲେମ୍‍ରେ ତାହାଙ୍କର ଆବାସ ଓ ସିୟୋନରେ ତାହାଙ୍କର ବାସସ୍ଥାନ।
Àgọ́ rẹ̀ wà ní Salẹmu, ibùgbé rẹ̀ ni Sioni.
3 ସେଠାରେ ସେ ଧନୁତୀରସବୁ, ଢାଲ, ଖଡ୍ଗ ଓ ଯୁଦ୍ଧ ଭଙ୍ଗ କଲେ। (ସେଲା)
Níbẹ̀ ni ó ṣẹ́ ọfà, asà àti àwọn idà, ohun ìjà ogun. (Sela)
4 ମୃଗୟାର ପର୍ବତଗଣଠାରୁ ତୁମ୍ଭେ ତେଜୋମୟ ଓ ମହିମାନ୍ୱିତ।
Ìwọ ni ògo àti ọlá, ju òkè ńlá ìkógun wọ̀nyí lọ.
5 ସାହସିକଚିତ୍ତମାନେ ଲୁଟିତ ହୋଇଅଛନ୍ତି, ସେମାନେ ନିଦ୍ରାରେ ନିଦ୍ରିତ ହୋଇଅଛନ୍ତି; ପୁଣି, ବୀରମାନଙ୍କ ମଧ୍ୟରୁ କେହି ଆପଣା ହସ୍ତ ପାଇ ନାହିଁ।
A kó àwọn alágídí ọkàn ní ìkógun wọ́n sun oorun ìgbẹ̀yìn wọn; kò sí ọ̀kan nínú àwọn akọni tó lè gbé ọwọ́ rẹ̀ sókè.
6 ହେ ଯାକୁବର ପରମେଶ୍ୱର, ତୁମ୍ଭ ତର୍ଜ୍ଜନରେ ରଥ ଓ ଅଶ୍ୱ ମହାନିଦ୍ରିତ ହୋଇଅଛନ୍ତି।
Ní ìfibú rẹ, Ọlọ́run Jakọbu, àwọn ẹṣin àti kẹ̀kẹ́ ogun sì dùbúlẹ̀ síbẹ̀.
7 ତୁମ୍ଭେ, ତୁମ୍ଭେ ହିଁ ଭୟପାତ୍ର ଓ ତୁମ୍ଭେ ଥରେ କ୍ରୋଧ ହେଲେ କିଏ ତୁମ୍ଭ ସାକ୍ଷାତରେ ଠିଆ ହୋଇ ପାରିବ?
Ìwọ nìkan ni ó yẹ kí a bẹ̀rù. Ta ló lé dúró níwájú rẹ, nígbà tí ìwọ bá ń bínú?
8 ତୁମ୍ଭେ ସ୍ୱର୍ଗରୁ ବିଚାରାଜ୍ଞା ଶୁଣାଇଲ; ପରମେଶ୍ୱର ପୃଥିବୀର ନମ୍ର ଲୋକମାନଙ୍କୁ ପରିତ୍ରାଣ କରିବା ପାଇଁ
Ìwọ ń ṣe ìdájọ́ láti ọ̀run, ilé ayé bẹ̀rù, ó sì dúró jẹ́ẹ́,
9 ବିଚାର କରିବାକୁ ଉଠିବା ବେଳେ ପୃଥିବୀ ଭୀତ ଓ ନୀରବ ହେଲା। (ସେଲା)
nígbà tí, ìwọ Ọlọ́run, bá dìde láti ṣe ìdájọ́, láti gba àwọn ẹni ìnilára ilẹ̀ náà. (Sela)
10 ମନୁଷ୍ୟର କ୍ରୋଧ ନିତାନ୍ତ ତୁମ୍ଭର ପ୍ରଶଂସା କରିବ; ତୁମ୍ଭେ କ୍ରୋଧର ଅବଶେଷ ଦ୍ୱାରା ଆପଣା କଟିବନ୍ଧନ କରିବ।
Lóòótọ́, ìbínú rẹ sí àwọn ènìyàn ń mú ìyìn wá fún ọ, ẹni tí ó yọ nínú ìbínú rẹ ní a dá nígbà tí ìwọ bá fi ìbínú ìyókù di ara rẹ ni àmùrè.
11 ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ମାନତ କରି ପୂର୍ଣ୍ଣ କର; ଯେ ଭୟପାତ୍ର, ତାହାଙ୍କ ଚତୁର୍ଦ୍ଦିଗସ୍ଥ ସମସ୍ତେ ତାହାଙ୍କ ନିକଟକୁ ଦର୍ଶନୀ ଆଣନ୍ତୁ।
Jẹ́ ẹ̀jẹ́ sí Olúwa Ọlọ́run rẹ kí o sì mú un ṣẹ; kí gbogbo àwọn tí ó yí i ká mú ẹ̀bùn wá fún ẹni tí ó tọ́ láti bẹ̀rù.
12 ସେ ଅଧିପତିମାନଙ୍କ ଗର୍ବ ଖର୍ବ କରନ୍ତି; ସେ ଭୂପତିମାନଙ୍କ ପ୍ରତି ଭୟଙ୍କର ଅଟନ୍ତି।
Ó ké ẹ̀mí àwọn aládé kúrò; àwọn ọba ayé sì ń bẹ̀rù rẹ̀.

< ଗୀତସଂହିତା 76 >