< ଗୀତସଂହିତା 70 >
1 ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ; ସ୍ମରଣୋପାୟ। ହେ ପରମେଶ୍ୱର, ମୋତେ ଉଦ୍ଧାର କରିବା ପାଇଁ ସତ୍ୱର ହୁଅ; ହେ ସଦାପ୍ରଭୋ, ମୋହର ସାହାଯ୍ୟ କରିବା ପାଇଁ ସତ୍ୱର ହୁଅ।
Fún adarí orin. Ti Dafidi. Ẹ̀bẹ̀. Yára, Ọlọ́run, láti gbà mí là, Olúwa, wá kánkán láti ràn mí lọ́wọ́.
2 ମୋହର ପ୍ରାଣ ଅନ୍ୱେଷଣକାରୀମାନେ ଲଜ୍ଜିତ ଓ ହତାଶ ହେଉନ୍ତୁ; ମୋʼ କ୍ଷତିରେ ସନ୍ତୁଷ୍ଟ ଲୋକମାନେ ପଛକୁ ଫେରିଯାଇ ଅପମାନିତ ହେଉନ୍ତୁ।
Kí àwọn tí ń wá ọkàn mi kí a dójútì wọ́n, kí wọn sì dààmú; kí àwọn tó ń wá ìparun mi yí ẹ̀yìn padà nínú ìtìjú.
3 ଯେଉଁମାନେ “ହଁ, ହଁ” ବୋଲି କହନ୍ତି, ସେମାନେ ଆପଣା ଆପଣା ଲଜ୍ଜା ସକାଶୁ ଫେରି ଯାଉନ୍ତୁ।
Kí a pa wọ́n ní ẹ̀yìn dà fún èrè ìtìjú àwọn tí ń wí pé, “Háà! Háà!”
4 ଯେଉଁମାନେ ତୁମ୍ଭର ଅନ୍ୱେଷଣ କରନ୍ତି, ସେସମସ୍ତେ ତୁମ୍ଭଠାରେ ଉଲ୍ଲସିତ ଓ ଆନନ୍ଦିତ ହେଉନ୍ତୁ; ପୁଣି, ଯେଉଁମାନେ ତୁମ୍ଭ ପରିତ୍ରାଣକୁ ସ୍ନେହ କରନ୍ତି, ସେମାନେ “ପରମେଶ୍ୱର ମହିମାନ୍ୱିତ ହେଉନ୍ତୁ” ବୋଲି ନିରନ୍ତର କହୁନ୍ତୁ,
Ṣùgbọ́n kí àwọn tí ó ń wá ọ ó máa yọ̀ kí inú wọn kí ó sì máa dùn nípa rẹ, kí àwọn tí ó ń fẹ́ ìgbàlà rẹ máa wí pé, “Jẹ́ kí a gbé Ọlọ́run ga!”
5 ମାତ୍ର ମୁଁ ଦରିଦ୍ର ଓ ଦୀନହୀନ; ହେ ପରମେଶ୍ୱର, ମୋʼ ପକ୍ଷରେ ସତ୍ୱର ହୁଅ; ତୁମ୍ଭେ ମୋହର ସହାୟ ଓ ଉଦ୍ଧାରକର୍ତ୍ତା ଅଟ; ହେ ସଦାପ୍ରଭୋ, ବିଳମ୍ବ କର ନାହିଁ।
Ṣùgbọ́n mo jẹ́ òtòṣì àti aláìní; wa kánkán sí ọ̀dọ̀ mi, Ọlọ́run. Ìwọ ni olùrànlọ́wọ́ àti olùdáǹdè mi; Olúwa, má ṣe dúró pẹ́.