< ଗୀତସଂହିତା 7 >

1 ଦାଉଦଙ୍କର ଶିଗାୟୋନ, ଏହି ଗୀତ ସେ ବିନ୍ୟାମୀନୀୟ କୂଶର କଥା ବିଷୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିଥିଲେ। ହେ ସଦାପ୍ରଭୋ ମୋʼ ପରମେଶ୍ୱର, ମୁଁ ତୁମ୍ଭଠାରେ ଶରଣ ନେଉଅଛି; ମୋʼ ପଛେ ଗୋଡ଼ାଇବା ସମସ୍ତ ଲୋକଠାରୁ ମୋତେ ରକ୍ଷା କର ଓ ଉଦ୍ଧାର କର,
Ṣiggaioni ti Dafidi, èyí tí ó kọ sí Olúwa nípa Kuṣi, ará Benjamini. Olúwa Ọlọ́run mi, ààbò mi wà nínú rẹ; gba mí là kí o sì tú mi sílẹ̀ lọ́wọ́ àwọn tó ń lé mi,
2 ନୋହିଲେ ସେ ସିଂହ ପରି ମୋର ପ୍ରାଣ ବିଦୀର୍ଣ୍ଣ କରି ଖଣ୍ଡ ଖଣ୍ଡ କରିବ, ଉଦ୍ଧାର କରିବାକୁ କେହି ନ ଥିବ।
kí wọn ó má ba à fa ọkàn mi ya gẹ́gẹ́ bí kìnnìún, wọ́n á ya á pẹ́rẹpẹ̀rẹ láìsí ẹni tí yóò gbà mí.
3 ହେ ସଦାପ୍ରଭୋ ମୋହର ପରମେଶ୍ୱର, ଯଦି ମୁଁ ଏହା କରିଥାଏ, ଯଦି ମୋʼ ହସ୍ତରେ ଅଧର୍ମ ଥାଏ;
Olúwa Ọlọ́run mi, tí èmi bá ṣe èyí tí ẹ̀bi sì wà ní ọwọ́ mi.
4 ଯଦି ମୁଁ ଆପଣା ସଙ୍ଗେ ମିଳନରେ ଥିବା ଲୋକର ମନ୍ଦ କରିଥାଏ; (ମାତ୍ର ଯେ ଅକାରଣରେ ମୋହର ବିପକ୍ଷ, ମୁଁ ତାହାକୁ ଉଦ୍ଧାର କରିଅଛି);
bí èmi bá ṣe ibi sí ẹni tí ń wá àlàáfíà pẹ̀lú mi, tí mo ja ọ̀tá mi lólè láìnídìí,
5 ତେବେ ଶତ୍ରୁ ମୋହର ପ୍ରାଣ ପଛେ ଦୌଡ଼ି ତାହାକୁ ଧରୁ; ଆହୁରି, ସେ ମୋʼ ଜୀବନକୁ ଭୂମିରେ ଦଳି ପକାଉ, ପୁଣି, ମୋʼ ଗୌରବକୁ ଧୂଳିସାତ୍‍ କରୁ। (ସେଲା)
nígbà náà, jẹ́ kí ọ̀tá mi lé mi kí wọn sì mú mi; jẹ́ kí òun kí ó tẹ ọkàn mi mọ́lẹ̀ kí wọn sì mú mi sùn nínú eruku. (Sela)
6 ହେ ସଦାପ୍ରଭୋ, ଆପଣା କ୍ରୋଧରେ ଉଠ, ମୋʼ ବିପକ୍ଷଗଣର କୋପ ପ୍ରତିକୂଳରେ ଆପଣାକୁ ଉଠାଅ ଓ ମୋʼ ପକ୍ଷରେ ଜାଗ୍ରତ ହୁଅ; ତୁମ୍ଭେ ନ୍ୟାୟବିଚାର କର।
Dìde, Olúwa, nínú ìbínú rẹ; dìde lòdì sí ìrunú àwọn ọ̀tá mi. Jí, Ọlọ́run mi; kéde òdodo.
7 ଗୋଷ୍ଠୀୟମାନଙ୍କ ମଣ୍ଡଳୀ ତୁମ୍ଭଙ୍କୁ ବେଷ୍ଟନ କରନ୍ତୁ; ଆଉ, ତୁମ୍ଭେ ସେମାନଙ୍କ ଉପରେ ଊର୍ଦ୍ଧ୍ୱକୁ ପ୍ରତ୍ୟାଗମନ କର।
Kí ìpéjọ àwọn ènìyàn yíká. Jọba lórí wọn láti òkè wá.
8 ସଦାପ୍ରଭୁ ଗୋଷ୍ଠୀୟମାନଙ୍କ ପ୍ରତି ବିଚାର ସାଧନ କରନ୍ତି; ହେ ସଦାପ୍ରଭୋ, ମୋହର ଧର୍ମ ଓ ମୋହର ଆନ୍ତରିକ ସରଳତାନୁସାରେ ମୋହର ବିଚାର କର।
Jẹ́ kí Olúwa ṣe ìdájọ́ àwọn ènìyàn. Ṣe ìdájọ́ mi, Olúwa, gẹ́gẹ́ bí òdodo mi, gẹ́gẹ́ bí ìwà òtítọ́, ẹni gíga jùlọ.
9 ଆହା, ଦୁଷ୍ଟମାନଙ୍କର ଦୁଷ୍ଟତାର ଶେଷ ହେଉ, ମାତ୍ର ତୁମ୍ଭେ ଧାର୍ମିକମାନଙ୍କୁ ସଂସ୍ଥାପନ କର; କାରଣ ଧର୍ମମୟ ପରମେଶ୍ୱର ଅନ୍ତଃକରଣ ଓ ମର୍ମର ପରୀକ୍ଷା କରନ୍ତି।
Ọlọ́run Olódodo, Ẹni tí ó ń wo inú àti ọkàn, tí ó ń mú òpin sí ìwà ipá ẹni búburú tí ó sì ń pa àwọn olódodo mọ́.
10 ପରମେଶ୍ୱରଙ୍କଠାରେ ମୋହର ଢାଲ ଅଛି, ସେ ସରଳମାନଙ୍କୁ ପରିତ୍ରାଣ କରନ୍ତି।
Ààbò mi ń bẹ lọ́dọ̀ Ọlọ́run, ẹni tí ń ṣe ìgbàlà òtítọ́ ní àyà.
11 ପରମେଶ୍ୱର ଧର୍ମମୟ ବିଚାରକର୍ତ୍ତା, ହଁ, ସେ ପ୍ରତିଦିନ ଦୁଷ୍ଟଙ୍କ ପାଇଁ କ୍ରୋଧକାରୀ ପରମେଶ୍ୱର।
Ọlọ́run ni onídàájọ́ òtítọ́, Ọlọ́run tí ń sọ ìrunú rẹ̀ ní gbogbo ọjọ́.
12 ଯଦି କୌଣସି ମନୁଷ୍ୟ ନ ଫେରିବ, ତେବେ ସେ ଆପଣା ଖଡ୍ଗ ଶାଣିତ କରିବେ; ସେ ଆପଣା ଧନୁ ନୁଆଁଇ ପ୍ରସ୍ତୁତ କରିଅଛନ୍ତି।
Bí kò bá yípadà, Òun yóò pọ́n idà rẹ̀ mú; ó ti fa ọrun rẹ̀ le ná, ó ti múra rẹ̀ sílẹ̀.
13 ସେ ମଧ୍ୟ ତାହା ପାଇଁ ମୃତ୍ୟୁର ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରିଅଛନ୍ତି; ସେ ଆପଣା ତୀରସବୁ ଅଗ୍ନିର ତୀର କରିଅଛନ୍ତି।
Ó ti pèsè ohun ìjà ikú sílẹ̀; ó ti pèsè ọfà iná sílẹ̀.
14 ଦେଖ, ସେ ଅଧର୍ମରୂପ ପ୍ରସବବେଦନାରେ ଆକ୍ରାନ୍ତ ହେଉଅଛି; ହଁ, ସେ ଅନିଷ୍ଟ ଗର୍ଭରେ ଧାରଣ କରି ମିଥ୍ୟା ପ୍ରସବ କଲା।
Ẹni tí ó lóyún ohun búburú, tí ó sì lóyún wàhálà, ó bí èké jáde.
15 ସେ କୂପ ଖୋଳି ଗଭୀର କରିଅଛି, ପୁଣି, ସେ ଆପଣା ଚୋରାଗର୍ତ୍ତରେ ପଡ଼ିଅଛି।
Ẹni tí ó gbẹ́ ọ̀fìn, tí ó kó o jáde jì sí kòtò tí ó gbẹ́ sílẹ̀.
16 ତାହାର ଉପଦ୍ରବ ତାହାର ନିଜ ମସ୍ତକରେ ବର୍ତ୍ତିବ ଓ ତାହାର ଦୌରାତ୍ମ୍ୟ ତାହାର ନିଜ ମୁଣ୍ଡରେ ପଡ଼ିବ।
Wàhálà tí ó fà padà sórí rẹ̀; ìwà ipá rẹ̀ padà sórí ara rẹ̀.
17 ମୁଁ ସଦାପ୍ରଭୁଙ୍କର ଧାର୍ମିକତାନୁସାରେ ତାହାଙ୍କର ଧନ୍ୟବାଦ କରିବି ଓ ସର୍ବୋପରିସ୍ଥ ସଦାପ୍ରଭୁଙ୍କ ନାମରେ ପ୍ରଶଂସା ଗାନ କରିବି।
Èmi ó fi ọpẹ́ fún Olúwa nítorí òdodo rẹ̀, èmi ó kọrin ìyìn sí Olúwa Ọ̀gá-ògo jùlọ.

< ଗୀତସଂହିତା 7 >