< ଗୀତସଂହିତା 64 >
1 ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ହେ ପରମେଶ୍ୱର, ମୋʼ କାକୂକ୍ତିର ରବ ଶ୍ରବଣ କର; ଶତ୍ରୁ ଭୟରୁ ମୋʼ ଜୀବନ ରକ୍ଷା କର।
Fún adarí orin. Saamu ti Dafidi. Gbóhùn mi, Ọlọ́run, bí mo ti ń sọ àròyé mi pa ọkàn mi mọ́ kúrò lọ́wọ́ ẹ̀rù àwọn ọ̀tá.
2 କୁକର୍ମକାରୀମାନଙ୍କ ଗୁପ୍ତ ମନ୍ତ୍ରଣାରୁ, ଅଧର୍ମାଚାରୀମାନଙ୍କ କଳହରୁ ମୋତେ ଲୁଚାଇ ରଖ;
Pa mí mọ́ kúrò lọ́wọ́ ìmọ̀ ìkọ̀kọ̀ àwọn ènìyàn búburú kúrò nínú ọ̀pọ̀ igbe lọ́wọ́ ìrúkèrúdò oníṣẹ́ ẹ̀ṣẹ̀.
3 ସେମାନେ ଖଡ୍ଗ ପରି ଆପଣା ଜିହ୍ୱା ଶାଣିତ କରିଅଛନ୍ତି
Wọ́n pọ́n ahọ́n wọn bí idà, wọ́n sì fa ọrun wọn le láti tafà wọn, àní ọ̀rọ̀ kíkorò.
4 ଏବଂ ଆପଣାମାନଙ୍କ କଟୁବାକ୍ୟରୂପ ତୀର ଲକ୍ଷ୍ୟ କରିଅଛନ୍ତି; ଯେପରି ସିଦ୍ଧ ଲୋକଙ୍କ ପ୍ରତି ଗୋପନରେ ନିକ୍ଷେପ କରି ପାରିବେ; ସେମାନେ ହଠାତ୍ ତାହା ପ୍ରତି ନିକ୍ଷେପ କରନ୍ତି ଓ ଭୟ କରନ୍ତି ନାହିଁ।
Wọ́n tafà ní ìkọ̀kọ̀ sí àwọn aláìlẹ́ṣẹ̀: wọ́n tafà si lójijì, wọn kò sì bẹ̀rù.
5 ସେମାନେ କୁସଂକଳ୍ପରେ ଆପଣା ଆପଣାକୁ ବଳିଷ୍ଠ କରନ୍ତି; ସେମାନେ ଗୋପନରେ ଫାନ୍ଦ ପାତିବାକୁ କଥାବାର୍ତ୍ତା କରନ୍ତି; ସେମାନେ କହନ୍ତି, “ଆମ୍ଭମାନଙ୍କୁ କିଏ ଦେଖିବ?”
Wọ́n, gba ara wọn níyànjú nínú èrò búburú, wọ́n sọ̀rọ̀ lórí dídẹkùn sílẹ̀ ní ìkọ̀kọ̀ wọ́n wí pé, “Ta ni yóò rí wa?”
6 ସେମାନେ ଅଧର୍ମ କଳ୍ପନା କରନ୍ତି; “ଆମ୍ଭେମାନେ ଯତ୍ନପୂର୍ବକ କଳ୍ପନା ସିଦ୍ଧ କରିଅଛୁ” ବୋଲି ସେମାନେ କହନ୍ତି; ଆଉ, ପ୍ରତ୍ୟେକର ଆନ୍ତରିକ ଭାବ ଓ ହୃଦୟ ଗଭୀର।
Wọ́n gbìmọ̀ àìṣòdodo, wọ́n wí pé, “A wa ti parí èrò tí a gbà tán!” Lóòótọ́ àyà àti ọkàn ènìyàn kún fún àrékérekè.
7 ମାତ୍ର ପରମେଶ୍ୱର ସେମାନଙ୍କ ପ୍ରତି ତୀର ନିକ୍ଷେପ କରିବେ; ସେଥିରେ ସେମାନେ ହଠାତ୍ ଆହତ ହେବେ।
Ṣùgbọ́n Ọlọ́run yóò ta wọ́n ní ọfà; wọn ó sì gbọgbẹ́ lójijì.
8 ଏହିରୂପେ ସେମାନେ ନିପାତିତ ହେବେ, ସେମାନଙ୍କ ନିଜ ଜିହ୍ୱା ସେମାନଙ୍କର ବିପକ୍ଷ ହେବ; ସେମାନଙ୍କୁ ଦେଖିବା ଲୋକ ସମସ୍ତେ ମୁଣ୍ଡ ହଲାଇବେ;
Ahọ́n wọn yóò sì dojú ìjà kọ wọ́n, yóò sì run wọ́n, gbogbo ẹni tí ó bá rí wọn yóò sì mi orí fún wọn.
9 ପୁଣି, ସକଳ ମନୁଷ୍ୟ ଭୟ କରିବେ, ସେମାନେ ପରମେଶ୍ୱରଙ୍କ କର୍ମ ପ୍ରକାଶ କରିବେ ଓ ତାହାଙ୍କର କ୍ରିୟା ସୁବିବେଚନା କରିବେ।
Gbogbo ènìyàn yóò máa bẹ̀rù wọn ó kéde iṣẹ́ Ọlọ́run wọn ó dúró lé ohun tí ó ṣe.
10 ଧାର୍ମିକ ଲୋକ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବ ଓ ତାହାଙ୍କର ଶରଣାଗତ ହେବ। ପୁଣି, ସରଳାନ୍ତଃକରଣ ସମସ୍ତେ ସଦାପ୍ରଭୁଙ୍କଠାରେ ପ୍ରଶଂସା କରିବେ।
Jẹ́ kí olódodo kí ó yọ̀ nínú Olúwa yóò sì rí ààbò nínú rẹ̀. Gbogbo ẹni ìdúró ṣinṣin ní ọkàn yóò máa yìn ín.