< ଗୀତସଂହିତା 61 >
1 ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ଗୀତ। ହେ ପରମେଶ୍ୱର, ମୋହର କାକୂକ୍ତି ଶୁଣ; ମୋʼ ପ୍ରାର୍ଥନାରେ ମନୋଯୋଗ କର।
Fún adarí orin. Ohun èlò orin olókùn. Ti Dafidi. Gbọ́ ẹkún mi, Ọlọ́run; tẹ́tí sí àdúrà mi.
2 ମୋʼ ମନ ଉଦ୍ବିଗ୍ନ ହେବା ବେଳେ ମୁଁ ପୃଥିବୀର ପ୍ରାନ୍ତରୁ ତୁମ୍ଭକୁ ଡାକିବି; ମୋʼ ଠାରୁ ଉଚ୍ଚତର ଶୈଳକୁ ମୋତେ ନେଇଯାଅ।
Láti òpin ayé wá ni èmi yóò pè ọ́, mo pè nígbà àyà mi ń ṣàárẹ̀; mú mi lọ sí ibi àpáta tí ó ga jù mí lọ.
3 କାରଣ ତୁମ୍ଭେ ମୋʼ ନିମନ୍ତେ ଆଶ୍ରୟ ଓ ଶତ୍ରୁଠାରୁ ଦୃଢ଼ ଦୁର୍ଗ ସ୍ୱରୂପ ହୋଇଅଛ।
Nítorí ìwọ ti jẹ́ ibi ààbò mi, ilé ìṣọ́ agbára àwọn ọ̀tá.
4 ମୁଁ ସଦାକାଳ ତୁମ୍ଭ ତମ୍ବୁରେ ବାସ କରିବି; ମୁଁ ତୁମ୍ଭ ପକ୍ଷର ଉହାଡ଼ରେ ଆଶ୍ରୟ ନେବି।
Mo ń lépa láti máa gbé nínú àgọ́ rẹ títí láé kí n sì rí ààbò níbi ìyẹ́ apá rẹ.
5 କାରଣ ହେ ପରମେଶ୍ୱର, ତୁମ୍ଭେ ମୋହର ମାନତସବୁ ଶୁଣିଅଛ; ତୁମ୍ଭେ ଆପଣା ନାମର ଭୟକାରୀମାନଙ୍କ ଅଧିକାର ଆମ୍ଭକୁ ଦେଇଅଛ।
Nítorí ìwọ ti gbọ́ àwọn ẹ̀jẹ́ mi, Ọlọ́run; Ìwọ ti fún mi ní ogún àwọn tí ó bẹ̀rù orúkọ rẹ.
6 ତୁମ୍ଭେ ରାଜାଙ୍କ ଆୟୁ ବୃଦ୍ଧି କରିବ; ତାଙ୍କ ବର୍ଷ ଅନେକ ପୁରୁଷାନୁକ୍ରମ ତୁଲ୍ୟ ହେବ।
Jẹ́ kí ẹ̀mí ọba kí ó gùn, ọdún rẹ̀ fún ìrandíran.
7 ସେ ସଦାକାଳ ପରମେଶ୍ୱରଙ୍କ ସମ୍ମୁଖରେ ବାସ କରିବେ; ତାଙ୍କ ରକ୍ଷା ନିମନ୍ତେ ସ୍ନେହପୂର୍ଣ୍ଣ କରୁଣା ଓ ସତ୍ୟତା ପ୍ରସ୍ତୁତ କର।
Kí ó máa jẹ ọba níwájú Ọlọ́run títí láé; pèsè àánú àti òtítọ́ rẹ tí yóò máa ṣe ìtọ́jú rẹ.
8 ତହୁଁ ମୁଁ ସଦାକାଳ ତୁମ୍ଭ ନାମ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି ଓ ଦିନକୁ ଦିନ ଆପଣା ମାନତ ପୂର୍ଣ୍ଣ କରିବି।
Nígbà náà ni èmi ó máa kọrin ìyìn sí orúkọ rẹ títí láé kí n san ẹ̀jẹ́ mi ní ojoojúmọ́.