< ଗୀତସଂହିତା 60 >

1 ପ୍ରଧାନ ବାଦ୍ୟକର ନିମନ୍ତେ ଶୂଷନ୍‍-ଏଦୁତ୍‍ ସ୍ୱରରେ ଶିକ୍ଷାର୍ଥକ ଦାଉଦଙ୍କର ମିକ୍ତାମ୍‍; ଅରାମନହରୟିମ୍‍ ଓ ଅରାମ-ସୋବା ସଙ୍ଗରେ ଯୁଦ୍ଧ କରିବା ବେଳେ ଓ ଯୋୟାବ ଫେରି ଲବଣ ଉପତ୍ୟକାରେ ଇଦୋମୀୟ ବାର ହଜାର ଲୋକଙ୍କୁ ବଧ କରିବା ସମୟରେ ରଚିତ। ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କୁ ଦୂର କରିଅଛ, ତୁମ୍ଭେ ଆମ୍ଭମାନଙ୍କୁ ଭାଙ୍ଗି ପକାଇଅଛ; ତୁମ୍ଭେ କ୍ରୁଦ୍ଧ ହୋଇଅଛ; ଆମ୍ଭମାନଙ୍କୁ ପୁନଃସ୍ଥାପନ କର।
For the choirmaster. To the tune of “The Lily of the Covenant.” A Miktam of David for instruction. When he fought Aram-naharaim and Aram-zobah, and Joab returned and struck down 12,000 Edomites in the Valley of Salt. You have rejected us, O God; You have broken us; You have been angry; restore us!
2 ତୁମ୍ଭେ ଦେଶକୁ କମ୍ପିତ କରିଅଛ; ତୁମ୍ଭେ ତାହାକୁ ବିଦୀର୍ଣ୍ଣ କରିଅଛ; ତହିଁର ଭଗ୍ନସ୍ଥାନର ପ୍ରତିକାର କର; କାରଣ ତାହା ଟଳଟଳ ହେଉଅଛି।
You have shaken the land and torn it open. Heal its fractures, for it is quaking.
3 ତୁମ୍ଭେ ଆପଣା ଲୋକମାନଙ୍କୁ କଠିନ ବିଷୟ ଦେଖାଇଅଛ; ତୁମ୍ଭେ ଆମ୍ଭମାନଙ୍କୁ ଟଳମଳକାରିଣୀ ମଦିରା ପାନ କରାଇଅଛ।
You have shown Your people hardship; we are staggered from the wine You made us drink.
4 ସତ୍ୟତା ପକ୍ଷରେ ପ୍ରକାଶ କରିବା ନିମନ୍ତେ ତୁମ୍ଭେ ଆପଣା ଭୟକାରୀମାନଙ୍କୁ ଏକ ପତାକା ଦେଇଅଛ। (ସେଲା)
You have raised a banner for those who fear You, that they may flee the bow.
5 ଯେପରି ତୁମ୍ଭ ପ୍ରିୟତମ ଉଦ୍ଧାର ପାଇବ, ଏଥିପାଇଁ ତୁମ୍ଭେ ଆପଣା ଦକ୍ଷିଣ ହସ୍ତରେ ପରିତ୍ରାଣ କର ଓ ଆମ୍ଭମାନଙ୍କୁ ଉତ୍ତର ଦିଅ।
Respond and save us with Your right hand, that Your beloved may be delivered.
6 ପରମେଶ୍ୱର ଆପଣା ପବିତ୍ର ସ୍ଥାନରେ କହିଅଛନ୍ତି; “ଆମ୍ଭେ ଉଲ୍ଲାସ କରିବା; ଆମ୍ଭେ ଶିଖିମକୁ ବିଭାଗ କରିବା ଓ ସୁକ୍କୋତ ଉପତ୍ୟକାକୁ ମାପିବା।
God has spoken from His sanctuary: “I will triumph! I will parcel out Shechem and apportion the Valley of Succoth.
7 ଗିଲୀୟଦ ଆମ୍ଭର ଓ ମନଃଶି ଆମ୍ଭର; ମଧ୍ୟ ଇଫ୍ରୟିମ ଆମ୍ଭ ମସ୍ତକର ଆଶ୍ରୟ; ଯିହୁଦା ଆମ୍ଭର ରାଜଦଣ୍ଡ।
Gilead is Mine, and Manasseh is Mine; Ephraim is My helmet, Judah is My scepter.
8 ମୋୟାବ ଆମ୍ଭର ପ୍ରକ୍ଷାଳନ-ପାତ୍ର; ଆମ୍ଭେ ଇଦୋମ ଉପରେ ଆପଣା ପାଦୁକା ପକାଇବା; ହେ ପଲେଷ୍ଟୀୟା, ତୁମ୍ଭେ ଆମ୍ଭ ସକାଶୁ ଉଚ୍ଚଧ୍ୱନି କର।”
Moab is My washbasin; upon Edom I toss My sandal; over Philistia I shout in triumph.”
9 କିଏ ମୋତେ ଦୃଢ଼ ନଗରକୁ ଆଣିବ? କିଏ ମୋତେ ଇଦୋମ ଦେଶ ପର୍ଯ୍ୟନ୍ତ କଢ଼ାଇ ନେବ?
Who will bring me to the fortified city? Who will lead me to Edom?
10 ହେ ପରମେଶ୍ୱର, ତୁମ୍ଭେ କି ଆମ୍ଭମାନଙ୍କୁ ଦୂର କରି ନାହଁ? ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କ ସୈନ୍ୟ ସଙ୍ଗେ ଗମନ କରୁ ନାହଁ।
Have You not rejected us, O God? Will You no longer march out, O God, with our armies?
11 ବିପକ୍ଷ ପ୍ରତିକୂଳରେ ଆମ୍ଭମାନଙ୍କୁ ସାହାଯ୍ୟ ଦାନ କର; କାରଣ ମନୁଷ୍ୟର ସାହାଯ୍ୟ ବୃଥା।
Give us aid against the enemy, for the help of man is worthless.
12 ପରମେଶ୍ୱରଙ୍କ ଦ୍ୱାରା ଆମ୍ଭେମାନେ ବୀରର କର୍ମ କରିବା; ଯେହେତୁ ସେ ଆମ୍ଭମାନଙ୍କ ବିପକ୍ଷଗଣକୁ ଦଳି ପକାଇବେ।
With God we will perform with valor, and He will trample our enemies.

< ଗୀତସଂହିତା 60 >