< ଗୀତସଂହିତା 54 >
1 ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ମସ୍କୀଲ୍। “ଦାଉଦ କʼଣ ଆମ୍ଭମାନଙ୍କ ମଧ୍ୟରେ ଲୁଚିକରି ନାହିଁ?” ସୀଫୀୟମାନେ ଶାଉଲଙ୍କୁ ଏହି କଥା କହିବା ସମୟରେ ରଚିତ। ହେ ପରମେଶ୍ୱର, ତୁମ୍ଭ ନାମ ଦ୍ୱାରା ମୋତେ ପରିତ୍ରାଣ କର ଓ ତୁମ୍ଭ ପରାକ୍ରମରେ ମୋହର ବିଚାର କର।
Zborovođi. Uza žičana glazbala. Poučna pjesma. Davidova. Kad su Zifijci došli k Šaulu govoreći: “David se kod nas Spasi me, Bože, svojim imenom i jakošću svojom izbori mi pravdu!
2 ହେ ପରମେଶ୍ୱର, ମୋହର ପ୍ରାର୍ଥନା ଶୁଣ; ମୋʼ ମୁଖର କଥାରେ କର୍ଣ୍ଣପାତ କର।
Poslušaj, Bože, moju molitvu i usliši riječi usta mojih!
3 କାରଣ ଅପରିଚିତ ଲୋକମାନେ ମୋʼ ବିରୁଦ୍ଧରେ ଉଠିଅଛନ୍ତି, ପୁଣି, ଦୁରନ୍ତ ଲୋକମାନେ ମୋʼ ପ୍ରାଣ ଖୋଜି ଅଛନ୍ତି। ସେମାନେ ପରମେଶ୍ୱରଙ୍କୁ ଆପଣା ସମ୍ମୁଖରେ ରଖି ନାହାନ୍ତି। (ସେଲା)
Oholice ustadoše na me i moj život traže silnici: na Boga se ne osvrću.
4 ଦେଖ, ପରମେଶ୍ୱର ମୋହର ସାହାଯ୍ୟକାରୀ; ପ୍ରଭୁ ମୋʼ ପ୍ରାଣରକ୍ଷକ ଅଟନ୍ତି।
Evo, Bog mi pomaže, Gospodin krijepi život moj.
5 ସେ ମୋʼ ଶତ୍ରୁମାନଙ୍କ ପ୍ରତି ମନ୍ଦତାର ଫଳ ଦେବେ; ତୁମ୍ଭେ ଆପଣା ସତ୍ୟତାରେ ସେମାନଙ୍କୁ ବିନାଶ କର।
Okreni nesreću na dušmane moje, zatri ih u vjernosti svojoj.
6 ମୁଁ ସ୍ୱେଚ୍ଛାଦତ୍ତ ଉପହାର ନେଇ ତୁମ୍ଭ ଉଦ୍ଦେଶ୍ୟରେ ବଳିଦାନ କରିବି; ହେ ସଦାପ୍ରଭୋ, ମୁଁ ତୁମ୍ଭ ନାମର ଧନ୍ୟବାଦ କରିବି, କାରଣ ତାହା ଉତ୍ତମ।
Od srca rado ću ti žrtvovati, slavit ću ti ime, Jahve, jer je dobrostivo,
7 ଯେହେତୁ ସେ ମୋତେ ସମସ୍ତ ବିପଦରୁ ଉଦ୍ଧାର କରିଅଛନ୍ତି; ଆଉ, ମୋʼ ଶତ୍ରୁଗଣ ଉପରେ ମୋର ବାଞ୍ଛା ସଫଳ ହେବାର ମୋହର ଚକ୍ଷୁ ଦେଖିଅଛି।
jer ti me izbavi iz svake nevolje, i oko moje vidje postiđene moje dušmane.