< ଗୀତସଂହିତା 51 >
1 ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ଦାଉଦ ବତ୍ଶେବାଠାରେ ଗମନ କଲା ଉତ୍ତାରେ ତାଙ୍କ ନିକଟକୁ ନାଥନ ଭବିଷ୍ୟଦ୍ବକ୍ତା ଆସିବା ସମୟରେ ରଚିତ। ହେ ପରମେଶ୍ୱର, ଆପଣା ସ୍ନେହପୂର୍ଣ୍ଣ କରୁଣାନୁସାରେ ମୋʼ ପ୍ରତି ଦୟା କର; ତୁମ୍ଭ କୃପାର ବାହୁଲ୍ୟ ଅନୁସାରେ ମୋହର ଅଧର୍ମ ମାର୍ଜନା କର।
Fún adarí orin. Saamu ti Dafidi. Nígbà ti wòlíì Natani tọ wá, lẹ́yìn tí Dafidi dá ẹ̀ṣẹ̀ àgbèrè rẹ̀ pẹ̀lú Batṣeba. Ṣàánú fún mi, Ọlọ́run, gẹ́gẹ́ bí ìdúró ṣinṣin ìfẹ́ rẹ̀, gẹ́gẹ́ bí ọ̀pọ̀ àánú rẹ̀ kí o sì pa gbogbo ẹ̀ṣẹ̀ mi rẹ́.
2 ମୋʼ ଅପରାଧରୁ ମୋତେ ସମ୍ପୂର୍ଣ୍ଣ ପ୍ରକ୍ଷାଳନ କର ଓ ମୋʼ ପାପରୁ ମୋତେ ଶୁଚି କର।
Wẹ gbogbo àìṣedéédéé mi nù kúrò kí o sì wẹ̀ mi mọ́ kúrò nínú ẹ̀ṣẹ̀ mi!
3 କାରଣ ମୁଁ ଆପଣା ଅଧର୍ମ ସ୍ୱୀକାର କରୁଅଛି ଓ ମୋʼ ପାପ ସର୍ବଦା ମୋʼ ସମ୍ମୁଖରେ ଅଛି।
Nítorí mo mọ̀ gbogbo ẹ̀ṣẹ̀ mi, nígbà gbogbo ni ẹ̀ṣẹ̀ mi wà níwájú mi.
4 ମୁଁ ତୁମ୍ଭ ବିରୁଦ୍ଧରେ, କେବଳ ତୁମ୍ଭ ବିରୁଦ୍ଧରେ ପାପ କରିଅଛି, ଆଉ, ତୁମ୍ଭ ଦୃଷ୍ଟିରେ ଯାହା ମନ୍ଦ, ତାହା ହିଁ କରିଅଛି; ତେଣୁ ତୁମ୍ଭେ କଥା କହିବା ବେଳେ ଧାର୍ମିକ ଓ ବିଚାର କରିବା ବେଳେ ନିର୍ଦ୍ଦୋଷ ହେବ।
Sí ọ, ìwọ nìkan ṣoṣo, ni mo dẹ́ṣẹ̀ sí ni mo sì ṣe búburú níwájú rẹ̀, kí a lè dá ọ láre nígbà tí ìwọ bá ń sọ̀rọ̀, kí o sì le wà láìlẹ́bi, nígbà tí ìwọ bá ń ṣe ìdájọ́.
5 ଦେଖ, ଅପରାଧରେ ମୁଁ ନିର୍ମିତ ହେଲି ଓ ପାପରେ ମୋʼ ମାତା ମୋତେ ଗର୍ଭରେ ଧାରଣ କଲା।
Nítòótọ́, nínú ẹ̀ṣẹ̀ ni a ti bí mi, nínú ẹ̀ṣẹ̀ ni ìyá mí sì lóyún mi.
6 ଦେଖ, ତୁମ୍ଭେ ଅନ୍ତରରେ ସତ୍ୟତା ଚାହୁଁଅଛ; ପୁଣି, ତୁମ୍ଭେ ଗୂଢ଼ ସ୍ଥାନରେ ମୋତେ ଜ୍ଞାନ ଶିକ୍ଷା ଦେବ।
Nítòótọ́ ìwọ fẹ́ òtítọ́ ní inú; ìwọ kọ́ mi ní ọgbọ́n ní ìhà ìkọ̀kọ̀.
7 ଏସୋବ ଦେଇ ମୋତେ ନିର୍ମଳ କର, ତହିଁରେ ମୁଁ ଶୁଚି ହେବି; ମୋତେ ପ୍ରକ୍ଷାଳନ କର, ତହିଁରେ ମୁଁ ହିମଠାରୁ ଶୁକ୍ଳ ହେବି।
Wẹ̀ mí pẹ̀lú ewé hísópù, èmi yóò sì mọ́; fọ̀ mí, èmi yóò sì funfun ju yìnyín lọ.
8 ମୋତେ ଆହ୍ଲାଦ ଓ ଆନନ୍ଦଜନକ ବାକ୍ୟ ଶୁଣାଅ; ତହିଁରେ ତୁମ୍ଭ ଦ୍ୱାରା ଭଗ୍ନ ଅସ୍ଥିସବୁ ପ୍ରଫୁଲ୍ଲ ହେବ।
Jẹ́ kí n gbọ́ ayọ̀ àti inú dídùn; jẹ́ kí gbogbo egungun tí ìwọ ti run kí ó máa yọ̀.
9 ମୋʼ ପାପସମୂହ ପ୍ରତି ଆପଣା ମୁଖ ଆଚ୍ଛାଦନ କର ଓ ମୋʼ ଅପରାଧସବୁ ମାର୍ଜନା କର।
Pa ojú rẹ̀ mọ́ kúrò nínú ẹ̀ṣẹ̀ mi kí o sì pa gbogbo àwọn àìṣedéédéé mi rẹ́.
10 ହେ ପରମେଶ୍ୱର, ମୋʼ ଅନ୍ତରରେ ଶୁଚି ଅନ୍ତଃକରଣ ସୃଷ୍ଟି କର ଓ ମୋʼ ମଧ୍ୟରେ ସୁସ୍ଥିର ଆତ୍ମା ନୂତନ କର।
Dá ọkàn mímọ́ sí inú mi, Ọlọ́run, kí o sì tún ẹ̀mí dídúró ṣinṣin ṣe sínú mi.
11 ତୁମ୍ଭ ଛାମୁରୁ ମୋତେ ଦୂର କର ନାହିଁ ଓ ତୁମ୍ଭ ପବିତ୍ର ଆତ୍ମା ମୋʼ ଠାରୁ ନିଅ ନାହିଁ।
Má ṣe jù mi nù kúrò níwájú rẹ, kí o má ṣe gba Ẹ̀mí Mímọ́ rẹ lọ́wọ́ mi.
12 ତୁମ୍ଭ ପରିତ୍ରାଣର ଆନନ୍ଦ ପୁନର୍ବାର ମୋତେ ଦିଅ ଓ ସ୍ୱଚ୍ଛନ୍ଦ ଆତ୍ମା ଦେଇ ମୋତେ ଧରି ରଖ।
Mú ayọ̀ ìgbàlà rẹ tọ̀ mí wá, kí o sì fún mi ní ẹ̀mí ìfẹ́, tí yóò mú mi dúró.
13 ତହିଁରେ ମୁଁ ଅପରାଧୀମାନଙ୍କୁ ତୁମ୍ଭର ପଥ ଶିଖାଇବି ଓ ପାପୀମାନେ ତୁମ୍ଭ ପ୍ରତି ଫେରିବେ।
Nígbà náà ni èmi yóò máa kọ́ àwọn olùrékọjá ní ọ̀nà rẹ, àwọn ẹlẹ́ṣẹ̀ yóò sì yí padà sí ọ.
14 ହେ ପରମେଶ୍ୱର, ମୋʼ ତ୍ରାଣର ପରମେଶ୍ୱର, ତୁମ୍ଭେ ମୋତେ ରକ୍ତପାତ ଦୋଷରୁ ଉଦ୍ଧାର କର; ତହିଁରେ ମୋହର ଜିହ୍ୱା ତୁମ୍ଭ ଧର୍ମ ବିଷୟ ଉଚ୍ଚସ୍ୱରରେ ଗାନ କରିବ।
Gbà mí kúrò lọ́wọ́ ẹ̀bi ẹ̀jẹ̀, Ọlọ́run, ìwọ Ọlọ́run ìgbàlà mi, ahọ́n mi yóò sì máa kọrin òdodo rẹ kíkan.
15 ହେ ପ୍ରଭୋ, ମୋʼ ଓଷ୍ଠାଧର ଫିଟାଅ, ତହିଁରେ ମୋʼ ମୁଖ ତୁମ୍ଭର ପ୍ରଶଂସା ପ୍ରକାଶ କରିବ।
Olúwa, ṣí mi ní ètè mi gbogbo, àti ẹnu mi yóò sì máa kéde ìyìn rẹ.
16 କାରଣ ତୁମ୍ଭେ ବଳିଦାନରେ ସନ୍ତୁଷ୍ଟ ନୁହଁ; ହେଲେ ମୁଁ ତାହା ଦିଅନ୍ତି; ହୋମବଳିରେ ତୁମ୍ଭର କିଛି ସନ୍ତୋଷ ନାହିଁ।
Nítorí ìwọ kò ní inú dídùn sí ẹbọ, tí èmi kò bá mú wá; Ìwọ kò ní inú dídùn sí ọrẹ ẹbọ sísun.
17 ଭଗ୍ନ ଆତ୍ମା ପରମେଶ୍ୱରଙ୍କର ଗ୍ରାହ୍ୟ ବଳି, ହେ ପରମେଶ୍ୱର, ତୁମ୍ଭେ ଭଗ୍ନ ଓ ଚୂର୍ଣ୍ଣ ଅନ୍ତଃକରଣ ତୁଚ୍ଛ କରିବ ନାହିଁ।
Ẹbọ Ọlọ́run ni ìròbìnújẹ́ ọkàn ìròbìnújẹ́ àti ìrora àyà.
18 ତୁମ୍ଭେ ଆପଣା ଅନୁଗ୍ରହରେ ସିୟୋନର ମଙ୍ଗଳ କର; ତୁମ୍ଭେ ଯିରୂଶାଲମର ପ୍ରାଚୀରସବୁ ନିର୍ମାଣ କର।
Ṣe rere ní dídùn inú rẹ sí Sioni, ṣe rere; tún odi Jerusalẹmu mọ.
19 ତେବେ ତୁମ୍ଭେ ଧର୍ମବଳି, ହୋମବଳି ଓ ପୂର୍ଣ୍ଣ ଆହୁତିରେ ସନ୍ତୁଷ୍ଟ ହେବ; ତହୁଁ ଲୋକମାନେ ତୁମ୍ଭ ବେଦି ଉପରେ ବୃଷମାନ ଉତ୍ସର୍ଗ କରିବେ।
Nígbà náà ni inú rẹ yóò dùn sí ẹbọ òdodo, pẹ̀lú ọrẹ ẹbọ sísun àti ọ̀tọ̀ọ̀tọ̀ ọrẹ ẹbọ sísun, nígbà náà ni wọn yóò fi akọ màlúù rú ẹbọ lórí pẹpẹ rẹ.