< ଗୀତସଂହିତା 48 >

1 ଗୀତ: କୋରହ-ସନ୍ତାନମାନଙ୍କର ଗୀତ। ଆମ୍ଭମାନଙ୍କ ପରମେଶ୍ୱରଙ୍କ ନଗରରେ, ତାହାଙ୍କ ପବିତ୍ର ପର୍ବତରେ ସଦାପ୍ରଭୁ ମହାନ ଓ ଅତ୍ୟନ୍ତ ପ୍ରଶଂସନୀୟ।
A song. A psalm of the Korahites. Great is the Lord and worthy all praise in the city of our God. His holy mountain,
2 ଉତ୍ତର ଦିଗସ୍ଥ ସିୟୋନ ପର୍ବତ ଉଚ୍ଚତାରେ ମନୋହର, ସମଗ୍ର ପୃଥିବୀର ଆନନ୍ଦଜନକ, ମହାରାଜଙ୍କର ନଗର।
that rises so fair, is the joy of all the world. Like the mount of the gods is Mount Zion, the city of the great king.
3 ତହିଁର ଅଟ୍ଟାଳିକାସମୂହ ମଧ୍ୟରେ ପରମେଶ୍ୱର ଆଶ୍ରୟ ସ୍ୱରୂପ ବୋଲି ଆପଣାର ପରିଚୟ ଦେଇଅଛନ୍ତି।
Once God made himself known as the defence of her palaces.
4 କାରଣ ଦେଖ, ରାଜାଗଣ ସଭାସ୍ଥ ହେଲେ, ସେମାନେ ଏକ ସଙ୍ଗେ ଗମନ କଲେ।
For see! A concert of kings passed over the frontier together.
5 ସେମାନେ ତାହା ଦେଖି ଚମତ୍କୃତ ହେଲେ; ସେମାନେ ଉଦ୍‍ବିଗ୍ନ ହୋଇ ଶୀଘ୍ର ପଳାଇଲେ;
But one glance, and they were astounded; they hastened away in dismay.
6 ସେଠାରେ ସେମାନେ କମ୍ପରେ ଓ ପ୍ରସବକାରିଣୀ ସ୍ତ୍ରୀର ବେଦନା ତୁଲ୍ୟ ବେଦନାରେ ଆକ୍ରାନ୍ତ ହେଲେ।
Trembling took hold of them there, like the pains of a woman in labor.
7 ତୁମ୍ଭେ ପୂର୍ବୀୟ ବାୟୁ ଦ୍ୱାରା ତର୍ଶୀଶ ନଗରର ଜାହାଜସବୁ ଭାଙ୍ଗିଥାଅ।
They were shattered, as east wind shatters the giant ships in pieces.
8 ଯେପରି ଆମ୍ଭେମାନେ ଶୁଣିଅଛୁ, ସେପରି ସୈନ୍ୟାଧିପତି ସଦାପ୍ରଭୁଙ୍କ ନଗରରେ, ଆମ୍ଭମାନଙ୍କ ପରମେଶ୍ୱରଙ୍କ ନଗରରେ ଦେଖିଅଛୁ; ପରମେଶ୍ୱର ଅନନ୍ତକାଳ ତାହା ସୁସ୍ଥିର କରିବେ। (ସେଲା)
What we heard, we now have seen in the city of the Lord of hosts, the city of our God. God will uphold her forever. (Selah)
9 ହେ ପରମେଶ୍ୱର, ଆମ୍ଭେମାନେ ତୁମ୍ଭ ମନ୍ଦିର ମଧ୍ୟରେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ବିଷୟ ଧ୍ୟାନ କରିଅଛୁ।
We think, O God, of your love, in the midst of your temple.
10 ହେ ପରମେଶ୍ୱର, ଯେପରି ତୁମ୍ଭର ନାମ, ସେହିପରି ତୁମ୍ଭର ପ୍ରଶଂସା, ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଅଟେ; ତୁମ୍ଭର ଦକ୍ଷିଣ ହସ୍ତ ଧର୍ମରେ ପରିପୂର୍ଣ୍ଣ।
Your fame, O God, like your name, shall extend to the ends of the earth. Victory fills your hand.
11 ତୁମ୍ଭର ସକଳ ଶାସନ ସକାଶୁ ସିୟୋନ ପର୍ବତ ଆନନ୍ଦିତ ହେଉ, ଯିହୁଦାର କନ୍ୟାଗଣ ଉଲ୍ଲାସିତ ହେଉନ୍ତୁ।
Let mount Zion be glad; let the daughters of Judah rejoice because of your judgments.
12 ସିୟୋନକୁ ପ୍ରଦକ୍ଷିଣ କର ଓ ତାହାର ଚତୁର୍ଦ୍ଦିଗରେ ଭ୍ରମଣ କର; ତହିଁର ଦୁର୍ଗସବୁ ଗଣନା କର।
Walk about Zion, go round her; count her towers.
13 ଯେପରି ତୁମ୍ଭେମାନେ ଭବିଷ୍ୟତ ବଂଶକୁ ଜଣାଇ ପାରିବ, ଏଥିପାଇଁ ତହିଁର ଦୃଢ଼ ପ୍ରାଚୀରମାନ ନିରୀକ୍ଷଣ କର, ତହିଁର ଅଟ୍ଟାଳିକାସବୁ ବିବେଚନା କର।
Set your mind on her ramparts, consider her palaces; that you tell to the next generation
14 କାରଣ ଏହି ପରମେଶ୍ୱର ଅନନ୍ତକାଳ ଆମ୍ଭମାନଙ୍କର ପରମେଶ୍ୱର ଅଟନ୍ତି; ସେ ଆମ୍ଭମାନଙ୍କର ମରଣ ପର୍ଯ୍ୟନ୍ତ ଆମ୍ଭମାନଙ୍କର ପଥଦର୍ଶକ ହେବେ।
That such is God, our God he it is who shall guide us for ever and ever.

< ଗୀତସଂହିତା 48 >