< ଗୀତସଂହିତା 45 >

1 ପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ୍‍ ସ୍ୱରରେ କୋରହ-ସନ୍ତାନଗଣର ଗୀତ। ମସ୍କୀଲ୍‍। ପ୍ରେମ ଗୀତ। ମୋହର ହୃଦୟ ଉତ୍ତମ ବିଷୟରେ ଉଚ୍ଛୁଳି ଉଠୁଅଛି; ମୁଁ ରାଜାଙ୍କ ବିଷୟରେ ଆପଣା ରଚିତ କଥା କହେ; ମୋʼ ଜିହ୍ୱା ଶୀଘ୍ର ଲେଖକର ଲେଖନୀ ସ୍ୱରୂପ।
Fún adarí orin. Tí ohun orin “Lílì.” Ti orin àwọn ọmọ Kora. Maskili. Orin ìgbéyàwó. Ọkàn mi mọ ọ̀rọ̀ rere gẹ́gẹ́ bí mo ṣe ń sọ ohun tí mo ti ṣe fún ọba ahọ́n mi ni kálámù ayára kọ̀wé.
2 ତୁମ୍ଭେ ମନୁଷ୍ୟ-ସନ୍ତାନଗଣ ଅପେକ୍ଷା ଅଧିକ ସୁନ୍ଦର; ତୁମ୍ଭ ଓଷ୍ଠାଧରରେ ଅନୁଗ୍ରହ ଢଳା ଯାଇଅଛି; ଏହେତୁ ପରମେଶ୍ୱର ତୁମ୍ଭକୁ ଅନନ୍ତକାଳ ଆଶୀର୍ବାଦ କରିଅଛନ୍ତି।
Ìwọ yanjú ju àwọn ọmọ ènìyàn lọ: a da oore-ọ̀fẹ́ sí ọ ní ètè: nítorí náà ni Ọlọ́run ṣe bùkún fún ọ láéláé.
3 ହେ ବୀର, ତୁମ୍ଭ କଟିଦେଶରେ ଆପଣା ଖଡ୍ଗ, ଆପଣା ମହିମା ଓ ପ୍ରଭାବ ବାନ୍ଧ।
Gba idà rẹ mọ́ ìhà rẹ, ìwọ alágbára jùlọ wọ ara rẹ ní ògo àti ọláńlá.
4 ପୁଣି, ସତ୍ୟତା ଓ ନମ୍ରତା ଓ ଧର୍ମ ସକାଶେ ଆପଣା ପ୍ରଭାବରେ ରଥାରୋହଣ କରି କୃତାର୍ଥ ହୁଅ; ତହିଁରେ ତୁମ୍ଭର ଦକ୍ଷିଣ ହସ୍ତ ତୁମ୍ଭକୁ ଭୟାନକ କାର୍ଯ୍ୟ ଶିଖାଇବ।
Nínú ọláńlá rẹ, máa gẹṣin lọ ní àlàáfíà lórí òtítọ́, ìwà tútù àti òtítọ́; jẹ́ kí ọwọ́ ọ̀tún rẹ ṣe ohun ẹ̀rù.
5 ତୁମ୍ଭର ତୀରସବୁ ତୀକ୍ଷ୍ଣ; ଜନବୃନ୍ଦ ତୁମ୍ଭ ତଳେ ପଡ଼ନ୍ତି; ତାହାସବୁ ରାଜାଙ୍କ ଶତ୍ରୁଗଣର ହୃଦୟରେ ବିଦ୍ଧ ହୁଏ।
Jẹ́ kí ọfà mímú rẹ̀ dá ọkàn àwọn ọ̀tá ọba lu jẹ́ kí àwọn orílẹ̀-èdè ṣubú sí abẹ́ ẹsẹ̀ rẹ̀.
6 ହେ ପରମେଶ୍ୱର, ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ; ତୁମ୍ଭର ରାଜଦଣ୍ଡ ନ୍ୟାୟଦଣ୍ଡ ଅଟେ।
Ọlọ́run láé, àti láéláé ni ìtẹ́ rẹ, ọ̀pá aládé ìjọba rẹ, ọ̀pá aládé òtítọ́ ni.
7 ତୁମ୍ଭେ ଧର୍ମକୁ ପ୍ରେମ ଓ ଦୁଷ୍ଟତାକୁ ଘୃଣା କରିଅଛ; ଏହେତୁ ପରମେଶ୍ୱର, ତୁମ୍ଭର ପରମେଶ୍ୱର, ତୁମ୍ଭର ମିତ୍ରଗଣ ଅପେକ୍ଷା ତୁମ୍ଭକୁ ଅଧିକ ଆନନ୍ଦରୂପ ତୈଳରେ ଅଭିଷିକ୍ତ କରିଅଛନ୍ତି।
Ìwọ fẹ́ olódodo, ìwọ sì kórìíra ìwà búburú nígbà náà Ọlọ́run, Ọlọ́run rẹ ti yàn ọ́ ṣe olórí àwọn ẹlẹgbẹ́ rẹ, nípa fífi àmì òróró ayọ̀ kùn ọ́.
8 ତୁମ୍ଭର ସକଳ ବସ୍ତ୍ର ଗନ୍ଧରସ, ଅଗୁରୁ ଓ ଦାରୁଚିନିରେ ସୁବାସମୟ; ହସ୍ତୀଦନ୍ତନିର୍ମିତ ଅଟ୍ଟାଳିକାସମୂହରୁ ତାରଯୁକ୍ତ ବାଦ୍ୟଯନ୍ତ୍ରସବୁ ତୁମ୍ଭକୁ ଆନନ୍ଦିତ କରିଅଛି।
Gbogbo aṣọ rẹ̀ ni ó ń rùn pẹ̀lú òjìá àti aloe àti kasia; láti inú ààfin tí a fi eyín erin ṣe orin olókùn tẹ́ẹ́rẹ́ mú inú rẹ̀ dùn.
9 ତୁମ୍ଭର ସମ୍ଭ୍ରାନ୍ତା ସ୍ତ୍ରୀଗଣ ମଧ୍ୟରେ ରାଜକୁମାରୀମାନେ ଅଛନ୍ତି; ଓଫରୀୟ ସୁବର୍ଣ୍ଣରେ ଭୂଷିତା ରାଣୀ ତୁମ୍ଭ ଦକ୍ଷିଣ ପାଖରେ ଉଭା ହୁଅନ୍ତି।
Àwọn ọmọbìnrin àwọn ọba wà nínú àwọn àyànfẹ́ rẹ̀, ní ọwọ́ ọ̀tún rẹ̀ ni ayaba náà gbé dúró nínú wúrà Ofiri.
10 ଆଗୋ କନ୍ୟେ, ଶୁଣ, ବିବେଚନା କର ଓ ଆପଣା କର୍ଣ୍ଣ ଡେର; ତୁମ୍ଭ ନିଜ ଲୋକଙ୍କୁ ଓ ପିତୃଗୃହକୁ ପାସୋର;
Gbọ́ ìwọ ọmọbìnrin, ronú kí o sì dẹtí rẹ sí mi gbàgbé àwọn ènìyàn rẹ àti ilé baba rẹ.
11 ତହିଁରେ ରାଜା ତୁମ୍ଭ ସୌନ୍ଦର୍ଯ୍ୟ ବାଞ୍ଛା କରିବେ। କାରଣ ସେ ତୁମ୍ଭର ପ୍ରଭୁ; ତୁମ୍ଭେ ତାହାଙ୍କୁ ପ୍ରଣାମ କର।
Bẹ́ẹ̀ ni ọba yóò fẹ́ ẹwà rẹ gidigidi nítorí òun ni olúwa rẹ kí ìwọ sì máa tẹríba fún un.
12 ପୁଣି, ସୋରର କନ୍ୟା ଭେଟି ନେଇ ସେଠାରେ ଉପସ୍ଥିତ ହେବ; ଲୋକଙ୍କ ମଧ୍ୟରେ ଧନୀମାନେ ହିଁ ତୁମ୍ଭ ଅନୁଗ୍ରହର ବିନତି କରିବେ।
Ọmọbìnrin ọba Tire yóò wá pẹ̀lú ẹ̀bùn àwọn ọkùnrin ọlọ́rọ̀ yóò máa wá ojúrere rẹ̀.
13 ଅନ୍ତଃପୁରରେ ରାଜକୁମାରୀ ସର୍ବତୋଭାବେ ସୁଶୋଭିତା; ତାଙ୍କର ବସ୍ତ୍ର ସୁବର୍ଣ୍ଣସୂତ୍ର ନିର୍ମିତ।
Gbogbo ògo ni ti ọmọbìnrin ọba ní àárín ilé rẹ̀, iṣẹ́ wúrà ọnà abẹ́rẹ́ ní aṣọ rẹ̀.
14 ସେ ସୂଚୀଶିଳ୍ପିତ-ବସ୍ତ୍ରରେ ରାଜାଙ୍କ ନିକଟକୁ ଅଣାଯିବେ; ତାଙ୍କର ପଶ୍ଚାଦ୍‍ବର୍ତ୍ତିନୀ ସହଚରୀ କୁମାରୀଗଣ ତୁମ୍ଭ ନିକଟକୁ ଅଣାଯିବେ।
Nínú aṣọ olówó iyebíye ni a mú un tọ́ ọba wá, àwọn wúńdíá ẹgbẹ́ rẹ̀ tẹ̀lé e, wọ́n sí mú un tọ̀ ọ́ wá.
15 ସେମାନେ ଆନନ୍ଦ ଓ ଉଲ୍ଲାସରେ ଅଣାଯିବେ; ସେମାନେ ରାଜାଙ୍କ ଅଟ୍ଟାଳିକାରେ ପ୍ରବେଶ କରିବେ;
Wọ́n sì mú un wá pẹ̀lú ayọ̀ àti inú dídùn wọ́n sì wọ ààfin ọba.
16 ତୁମ୍ଭ ପିତୃଗଣ ପରିବର୍ତ୍ତରେ ତୁମ୍ଭ ସନ୍ତାନଗଣ ରହିବେ, ତୁମ୍ଭେ ସେମାନଙ୍କୁ ସମୁଦାୟ ପୃଥିବୀରେ ଅଧିପତି କରିବ।
Ọmọ rẹ̀ ni yóò gba ipò baba rẹ̀ ìwọ yóò sì fi wọ́n joyè lórí ilẹ̀ gbogbo.
17 ମୁଁ ସକଳ ପିଢ଼ିରେ ତୁମ୍ଭ ନାମ ସ୍ମରଣ କରାଇବି; ଏହେତୁ ଗୋଷ୍ଠୀସମୂହ ଅନନ୍ତକାଳ ତୁମ୍ଭର ପ୍ରଶଂସା କରିବେ।
Èmí yóò máa rántí orúkọ rẹ̀ ní ìran gbogbo, nígbà náà ni orílẹ̀-èdè yóò yìn ọ́ láé àti láéláé.

< ଗୀତସଂହିତା 45 >