< ଗୀତସଂହିତା 44 >

1 ପ୍ରଧାନ ବାଦ୍ୟକର ନିମନ୍ତେ କୋରହ-ସନ୍ତାନଗଣର ଗୀତ। ମସ୍କୀଲ୍‍। ହେ ପରମେଶ୍ୱର, ତୁମ୍ଭେ ପୂର୍ବକାଳରେ ଆମ୍ଭମାନଙ୍କ ପିତୃପୁରୁଷଙ୍କ ସମୟରେ ଯେଉଁ କର୍ମ କରିଥିଲ, ତାହା ଆମ୍ଭେମାନେ ସ୍ୱକର୍ଣ୍ଣରେ ଶୁଣିଅଛୁ ଓ ସେମାନେ ତାହା ଆମ୍ଭମାନଙ୍କୁ ଜଣାଇ ଅଛନ୍ତି।
Fún adarí orin. Ti àwọn ọmọ Kora. Maskili. À ti fi etí wa gbọ́, Ọlọ́run; àwọn baba wa tí sọ fún wa ohun tí ìwọ ṣe ní ọjọ́ wọn, ní ọjọ́ pípẹ́ sẹ́yìn.
2 ତୁମ୍ଭେ ଅନ୍ୟ ଗୋଷ୍ଠୀୟମାନଙ୍କୁ ସ୍ୱହସ୍ତରେ ତଡ଼ିଦେଇ ସେମାନଙ୍କୁ ରୋପଣ କରିଥିଲ; ତୁମ୍ଭେ ଜନବୃନ୍ଦକୁ ନାଶ କରି ସେମାନଙ୍କୁ ବିସ୍ତାରିତ କରିଥିଲ।
Ìwọ fi ọwọ́ rẹ lé orílẹ̀-èdè jáde, Ìwọ sì gbin àwọn baba wa; ìwọ run àwọn ènìyàn náà Ìwọ sì mú àwọn baba wa gbilẹ̀.
3 କାରଣ ସେମାନେ ନିଜ ଖଡ୍ଗ ଦ୍ୱାରା ଦେଶାଧିକାର ପ୍ରାପ୍ତ ହେଲେ ନାହିଁ, କିଅବା ସେମାନଙ୍କ ନିଜ ବାହୁ ସେମାନଙ୍କୁ ଉଦ୍ଧାର କଲା ନାହିଁ; ମାତ୍ର ସେମାନଙ୍କ ପ୍ରତି ତୁମ୍ଭର ଅନୁଗ୍ରହ ଥିବାରୁ ତୁମ୍ଭର ଦକ୍ଷିଣ ହସ୍ତ, ତୁମ୍ଭର ବାହୁ ଓ ତୁମ୍ଭ ମୁଖର ପ୍ରସନ୍ନତା ତାହା କରିଥିଲା।
Kì í ṣe nípa idà wọn ni wọ́n gba ilẹ̀ náà, bẹ́ẹ̀ ni kì í ṣe apá wọn ní ó gbà wọ́n bí kò ṣe; ọwọ́ ọ̀tún rẹ̀ àti, apá rẹ; àti ìmọ́lẹ̀ ojú rẹ̀, nítorí ìwọ fẹ́ wọn.
4 ହେ ପରମେଶ୍ୱର, ତୁମ୍ଭେ ମୋହର ରାଜା ଅଟ; ପୁଣି ତୁମ୍ଭେ ଯାକୁବ ପକ୍ଷରେ ମୁକ୍ତିର ଆଜ୍ଞା ଦିଅ।
Ìwọ ni ọba àti Ọlọ́run mi, ẹni tí ó pàṣẹ ìṣẹ́gun fún Jakọbu.
5 ତୁମ୍ଭ ଦ୍ୱାରା ଆମ୍ଭେମାନେ ବିପକ୍ଷଗଣକୁ ତଳେ ପକାଇବା; ତୁମ୍ଭ ନାମ ଦ୍ୱାରା ଆମ୍ଭେମାନେ ଆପଣା ବିରୁଦ୍ଧରେ ଉତ୍ଥିତ ଲୋକମାନଙ୍କୁ ଦଳି ପକାଇବା।
Nípasẹ̀ rẹ ni àwa ó bi àwọn ọ̀tá wa ṣubú; nípasẹ̀ orúkọ rẹ ni àwa ó tẹ àwọn ọ̀tá tí ó dìde sí wa mọ́lẹ̀,
6 ଯେହେତୁ ମୁଁ ଆପଣା ଧନୁରେ ନିର୍ଭର କରିବି ନାହିଁ, କିଅବା ମୋʼ ଖଡ୍ଗ ମୋତେ ଉଦ୍ଧାର କରିବ ନାହିଁ।
èmi kì yóò gbẹ́kẹ̀lé ọrun mi, idà mi kì yóò mú ìṣẹ́gun lórí àwọn ọ̀tá wá,
7 ମାତ୍ର ତୁମ୍ଭେ ଆମ୍ଭମାନଙ୍କ ବିପକ୍ଷଗଣଠାରୁ ଆମ୍ଭମାନଙ୍କୁ ଉଦ୍ଧାର କରିଅଛ ଓ ଆମ୍ଭମାନଙ୍କ ଘୃଣାକାରୀମାନଙ୍କୁ ଲଜ୍ଜିତ କରିଅଛ।
ṣùgbọ́n ìwọ fún wa ní ìṣẹ́gun lórí àwọn ọ̀tá wa, ìwọ sì ti dójúti àwọn tí ó kórìíra wa.
8 ଆମ୍ଭେମାନେ ସାରାଦିନ ପରମେଶ୍ୱରଙ୍କଠାରେ ଦର୍ପ କରିଅଛୁ ଓ ଅନନ୍ତକାଳ ତୁମ୍ଭ ନାମର ଧନ୍ୟବାଦ କରିବା। (ସେଲା)
Nínú Ọlọ́run àwa ń ṣògo ní gbogbo ọjọ́, àwa ó sì yin orúkọ rẹ títí láé. (Sela)
9 ମାତ୍ର ଏବେ ତୁମ୍ଭେ ଆମ୍ଭମାନଙ୍କୁ ଦୂର କରିଅଛ ଓ ଆମ୍ଭମାନଙ୍କୁ ଅପମାନଗ୍ରସ୍ତ କରିଅଛ; ପୁଣି, ଆମ୍ଭମାନଙ୍କ ସୈନ୍ୟ ସଙ୍ଗରେ ଗମନ କରୁ ନାହଁ।
Ṣùgbọ́n nísinsin yìí, ìwọ ti kọ̀ wá, ìwọ sì ti dójútì wá, Ìwọ kò sì bá àwọn ọmọ-ogun wa jáde mọ́.
10 ତୁମ୍ଭେ ବିପକ୍ଷମାନଙ୍କ ନିକଟରୁ ଆମ୍ଭମାନଙ୍କୁ ଫେରାଇ ଦେଉଅଛ ଓ ଆମ୍ଭମାନଙ୍କ ଘୃଣାକାରୀଗଣ ଆପଣାମାନଙ୍କ ନିମନ୍ତେ ଆମ୍ଭମାନଙ୍କୁ ଲୁଣ୍ଠନ କରୁଅଛନ୍ତି।
Ìwọ ti bá wa jà, ìwọ sì ti ṣẹ́gun wa níwájú àwọn ọ̀tá wa, àwọn ọ̀tá wa ti gba ilẹ̀ wa, wọ́n sì fi ipá gba oko wa.
11 ଖାଦ୍ୟ ନିମନ୍ତେ ନିରୂପିତ ମେଷଗଣ ତୁଲ୍ୟ ତୁମ୍ଭେ ଆମ୍ଭମାନଙ୍କୁ ସମର୍ପଣ କରିଅଛ ଓ ନାନା ଗୋଷ୍ଠୀ ମଧ୍ୟରେ ଆମ୍ଭମାନଙ୍କୁ ଛିନ୍ନଭିନ୍ନ କରିଅଛ।
Ìwọ fi wá fún jíjẹ bí ẹran àgùntàn, Ìwọ sì ti tú wa ká sí àárín àwọn kèfèrí.
12 ତୁମ୍ଭେ ଆପଣା ଲୋକମାନଙ୍କୁ ବିନାମୂଲ୍ୟରେ ବିକ୍ରୟ କରୁଅଛ ଓ ସେମାନଙ୍କ ମୂଲ୍ୟ ଦ୍ୱାରା ଆପଣା ଧନ ବୃଦ୍ଧି କରି ନାହଁ।
Ìwọ ta àwọn ènìyàn rẹ fún owó kékeré, Ìwọ kò sì jẹ èrè kankan lórí iye tí ìwọ tà wọ́n.
13 ତୁମ୍ଭେ ଆମ୍ଭମାନଙ୍କ ପ୍ରତିବାସୀଗଣ ନିକଟରେ ଆମ୍ଭମାନଙ୍କୁ ତିରସ୍କାରର ବିଷୟ ଓ ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଲୋକମାନଙ୍କର ହାସ୍ୟାସ୍ପଦ ଓ ଉପହାସର ପାତ୍ର କରୁଅଛ।
Ìwọ sọ wá di ẹni ẹ̀sín ní ọ̀dọ̀ àwọn aládùúgbò wa, ẹlẹ́yà àti ẹni àbùkù sí àwọn tí ó yí wa ká.
14 ତୁମ୍ଭେ ଆମ୍ଭମାନଙ୍କୁ ନାନା ଗୋଷ୍ଠୀ ମଧ୍ୟରେ ଗଳ୍ପର ବିଷୟ ଓ ଜନବୃନ୍ଦ ମଧ୍ୟରେ ମୁଣ୍ଡହଲାର କାରଣ କରିଅଛ।
Ìwọ ti sọ wá di ẹni ìfisọ̀rọ̀ láàrín àwọn orílẹ̀-èdè; àwọn ènìyàn ń mi orí wọn sí wa.
15 ତିରସ୍କାରକାରୀର ଓ ନିନ୍ଦକର ସ୍ୱର ସକାଶୁ, ପୁଣି, ଶତ୍ରୁ ଓ ପ୍ରତିହିଂସକ ସକାଶୁ,
Ìdójútì mi ń bẹ pẹ̀lú mi ní gbogbo ọjọ́, ìtìjú sì bojú mi mọ́lẹ̀,
16 ସାରାଦିନ ମୋʼ ଅପମାନ ମୋʼ ସମ୍ମୁଖରେ ଥାଏ ଓ ମୋʼ ମୁଖର ଲଜ୍ଜା ମୋତେ ଢାଙ୍କିଅଛି।
nítorí ọ̀rọ̀ ẹ̀gàn àti ọ̀rọ̀ ẹ̀tàn ní ojú àwọn ọ̀tá àti olùgbẹ̀san.
17 ଆମ୍ଭମାନଙ୍କ ପ୍ରତି ଏସବୁ ଘଟିଅଛି; ତଥାପି ଆମ୍ଭେମାନେ ତୁମ୍ଭକୁ ପାସୋରି ନାହୁଁ, କିଅବା ତୁମ୍ଭ ନିୟମ ବିଷୟରେ ଅସତ୍ୟ ବ୍ୟବହାର କରି ନାହୁଁ।
Gbogbo àwọn nǹkan wọ̀nyí ń ṣẹlẹ̀ sí wa, síbẹ̀ àwa kò gbàgbé rẹ bẹ́ẹ̀ ni a kò ṣèké sí májẹ̀mú rẹ̀.
18 ତୁମ୍ଭେ ଆମ୍ଭମାନଙ୍କୁ ଶୃଗାଳମାନଙ୍କ ସ୍ଥାନରେ ଚୂର୍ଣ୍ଣ ଓ ମୃତ୍ୟୁୁଚ୍ଛାୟାରେ ଆଚ୍ଛନ୍ନ କରିଅଛ ବୋଲି
Ọkàn wa kò padà sẹ́yìn; bẹ́ẹ̀ ni ẹsẹ̀ wa kò yẹ̀ kúrò ní ọ̀nà rẹ̀.
19 ଆମ୍ଭମାନଙ୍କ ଅନ୍ତଃକରଣ ବିମୁଖ ହୋଇ ନାହିଁ, କିଅବା ଆମ୍ଭମାନଙ୍କ ପାଦଗତି ତୁମ୍ଭ ପଥରୁ ଭ୍ରଷ୍ଟ ହୋଇ ନାହିଁ।
Ṣùgbọ́n wọ́n kọlù wá, ìwọ sì sọ wá di ẹran ọdẹ fún àwọn ẹranko búburú, tí wọn sì fi òkùnkùn biribiri bò wá mọ́lẹ̀.
20 ଯଦି ଆମ୍ଭେମାନେ ଆପଣା ପରମେଶ୍ୱରଙ୍କ ନାମ ପାସୋରିଥାଉ, ଅବା କୌଣସି ଅନ୍ୟ ଦେବତା ଆଡ଼େ ହସ୍ତ ପ୍ରସାରିଥାଉ;
Bí àwa bá ti gbàgbé orúkọ Ọlọ́run wa tàbí tí a na ọwọ́ wa sí ọlọ́run àjèjì.
21 ତେବେ ପରମେଶ୍ୱର କି ତାହା ଅନୁସନ୍ଧାନ କରିବେ ନାହିଁ? କାରଣ ସେ ଅନ୍ତଃକରଣର ଗୁପ୍ତ ବିଷୟସବୁ ଜାଣନ୍ତି।
Ǹjẹ́ Ọlọ́run kì yóò rí ìdí rẹ̀, níwọ̀n ìgbà tí ó mọ ohun ìkọ̀kọ̀ inú ọkàn?
22 ହଁ, ତୁମ୍ଭ ସକାଶୁ ଆମ୍ଭେମାନେ ଦିନସାରା ହତ ହେଉଅଛୁ; ଆମ୍ଭେମାନେ ହତ୍ୟା ନିମନ୍ତେ ଆନୀତ ମେଷ ତୁଲ୍ୟ ଗଣିତ ହେଉଅଛୁ।
Síbẹ̀, nítorí rẹ̀ àwa da àyà kọ ikú, ní ojoojúmọ́ a ń kà wá sí bí àgùntàn fún pípa.
23 ଜାଗ, ହେ ପ୍ରଭୋ, ତୁମ୍ଭେ କାହିଁକି ନିଦ୍ରିତ ହେଉଅଛ? ଉଠ, ଆମ୍ଭମାନଙ୍କୁ ସଦାକାଳ ଦୂର କର ନାହିଁ।
Jí, Olúwa! Èéṣe tí ìwọ ń sùn? Dìde fúnra rẹ̀! Má ṣe kọ̀ wá sílẹ̀ láéláé.
24 ତୁମ୍ଭେ କାହିଁକି ଆପଣା ମୁଖ ଲୁଚାଉଅଛ, ପୁଣି, ଆମ୍ଭମାନଙ୍କ କ୍ଳେଶ ଓ ଦୌରାତ୍ମଭୋଗ ବିସ୍ମୃତ ହେଉଅଛ?
Èéṣe tí ìwọ ń pa ojú rẹ mọ́ tí ìwọ sì gbàgbé ìpọ́njú àti ìnira wa?
25 କାରଣ ଆମ୍ଭମାନଙ୍କ ପ୍ରାଣ ଧୂଳିରେ ଅବନତ; ଆମ୍ଭମାନଙ୍କ ଉଦର ଭୂମିରେ ଲାଗୁଅଛି।
Nítorí a tẹrí ọkàn wa ba sínú eruku; ara wa sì dì mọ́ erùpẹ̀ ilẹ̀.
26 ଆମ୍ଭମାନଙ୍କ ସାହାଯ୍ୟ ନିମନ୍ତେ ଉଠ ଓ ଆପଣା ସ୍ନେହପୂର୍ଣ୍ଣ କରୁଣା ସକାଶୁ ଆମ୍ଭମାନଙ୍କୁ ମୁକ୍ତ କର।
Dìde kí o sì ràn wá lọ́wọ́; rà wá padà nítorí ìfẹ́ rẹ tí ó dúró ṣinṣin.

< ଗୀତସଂହିତା 44 >