< ଗୀତସଂହିତା 40 >

1 ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ମୁଁ ଧୈର୍ଯ୍ୟ ଧରି ସଦାପ୍ରଭୁଙ୍କର ଅପେକ୍ଷା କଲି; ପୁଣି, ସେ ମନୋଯୋଗ କରି ମୋହର କାକୂକ୍ତି ଶୁଣିଲେ।
Fún adarí orin. Ti Dafidi. Saamu. Mo fi pẹ̀lẹ́pẹ̀lẹ́ dúró de Olúwa; ó sì dẹtí sí mi, ó sì gbọ́ ẹkún mi.
2 ମଧ୍ୟ ସେ ମୋତେ ଭୟଙ୍କର ଗର୍ତ୍ତରୁ ଓ ଦହଲା କାଦୁଅରୁ ଉଠାଇ ଆଣିଲେ ଓ ଶୈଳ ଉପରେ ମୋହର ଚରଣ ରଖିଲେ ଓ ମୋହର ପାଦଗତି ଦୃଢ଼ କଲେ।
Ó fà mí yọ gòkè láti inú ihò ìparun, láti inú ẹrẹ̀ pọ̀tọ̀pọ́tọ̀, ó sì fi ẹsẹ̀ mi lé orí àpáta, ó sì jẹ́ kí ìgbésẹ̀ mi wà láìfòyà.
3 ପୁଣି, ସେ ମୋʼ ମୁଖରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରଶଂସାର ଏକ ନୂତନ ଗୀତ ଦେଇଅଛନ୍ତି; ଅନେକେ ଏହା ଦେଖିବେ ଓ ଭୟ କରିବେ, ପୁଣି, ସଦାପ୍ରଭୁଙ୍କଠାରେ ବିଶ୍ୱାସ କରିବେ।
Ó fi orin tuntun sí mi lẹ́nu, àní orin ìyìn sí Ọlọ́run wa. Ọ̀pọ̀ yóò rí i wọn yóò sì bẹ̀rù, wọn yóò sì gbẹ́kẹ̀lé Olúwa.
4 ଯେଉଁ ଜନ ସଦାପ୍ରଭୁଙ୍କୁ ଆପଣାର ବିଶ୍ୱାସଭୂମି କରେ, ପୁଣି, ଅହଙ୍କାରୀକୁ ଓ ମିଥ୍ୟା ପ୍ରତି ଭ୍ରାନ୍ତ ଲୋକଙ୍କୁ ଆଦର କରେ ନାହିଁ, ସେ ଧନ୍ୟ।
Ayọ̀ ni fún àwọn wọ̀n-ọn-nì tí ó fi Olúwa ṣe ìgbẹ́kẹ̀lé wọn tí wọn kò sì yípadà sí agbéraga, tàbí àwọn tí ó yapa lọ sí ọ̀dọ̀ ọlọ́run mìíràn.
5 ହେ ସଦାପ୍ରଭୋ, ମୋʼ ପରମେଶ୍ୱର, ତୁମ୍ଭର କୃତ ଆଶ୍ଚର୍ଯ୍ୟକର୍ମ ଓ ଆମ୍ଭମାନଙ୍କ ପକ୍ଷରେ ତୁମ୍ଭର ସଂକଳ୍ପ ଅନେକ; ତାହାସବୁ ତୁମ୍ଭ ସାକ୍ଷାତରେ ସଜାଯାଇ ନ ପାରେ; ମୁଁ ସେହି ସବୁ ବିଷୟ ବର୍ଣ୍ଣନା କରି କହନ୍ତି, ମାତ୍ର ତାହାସବୁ ଗଣନା କରାଯାଇ ନ ପାରେ।
Olúwa Ọlọ́run mi, ọ̀pọ̀lọpọ̀ ni àwọn iṣẹ́ ìyanu tí ìwọ ti ṣe. Àwọn ohun tí ìwọ ti ṣètò sílẹ̀ fún wa; ni ẹnikẹ́ni kò le kà wọ́n fún ọ lẹ́sẹẹsẹ, tí èmi yóò sì sọ̀rọ̀ wọn, wọ́n ju ohun tí ènìyàn le è kà lọ.
6 ବଳିଦାନ ଓ ନୈବେଦ୍ୟରେ ତୁମ୍ଭର ସନ୍ତୋଷ ନାହିଁ; ତୁମ୍ଭେ ମୋହର କର୍ଣ୍ଣ ମୁକ୍ତ କରିଅଛ; ତୁମ୍ଭେ ହୋମବଳି ଓ ପାପାର୍ଥକ ବଳି ଚାହିଁ ନାହଁ।
Ẹbọ àti ẹran ẹbọ ni ìwọ kò fẹ́, ìwọ ti ṣí mi ní etí. Ọrẹ ẹbọ sísun àti ẹbọ ẹ̀ṣẹ̀ ni ìwọ kò béèrè.
7 ତେବେ ମୁଁ କହିଲି, “ଦେଖ, ମୁଁ ଉପସ୍ଥିତ; ଶାସ୍ତ୍ରରେ ମୋହର ବିଷୟ ଲିଖିତ ଅଛି।
Nígbà náà ni mo wí pé, “Èmi nìyí; nínú ìwé kíká ni a kọ ọ nípa tèmi wí pé.
8 ହେ ମୋହର ପରମେଶ୍ୱର, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୋହର ସନ୍ତୋଷ; ତୁମ୍ଭ ବ୍ୟବସ୍ଥା ମୋʼ ହୃଦୟରେ ଅଛି।”
Mo ní inú dídùn láti ṣe ìfẹ́ ẹ̀ rẹ, ìwọ Ọlọ́run mi, òfin rẹ̀ ń bẹ ní àyà mi.”
9 ମୁଁ ମହାସମାଜରେ ଧର୍ମ ପ୍ରଚାର କରିଅଛି; ଦେଖ, ମୁଁ ଆପଣା ଓଷ୍ଠାଧର ରୁଦ୍ଧ କରିବି ନାହିଁ, ହେ ସଦାପ୍ରଭୋ, ତୁମ୍ଭେ ଜାଣୁଅଛ।
Èmi ti sọ ìròyìn ayọ̀ ti ìgbàlà láàrín àwùjọ ńlá; wò ó, èmi kò pa ètè mi mọ́, gẹ́gẹ́ bí ìwọ ti mọ̀, ìwọ Olúwa.
10 ମୁଁ ତୁମ୍ଭ ଧାର୍ମିକତା ଆପଣା ହୃଦୟରେ ଗୋପନ କରି ନାହିଁ; ମୁଁ ତୁମ୍ଭର ବିଶ୍ୱସ୍ତତା ଓ ତୁମ୍ଭର ପରିତ୍ରାଣ ପ୍ରଚାର କରିଅଛି; ମୁଁ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ତୁମ୍ଭର ସତ୍ୟତା ମହାସମାଜଠାରୁ ଗୁପ୍ତ ରଖି ନାହିଁ।
Èmi kò fi ìrànlọ́wọ́ ìgbàlà sin ní àyà mi; èmí ti sọ̀rọ̀ nípa òtítọ́ àti ìgbàlà rẹ. Èmi kò sì pa ìṣeun ìfẹ́ rẹ̀ àti òtítọ́ rẹ̀ mọ́ kúrò láàrín àwọn ìjọ ńlá.
11 ହେ ସଦାପ୍ରଭୋ, ତୁମ୍ଭେ ମୋʼ ଠାରୁ ଆପଣା ଦୟା ରୁଦ୍ଧ କର ନାହିଁ; ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ତୁମ୍ଭର ସତ୍ୟତା ମୋତେ ନିରନ୍ତର ରକ୍ଷା କରୁ।
Ìwọ má ṣe, fa àánú rẹ tí ó rọ́nú sẹ́yìn kúrò lọ́dọ̀ mi Olúwa; jẹ́ kí ìṣeun ìfẹ́ rẹ àti òtítọ́ rẹ kí ó máa pa mi mọ́ títí ayérayé.
12 କାରଣ ଅସଂଖ୍ୟ ବିପଦ ମୋତେ ଘେରିଅଛି, ମୋହର ଅଧର୍ମସବୁ ମୋତେ ଗୋଡ଼ାଇ ଧରିଅଛି, ଏହେତୁ ମୁଁ ଉପରକୁ ଅନାଇ ପାରୁ ନାହିଁ; ତାହାସବୁ ମୋʼ ମସ୍ତକର କେଶରୁ ଅଧିକ ଓ ମୋହର ହୃଦୟ ମୋତେ ପରିତ୍ୟାଗ କରିଅଛି।
Nítorí pé àìníye ibi ni ó yí mi káàkiri, ẹ̀ṣẹ̀ mi sì dì mọ́ mi, títí tí èmi kò fi ríran mọ́; wọ́n pọ̀ ju irun orí mi lọ, àti wí pé àyà mí ti kùnà.
13 ହେ ସଦାପ୍ରଭୋ, ଅନୁଗ୍ରହ କରି ମୋତେ ଉଦ୍ଧାର କର; ହେ ସଦାପ୍ରଭୋ, ମୋହର ସାହାଯ୍ୟ ପାଇଁ ସତ୍ୱର ହୁଅ।
Jẹ́ kí ó wù ọ́, ìwọ Olúwa, láti gbà mí là; Olúwa, yára láti ràn mí lọ́wọ́.
14 ମୋʼ ପ୍ରାଣନାଶର ଅନ୍ୱେଷଣକାରୀ ଲୋକମାନେ ଏକତ୍ର ଲଜ୍ଜିତ ଓ ହତାଶ ହେଉନ୍ତୁ; ମୋʼ କ୍ଷତିରେ ସନ୍ତୁଷ୍ଟ ଲୋକମାନେ ପଛକୁ ଫେରାଯାଇ ଅପମାନିତ ହେଉନ୍ତୁ।
Gbogbo àwọn wọ̀n-ọn-nì ni kí ojú kí ó tì kí wọn kí ó sì dààmú; àwọn tí ń wá ọkàn mi láti parun jẹ́ kí a lé wọn padà sẹ́yìn kí a sì dójútì wọ́n, àwọn tí ń wá ìpalára mi.
15 ଯେଉଁମାନେ ମୋତେ “ହଁ ହଁ” ବୋଲି କହନ୍ତି, ସେମାନେ ଆପଣା ଲଜ୍ଜା ସକାଶୁ ବିସ୍ମିତ ହେଉନ୍ତୁ।
Jẹ́ kí àwọn tí ó wí fún mi pé, “Háà! Háà!” ó di ẹni à fi ọwọ́ rọ́ sẹ́yìn nítorí ìtìjú wọn.
16 ଯେଉଁମାନେ ତୁମ୍ଭର ଅନ୍ୱେଷଣ କରନ୍ତି, ସେହି ସମସ୍ତେ ତୁମ୍ଭଠାରେ ଉଲ୍ଲସିତ ଓ ଆନନ୍ଦିତ ହେଉନ୍ତୁ; ଯେଉଁମାନେ ତୁମ୍ଭ ପରିତ୍ରାଣକୁ ସ୍ନେହ କରନ୍ତି, ସେମାନେ ନିରନ୍ତର କହନ୍ତୁ, “ସଦାପ୍ରଭୁ ମହିମାନ୍ୱିତ ହେଉନ୍ତୁ।”
Jẹ́ kí gbogbo àwọn tí ń wá ọ kí ó máa yọ̀ kí inú wọn sì máa dùn sí ọ; kí gbogbo àwọn tí ó sì fẹ́ ìgbàlà rẹ kí o máa wí nígbà gbogbo pé, “Gbígbéga ni Olúwa!”
17 ମାତ୍ର ମୁଁ ଦରିଦ୍ର ଓ ଦୀନହୀନ; ତଥାପି ପ୍ରଭୁ ମୋʼ ବିଷୟ ଚିନ୍ତା କରନ୍ତି; ତୁମ୍ଭେ ମୋହର ସହାୟ ଓ ଉଦ୍ଧାରକର୍ତ୍ତା ଅଟ; ହେ ମୋହର ପରମେଶ୍ୱର, ବିଳମ୍ବ କର ନାହିଁ।
Bí ó ṣe ti èmi ni, tálákà àti aláìní ni èmi, ṣùgbọ́n Olúwa ń ṣe ìrántí mi. Ìwọ ni olùrànlọ́wọ́ mi àti ìgbàlà mi; má ṣe jẹ́ kí ó pẹ́, ìwọ Ọlọ́run mi.

< ଗୀତସଂହିତା 40 >