< ଗୀତସଂହିତା 36 >

1 ପ୍ରଧାନ ବାଦ୍ୟକର ନିମନ୍ତେ ସଦାପ୍ରଭୁଙ୍କ ଦାସ ଦାଉଦଙ୍କର ଗୀତ। ଦୁଷ୍ଟର ଅପରାଧ ମୋʼ ହୃଦୟ ମଧ୍ୟରେ କହେ, ପରମେଶ୍ୱର ବିଷୟକ ଭୟ ତାହାର ଚକ୍ଷୁର ଅଗୋଚର।
Fún adarí orin. Ti Dafidi ìránṣẹ́ Olúwa. Ìré-òfin-kọjá ènìyàn búburú jẹ́ kí n mọ̀ nínú ọkàn mi pé, ìbẹ̀rù Ọlọ́run kò sí níwájú wọn.
2 କାରଣ ତାହାର ଅଧର୍ମ ପ୍ରକାଶିତ ଓ ଘୃଣିତ ହେବ ନାହିଁ ବୋଲି ସେ ଆପଣା ଦୃଷ୍ଟିରେ ଆପଣାକୁ ଭୁଲାଏ।
Nítorí pé wọ́n pọ́n ara wọn ní ojú ara wọn títí tí a kò fi le rí ẹ̀ṣẹ̀ wọn láti kórìíra.
3 ତାହାର ମୁଖର ବାକ୍ୟ ଅଧର୍ମ ଓ ପ୍ରବଞ୍ଚନା ମାତ୍ର; ସେ ସୁବିବେଚନା ଓ ସୁକର୍ମ ତ୍ୟାଗ କରିଅଛି।
Ọ̀rọ̀ ẹnu wọn ni ẹ̀ṣẹ̀ òhun ẹ̀tàn; wọ́n ti fi ọgbọ́n àti ṣíṣe rere sílẹ̀.
4 ସେ ଆପଣା ଶଯ୍ୟାରେ ଅଧର୍ମ କଳ୍ପନା କରେ; ସେ ଅମଙ୍ଗଳ ମାର୍ଗରେ ଆପଣାକୁ ପ୍ରବର୍ତ୍ତାଏ; ସେ ମନ୍ଦତା ଘୃଣା କରେ ନାହିଁ।
Wọ́n gbìmọ̀ ìwà ìkà nígbà tí wọ́n wà lórí ibùsùn wọn: wọ́n gba ọ̀nà tí kò dára wọn kò sì kọ ọ̀nà ibi sílẹ̀.
5 ହେ ସଦାପ୍ରଭୋ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ସ୍ୱର୍ଗରେ ଥାଏ; ତୁମ୍ଭର ବିଶ୍ୱସ୍ତତା ଗଗନସ୍ପର୍ଶୀ।
Ìdúró ṣinṣin ìfẹ́ rẹ, ìwọ Olúwa, ó ga dé ọ̀run, òtítọ́ ọ̀ rẹ ga dé àwọsánmọ̀.
6 ତୁମ୍ଭର ଧର୍ମ ପରମେଶ୍ୱରଙ୍କ ପର୍ବତଗଣ ତୁଲ୍ୟ; ତୁମ୍ଭର ଶାସନସବୁ ମହାବାରିଧି ସ୍ୱରୂପ; ହେ ସଦାପ୍ରଭୋ, ତୁମ୍ଭେ ମନୁଷ୍ୟ ଓ ପଶୁକୁ ରକ୍ଷା କରୁଅଛ।
Òdodo rẹ dàbí àwọn òkè Ọlọ́run, àwọn ìdájọ́ rẹ dàbí ibú ńlá; ìwọ gba ẹranko àti ènìyàn là, Olúwa.
7 ହେ ପରମେଶ୍ୱର, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା କିପରି ବହୁମୂଲ୍ୟ! ପୁଣି, ମନୁଷ୍ୟ-ସନ୍ତାନଗଣ ତୁମ୍ଭ ପକ୍ଷଛାୟା ତଳେ ଆଶ୍ରୟ ନିଅନ୍ତି।
Báwo ni ìṣeun ìdúró ṣinṣin ìfẹ́ rẹ ti tó! Ọlọ́run! Kí gbogbo ọmọ ènìyàn le sá sí abẹ́ òjìji ìyẹ́ rẹ.
8 ସେମାନେ ତୁମ୍ଭ ଗୃହର ପୁଷ୍ଟିକର ଦ୍ରବ୍ୟରେ ବହୁଳ ରୂପେ ପରିତୃପ୍ତ ହେବେ; ପୁଣି, ତୁମ୍ଭେ ସେମାନଙ୍କୁ ଆପଣା ଆନନ୍ଦ-ନଦୀର ଜଳ ପାନ କରାଇବ।
Àsè ilé rẹ yóò tẹ́ wọn lọ́rùn gidigidi; ìwọ yóò sì mú wọn mu nínú odò inú dídùn rẹ.
9 କାରଣ ତୁମ୍ଭଠାରେ ଜୀବନର ନିର୍ଝର ଅଛି; ତୁମ୍ଭ ଦୀପ୍ତିରେ ଆମ୍ଭେମାନେ ଦୀପ୍ତି ଦେଖିବା।
Nítorí pé pẹ̀lú rẹ ni orísun ìyè wà: nínú ìmọ́lẹ̀ rẹ ni àwa yóò rí ìmọ́lẹ̀.
10 ଆହେ, ତୁମ୍ଭଙ୍କୁ ଜାଣିବା ଲୋକମାନଙ୍କ ପ୍ରତି ଆପଣା ସ୍ନେହପୂର୍ଣ୍ଣ କରୁଣା ଓ ସରଳାନ୍ତଃକରଣ ଲୋକମାନଙ୍କ ପ୍ରତି ଆପଣା ଧାର୍ମିକତା ଚିରସ୍ଥାୟୀ କର।
Mú ìṣeun ìfẹ́ ẹ̀ rẹ sí àwọn tí ó mọ̀ ọ́n àti ìgbàlà rẹ sí àwọn tí ó ní ìdúró ṣinṣin ọkàn!
11 ଅହଙ୍କାରୀର ଚରଣ ମୋʼ ବିରୁଦ୍ଧରେ ନ ଆସୁ ଓ ଦୁଷ୍ଟର ହସ୍ତ ମୋତେ ଘଉଡ଼ାଇ ନ ଦେଉ।
Má ṣe jẹ́ kí ẹsẹ̀ agbéraga kí ó wá sí orí mi, kí o má sì jẹ́ kí ọwọ́ àwọn ènìyàn búburú sí mi ní ipò.
12 ହେଇ, ଅଧର୍ମାଚାରୀମାନେ ପତିତ ହେଲେ; ସେମାନେ ଅଧଃପତିତ ହେଲେ, ଆଉ ଉଠିବାକୁ ସମର୍ଥ ହେବେ ନାହିଁ।
Níbẹ̀ ni àwọn oníṣẹ́ ẹ̀ṣẹ̀ gbé ṣubú sí: a rẹ̀ wọ́n sílẹ̀, wọn kì yóò le è dìde!

< ଗୀତସଂହିତା 36 >