< ଗୀତସଂହିତା 33 >

1 ହେ ଧାର୍ମିକଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ ଉଲ୍ଲାସ କର; ପ୍ରଶଂସା କରିବା ସରଳ ଲୋକଙ୍କର ଶୋଭନୀୟ।
Ẹ yọ̀ nínú Olúwa, ẹ̀yin olódodo; ìyìn si yẹ fún ẹni dídúró ṣinṣin.
2 ବୀଣାରେ ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ; ଦଶତାର ନେବଲରେ ତାହାଙ୍କର ପ୍ରଶଂସା ଗାନ କର।
Ẹ yin Olúwa pẹ̀lú dùùrù; ẹ máa fi ohun èlò olókùn mẹ́wàá kọrin sí i.
3 ତାହାଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର; ଉଚ୍ଚଧ୍ୱନିରେ ମନୋହର ବାଦ୍ୟକର।
Ẹ kọ orin tuntun sí i; ẹ máa fi ọgbọọgbọ́n lu ohun èlò orin sí i, pẹ̀lú ariwo.
4 କାରଣ ସଦାପ୍ରଭୁଙ୍କ ବାକ୍ୟ ଯଥାର୍ଥ; ଆଉ ତାହାଙ୍କର ସମସ୍ତ କାର୍ଯ୍ୟ ବିଶ୍ୱସ୍ତତାରେ ସାଧିତ।
Nítorí pé ọ̀rọ̀ Olúwa dúró ṣinṣin, gbogbo iṣẹ́ rẹ̀ ni à ń ṣe nínú òtítọ́.
5 ସେ ଧାର୍ମିକତା ଓ ନ୍ୟାୟବିଚାର ଭଲ ପାଆନ୍ତି; ପୃଥିବୀ ସଦାପ୍ରଭୁଙ୍କ ସ୍ନେହପୂର୍ଣ୍ଣ କରୁଣାରେ ପରିପୂର୍ଣ୍ଣ;
Ó fẹ́ òtítọ́ àti ìdájọ́; ilé ayé kún fún ìdúró ṣinṣin àti àánú Olúwa.
6 ଗଗନମଣ୍ଡଳ ସଦାପ୍ରଭୁଙ୍କ ବାକ୍ୟରେ, ଆଉ ତହିଁର ସମସ୍ତ ବାହିନୀ ତାହାଙ୍କ ମୁଖର ନିଶ୍ୱାସରେ ନିର୍ମିତ।
Nípasẹ̀ ọ̀rọ̀ Olúwa ni a ṣe dá àwọn ọ̀run, àti gbogbo àwọn ẹgbẹ́ ogun wọn nípa ìmísí ẹnu rẹ̀.
7 ସେ ସମୁଦ୍ରର ଜଳସମୂହକୁ ରାଶି ତୁଲ୍ୟ ଏକତ୍ର କରନ୍ତି; ସେ ବାରିଧିସମୂହକୁ ଭଣ୍ଡାରରେ ସଞ୍ଚୟ କରନ୍ତି।
Ó kó àwọn omi òkun jọ gẹ́gẹ́ bí èyí tí ó wà nínú ìgò; ó sì fi ibú ṣe ilé ìṣúra gbogbo.
8 ସମୁଦାୟ ପୃଥିବୀ ସଦାପ୍ରଭୁଙ୍କୁ ଭୟ କରୁ; ଜଗନ୍ନିବାସୀ ସମସ୍ତେ ତାହାଙ୍କ ବିଷୟରେ ଭୀତ ହେଉନ୍ତୁ।
Jẹ́ kí gbogbo ayé kí ó bẹ̀rù Olúwa: jẹ́ kí gbogbo àwọn olùgbé ayé kí ó wà nínú ìbẹ̀rù rẹ̀.
9 ସେ କହିବା ମାତ୍ରେ ସୃଷ୍ଟି ହେଲା, ସେ ଆଜ୍ଞା କରିବା ମାତ୍ରେ ସ୍ଥିତି ହେଲା।
Nítorí tí ó sọ̀rọ̀, ó sì ti rí bẹ́ẹ̀; ó pàṣẹ ó sì dúró ṣinṣin.
10 ସଦାପ୍ରଭୁ ଗୋଷ୍ଠୀୟମାନଙ୍କର ମନ୍ତ୍ରଣା ବ୍ୟର୍ଥ କରନ୍ତି; ସେ ଜନବୃନ୍ଦର ସଂକଳ୍ପସବୁ ବିଫଳ କରନ୍ତି।
Olúwa ti mú ìmọ̀ràn àwọn orílẹ̀-èdè wá sí asán; ó sì mú àrékérekè àwọn ènìyàn di ṣíṣákì í.
11 ସଦାପ୍ରଭୁଙ୍କ ମନ୍ତ୍ରଣା ଅନନ୍ତକାଳସ୍ଥାୟୀ; ତାହାଙ୍କ ଚିତ୍ତର ସଂକଳ୍ପସବୁ ପୁରୁଷାନୁକ୍ରମେ ଥାଏ।
Ìgbìmọ̀ Olúwa dúró títí ayérayé, àní ìrò inú rẹ̀ láti ìrandíran ni.
12 ସଦାପ୍ରଭୁ ଯେଉଁ ଗୋଷ୍ଠୀର ପରମେଶ୍ୱର, ସେ ଧନ୍ୟ; ସେ ଯେଉଁ ଲୋକମାନଙ୍କୁ ଆପଣା ଅଧିକାରାର୍ଥେ ମନୋନୀତ କରିଅଛନ୍ତି, ସେମାନେ ଧନ୍ୟ।
Ìbùkún ni fún orílẹ̀-èdè náà, Ọlọ́run ẹni tí Olúwa jẹ́ tirẹ̀, àti àwọn ènìyàn náà tí ó ti yàn ṣe ìní rẹ̀.
13 ସଦାପ୍ରଭୁ ସ୍ୱର୍ଗରୁ ଦୃଷ୍ଟିପାତ କରନ୍ତି; ସେ ସମସ୍ତ ଲୋକମାନଙ୍କୁ ନିରୀକ୍ଷଣ କରନ୍ତି;
Olúwa wò láti ọ̀run wá; Ó sì rí gbogbo ìran ènìyàn.
14 ସେ ଆପଣା ନିବାସ-ସ୍ଥାନରୁ ପୃଥିବୀନିବାସୀ ସମସ୍ତଙ୍କ ଉପରେ ଦୃଷ୍ଟିପାତ କରନ୍ତି;
Níbi tí ó ti jókòó lórí ìtẹ́ Ó wo gbogbo àwọn olùgbé ayé
15 ସେ ସମସ୍ତଙ୍କର ହୃଦୟ ଗଢ଼ନ୍ତି, ସେ ସେମାନଙ୍କର କର୍ମସବୁ ନିରୀକ୍ଷଣ କରନ୍ତି।
ẹni tí ó ṣe àyà wọn bákan náà, ó sì kíyèsi ìṣe wọn.
16 କୌଣସି ରାଜା ଅପାର ସୈନ୍ୟ ଦ୍ୱାରା ଉଦ୍ଧାର ପାଏ ନାହିଁ; କୌଣସି ବୀର ମହାଶକ୍ତି ଦ୍ୱାରା ଉଦ୍ଧାର ପାଏ ନାହିଁ।
A kò gba ọba kan là nípasẹ̀ ọ̀pọ̀lọpọ̀ àwọn ọmọ-ogun; kò sì sí jagunjagun tí a gbà sílẹ̀ nípa agbára ńlá rẹ̀.
17 ରକ୍ଷାର୍ଥେ ଅଶ୍ୱ ମିଥ୍ୟା; କିଅବା ସେ ଆପଣା ମହାବଳ ଦ୍ୱାରା କାହାକୁ ରକ୍ଷା କରି ପାରିବ ନାହିଁ।
Ohun asán ni ẹṣin fún ìṣẹ́gun; bẹ́ẹ̀ ni kì yóò fi agbára ńlá rẹ̀ gbani sílẹ̀.
18 ଦେଖ, ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି, ତାହାଙ୍କ ଦୟାରେ ଭରସା ରଖନ୍ତି,
Wò ó, ojú Olúwa wà lára àwọn tí ó bẹ̀rù rẹ̀, àti lára àwọn tí ó ní ìrètí nínú ìfẹ́ rẹ̀ tí ó dúró ṣinṣin.
19 ସେମାନଙ୍କ ପ୍ରାଣ ମୃତ୍ୟୁୁରୁ ରକ୍ଷା କରିବା ପାଇଁ ଓ ଦୁର୍ଭିକ୍ଷ ସମୟରେ ସେମାନଙ୍କୁ ବଞ୍ଚାଇବା ପାଇଁ ସେମାନଙ୍କ ଉପରେ ତାହାଙ୍କର ଦୃଷ୍ଟି ଥାଏ।
Láti gba ọkàn wọn kúrò lọ́wọ́ ikú àti láti pa wọ́n mọ́ láààyè lọ́wọ́ ìyàn.
20 ଆମ୍ଭମାନଙ୍କ ପ୍ରାଣ ସଦାପ୍ରଭୁଙ୍କ ଅପେକ୍ଷାରେ ରହିଅଛି; ସେ ଆମ୍ଭମାନଙ୍କର ସହାୟ ଓ ଆମ୍ଭମାନଙ୍କର ଢାଲ।
Ọkàn wa dúró de Olúwa; òun ni ìrànlọ́wọ́ wa àti asà wa.
21 ଆମ୍ଭମାନଙ୍କ ଅନ୍ତଃକରଣ ତାହାଙ୍କଠାରେ ଆନନ୍ଦ କରିବ, କାରଣ ଆମ୍ଭେମାନେ ତାହାଙ୍କ ପବିତ୍ର ନାମରେ ବିଶ୍ୱାସ କରିଅଛୁ।
Ọkàn wa yọ̀ nínú rẹ̀, nítorí pé, àwa gbẹ́kẹ̀lé orúkọ rẹ mímọ́.
22 ହେ ସଦାପ୍ରଭୋ, ତୁମ୍ଭଠାରେ ଆମ୍ଭେମାନେ ଭରସା କରିଥିବା ପ୍ରମାଣେ ଆମ୍ଭମାନଙ୍କ ପ୍ରତି ତୁମ୍ଭର ଦୟା ବର୍ତ୍ତୁ।
Kí àánú rẹ, Olúwa, kí ó wà lára wa, àní gẹ́gẹ́ bí àwa ti ń ṣe ìrètí nínú rẹ.

< ଗୀତସଂହିତା 33 >