< ଗୀତସଂହିତା 29 >
1 ଦାଉଦଙ୍କର ଗୀତ। ହେ ବିକ୍ରମୀ-ସନ୍ତାନଗଣ, ସଦାପ୍ରଭୁଙ୍କର କୀର୍ତ୍ତନ କର, ସଦାପ୍ରଭୁଙ୍କର ଗୌରବ ଓ ପରାକ୍ରମ କୀର୍ତ୍ତନ କର।
Saamu ti Dafidi. Ẹ fi fún Olúwa, ẹ̀yin ẹ̀dá ọ̀run, ẹ fi fún Olúwa, ògo àti alágbára.
2 ସଦାପ୍ରଭୁଙ୍କ ନାମର ଗୌରବ କୀର୍ତ୍ତନ କର; ପବିତ୍ରତାର ସୌନ୍ଦର୍ଯ୍ୟରେ ସଦାପ୍ରଭୁଙ୍କୁ ପ୍ରଣାମ କର।
Fi fún Olúwa, àní ògo orúkọ rẹ̀; sin Olúwa nínú ẹwà ìwà mímọ́.
3 ଜଳରାଶି ଉପରେ ସଦାପ୍ରଭୁଙ୍କର ରବ ଅଛି; ଗୌରବମୟ ପରମେଶ୍ୱର ବଜ୍ରନାଦ କରନ୍ତି, ସଦାପ୍ରଭୁ ଅପାର ଜଳରାଶି ଉପରେ ବିଦ୍ୟମାନ।
Ohùn Olúwa n ré àwọn omi kọjá; Ọlọ́run ògo sán àrá, Olúwa san ara.
4 ସଦାପ୍ରଭୁଙ୍କ ରବ ଶକ୍ତିବିଶିଷ୍ଟ; ସଦାପ୍ରଭୁଙ୍କ ରବ ପ୍ରତାପପୂର୍ଣ୍ଣ।
Ohùn Olúwa ní agbára; ohùn Olúwa kún fún ọláńlá.
5 ସଦାପ୍ରଭୁଙ୍କ ରବ ଏରସ ବୃକ୍ଷମାନ ଭାଙ୍ଗି ପକାଏ; ହଁ, ସଦାପ୍ରଭୁ ଲିବାନୋନର ଏରସ ବୃକ୍ଷସବୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାନ୍ତି।
Ohùn Olúwa fa igi kedari; Olúwa náà ló fọ́ igi kedari Lebanoni ya.
6 ମଧ୍ୟ ସେ ସେମାନଙ୍କୁ ଗୋବତ୍ସ ପରି; ଲିବାନୋନ ଓ ସିରିୟୋନକୁ ଅରଣା ଛୁଆ ପରି ନଚାନ୍ତି।
Ó mú Lebanoni fo bí i ọmọ màlúù, àti Sirioni bí ọmọ àgbáǹréré.
7 ସଦାପ୍ରଭୁଙ୍କ ରବ ଅଗ୍ନିଶିଖା ବିଭକ୍ତ କରେ।
Ohùn Olúwa ń ya bí ọwọ́ iná mọ̀nà.
8 ସଦାପ୍ରଭୁଙ୍କ ରବ ପ୍ରାନ୍ତରକୁ କମ୍ପିତ କରେ; ସଦାପ୍ରଭୁ କାଦେଶର ପ୍ରାନ୍ତରକୁ କମ୍ପିତ କରନ୍ତି।
Ohùn Olúwa ń mi aginjù. Olúwa mi aginjù Kadeṣi.
9 ସଦାପ୍ରଭୁଙ୍କ ରବ ହରିଣୀମାନଙ୍କୁ ପ୍ରସବ କରାଏ ଓ ବନସମୂହକୁ ବିବସ୍ତ୍ର କରେ; ପୁଣି, ତାହାଙ୍କ ମନ୍ଦିରରେ ସମସ୍ତ ବିଷୟ “ଗୌରବ, ଗୌରବ” ବୋଲି କହନ୍ତି।
Ohùn Olúwa ní ó lọ igi óákù, ó n mú abo àgbọ̀nrín bí, ó sì bọ́ igi igbó sí ìhòhò. Àti nínú tẹmpili rẹ̀ gbogbo ohùn wí pé, “Ògo!”
10 ସଦାପ୍ରଭୁ ଜଳପ୍ଲାବନରେ ରାଜା ତୁଲ୍ୟ ଉପବିଷ୍ଟ ହେଲେ; ହଁ, ସଦାପ୍ରଭୁ ଅନନ୍ତକାଳ ରାଜା ତୁଲ୍ୟ ଉପବିଷ୍ଟ ଅଟନ୍ତି।
Olúwa jókòó, Ó sì jẹ ọba lórí ìṣàn omi; Olúwa jókòó lórí ìtẹ́ gẹ́gẹ́ bí Ọba títí láéláé.
11 ସଦାପ୍ରଭୁ ଆପଣା ଲୋକମାନଙ୍କୁ ବଳ ଦେବେ; ସଦାପ୍ରଭୁ ଆପଣା ଲୋକମାନଙ୍କୁ ଶାନ୍ତି ଦେଇ ଆଶୀର୍ବାଦ କରିବେ।
Kí Olúwa fi agbára fún àwọn ènìyàn rẹ̀; bùkún àwọn ènìyàn rẹ̀ pẹ̀lú àlàáfíà.