< ଗୀତସଂହିତା 25 >
1 ଦାଉଦଙ୍କର ଗୀତ। ହେ ସଦାପ୍ରଭୋ, ମୁଁ ତୁମ୍ଭ ପ୍ରତି ଆପଣା ମନ ଉଠାଏ।
Ti Dafidi. Olúwa, ìwọ ni mo gbé ọkàn mi sókè sí.
2 ହେ ମୋହର ପରମେଶ୍ୱର, ମୁଁ ତୁମ୍ଭଠାରେ ଶରଣ ନିଏ, ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ; ମୋହର ଶତ୍ରୁମାନେ ମୋʼ ଉପରେ ଉଲ୍ଲାସ ନ କରନ୍ତୁ।
Ọlọ́run, èmi gbẹ́kẹ̀lé ọ; má ṣe jẹ́ kí ojú ó tì mí má ṣe jẹ́ kí àwọn ọ̀tá mi ó yọ̀ mí.
3 ହଁ, ଯେଉଁମାନେ ତୁମ୍ଭର ଅନୁସରଣ କରନ୍ତି, ସେମାନଙ୍କର କେହି ଲଜ୍ଜିତ ହେବେ ନାହିଁ; ଯେଉଁମାନେ ଅକାରଣରେ ବିଶ୍ୱାସଘାତକତା କରନ୍ତି, ସେମାନେ ଲଜ୍ଜିତ ହେବେ।
Ẹni tí ó dúró tì ọ́ ojú kì yóò tì í, àwọn tí ń ṣẹ̀ láìnídìí ni kí ojú kí ó tì.
4 ହେ ସଦାପ୍ରଭୋ, ତୁମ୍ଭର ପଥସବୁ ମୋତେ ଦେଖାଅ; ତୁମ୍ଭର ମାର୍ଗସବୁ ମୋତେ ଶିଖାଅ।
Fi ọ̀nà rẹ hàn mí, Olúwa, kọ mi ní ipa tìrẹ;
5 ତୁମ୍ଭ ସତ୍ୟତାରେ ମୋତେ କଢ଼ାଇ ନିଅ ଓ ମୋତେ ଶିକ୍ଷା ଦିଅ; କାରଣ ତୁମ୍ଭେ ମୋʼ ପରିତ୍ରାଣର ପରମେଶ୍ୱର ଅଟ; ମୁଁ ସାରାଦିନ ତୁମ୍ଭର ଅନୁସରଣ କରେ।
ṣe amọ̀nà mi nínú òtítọ́ ọ̀ rẹ, kí o sì kọ́ mi, nítorí ìwọ ni Ọlọ́run ìgbàlà mi; ìwọ ni mo dúró tì ní gbogbo ọjọ́.
6 ହେ ସଦାପ୍ରଭୋ, ତୁମ୍ଭର ଦୟା ଓ ସ୍ନେହପୂର୍ଣ୍ଣ କରୁଣା ସ୍ମରଣ କର। କାରଣ ତାହା ଅନାଦିକାଳୀନ।
Rántí, Olúwa àánú àti ìfẹ́ ẹ̀ rẹ̀ ńlá, torí pé wọ́n ti wà ní ìgbà àtijọ́.
7 ମୋʼ ଯୌବନ କାଳର ପାପ ଓ ଅଧର୍ମସବୁ ସ୍ମରଣ କର ନାହିଁ; ହେ ସଦାପ୍ରଭୋ, ତୁମ୍ଭେ ଆପଣାର ମଙ୍ଗଳଭାବ ସକାଶୁ ନିଜ ସ୍ନେହପୂର୍ଣ୍ଣ କରୁଣାନୁସାରେ ମୋତେ ସ୍ମରଣ କର।
Má ṣe rántí àwọn ẹ̀ṣẹ̀ ìgbà èwe mi tàbí ìrékọjá mi; gẹ́gẹ́ bí i ìfẹ́ ẹ rẹ̀ rántí mi nítorí tí ìwọ dára, Ìwọ! Olúwa.
8 ସଦାପ୍ରଭୁ ମଙ୍ଗଳମୟ ଓ ସରଳ ଅଟନ୍ତି; ଏହେତୁ ସେ ପାପୀମାନଙ୍କୁ ପଥ ବିଷୟରେ ଶିକ୍ଷା ଦେବେ।
Rere àti ẹni ìdúró ṣinṣin ní Olúwa: nítorí náà, ó kọ́ àwọn ẹlẹ́ṣẹ̀ ni ọ̀nà náà.
9 ସେ ନମ୍ର ଲୋକକୁ ବିଚାର ମାର୍ଗରେ କଢ଼ାଇ ନେବେ ଓ ନମ୍ର ଲୋକକୁ ଆପଣା ପଥ ଶିଖାଇବେ।
Ó ṣe amọ̀nà àwọn onírẹ̀lẹ̀ ni ohun tí ó dára, ó sì kọ́ àwọn onírẹ̀lẹ̀ ní ọ̀nà rẹ̀.
10 ଯେଉଁମାନେ ତାହାଙ୍କ ନିୟମ ଓ ପ୍ରମାଣ-ବାକ୍ୟ ପାଳନ କରନ୍ତି, ସେମାନଙ୍କ ପ୍ରତି ସଦାପ୍ରଭୁଙ୍କର ସମସ୍ତ ପଥ ସ୍ନେହପୂର୍ଣ୍ଣ କରୁଣା ଓ ସତ୍ୟତାବିଶିଷ୍ଟ।
Gbogbo ipa ọ̀nà Olúwa ni ìfẹ́ àti òdodo tí ó dúró ṣinṣin, fún àwọn tí ó pa májẹ̀mú àti ẹ̀rí rẹ̀ mọ́.
11 ହେ ସଦାପ୍ରଭୋ, ଆପଣା ନାମ ସକାଶୁ ମୋହର ଅପରାଧ କ୍ଷମା କର, କାରଣ ତାହା ବଡ଼।
Nítorí orúkọ rẹ, Olúwa, dárí ẹ̀bi ẹ̀ṣẹ̀ mi jì mí, nítorí tí ó tóbi.
12 ସଦାପ୍ରଭୁଙ୍କୁ ଭୟ କରିବା ଲୋକ କିଏ? ସେ ତାହାକୁ ତାହାର ଇଷ୍ଟ ପଥରେ ଶିକ୍ଷା ଦେବେ।
Àwọn wo ni ó bẹ̀rù Olúwa? Yóò kọ́ wọn ní ọ̀nà èyí tí wọn yóò yàn.
13 ତାହାର ପ୍ରାଣ କୁଶଳରେ ବାସ କରିବ ଓ ତାହାର ବଂଶ ଦେଶ ଅଧିକାର କରିବେ।
Wọn yóò lo ọjọ́ wọn nínú àlàáfíà, àwọn ọmọ wọn yóò sì gba ilẹ̀ náà.
14 ସଦାପ୍ରଭୁଙ୍କ ଗୁପ୍ତ ବିଷୟ ତାହାଙ୍କ ଭୟକାରୀମାନଙ୍କଠାରେ ଥାଏ; ଆଉ, ସେ ସେମାନଙ୍କ ପ୍ରତି ଆପଣା ନିୟମ ପ୍ରକାଶ କରିବେ।
Olúwa fi ọkàn tán, àwọn tí o bẹ̀rù u rẹ̀; ó sọ májẹ̀mú rẹ̀ di mí mọ̀ fún wọn.
15 ସଦାବେଳେ ସଦାପ୍ରଭୁଙ୍କ ଆଡ଼େ ମୋହର ଦୃଷ୍ଟି ଥାଏ; କାରଣ ସେ ଜାଲରୁ ମୋହର ଚରଣ ଉଦ୍ଧାର କରିବେ।
Ojú mi gbé sókè sọ́dọ̀ Olúwa, nítorí pé yóò yọ ẹsẹ̀ mi kúrò nínú àwọ̀n náà.
16 ମୋʼ ପ୍ରତି ଫେର ଓ ମୋʼ ପ୍ରତି ଦୟା କର; କାରଣ ମୁଁ ଅସହାୟ ଓ ଦୁଃଖଗ୍ରସ୍ତ ଅଟେ।
Yípadà sí mi, kí o sì ṣe oore fún mi; nítorí pé mo nìkan wà, mo sì di olùpọ́njú.
17 ମୋʼ ଅନ୍ତଃକରଣର ଯନ୍ତ୍ରଣା ବଢ଼ିଅଛି; ତୁମ୍ଭେ ସମସ୍ତ କଷ୍ଟରୁ ମୋତେ ଉଦ୍ଧାର କର।
Tì mí lẹ́yìn kúrò nínú ìpọ́njú àyà mi; kí o sì fà mí yọ kúrò nínú ìpọ́njú mi.
18 ମୋହର କ୍ଳେଶ ଓ ଦୁଃଖ ପ୍ରତି ଦୃଷ୍ଟିପାତ କର; ପୁଣି, ମୋହର ପାପସବୁ କ୍ଷମା କର।
Kíyèsi ìjìyà àti wàhálà mi, kí o sì dárí gbogbo ẹ̀ṣẹ̀ mi jì.
19 ମୋହର ଶତ୍ରୁମାନଙ୍କ ପ୍ରତି ଦୃଷ୍ଟିପାତ କର, କାରଣ ସେମାନେ ଅନେକ; ସେମାନେ ଦାରୁଣ ଘୃଣା ଭାବରେ ମୋତେ ଘୃଣା କରନ୍ତି।
Kíyèsi ọ̀pọ̀lọpọ̀ àwọn ọ̀tá mi, tí wọn kórìíra mi pẹ̀lú ìwà ìkà wọn.
20 ମୋʼ ପ୍ରାଣକୁ ରକ୍ଷା କର ଓ ମୋତେ ଉଦ୍ଧାର କର; ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ, କାରଣ ମୁଁ ତୁମ୍ଭଠାରେ ଶରଣ ନେଇଅଛି।
Pa ọkàn mi mọ́, kí o sì gbà mí sílẹ̀; má ṣe jẹ́ kí a fi mí sínú ìtìjú, nítorí pé ìwọ ni ibi ìsádi mi.
21 ସିଦ୍ଧତା ଓ ସରଳତା ମୋତେ ରକ୍ଷା କରୁ, କାରଣ ମୁଁ ତୁମ୍ଭର ଅନୁସରଣ କରେ।
Jẹ́ kí òtítọ́ inú àti ìdúró ṣinṣin kí ó pa mí mọ́; nítorí pé mo dúró tì ọ́.
22 ହେ ପରମେଶ୍ୱର, ଇସ୍ରାଏଲକୁ ତାହାର ସମସ୍ତ ତାହାର ସମସ୍ତ ସଙ୍କଟରୁ ମୁକ୍ତ କର।
Ra Israẹli padà, Ìwọ Ọlọ́run, nínú gbogbo ìṣòro rẹ̀!