< ଗୀତସଂହିତା 19 >

1 ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ଆକାଶମଣ୍ଡଳ ପରମେଶ୍ୱରଙ୍କ ଗୌରବ ବର୍ଣ୍ଣନା କରେ; ଶୂନ୍ୟମଣ୍ଡଳ ତାହାଙ୍କ ହସ୍ତକୃତ କର୍ମ ପ୍ରକାଶ କରେ।
Fún adarí orin. Saamu ti Dafidi. Àwọn ọ̀run ń sọ nípa ti ògo Ọlọ́run; àwọsánmọ̀ ń sọ nípa ti iṣẹ́ ọwọ́ rẹ̀.
2 ଦିବସ ଦିବସ ପ୍ରତି ବାକ୍ୟ ଉଚ୍ଚାରଣ କରେ ଓ ରାତ୍ରି ରାତ୍ରି ପ୍ରତି ଜ୍ଞାନ ପ୍ରକାଶ କରେ।
Wọ́n ń fọhùn ní ọjọ́ dé ọjọ́; wọ́n ń fi ìmọ̀ hàn ní alẹ́ dé alẹ́.
3 କୌଣସି ବାକ୍ୟ କି ଭାଷା ନ ଥାଏ; ସେମାନଙ୍କ ରବ ଶୁଣାଯାଇ ନ ପାରେ।
Kò sí ohùn tàbí èdè níbi tí a kò gbé gbọ́ ìró wọn.
4 ତଥାପି ସେମାନଙ୍କର ରଜ୍ଜୁ ସମୁଦାୟ ପୃଥିବୀରେ ଓ ସେମାନଙ୍କର ବାକ୍ୟ ଜଗତର ସୀମା ପର୍ଯ୍ୟନ୍ତ ବ୍ୟାପ୍ତ। ସେମାନଙ୍କ ମଧ୍ୟରେ ସେ ସୂର୍ଯ୍ୟ ନିମନ୍ତେ ଏକ ଆବାସ ସ୍ଥାପନ କରିଅଛନ୍ତି,
Ohùn wọn jáde lọ sí gbogbo orílẹ̀ ayé, ọ̀rọ̀ wọn títí dé òpin ilẹ̀ ayé. Ó ti kọ́ àgọ́ fún oòrùn nínú àwọn ọ̀run.
5 ସେ ଆପଣା ଅନ୍ତଃପୁରରୁ ବାହାରି ଆସିବା ବର ତୁଲ୍ୟ ଓ ସେ ଆପଣା ପଥରେ ଦୌଡ଼ିବା ପାଇଁ ବୀର ତୁଲ୍ୟ ଆନନ୍ଦ କରେ।
Tí ó dàbí ọkọ ìyàwó tí ó ń jáde ti yàrá rẹ̀ wá, òun yọ bí alágbára ọkùnrin tí ó ń sáré ìje.
6 ଆକାଶମଣ୍ଡଳର ପ୍ରାନ୍ତରୁ ତାହାର ଉଦୟ ଓ ତହିଁର ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ତାହାର ଭ୍ରମଣ ହୁଅଇ; ପୁଣି, ତାହାର ଉତ୍ତାପରୁ କୌଣସି ବସ୍ତୁ ଗୁପ୍ତ ନ ଥାଏ।
Ìjáde lọ rẹ̀ ni láti òpin ọ̀run wá àti àyíká rẹ̀ sì dé ìpínlẹ̀ rẹ̀; kò sì sí ohun tí ó pamọ́ kúrò nínú oore rẹ̀.
7 ସଦାପ୍ରଭୁଙ୍କ ବ୍ୟବସ୍ଥା ସିଦ୍ଧ, ପ୍ରାଣର ସ୍ୱାସ୍ଥ୍ୟଜନକ; ସଦାପ୍ରଭୁଙ୍କ ପ୍ରମାଣ-ବାକ୍ୟ ଅଟଳ, ଅଳ୍ପ ବୁଦ୍ଧିର ଜ୍ଞାନଦାୟକ
Pípé ni òfin Olúwa, ó ń yí ọkàn padà. Ẹ̀rí Olúwa dánilójú, ó sọ òpè di ọlọ́gbọ́n.
8 ସଦାପ୍ରଭୁଙ୍କର ବିଧିସବୁ ଯଥାର୍ଥ, ଚିତ୍ତର ଆନନ୍ଦଜନକ; ସଦାପ୍ରଭୁଙ୍କର ଆଜ୍ଞା ନିର୍ମଳ, ଚକ୍ଷୁର ଦୀପ୍ତିଦାୟକ।
Ìlànà Olúwa tọ̀nà, ó ń fi ayọ̀ fún ọkàn. Àṣẹ Olúwa ni mímọ́, ó ń fi ìmọ́lẹ̀ fún ojú.
9 ସଦାପ୍ରଭୁଙ୍କ ଭୟ ଶୁଚି, ସଦାକାଳସ୍ଥାୟୀ। ସଦାପ୍ରଭୁଙ୍କ ଶାସନସକଳ ସତ୍ୟ ଓ ସର୍ବତୋଭାବେ ନ୍ୟାଯ୍ୟ।
Ìbẹ̀rù Olúwa mọ́, ó ń faradà títí láéláé. Ìdájọ́ Olúwa dájú òdodo ni gbogbo wọn.
10 ତାହାସବୁ ସୁବର୍ଣ୍ଣ ଓ ପ୍ରଚୁର ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ବାଞ୍ଛନୀୟ; ଆଉ, ମଧୁ ଓ ମଧୁଚାକଠାରୁ ସୁମିଷ୍ଟ।
Wọn ṣọ̀wọ́n ju wúrà lọ, ju wúrà tí o dára jùlọ, wọ́n dùn ju oyin lọ, àti ju afárá oyin lọ.
11 ଆହୁରି, ତଦ୍ଦ୍ୱାରା ତୁମ୍ଭ ଦାସ ଚେତନା ପାଏ; ତହିଁର ପ୍ରତିପାଳନରେ ମହାଫଳ ଥାଏ।
Nípa wọn ni a ti ṣí ìránṣẹ́ rẹ̀ létí; nípa pípa wọ́n mọ́, èrè púpọ̀ ń bẹ.
12 ଆପଣା ଭ୍ରାନ୍ତିସବୁ କିଏ ବୁଝିପାରେ? ତୁମ୍ଭେ ଗୁପ୍ତଦୋଷରୁ ମୋତେ ପରିଷ୍କାର କର।
Ta ni ó lè mọ àṣìṣe rẹ̀? Dáríjì mí nínú àṣìṣe mi tí ó pamọ́.
13 ଦୁଃସାହସଜନିତ ସବୁ ପାପରୁ ହିଁ ଆପଣା ଦାସକୁ ଅଟକାଇ ରଖ; ତାହାସବୁ ମୋʼ ଉପରେ କର୍ତ୍ତୃତ୍ୱ ନ କରୁ; ତହିଁରେ ମୁଁ ସିଦ୍ଧ ହେବି, ପୁଣି, ମହାପରାଧରୁ ପରିଷ୍କୃତ ହେବି।
Wẹ ìránṣẹ́ rẹ mọ́ kúrò nínú ẹ̀ṣẹ̀ àmọ̀ọ́n-mọ̀-dá; má ṣe jẹ kí wọn kí ó jẹ ọba lórí mi. Nígbà náà ní èmi yóò dúró ṣinṣin, èmi yóò sì ṣe aláìlẹ́bi kúrò nínú ẹ̀ṣẹ̀ ńlá.
14 ହେ ସଦାପ୍ରଭୋ, ମୋହର ଶୈଳ ଓ ମୋହର ମୁକ୍ତିକର୍ତ୍ତା, ତୁମ୍ଭ ଦୃଷ୍ଟିରେ ମୋʼ ମୁଖର ବାକ୍ୟ ଓ ମୋʼ ଅନ୍ତଃକରଣର ଧ୍ୟାନ ସୁଗ୍ରାହ୍ୟ ହେଉ।
Jẹ́ kí ọ̀rọ̀ ẹnu mi àti àṣàrò ọkàn mi kí ó jẹ́ ìtẹ́wọ́gbà ní ojú rẹ, Ìwọ Olúwa àpáta mi, àti Olùdáǹdè mi.

< ଗୀତସଂହିତା 19 >