< ଗୀତସଂହିତା 17 >
1 ଦାଉଦଙ୍କର ପ୍ରାର୍ଥନା। ହେ ସଦାପ୍ରଭୋ, ନ୍ୟାୟବାଦ ଶୁଣ, ମୋʼ କାକୂକ୍ତିରେ ମନୋଯୋଗ କର; ନିଷ୍କପଟ ଓଷ୍ଠରୁ ନିର୍ଗତ ମୋʼ ପ୍ରାର୍ଥନାରେ କର୍ଣ୍ଣପାତ କର।
Àdúrà ti Dafidi. Gbọ́, Olúwa, ẹ̀bẹ̀ òtítọ́ mi; fi etí sí igbe mi. Tẹ́tí sí àdúrà mi tí kò ti ètè ẹ̀tàn jáde.
2 ତୁମ୍ଭ ଛାମୁରୁ ମୋʼ ବିଚାରର ନିଷ୍ପତ୍ତି ଆସୁ; ତୁମ୍ଭର ଚକ୍ଷୁ ନ୍ୟାଯ୍ୟ ବିଷୟ ନିରୀକ୍ଷଣ କରୁ।
Kí ìdáláre mi wá láti ọ̀dọ̀ rẹ; kí ojú rẹ kí ó rí ohun tí ó tọ́.
3 ତୁମ୍ଭେ ମୋହର ଅନ୍ତଃକରଣ ପରୀକ୍ଷା କରିଅଛ; ତୁମ୍ଭେ ରାତ୍ରିକାଳରେ ମୋର ତତ୍ତ୍ୱାନୁସନ୍ଧାନ କରିଅଛ; ତୁମ୍ଭେ ମୋତେ ପରଖ କରି କିଛି ପାଇ ନାହଁ; ମୋହର ମୁଖ ଅପରାଧ ନ କରିବ ବୋଲି ମୁଁ ସ୍ଥିର କରିଅଛି।
Ìwọ ti dán àyà mi wò, ìwọ sì bẹ̀ mí wò ní òru, o sì ti wádìí mi, ìwọ kì yóò rí ohunkóhun èmi ti pinnu pé, ẹnu mi kì yóò ṣẹ̀.
4 ମନୁଷ୍ୟର କାର୍ଯ୍ୟ ବୁଝି ମୁଁ ତୁମ୍ଭ ଓଷ୍ଠାଧରର ବାକ୍ୟ ଦ୍ୱାରା ଦୁର୍ଜ୍ଜନର ପଥରୁ ଆପଣାକୁ ରକ୍ଷା କରିଅଛି।
Bí ó ṣe ti iṣẹ́ ènìyàn nípa ọ̀rọ̀ ẹnu rẹ, èmi ti pa ara mi mọ́ kúrò ní ọ̀nà àwọn ìkà.
5 ମୋହର ପାଦ ତୁମ୍ଭର ମାର୍ଗ ଦୃଢ଼ କରି ଧରିଅଛି, ମୋହର ଚରଣ ଖସି ଯାଇ ନାହିଁ।
Ìrìn mí ti jẹ mọ́ ọ̀nà rẹ; ẹsẹ̀ mi kì yóò yọ̀.
6 ମୁଁ ତୁମ୍ଭଙ୍କୁ ଡାକିଅଛି, କାରଣ ହେ ପରମେଶ୍ୱର, ତୁମ୍ଭେ ମୋତେ ଉତ୍ତର ଦେବ; ମୋʼ ପ୍ରତି କର୍ଣ୍ଣ ଡେର ଓ ମୋʼ ର କଥା ଶୁଣ।
Èmi ké pè ọ́, Ọlọ́run, nítorí tí ìwọ yóò dá mi lóhùn dẹ etí rẹ sí mi kí o sì gbọ́ àdúrà mi.
7 ଆହେ ସ୍ୱଶରଣାଗତମାନଙ୍କୁ ସେମାନଙ୍କ ବିରୁଦ୍ଧରେ ଉତ୍ଥିତ ଲୋକଗଣଠାରୁ ସ୍ୱଦକ୍ଷିଣ ହସ୍ତରେ ତ୍ରାଣକାରକ, ତୁମ୍ଭେ ଆପଣା ଆଶ୍ଚର୍ଯ୍ୟ ସ୍ନେହପୂର୍ଣ୍ଣ କରୁଣା ପ୍ରକାଶ କର।
Fi ìṣeun ìyanu ìfẹ́ ńlá rẹ hàn ìwọ tí ó fi ọwọ́ ọ̀tún rẹ gba àwọn tí ó gbẹ́kẹ̀lé ọ là lọ́wọ́ àwọn ọ̀tá tí ó dìde sí wọn.
8 ମୋହର ଲୁଟକାରୀ ଦୁଷ୍ଟଗଣଠାରୁ, ମୋହର ଚତୁର୍ଦ୍ଦିଗରେ ବେଷ୍ଟିତ ମୋହର ପ୍ରାଣନାଶକ ଶତ୍ରୁଗଣଠାରୁ,
Pa mí mọ́ bí ẹyin ojú rẹ; fi mí pamọ́ sí abẹ́ òjìji ìyẹ́ apá rẹ,
9 ଚକ୍ଷୁର ତାରା ପରି ମୋତେ ରଖ, ଆପଣା ପକ୍ଷର ଛାୟା ତଳେ ମୋତେ ଲୁଚାଅ।
lọ́wọ́ àwọn ènìyàn búburú tí ń fóròó mi, kúrò ní ọwọ́ àwọn ọ̀tá apani tí ó yí mi ká.
10 ସେମାନେ ଆପଣା ମେଦରେ ଆଚ୍ଛନ୍ନ ଅଟନ୍ତି; ସେମାନେ ମୁଖରେ ଅହଙ୍କାର କଥା କହନ୍ତି।
Wọ́n pa ọkàn aláìláàánú wọn mọ́, wọ́n sì fi ẹnu wọn sọ̀rọ̀ ìgbéraga.
11 ଏବେ ସେମାନେ ଆମ୍ଭମାନଙ୍କ ଗମନ ସମୟରେ ଆମ୍ଭମାନଙ୍କୁ ଘେରନ୍ତି; ସେମାନେ ଆମ୍ଭମାନଙ୍କୁ ଭୂମିସାତ୍ କରିବାକୁ ଚାହିଁ ରହିଥାʼନ୍ତି।
Wọ́n sì mú mi mọ́lẹ̀, wọ́n sì yí mi ká, pẹ̀lú ojú ìṣọ́ra láti ṣọ́ mi sílẹ̀.
12 ସେ ଶିକାର ଗ୍ରାସ କରିବାକୁ ଉଦ୍ୟତ ସିଂହ ତୁଲ୍ୟ ଓ ଗୁପ୍ତ ସ୍ଥାନରେ ଛକି ରହିବା ଯୁବା ସିଂହ ସଦୃଶ ଅଟେ।
Wọn dàbí i kìnnìún tí ebi ń pa fún ìjẹ, àní bí kìnnìún ńlá tí ó ń ba níbi ìkọ̀kọ̀.
13 ହେ ସଦାପ୍ରଭୋ, ଉଠ, ତାହାର ସମ୍ମୁଖବର୍ତ୍ତୀ ହୁଅ, ତାହାକୁ ନୁଆଁଇ ପକାଅ; ତୁମ୍ଭେ ଆପଣା ଖଡ୍ଗ ଦ୍ୱାରା ଦୁଷ୍ଟମାନଙ୍କଠାରୁ ମୋʼ ପ୍ରାଣକୁ ଉଦ୍ଧାର କର;
Dìde, Olúwa, dojúkọ wọ́n, rẹ̀ wọ́n sílẹ̀; gbà mí sílẹ̀ lọ́wọ́ ẹni búburú nípa idà rẹ.
14 ହେ ସଦାପ୍ରଭୋ, ଆପଣା ହସ୍ତ ଦ୍ୱାରା ଲୋକମାନଙ୍କଠାରୁ, ଯେଉଁମାନଙ୍କର ଅଂଶ ଇହ-ଜୀବନରେ ଅଛି ଓ ଯେଉଁମାନଙ୍କ ଉଦର ତୁମ୍ଭେ ନିଜ ଧନରେ ପୂର୍ଣ୍ଣ କରୁଅଛ, ଏପରି ସାଂସାରିକ ଲୋକମାନଙ୍କଠାରୁ ମୋତେ ଉଦ୍ଧାର କର; ସେମାନେ ସନ୍ତାନସନ୍ତତିରେ ପରିତୃପ୍ତ ଓ ଆପଣା ଆପଣା ଶିଶୁଗଣ ନିମନ୍ତେ ଆପଣାମାନଙ୍କ ଅବଶିଷ୍ଟ ସମ୍ପତ୍ତି ଛାଡ଼ିଯାʼନ୍ତି।
Olúwa, nípa ọwọ́ rẹ, gbà mí kúrò lọ́wọ́ irú àwọn ènìyàn bẹ́ẹ̀, kúrò lọ́wọ́ àwọn ènìyàn ayé yìí, tí èrè wọn wà nínú ayé yìí. Ìwọ ń pa ebi àwọn tí ìwọ fẹ́ràn lẹ́nu mọ́; àwọn ọmọ wọn sì ní ọ̀pọ̀lọpọ̀, wọ́n sì kó ọrọ̀ jọ fún àwọn ọmọ wọn.
15 ମାତ୍ର ମୁଁ ଧର୍ମରେ ତୁମ୍ଭ ମୁଖ ଦର୍ଶନ କରିବି; ମୁଁ ତୁମ୍ଭ ଆକାରରେ ଜାଗ୍ରତ ହେବା ବେଳେ ପରିତୃପ୍ତ ହେବି।
Ṣùgbọ́n ní tèmi, èmi yóò máa wo ojú rẹ ní òdodo; nígbà tí èmi bá jí, èmi yóò ní ìtẹ́lọ́rùn nígbà tí èmi bá rí àwòrán rẹ.