< ଗୀତସଂହିତା 17 >
1 ଦାଉଦଙ୍କର ପ୍ରାର୍ଥନା। ହେ ସଦାପ୍ରଭୋ, ନ୍ୟାୟବାଦ ଶୁଣ, ମୋʼ କାକୂକ୍ତିରେ ମନୋଯୋଗ କର; ନିଷ୍କପଟ ଓଷ୍ଠରୁ ନିର୍ଗତ ମୋʼ ପ୍ରାର୍ଥନାରେ କର୍ଣ୍ଣପାତ କର।
【無辜者的懇禱】上主,請靜聽我的伸訴,俯聽我的呼號,請傾聽我出自絕虛偽唇舌的祈禱。
2 ତୁମ୍ଭ ଛାମୁରୁ ମୋʼ ବିଚାରର ନିଷ୍ପତ୍ତି ଆସୁ; ତୁମ୍ଭର ଚକ୍ଷୁ ନ୍ୟାଯ୍ୟ ବିଷୟ ନିରୀକ୍ଷଣ କରୁ।
願我的案件在你面前判決,願你的眼睛細察何為清白!
3 ତୁମ୍ଭେ ମୋହର ଅନ୍ତଃକରଣ ପରୀକ୍ଷା କରିଅଛ; ତୁମ୍ଭେ ରାତ୍ରିକାଳରେ ମୋର ତତ୍ତ୍ୱାନୁସନ୍ଧାନ କରିଅଛ; ତୁମ୍ଭେ ମୋତେ ପରଖ କରି କିଛି ପାଇ ନାହଁ; ମୋହର ମୁଖ ଅପରାଧ ନ କରିବ ବୋଲି ମୁଁ ସ୍ଥିର କରିଅଛି।
任你考驗我的心靈,夜間來視察我,以火鍛鍊我,你總找不到我的邪惡。因我的口總未像人一樣犯了罪過。
4 ମନୁଷ୍ୟର କାର୍ଯ୍ୟ ବୁଝି ମୁଁ ତୁମ୍ଭ ଓଷ୍ଠାଧରର ବାକ୍ୟ ଦ୍ୱାରା ଦୁର୍ଜ୍ଜନର ପଥରୁ ଆପଣାକୁ ରକ୍ଷା କରିଅଛି।
我依照你的訓令,遵行法律的正道。
5 ମୋହର ପାଦ ତୁମ୍ଭର ମାର୍ଗ ଦୃଢ଼ କରି ଧରିଅଛି, ମୋହର ଚରଣ ଖସି ଯାଇ ନାହିଁ।
我的雙腳緊隨了你的腳印,我的腳步決不致蹣跚不定。
6 ମୁଁ ତୁମ୍ଭଙ୍କୁ ଡାକିଅଛି, କାରଣ ହେ ପରମେଶ୍ୱର, ତୁମ୍ଭେ ମୋତେ ଉତ୍ତର ଦେବ; ମୋʼ ପ୍ରତି କର୍ଣ୍ଣ ଡେର ଓ ମୋʼ ର କଥା ଶୁଣ।
天主,我向你呼號,請你回答我,求你側耳聽我,俯聽我的祈禱。
7 ଆହେ ସ୍ୱଶରଣାଗତମାନଙ୍କୁ ସେମାନଙ୍କ ବିରୁଦ୍ଧରେ ଉତ୍ଥିତ ଲୋକଗଣଠାରୁ ସ୍ୱଦକ୍ଷିଣ ହସ୍ତରେ ତ୍ରାଣକାରକ, ତୁମ୍ଭେ ଆପଣା ଆଶ୍ଚର୍ଯ୍ୟ ସ୍ନେହପୂର୍ଣ୍ଣ କରୁଣା ପ୍ରକାଶ କର।
請你彰現你奇妙的慈愛,將投奔到你身右邊的人,從敵人的危害中救出來。
8 ମୋହର ଲୁଟକାରୀ ଦୁଷ୍ଟଗଣଠାରୁ, ମୋହର ଚତୁର୍ଦ୍ଦିଗରେ ବେଷ୍ଟିତ ମୋହର ପ୍ରାଣନାଶକ ଶତ୍ରୁଗଣଠାରୁ,
求你護衛我有如眼中的瞳仁,在你雙翼的庇護下叫我藏身,
9 ଚକ୍ଷୁର ତାରା ପରି ମୋତେ ରଖ, ଆପଣା ପକ୍ଷର ଛାୟା ତଳେ ମୋତେ ଲୁଚାଅ।
使我脫離害我的暴民,及那企圖消滅我的仇人,
10 ସେମାନେ ଆପଣା ମେଦରେ ଆଚ୍ଛନ୍ନ ଅଟନ୍ତି; ସେମାନେ ମୁଖରେ ଅହଙ୍କାର କଥା କହନ୍ତି।
他們關閉了鐵石的心腸,口中語言盡是誇大狂妄,
11 ଏବେ ସେମାନେ ଆମ୍ଭମାନଙ୍କ ଗମନ ସମୟରେ ଆମ୍ଭମାନଙ୍କୁ ଘେରନ୍ତି; ସେମାନେ ଆମ୍ଭମାନଙ୍କୁ ଭୂମିସାତ୍ କରିବାକୁ ଚାହିଁ ରହିଥାʼନ୍ତି।
他們的腳步現已把我緊逼,瞪著眼務要將我推倒在地。
12 ସେ ଶିକାର ଗ୍ରାସ କରିବାକୁ ଉଦ୍ୟତ ସିଂହ ତୁଲ୍ୟ ଓ ଗୁପ୍ତ ସ୍ଥାନରେ ଛକି ରହିବା ଯୁବା ସିଂହ ସଦୃଶ ଅଟେ।
他們好似急於掠食的猛獅,他們又如伏在暗處的壯獅。
13 ହେ ସଦାପ୍ରଭୋ, ଉଠ, ତାହାର ସମ୍ମୁଖବର୍ତ୍ତୀ ହୁଅ, ତାହାକୁ ନୁଆଁଇ ପକାଅ; ତୁମ୍ଭେ ଆପଣା ଖଡ୍ଗ ଦ୍ୱାରା ଦୁଷ୍ଟମାନଙ୍କଠାରୁ ମୋʼ ପ୍ରାଣକୁ ଉଦ୍ଧାର କର;
上主,起來迎擊制服我的仇讎,上主揮動利劍救我脫離惡徒。
14 ହେ ସଦାପ୍ରଭୋ, ଆପଣା ହସ୍ତ ଦ୍ୱାରା ଲୋକମାନଙ୍କଠାରୁ, ଯେଉଁମାନଙ୍କର ଅଂଶ ଇହ-ଜୀବନରେ ଅଛି ଓ ଯେଉଁମାନଙ୍କ ଉଦର ତୁମ୍ଭେ ନିଜ ଧନରେ ପୂର୍ଣ୍ଣ କରୁଅଛ, ଏପରି ସାଂସାରିକ ଲୋକମାନଙ୍କଠାରୁ ମୋତେ ଉଦ୍ଧାର କର; ସେମାନେ ସନ୍ତାନସନ୍ତତିରେ ପରିତୃପ୍ତ ଓ ଆପଣା ଆପଣା ଶିଶୁଗଣ ନିମନ୍ତେ ଆପଣାମାନଙ୍କ ଅବଶିଷ୍ଟ ସମ୍ପତ୍ତି ଛାଡ଼ିଯାʼନ୍ତି।
上主,求你親手將他們治死,殺死他們,使他們離開此世,滅絕他們,使他們不再呼吸。求你使義人享用你的財富,使他們的子女也心滿意足,再把剩餘的給自己的子女。
15 ମାତ୍ର ମୁଁ ଧର୍ମରେ ତୁମ୍ଭ ମୁଖ ଦର୍ଶନ କରିବି; ମୁଁ ତୁମ୍ଭ ଆକାରରେ ଜାଗ୍ରତ ହେବା ବେଳେ ପରିତୃପ୍ତ ହେବି।
我因我的正義能享見你的聖顏,我醒來得能盡情欣賞你的慈面