< ଗୀତସଂହିତା 15 >

1 ଦାଉଦଙ୍କର ଗୀତ। ହେ ସଦାପ୍ରଭୋ, ତୁମ୍ଭ ଆବାସରେ କିଏ ପ୍ରବାସ କରି ପାରିବ? ତୁମ୍ଭ ପବିତ୍ର ପର୍ବତରେ କିଏ ବାସ କରି ପାରିବ?
Saamu ti Dafidi. Olúwa, ta ni yóò máa ṣe àtìpó nínú àgọ́ rẹ? Ta ni yóò máa gbé ní òkè mímọ́ rẹ?
2 ଯେଉଁ ଜନ ସରଳାଚରଣ, ଧର୍ମକର୍ମ କରେ ଓ ଆପଣା ଅନ୍ତଃକରଣରେ ସତ୍ୟ କହେ।
Ẹni tí ń rìn déédé tí ó sì ń sọ òtítọ́, láti inú ọkàn rẹ̀;
3 ଯେ ଆପଣା ଜିହ୍ୱାରେ ଗ୍ଳାନି କରେ ନାହିଁ, ଅବା ଆପଣା ମିତ୍ରର ଅନିଷ୍ଟ କରେ ନାହିଁ, କିଅବା ଆପଣା ପ୍ରତିବାସୀ ବିରୁଦ୍ଧରେ ନିନ୍ଦା ପ୍ରକଟ କରେ ନାହିଁ।
tí kò fi ahọ́n rẹ̀ sọ̀rọ̀ ẹni lẹ́yìn, tí kò ṣe ibi sí aládùúgbò rẹ̀ tí kò sì sọ̀rọ̀ ẹ̀gàn sí ẹnìkejì rẹ̀,
4 ଯାହାର ଦୃଷ୍ଟିରେ ପାମର ତୁଚ୍ଛୀକୃତ ହୁଏ; ମାତ୍ର ଯେ ସଦାପ୍ରଭୁଙ୍କ ଭୟକାରୀମାନଙ୍କୁ ସମାଦର କରେ। ଯେ ଶପଥ କରି ଆପଣାର କ୍ଷତି ହେଲେ ହେଁ ତାହା ଅନ୍ୟଥା କରେ ନାହିଁ।
ní ojú ẹni tí ènìyànkénìyàn di gígàn ṣùgbọ́n ó bọ̀wọ̀ fún àwọn tí ó bẹ̀rù Olúwa, ẹni tí ó búra sí ibi ara rẹ̀ àní tí kò sì yípadà,
5 ଯେ ସୁଧ ପାଇଁ ଟଙ୍କା ଋଣ ଦିଏ ନାହିଁ, କିଅବା ନିର୍ଦ୍ଦୋଷ ବିରୁଦ୍ଧରେ ଲାଞ୍ଚ ନିଏ ନାହିଁ। ଯେ ଏହି ସକଳ କର୍ମ କରେ, ସେ କେବେ ଘୁଞ୍ଚା ଯିବ ନାହିଁ।
tí ó ń yá ni lówó láìsí èlé tí kò sì gba àbẹ̀tẹ́lẹ̀ lòdì sí aláìlẹ́ṣẹ̀. Ẹnikẹ́ni tí ó bá ṣe èyí ni a kì yóò mì láéláé.

< ଗୀତସଂହିତା 15 >