< ଗୀତସଂହିତା 145 >

1 ପ୍ରଶଂସାର ଗୀତ; ଦାଉଦଙ୍କ ରଚିତ। ହେ ରାଜନ୍‍, ମୋହର ପରମେଶ୍ୱର, ମୁଁ ତୁମ୍ଭର ପ୍ରତିଷ୍ଠା କରିବି; ମୁଁ ସଦାସର୍ବଦା ତୁମ୍ଭ ନାମର ଧନ୍ୟବାଦ କରିବି,
Saamu ìyìn. Ti Dafidi. Èmi yóò gbé ọ ga, Ọlọ́run ọba mi; èmi yóò yin orúkọ rẹ̀ láé àti láéláé.
2 ପ୍ରତିଦିନ ମୁଁ ତୁମ୍ଭର ଧନ୍ୟବାଦ କରିବି; ପୁଣି, ସଦାସର୍ବଦା ମୁଁ ତୁମ୍ଭ ନାମର ପ୍ରଶଂସା କରିବି।
Ní ojoojúmọ́ èmi yóò yìn ọ́ èmi yóò sì pòkìkí orúkọ rẹ láé àti láéláé.
3 ସଦାପ୍ରଭୁ ମହାନ ଓ ଅତ୍ୟନ୍ତ ପ୍ରଶଂସନୀୟ; ପୁଣି, ତାହାଙ୍କ ମାହାତ୍ମ୍ୟ ଅନନୁସନ୍ଧେୟ।
Títóbi ni Olúwa. Òun sì ni ó yẹ láti fi ìyìn fún púpọ̀púpọ̀: kò sí ẹni tí ó lè wọn títóbi rẹ̀.
4 ଲୋକମାନେ ପୁରୁଷାନୁକ୍ରମେ ତୁମ୍ଭ କ୍ରିୟାସକଳର ପ୍ରଶଂସା କରିବେ ଓ ତୁମ୍ଭ ବିକ୍ରମର କର୍ମ ପ୍ରଚାର କରିବେ।
Ìran kan yóò máa yin iṣẹ́ rẹ dé ìran mìíràn; wọn yóò máa sọ iṣẹ́ agbára rẹ.
5 ସେମାନେ ତୁମ୍ଭ ଗୌରବଯୁକ୍ତ ପ୍ରତାପର ଆଦରଣୀୟତା ବିଷୟ ପରସ୍ପର ମଧ୍ୟରେ କହିବେ ଓ ମୁଁ ତୁମ୍ଭ ଆଶ୍ଚର୍ଯ୍ୟକ୍ରିୟାର ବିଷୟ ଧ୍ୟାନ କରିବି।
Wọn yóò máa sọ ìyìn ọláńlá rẹ tí ó lógo, èmi yóò máa ṣe àṣàrò nínú iṣẹ́ ìyanu rẹ.
6 ପୁଣି, ଲୋକମାନେ ତୁମ୍ଭ ଭୟାନକ କର୍ମର ପ୍ରଭାବ ବ୍ୟକ୍ତ କରିବେ; ପୁଣି, ମୁଁ ତୁମ୍ଭର ମାହାତ୍ମ୍ୟ ପ୍ରଚାର କରିବି।
Wọn yóò sọ iṣẹ́ agbára rẹ tí ó ní ẹ̀rù èmi yóò kéde iṣẹ́ ńlá rẹ̀.
7 ସେମାନେ ତୁମ୍ଭର ମହାମଙ୍ଗଳଭାବ ବର୍ଣ୍ଣନା କରିବେ ଓ ତୁମ୍ଭ ଧର୍ମ ବିଷୟ ଗାନ କରିବେ।
Wọn yóò ṣe ìrántí ọ̀pọ̀lọpọ̀ ìwà rere rẹ àti orin ayọ̀ òdodo rẹ.
8 ସଦାପ୍ରଭୁ କୃପାବାନ ଓ ସ୍ନେହଶୀଳ; କ୍ରୋଧରେ ଧୀର ଓ ଦୟାରେ ମହାନ।
Olóore-ọ̀fẹ́ ni Olúwa àti aláàánú ó lọ́ra láti bínú ó sì ní ìfẹ́ púpọ̀.
9 ସଦାପ୍ରଭୁ ସମସ୍ତଙ୍କ ପ୍ରତି ମଙ୍ଗଳମୟ; ପୁଣି, ତାହାଙ୍କ ହସ୍ତକୃତ ସମସ୍ତ କର୍ମ ଉପରେ ତାହାଙ୍କର ଦୟା ଥାଏ।
Olúwa dára sí ẹni gbogbo; ó ní àánú lórí ohun gbogbo tí ó dá.
10 ହେ ସଦାପ୍ରଭୋ, ତୁମ୍ଭର ସମୁଦାୟ କର୍ମ ତୁମ୍ଭର ଧନ୍ୟବାଦ କରିବ; ତୁମ୍ଭର ସଦ୍‍ଭକ୍ତମାନେ ତୁମ୍ଭର ଧନ୍ୟବାଦ କରିବେ;
Gbogbo ohun tí ìwọ ti dá ni yóò máa yìn ọ́ Olúwa; àwọn ẹni mímọ́ yóò máa pòkìkí rẹ.
11 ସେମାନେ ତୁମ୍ଭ ରାଜ୍ୟର ଗୌରବ ବ୍ୟକ୍ତ କରି ଓ ତୁମ୍ଭ ପରାକ୍ରମ ବିଷୟରେ କଥୋପକଥନ କରି,
Wọn yóò sọ ògo ìjọba rẹ wọn yóò sì sọ̀rọ̀ agbára rẹ,
12 ମନୁଷ୍ୟ-ସନ୍ତାନଗଣକୁ ତାହାଙ୍କ ବିକ୍ରମର କାର୍ଯ୍ୟସବୁ ଓ ତାହାଙ୍କ ରାଜ୍ୟର ଗୌରବଯୁକ୍ତ ପ୍ରଭାବ ଜଣାଇବେ।
kí gbogbo ènìyàn le mọ iṣẹ́ agbára rẹ̀ àti ọláńlá ìjọba rẹ tí ó lógo.
13 ତୁମ୍ଭର ରାଜ୍ୟ ଅନନ୍ତକାଳସ୍ଥାୟୀ ରାଜ୍ୟ ଓ ତୁମ୍ଭର କର୍ତ୍ତୃତ୍ୱସକଳ ପୁରୁଷାନୁକ୍ରମସ୍ଥାୟୀ।
Ìjọba rẹ ìjọba ayérayé ni, àti ìjọba rẹ wà ní gbogbo ìrandíran.
14 ସଦାପ୍ରଭୁ ସମସ୍ତ ପଡ଼ିବା ଲୋକଙ୍କୁ ଧରି ରଖନ୍ତି ଓ ନଇଁ ପଡ଼ିବା ଲୋକଙ୍କୁ ଉଠାନ୍ତି।
Olúwa mú gbogbo àwọn tí ó ṣubú ró ó sì gbé gbogbo àwọn tí ó tẹríba dìde.
15 ସମସ୍ତଙ୍କର ଚକ୍ଷୁ ତୁମ୍ଭ ଅପେକ୍ଷାରେ ଥାଏ; ତୁମ୍ଭେ ଉପଯୁକ୍ତ ସମୟରେ ସେମାନଙ୍କୁ ଆହାର ଦେଉଅଛ।
Ojú gbogbo ènìyàn ń wò ọ́, ó sì fún wọn ní oúnjẹ wọn ní àkókò tí ó yẹ.
16 ତୁମ୍ଭେ ଆପଣା ହସ୍ତ ମେଲାଇ ପ୍ରତ୍ୟେକ ପ୍ରାଣୀର କାମନା ପୂର୍ଣ୍ଣ କରୁଅଛ।
Ìwọ ṣí ọwọ́ rẹ ìwọ sì tẹ́ ìfẹ́ gbogbo ohun alààyè lọ́rùn.
17 ସଦାପ୍ରଭୁ ଆପଣାର ସକଳ ପଥରେ ଧର୍ମମୟ ଓ ଆପଣାର ସମସ୍ତ କାର୍ଯ୍ୟରେ ଦୟାଳୁ ଅଟନ୍ତି,
Olúwa jẹ́ olódodo ní gbogbo ọ̀nà rẹ̀ àti ìfẹ́ rẹ̀ sí gbogbo ohun tí o dá.
18 ସଦାପ୍ରଭୁ ଆପଣା ନିକଟରେ ପ୍ରାର୍ଥନାକାରୀ, ସତ୍ୟ ଭାବରେ ପ୍ରାର୍ଥନାକାରୀ ସମସ୍ତଙ୍କର ନିକଟବର୍ତ୍ତୀ ଅଟନ୍ତି।
Olúwa wà ní tòsí gbogbo àwọn tí ń ké pè é, sí gbogbo ẹni tí ń ké pè é ní òtítọ́.
19 ସେ ଆପଣା ଭୟକାରୀମାନଙ୍କର ବାଞ୍ଛା ପୂର୍ଣ୍ଣ କରିବେ; ଆହୁରି, ସେ ସେମାନଙ୍କର କାକୂକ୍ତି ଶୁଣିବେ ଓ ସେମାନଙ୍କୁ ପରିତ୍ରାଣ କରିବେ।
Ó mú ìfẹ́ àwọn tí ó bẹ̀rù rẹ̀ ṣẹ; ó gbọ́ igbe wọn, ó sì gbà wọ́n.
20 ସଦାପ୍ରଭୁ ଆପଣା ପ୍ରେମକାରୀ ସମସ୍ତଙ୍କୁ ରକ୍ଷା କରନ୍ତି; ମାତ୍ର ଦୁଷ୍ଟ ସମସ୍ତଙ୍କୁ ସେ ସଂହାର କରିବେ।
Olúwa dá gbogbo àwọn tí ó ní ìfẹ́ sẹ sí ṣùgbọ́n gbogbo àwọn ẹni búburú ní yóò parun.
21 ଆମ୍ଭର ମୁଖ ସଦାପ୍ରଭୁଙ୍କର ପ୍ରଶଂସା ବ୍ୟକ୍ତ କରିବ ଓ ସମୁଦାୟ ପ୍ରାଣୀ ଅନନ୍ତକାଳ ତାହାଙ୍କ ପବିତ୍ର ନାମର ଧନ୍ୟବାଦ କରନ୍ତୁ।
Ẹnu mi yóò sọ̀rọ̀ ìyìn Olúwa. Jẹ́ kí gbogbo ẹ̀dá yín orúkọ rẹ̀ mímọ́ láé àti láéláé.

< ଗୀତସଂହିତା 145 >