< ଗୀତସଂହିତା 144 >

1 ଦାଉଦଙ୍କର ଗୀତ। ମୋହର ଶୈଳ ସ୍ୱରୂପ ସଦାପ୍ରଭୁ ଧନ୍ୟ ହେଉନ୍ତୁ, ସେ ମୋʼ ହସ୍ତକୁ ଯୁଦ୍ଧ ଶିଖାନ୍ତି ଓ ମୋʼ ଅଙ୍ଗୁଳିକୁ ସଂଗ୍ରାମ ଶିଖାନ୍ତି।
Ti Dafidi. Ìyìn sí Olúwa àpáta mi, ẹni tí ó kọ́ ọwọ́ mi fún ogun, àti ìka mi fún ìjà.
2 ସେ ମୋହର ସ୍ନେହପୂର୍ଣ୍ଣ କରୁଣା ଓ ମୋହର ଗଡ଼, ମୋହର ଉଚ୍ଚ ଦୁର୍ଗ ଓ ମୋହର ଉଦ୍ଧାରକର୍ତ୍ତା, ମୋହର ଢାଲ ଓ ସେ ମୋହର ଆଶ୍ରୟଭୂମି; ସେ ଗୋଷ୍ଠୀସମୂହକୁ ମୋʼ ପଦ ତଳେ ବଶୀଭୂତ କରନ୍ତି।
Òun ni Ọlọ́run ìfẹ́ mi àti odi alágbára mi, ibi gíga mi àti olùgbàlà mi, asà mi, ẹni tí èmi gbẹ́kẹ̀lé, ẹni tí ó tẹrí àwọn ènìyàn ba lábẹ́ mi.
3 ହେ ସଦାପ୍ରଭୋ, ମନୁଷ୍ୟ କିଏ ଯେ, ତୁମ୍ଭେ ତାହାର ପରିଚୟ ନିଅ? ସେ ଅବା କିଏ ଯେ, ତୁମ୍ଭେ ତାହାକୁ ଗଣ୍ୟ କର?
Olúwa, kí ni ènìyàn tí ìwọ fi ń ṣàníyàn fún un, tàbí ọmọ ènìyàn tí ìwọ fi ń ronú nípa rẹ̀?
4 ମନୁଷ୍ୟ ଅସାର ବସ୍ତୁ ତୁଲ୍ୟ; ତାହାର ଦିନସବୁ ବହିଯିବା ଛାୟା ତୁଲ୍ୟ।
Ènìyàn rí bí èmi; ọjọ́ rẹ̀ rí bí òjìji tí ń kọjá lọ.
5 ହେ ସଦାପ୍ରଭୋ, ଆପଣା ଗଗନମଣ୍ଡଳ ନୁଆଁଇ ତଳକୁ ଆସ; ପର୍ବତଗଣକୁ ସ୍ପର୍ଶ କର, ତହିଁରେ ସେମାନେ ଧୂମ ନିର୍ଗତ କରିବେ।
Tẹ ọ̀run rẹ ba, Olúwa, kí o sì sọ̀kalẹ̀; tọ́ àwọn òkè ńlá wọn yóò sí rú èéfín.
6 ବିଜୁଳି ନିକ୍ଷେପ କରି ସେମାନଙ୍କୁ ଛିନ୍ନଭିନ୍ନ କର; ଆପଣା ତୀର ମାରି ସେମାନଙ୍କୁ ପରାସ୍ତ କର।
Rán mọ̀nàmọ́ná kí ó sì fọ́n àwọn ọ̀tá ká; ta ọfà rẹ kí ó sì dà wọ́n rú.
7 ଊର୍ଦ୍ଧ୍ୱରୁ ଆପଣା ହସ୍ତ ବଢ଼ାଅ; ମୋତେ ରକ୍ଷା କର, ମହାଜଳରାଶିରୁ ମୋତେ ଉଦ୍ଧାର କର; ପୁଣି, ଯେଉଁମାନଙ୍କ ମୁଖ ଅସାର କଥା କହଇ
Na ọwọ́ rẹ sílẹ̀ láti ibi gíga; gbà mí kí o sì yọ mí nínú ewu kúrò nínú omi ńlá: kúrò lọ́wọ́ àwọn ọmọ àjèjì.
8 ଓ ଯେଉଁମାନଙ୍କ ଦକ୍ଷିଣ ହସ୍ତ ଅସତ୍ୟର ଦକ୍ଷିଣ ହସ୍ତ, ଏପରି ବିଦେଶୀୟମାନଙ୍କ ହସ୍ତରୁ ମୋତେ ଉଦ୍ଧାର କର।
Ẹnu ẹni tí ó kún fún èké ẹni tí ọwọ́ ọ̀tún rẹ̀ jẹ́ ìrẹ́jẹ.
9 ହେ ପରମେଶ୍ୱର, ମୁଁ ତୁମ୍ଭ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କରିବି; ଦଶତାର-ଯନ୍ତ୍ରରେ ତୁମ୍ଭ ଉଦ୍ଦେଶ୍ୟରେ ମୁଁ ପ୍ରଶଂସା ଗାନ କରିବି।
Èmi yóò kọ orin tuntun sí ọ Ọlọ́run; lára ohun èlò orin olókùn mẹ́wàá èmi yóò kọ orin sí ọ.
10 ସେ ରାଜାମାନଙ୍କୁ ପରିତ୍ରାଣ ପ୍ରଦାନ କରନ୍ତି; ସେ ଆପଣା ଦାସ ଦାଉଦଙ୍କୁ କ୍ଷତିକାରକ ଖଡ୍ଗରୁ ରକ୍ଷା କରନ୍ତି।
Òun ni ó fi ìgbàlà fún àwọn ọba, ẹni tí ó gba Dafidi ìránṣẹ́ rẹ̀ lọ́wọ́ idà ìpanilára. Lọ́wọ́ pípanirun.
11 ମୋତେ ରକ୍ଷା କର ଓ ଯେଉଁମାନଙ୍କର ମୁଖ ଅସାର କଥା କହଇ, ପୁଣି, ଯେଉଁମାନଙ୍କ ଦକ୍ଷିଣ ହସ୍ତ ଅସତ୍ୟର ଦକ୍ଷିଣ ହସ୍ତ, ଏପରି ବିଦେଶୀୟମାନଙ୍କ ହସ୍ତରୁ ମୋତେ ଉଦ୍ଧାର କର।
Gbà mí kí o sì yọ mí nínú ewu kúrò lọ́wọ́ àwọn ọmọ àjèjì tí ẹnu wọn kún fún èké, tí ọwọ́ ọ̀tún wọn jẹ́ ọwọ́ ọ̀tún èké.
12 ଯେତେବେଳେ ଆମ୍ଭମାନଙ୍କ ପୁତ୍ରଗଣ ଯୌବନାବସ୍ଥାରେ ବୃକ୍ଷର ଚାରା ତୁଲ୍ୟ ବର୍ଦ୍ଧନଶୀଳ ହେବେ ଓ ଆମ୍ଭମାନଙ୍କ କନ୍ୟାଗଣ ଅଟ୍ଟାଳିକାର ଗଠନାନୁସାରେ ଖୋଦିତ କୋଣ-ପ୍ରସ୍ତର ତୁଲ୍ୟ ହେବେ;
Kí àwọn ọmọkùnrin wa kí ó dàbí igi gbígbìn tí ó dàgbà ni ìgbà èwe wọn, àti ọmọbìnrin wa yóò dàbí òpó ilé tí a ṣe ọ̀nà sí bí àfarawé ààfin.
13 ଆମ୍ଭମାନଙ୍କ ଭଣ୍ଡାରସବୁ ପରିପୂର୍ଣ୍ଣ; ସର୍ବପ୍ରକାର ଦ୍ରବ୍ୟବିଶିଷ୍ଟ ହେବ; ଆମ୍ଭମାନଙ୍କ ମେଷଗଣ ଆମ୍ଭମାନଙ୍କ କ୍ଷେତ୍ରରେ ସହସ୍ର ସହସ୍ର ଓ ଅୟୁତ ଅୟୁତ ଶାବକ ପ୍ରସବ କରିବେ;
Àká wa yóò kún pẹ̀lú gbogbo onírúurú oúnjẹ àgùntàn wa yóò pọ̀ si ní ẹgbẹ̀rún, ní ẹgbẹ̀rún mẹ́wàá ní oko wa:
14 ଆମ୍ଭମାନଙ୍କ ବଳଦସବୁ ଉତ୍ତମ ରୂପେ ବୋଝାଇ ହେବେ; କୌଣସି ଭଗ୍ନଦଶା ଓ ବହିର୍ଗମନ ଘଟିବ ନାହିଁ, ପୁଣି, ଆମ୍ଭମାନଙ୍କ ଛକସ୍ଥାନରେ କୌଣସି କୋଳାହଳ ହେବ ନାହିଁ;
àwọn màlúù wa yóò ru ẹrù wúwo kí ó má sí ìkọlù, kí ó má sí ìkólọ sí ìgbèkùn, kí ó má sí i igbe ìpọ́njú ní ìgboro wa.
15 ଏହିପରି ଅବସ୍ଥାପନ୍ନ ଗୋଷ୍ଠୀ ଧନ୍ୟ; ହଁ, ସଦାପ୍ରଭୁ ଯେଉଁ ଗୋଷ୍ଠୀର ପରମେଶ୍ୱର, ସେ ଧନ୍ୟ!
Ìbùkún ni fún àwọn ènìyàn náà tí ó wà ní irú ipò bẹ́ẹ̀, ìbùkún ni fún àwọn ènìyàn náà, tí ẹni tí Ọlọ́run Olúwa ń ṣe.

< ଗୀତସଂହିତା 144 >