< ଗୀତସଂହିତା 143 >

1 ଦାଉଦଙ୍କର ଗୀତ। ହେ ସଦାପ୍ରଭୋ, ମୋହର ପ୍ରାର୍ଥନା ଶୁଣ; ମୋʼ ନିବେଦନରେ କର୍ଣ୍ଣପାତ କର; ତୁମ୍ଭର ବିଶ୍ୱସ୍ତତା ଓ ଧର୍ମରେ ମୋତେ ଉତ୍ତର ଦିଅ।
Saamu ti Dafidi. Olúwa gbọ́ àdúrà mi, fetísí igbe mi fún àánú; nínú òtítọ́ àti òdodo rẹ, wá fún ìrànlọ́wọ́ mi.
2 ନିଜ ଦାସକୁ ବିଚାରରେ ଆଣ ନାହିଁ; କାରଣ ତୁମ୍ଭ ଦୃଷ୍ଟିରେ କୌଣସି ଜୀବିତ ମନୁଷ୍ୟ ଧାର୍ମିକ ହୋଇ ପାରିବ ନାହିଁ।
Má ṣe mú ìránṣẹ́ rẹ wá sí ìdájọ́, nítorí kò sí ẹnìkan tí ó wà láààyè tí ó ṣe òdodo níwájú rẹ.
3 ଶତ୍ରୁ ମୋʼ ପ୍ରାଣକୁ ତାଡ଼ନା କରିଅଛି; ସେ ମୋʼ ଜୀବନକୁ ଭୂମିରେ ଚୂର୍ଣ୍ଣ କରିଅଛି; ସେ ବହୁ କାଳରୁ ମୃତ ଲୋକମାନଙ୍କ ତୁଲ୍ୟ ମୋତେ ଅନ୍ଧକାର ସ୍ଥାନରେ ବାସ କରାଇଅଛି।
Ọ̀tá ń lépa mi, ó fún mi pamọ́ ilẹ̀; ó mú mi gbé nínú òkùnkùn bí àwọn tí ó ti kú ti pẹ́.
4 ଏହେତୁ ମୋହର ଆତ୍ମା ମୋʼ ଅନ୍ତରରେ ଉଦ୍‍ବିଗ୍ନ ହୋଇଅଛି; ମୋʼ ଅନ୍ତରରେ ମୋହର ଚିତ୍ତ ଶୂନ୍ୟ ହୋଇଅଛି।
Nítorí náà ẹ̀mí mi ṣe rẹ̀wẹ̀sì nínú mi; ọkàn mi nínú mi ṣì pòruurù.
5 ମୁଁ ପୂର୍ବକାଳର ଦିନସବୁ ସ୍ମରଣ କରୁଅଛି; ମୁଁ ତୁମ୍ଭର କର୍ମସବୁ ଧ୍ୟାନ କରୁଅଛି; ମୁଁ ତୁମ୍ଭର ହସ୍ତକୃତ କର୍ମ ଚିନ୍ତା କରୁଅଛି।
Èmi rántí ọjọ́ tí ó ti pẹ́; èmi ń ṣe àṣàrò lórí gbogbo iṣẹ́ rẹ mo sì ṣe àkíyèsí ohun tí ọwọ́ rẹ ti ṣe.
6 ମୁଁ ତୁମ୍ଭଆଡ଼େ ହସ୍ତ ପ୍ରସାରୁଅଛି; ଶୁଷ୍କ ଭୂମି ତୁଲ୍ୟ ମୋʼ ପ୍ରାଣ ତୁମ୍ଭ ପାଇଁ ତୃଷିତ ହେଉଅଛି। (ସେଲା)
Èmi na ọwọ́ mi jáde sí ọ: òǹgbẹ rẹ gbẹ ọkàn mi bí i ìyàngbẹ ilẹ̀. (Sela)
7 ହେ ସଦାପ୍ରଭୋ, ମୋତେ ଉତ୍ତର ଦେବାକୁ ସତ୍ୱର ହୁଅ; ମୋହର ଆତ୍ମା କ୍ଷୀଣ ହେଉଅଛି; ମୋʼ ଠାରୁ ଆପଣା ମୁଖ ଲୁଚାଅ ନାହିଁ; କେଜାଣି ମୁଁ ଗର୍ତ୍ତଗାମୀମାନଙ୍କ ତୁଲ୍ୟ ହେବି।
Dá mi lóhùn kánkán, Olúwa; ó rẹ ẹ̀mí mi tán. Má ṣe pa ojú rẹ mọ́ kúrò lára mi kí èmi má ba à dàbí àwọn tí ó lọ sínú ihò.
8 ପ୍ରଭାତରେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାର କଥା ମୋତେ ଶୁଣାଅ; କାରଣ ମୁଁ ତୁମ୍ଭଠାରେ ଭରସା ରଖେ; ମୋହର ଗନ୍ତବ୍ୟ ପଥ ମୋତେ ଜଣାଅ; କାରଣ ମୁଁ ତୁମ୍ଭଆଡ଼େ ଆପଣା ପ୍ରାଣ ଉଠାଏ।
Mú mi gbọ́ ìṣeun ìfẹ́ rẹ ní òwúrọ̀: nítorí ìwọ ni mo gbẹ́kẹ̀lé. Fi ọ̀nà tí èmi i bá rìn hàn mí, nítorí èmi gbé ọkàn mi sókè sí ọ.
9 ହେ ସଦାପ୍ରଭୋ, ମୋʼ ଶତ୍ରୁଗଣଠାରୁ ମୋତେ ଉଦ୍ଧାର କର; ମୁଁ ଲୁଚିବା ପାଇଁ ତୁମ୍ଭ ନିକଟକୁ ପଳାଏ।
Gbà mí kúrò lọ́wọ́ àwọn ọ̀tá mi, Olúwa, nítorí èmi fi ara mi pamọ́ sínú rẹ.
10 ତୁମ୍ଭର ଇଷ୍ଟ ସାଧନ କରିବାକୁ ମୋତେ ଶିକ୍ଷା ଦିଅ; କାରଣ ତୁମ୍ଭେ ମୋହର ପରମେଶ୍ୱର; ତୁମ୍ଭର ଆତ୍ମା ମଙ୍ଗଳମୟ; ମୋତେ ସରଳ ଭୂମିରେ ଗମନ କରାଅ।
Kọ́ mi láti ṣe ìfẹ́ rẹ, nítorí ìwọ ni Ọlọ́run mi jẹ́ kí ẹ̀mí rẹ dídára darí mi sí ilẹ̀ tí ó tẹ́jú.
11 ହେ ସଦାପ୍ରଭୋ, ତୁମ୍ଭ ନାମ ସକାଶୁ ମୋତେ ସଜୀବ କର; ତୁମ୍ଭ ଧର୍ମରେ ମୋʼ ପ୍ରାଣକୁ ସଙ୍କଟରୁ ବାହାର କରି ଆଣ।
Nítorí orúkọ rẹ, Olúwa, sọ mi di ààyè; nínú òdodo rẹ, mú ọkàn mi jáde nínú wàhálà.
12 ପୁଣି, ତୁମ୍ଭ ସ୍ନେହପୂର୍ଣ୍ଣ କରୁଣାରେ ମୋʼ ଶତ୍ରୁମାନଙ୍କୁ ଉଚ୍ଛିନ୍ନ କର ଓ ମୋʼ ପ୍ରାଣର କ୍ଳେଶଦାୟୀ ସମସ୍ତଙ୍କୁ ନାଶ କର; କାରଣ ମୁଁ ତୁମ୍ଭର ଦାସ।
Nínú ìfẹ́ rẹ tí kì í kùnà, ké àwọn ọ̀tá mi kúrò, run gbogbo àwọn tí ń ni ọkàn mi lára, nítorí pé èmi ni ìránṣẹ́ rẹ.

< ଗୀତସଂହିତା 143 >