< ଗୀତସଂହିତା 140 >

1 ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ହେ ସଦାପ୍ରଭୋ, ଦୁର୍ଜ୍ଜନଠାରୁ ମୋତେ ଉଦ୍ଧାର କର; ଦୌରାତ୍ମ୍ୟକାରୀ ମନୁଷ୍ୟଠାରୁ ମୋତେ ରକ୍ଷା କର।
Fún adarí orin. Saamu ti Dafidi. Olúwa, gbà mi lọ́wọ́ ọkùnrin búburú u nì, yọ mí lọ́wọ́ ọkùnrin ìkà a nì,
2 ସେମାନେ ମନେ ମନେ କୁକଳ୍ପନା କରନ୍ତି; ସେମାନେ ଯୁଦ୍ଧ କରିବାକୁ ପ୍ରତିଦିନ ଏକତ୍ରିତ ହୁଅନ୍ତି।
ẹni tí ń ro ìwà búburú ní inú wọn; nígbà gbogbo ni wọ́n ń rú ìjà sókè sí mi.
3 ସେମାନେ ସର୍ପ ପରି ଆପଣା ଆପଣା ଜିହ୍ୱା ତୀକ୍ଷ୍ଣ କରିଅଛନ୍ତି; ସେମାନଙ୍କ ଓଷ୍ଠାଧର ତଳେ କାଳସର୍ପର ଗରଳ ଥାଏ। (ସେଲା)
Wọ́n ti pọ́n ahọ́n wọn bí ejò, oró paramọ́lẹ̀ ń bẹ ní abẹ́ ètè wọn.
4 ହେ ସଦାପ୍ରଭୋ, ଦୁଷ୍ଟର ହସ୍ତରୁ ମୋତେ ରଖ; ଦୌରାତ୍ମ୍ୟକାରୀ ମନୁଷ୍ୟଠାରୁ ମୋତେ ରକ୍ଷା କର; ସେମାନେ ବିପଥକୁ ମୋʼ ଚରଣ ପେଲି ଦେବା ପାଇଁ କଳ୍ପନା କରିଅଛନ୍ତି।
Olúwa, pa mí mọ́ kúrò lọ́wọ́ àwọn ènìyàn búburú; yọ mí kúrò lọ́wọ́ ọkùnrin ìkà a nì ẹni tí ó ti pinnu rẹ̀ láti bi ìrìn mi ṣubú.
5 ଅହଙ୍କାରୀମାନେ ଗୋପନରେ ମୋʼ ପାଇଁ ଫାନ୍ଦ ଓ ଦଉଡ଼ି ପାତିଅଛନ୍ତି। ସେମାନେ ପଥ ପାର୍ଶ୍ୱରେ ଜାଲ ପ୍ରସାରି ଅଛନ୍ତି; ସେମାନେ ମୋʼ ପାଇଁ ଯନ୍ତା ବସାଇ ଅଛନ୍ତି। (ସେଲା)
Àwọn agbéraga ti dẹkùn sílẹ̀ fún mi àti okùn: wọ́n ti na àwọ̀n lẹ́bàá ọ̀nà; wọ́n ti kẹ́kùn sílẹ̀ fún mi.
6 ମୁଁ ସଦାପ୍ରଭୁଙ୍କୁ କହିଲି, ତୁମ୍ଭେ ମୋହର ପରମେଶ୍ୱର; ହେ ସଦାପ୍ରଭୋ, ମୋʼ ନିବେଦନର ରବରେ କର୍ଣ୍ଣପାତ କର।
Èmi wí fún Olúwa pé ìwọ ni Ọlọ́run mi; Olúwa, gbọ́ ohùn ẹ̀bẹ̀ mi.
7 ହେ ମୋʼ ପରିତ୍ରାଣର ବଳ ସ୍ୱରୂପ, ପ୍ରଭୋ ସଦାପ୍ରଭୋ, ତୁମ୍ଭେ ଯୁଦ୍ଧର ଦିନରେ ମୋʼ ମସ୍ତକ ରକ୍ଷା କରିଅଛ।
Olúwa Olódùmarè, agbára ìgbàlà mi, ìwọ ni ó bo orí mi mọ́lẹ̀ ní ọjọ́ ìjà.
8 ହେ ସଦାପ୍ରଭୋ, ଦୁଷ୍ଟର ବାଞ୍ଛା ପ୍ରଦାନ କର ନାହିଁ; ତାହାର କୁକଳ୍ପନା ସିଦ୍ଧ କର ନାହିଁ; କେଜାଣି ସେମାନେ ଆପଣାମାନଙ୍କୁ ଗର୍ବିତ କରିବେ। (ସେଲା)
Olúwa, máa ṣe fi ìfẹ́ ènìyàn búburú fún un; má ṣe kún ọgbọ́n búburú rẹ̀ lọ́wọ́; kí wọn kí ó máa ba à gbé ara wọn ga. (Sela)
9 ଯେଉଁମାନେ ମୋତେ ଘେରିଅଛନ୍ତି, ସେମାନଙ୍କ ନିଜ ଓଷ୍ଠାଧରର ଦୌରାତ୍ମ୍ୟ ସେମାନଙ୍କ ମସ୍ତକ ଉପରେ ବର୍ତ୍ତୁ।
Bí ó ṣe ti orí àwọn tí ó yí mi káàkiri ni, jẹ́ kí ète ìka ara wọn kí ó bò wọ́n mọ́lẹ̀.
10 ସେମାନଙ୍କ ଉପରେ ଜ୍ୱଳନ୍ତା ଅଙ୍ଗାର ପଡ଼ୁ। ସେମାନେ ଅଗ୍ନିରେ ନିକ୍ଷିପ୍ତ ହେଉନ୍ତୁ; ସେମାନେ ଯେପରି ଆଉ ଉଠି ନ ପାରିବେ, ଏଥିପାଇଁ ଗଭୀର ଗର୍ତ୍ତରେ ନିକ୍ଷିପ୍ତ ହେଉନ୍ତୁ।
A ó da ẹ̀yin iná sí wọn lára, Òun yóò wọ́ wọn lọ sínú iná, sínú ọ̀gbun omi jíjìn, kí wọn kí ó má ba à le dìde mọ́.
11 ଦୁର୍ମୁଖ ଲୋକ ପୃଥିବୀରେ ସ୍ଥିର ହେବ ନାହିଁ; ଉପଦ୍ରବୀକୁ ନିପାତ କରିବା ପାଇଁ ଅମଙ୍ଗଳ ମୃଗୟା କରିବ।
Má ṣe jẹ́ kí aláhọ́n búburú fi ẹsẹ̀ múlẹ̀ ní ayé; ibi ni yóò máa dọdẹ ọkùnrin ìkà nì láti bì í ṣubú.
12 ସଦାପ୍ରଭୁ ଦୁଃଖୀର ବିବାଦ ଓ ଦୀନହୀନର ବିଚାର ନିଷ୍ପନ୍ନ କରିବେ, ଏହା ମୁଁ ଜାଣେ।
Èmi mọ̀ pé, Olúwa yóò mú ọ̀nà olùpọ́njú dúró, yóò sì ṣe ẹ̀tọ́ fún àwọn tálákà.
13 ଧାର୍ମିକମାନେ ଅବଶ୍ୟ ତୁମ୍ଭ ନାମର ଧନ୍ୟବାଦ କରିବେ; ସରଳ ଲୋକମାନେ ତୁମ୍ଭ ଛାମୁରେ ବାସ କରିବେ।
Nítòótọ́ àwọn olódodo yóò máa fi ọpẹ́ fún orúkọ rẹ; àwọn ẹni dídúró ṣinṣin yóò máa gbé iwájú rẹ.

< ଗୀତସଂହିତା 140 >