< ଗୀତସଂହିତା 13 >
1 ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ହେ ସଦାପ୍ରଭୋ, ତୁମ୍ଭେ କେତେ କାଳ ପର୍ଯ୍ୟନ୍ତ ମୋତେ ପାସୋରିବ? ତୁମ୍ଭେ କେତେ କାଳ ମୋʼ ଠାରୁ ଆପଣା ମୁଖ ଲୁଚାଇବ?
Mpaka lini, Yahweh, utaendelea kunisahau? Ni kwa muda gani utauficha uso wako nisiuone?
2 ମୁଁ ସାରାଦିନ ନିଜ ଅନ୍ତଃକରଣରେ ଦୁଃଖିତ ହୋଇ କେତେ କାଳ ମନେ ମନେ ପରାମର୍ଶ କରିବି? କେତେ କାଳ ମୋʼ ଶତ୍ରୁ ମୋʼ ଉପରେ ଉଚ୍ଚୀକୃତ ହେବ?
Ni kwa muda gani nitalazimika kuhofu na kuhuzunika moyoni mwangu kila siku? Ni kwa muda gani adui zangu watanishida?
3 ହେ ସଦାପ୍ରଭୋ, ମୋʼ ପରମେଶ୍ୱର, ବିବେଚନା କର ଓ ମୋତେ ଉତ୍ତର ଦିଅ; ମୋହର ଚକ୍ଷୁ ସତେଜ କର, ନୋହିଲେ ମୁଁ ମୃତ୍ୟୁୁ-ନିଦ୍ରାରେ ନିଦ୍ରାଗତ ହେବି;
Unitazame na unijibu, Yahwe Mungu wangu! Nipe mwanga machoni pangu, vinginevyo nitalala katika mauti.
4 କେଜାଣି ମୋʼ ଶତ୍ରୁ କହିବ, “ମୁଁ ତାହାକୁ ଜୟ କରିଅଛି,” ଆଉ, ମୁଁ ଘୁଞ୍ଚାଗଲେ, ମୋହର ବିପକ୍ଷଗଣ ଉଲ୍ଲାସ କରିବେ।
Usimuache adui yangu aseme, “Nimemshinda huyu,” ili kwamba asiweze kusema, “Nimemtawala adui yangu;” la sivyo, maadui zangu watafurahia nitakapo shushwa chini.
5 ମାତ୍ର ମୁଁ ତୁମ୍ଭ ଦୟାରେ ଭରସା ରଖିଅଛି; ତୁମ୍ଭ କୃତ ପରିତ୍ରାଣରେ ମୋର ଅନ୍ତଃକରଣ ଉଲ୍ଲାସ କରିବ;
Lakini nimeamini katika uaminifu wa agano lako; moyo wangu wafurahia katika wokovu wako.
6 ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି, କାରଣ ସେ ମୋହର ପ୍ରଚୁର ମଙ୍ଗଳ କରିଅଛନ୍ତି।
Nitamuimbia Yahwe kwa kuwa ameniganga kwa ukarimu kabisa.