< ଗୀତସଂହିତା 126 >

1 ଆରୋହଣ ଗୀତ। ସଦାପ୍ରଭୁ ସିୟୋନର ଦାସତ୍ୱାବସ୍ଥା ପରିବର୍ତ୍ତନ କରିବା ବେଳେ ଆମ୍ଭେମାନେ ସ୍ୱପ୍ନଦର୍ଶକମାନଙ୍କ ପରି ଥିଲୁ।
Orin fún ìgòkè. Nígbà tí Olúwa mú ìkólọ Sioni padà, àwa dàbí ẹni tí ó ń lá àlá.
2 ସେତେବେଳେ ଆମ୍ଭମାନଙ୍କ ମୁଖ ହାସ୍ୟରେ ଓ ଜିହ୍ୱା ଗାୟନରେ ପରିପୂର୍ଣ୍ଣ ହେଲା; ସେତେବେଳେ ଗୋଷ୍ଠୀବର୍ଗ ମଧ୍ୟରେ ଲୋକମାନେ କହିଲେ, “ସଦାପ୍ରଭୁ ଏମାନଙ୍କ ପାଇଁ ମହତ କର୍ମ କରିଅଛନ୍ତି।”
Nígbà náà ni ẹnu wa kún fún ẹ̀rín, àti ahọ́n wa kọ orin; nígbà náà ni wọ́n wí nínú àwọn kèfèrí pé, Olúwa ṣe ohun ńlá fún wọn.
3 ସଦାପ୍ରଭୁ ଆମ୍ଭମାନଙ୍କ ପାଇଁ ମହତ କର୍ମ କରିଅଛନ୍ତି; ତହିଁ ସକାଶୁ ଆମ୍ଭେମାନେ ଆନନ୍ଦିତ ଅଛୁ।
Olúwa ṣe ohun ńlá fún wa; nítorí náà àwa ń yọ̀.
4 ହେ ସଦାପ୍ରଭୋ, ଦକ୍ଷିଣ ଦିଗର ସ୍ରୋତ ପରି ଆମ୍ଭମାନଙ୍କ ଦାସତ୍ୱାବସ୍ଥା ପରିବର୍ତ୍ତନ କର।
Olúwa mú ìkólọ wa padà, bí ìṣàn omi ní gúúsù.
5 ଯେଉଁମାନେ କାନ୍ଦି କାନ୍ଦି ବିହନ ବୁଣନ୍ତି, ସେମାନେ ଆନନ୍ଦ କରୁ କରୁ ଶସ୍ୟ କାଟିବେ।
Àwọn tí ń fi omijé fún irúgbìn yóò fi ayọ̀ ka.
6 ଯଦ୍ୟପି ସେ ବିହନ ବହି କାନ୍ଦି କାନ୍ଦି ଆପଣା ପଥରେ ଯାଏ, ତଥାପି ସେ ବିଡ଼ା ଘେନି ଆନନ୍ଦ କରୁ କରୁ ନେଉଟି ଆସିବ।
Ẹni tí ń fi ẹkún rìn lọ, tí ó sì gbé irúgbìn lọ́wọ́, lóòtítọ́, yóò fi ayọ̀ padà wá, yóò sì ru ìtí rẹ̀.

< ଗୀତସଂହିତା 126 >