< ଗୀତସଂହିତା 124 >
1 ଆରୋହଣ ଗୀତ; ଦାଉଦଙ୍କ ରଚିତ। ସଦାପ୍ରଭୁ ଯଦି ଆମ୍ଭମାନଙ୍କର ସପକ୍ଷ ହୋଇ ନ ଥାଆନ୍ତେ, ଇସ୍ରାଏଲ ଏବେ କହୁନ୍ତୁ;
Orin fún ìgòkè. Ti Dafidi. “Ìbá má ṣe pé Olúwa tí ó ti wà fún wa,” kí ni Israẹli kí ó máa wí nísinsin yìí;
2 ଲୋକମାନେ ଆମ୍ଭମାନଙ୍କ ପ୍ରତିକୂଳରେ ଉଠିଲା ବେଳେ, ସଦାପ୍ରଭୁ ଯଦି ଆମ୍ଭମାନଙ୍କର ସପକ୍ଷ ହୋଇ ନ ଥାଆନ୍ତେ;
ìbá má ṣe pé Olúwa tó wà ní tiwa, nígbà tí àwọn ènìyàn gbógun sí wa,
3 ତେବେ ଆମ୍ଭମାନଙ୍କ ବିରୁଦ୍ଧରେ ସେମାନଙ୍କ କୋପ ପ୍ରଜ୍ୱଳିତ ହେବା ବେଳେ ସେମାନେ ଆମ୍ଭମାନଙ୍କୁ ସଜୀବ ଗ୍ରାସ କରିଥାʼନ୍ତେ;
nígbà náà ni wọn ò bá gbé wà mì láààyè nígbà tí ìbínú wọn ru sí wa,
4 ତେବେ ଜଳରାଶି ଆମ୍ଭମାନଙ୍କୁ ମଗ୍ନ କରିଥାʼନ୍ତା, ସ୍ରୋତ ଆମ୍ଭମାନଙ୍କର ପ୍ରାଣ ଉପର ଦେଇ ଯାଇଥାʼନ୍ତା
nígbà náà ni omi wọ̀n-ọn-nì ìbá bò wá mọ́lẹ̀,
5 ତେବେ ଗର୍ବିତ ଜଳରାଶି ଆମ୍ଭମାନଙ୍କ ପ୍ରାଣ ଉପର ଦେଇ ଯାଇଥାʼନ୍ତା।
nígbà náà ni agbéraga omi ìbá borí ọkàn wa.
6 ସଦାପ୍ରଭୁ ଧନ୍ୟ ହେଉନ୍ତୁ, ସେ ଆମ୍ଭମାନଙ୍କୁ ଭକ୍ଷ୍ୟ ସ୍ୱରୂପ ହେବା ପାଇଁ ସେମାନଙ୍କ ଦନ୍ତକୁ ଦେଇ ନାହାନ୍ତି।
Olùbùkún ni Olúwa, tí kò fi wá fún wọ́n bí ohun ọdẹ fún eyín wọn.
7 ବ୍ୟାଧର ଫାନ୍ଦରୁ ପକ୍ଷୀ ପରି ଆମ୍ଭମାନଙ୍କ ପ୍ରାଣ ରକ୍ଷା ପାଇଅଛି; ଫାନ୍ଦ ଛିଣ୍ଡିଗଲା, ଆମ୍ଭେମାନେ ରକ୍ଷା ପାଇଲୁ।
Ọkàn wa yọ bí ẹyẹ jáde kúrò nínú okùn apẹyẹ; okùn já àwa sì yọ.
8 ଆକାଶ ଓ ପୃଥିବୀର ନିର୍ମାଣକର୍ତ୍ତା ସଦାପ୍ରଭୁଙ୍କ ନାମରେ ଆମ୍ଭମାନଙ୍କର ସାହାଯ୍ୟ ଥାଏ।
Ìrànlọ́wọ́ wa ń bẹ ní orúkọ Olúwa, tí ó dá ọ̀run òun ayé.