< ଗୀତସଂହିତା 121 >

1 ଆରୋହଣ ଗୀତ। ମୁଁ ପର୍ବତଗଣ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରିବି; କେଉଁଠାରୁ ମୋହର ସାହାଯ୍ୟ ଆସିବ?
Nitayainua macho yangu nitazame milimani. Msaada wangu utatoka wapi?
2 ମୋହର ସାହାଯ୍ୟ ସଦାପ୍ରଭୁଙ୍କଠାରୁ ଆସେ, ସେ ଆକାଶ ଓ ପୃଥିବୀ ନିର୍ମାଣ କଲେ।
Msaada wangu unatoka kwa Yahwe, aliyezifanya mbingu na nchi.
3 ସେ ତୁମ୍ଭ ଚରଣକୁ ବିଚଳିତ ହେବାକୁ ଦେବେ ନାହିଁ; ଯେ ତୁମ୍ଭକୁ ରକ୍ଷା କରନ୍ତି, ସେ ଘୁମାଇବେ ନାହିଁ।
Hatauacha mguu wako uteleze; yeye akulindaye hatasinzia.
4 ଦେଖ, ଯେ ଇସ୍ରାଏଲକୁ ରକ୍ଷା କରନ୍ତି, ସେ ଘୁମାଇବେ ନାହିଁ କି ନିଦ୍ରା ଯିବେ ନାହିଁ।
Tazama, mlinzi wa Israeli hatasinzia wala hatalala usingizi kamwe.
5 ସଦାପ୍ରଭୁ ତୁମ୍ଭର ରକ୍ଷକ; ସଦାପ୍ରଭୁ ତୁମ୍ଭ ଦକ୍ଷିଣ ପାର୍ଶ୍ୱର ଛାୟା।
Yahwe ni mlinzi wako; Yahwe ni uvuli mkono wako wa kuume.
6 ଦିବସରେ ସୂର୍ଯ୍ୟ, କିଅବା ରାତ୍ରିରେ ଚନ୍ଦ୍ର ତୁମ୍ଭକୁ ଆଘାତ କରିବ ନାହିଁ।
Jua halitakudhuru wakati wa mchana, wala mwezi wakati wa usiku.
7 ସଦାପ୍ରଭୁ ସମସ୍ତ ଅମଙ୍ଗଳରୁ ତୁମ୍ଭକୁ ରକ୍ଷା କରିବେ; ସେ ତୁମ୍ଭର ପ୍ରାଣକୁ ରକ୍ଷା କରିବେ।
Yahwe atakulinda na madhara yote, na ataulinda uhai wako.
8 ଆଜିଠାରୁ ସଦାକାଳ ସଦାପ୍ରଭୁ ତୁମ୍ଭର ବାହାରେ ଯିବାର ଓ ଭିତରେ ଆସିବାର ରକ୍ଷା କରିବେ।
Yahwe atakulinda katika yote ufanyayo sasa na hata milele.

< ଗୀତସଂହିତା 121 >