< ଗୀତସଂହିତା 12 >

1 ପ୍ରଧାନ ବାଦ୍ୟକର ନିମନ୍ତେ ଶମୀନୀତ୍‍ ସ୍ୱରରେ ଦାଉଦଙ୍କର ଗୀତ। ସଦାପ୍ରଭୋ, ସାହାଯ୍ୟ କର, କାରଣ ଧାର୍ମିକ ଲୋକ ଲୋପ ପାଇଅଛନ୍ତି; ମନୁଷ୍ୟ-ସନ୍ତାନଗଣ ମଧ୍ୟରୁ ବିଶ୍ୱସ୍ତ ଲୋକର ହ୍ରାସ ହୋଇଅଛି।
Fún adarí orin. Gẹ́gẹ́ bí ti ṣeminiti. Saamu ti Dafidi. Ràn wá lọ́wọ́, Olúwa, nítorí ẹni ìwà-bí-Ọlọ́run kò sí mọ́; olóòtítọ́ tí pòórá kúrò láàrín àwọn ènìyàn.
2 ସେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀମାନଙ୍କୁ ମିଥ୍ୟା କହନ୍ତି। ସେମାନେ ଚାଟୁବାଦୀ ଓଷ୍ଠାଧରରେ ଓ ଦ୍ୱିଧାଚିତ୍ତରେ କଥା କହନ୍ତି।
Olúkúlùkù ń parọ́ fún aládùúgbò rẹ̀; ètè èké wọn ń sọ ẹ̀tàn.
3 ସଦାପ୍ରଭୁ ଚାଟୁବାଦୀ ଓଷ୍ଠାଧରସବୁ ଓ ଦର୍ପବାଦୀ ଜିହ୍ୱା ଉଚ୍ଛିନ୍ନ କରିବେ;
Kí Olúwa kí ó gé ètè èké wọn àti gbogbo ahọ́n ìfọ́nnu
4 ସେମାନେ କହନ୍ତି, “ଆମ୍ଭେମାନେ ଜିହ୍ୱା ଦ୍ୱାରା ପ୍ରବଳ ହେବା; ଆମ୍ଭମାନଙ୍କ ଓଷ୍ଠାଧର ଆମ୍ଭମାନଙ୍କ ନିଜର; ଆମ୍ଭମାନଙ୍କ ଉପରେ କର୍ତ୍ତା କିଏ?”
tí ó wí pé, “Àwa ó borí pẹ̀lú ahọ́n wa; àwa ní ètè wa, ta ni ọ̀gá wa?”
5 ଦୁଃଖୀଲୋକ ଲୁଟିତ ହେବାରୁ, ଦୀନହୀନ କାତରୋକ୍ତି କରିବାରୁ, ସଦାପ୍ରଭୁ କହନ୍ତି, “ଆମ୍ଭେ ଏବେ ଉଠିବା; ସେମାନେ ଯାହା ପ୍ରତି ଫୁତ୍କାର କରନ୍ତି, ତାହାକୁ ଆମ୍ଭେ ନିରାପଦରେ ରଖିବା।”
“Nítorí ìnilára àwọn aláìlágbára àti ìkérora àwọn aláìní, Èmi yóò dìde nísinsin yìí,” ni Olúwa wí. “Èmi yóò dáàbò bò wọ́n lọ́wọ́ àwọn tí ń ṣe àrankàn wọn.”
6 ସଦାପ୍ରଭୁଙ୍କ ବାକ୍ୟସବୁ ନିର୍ମଳ ବାକ୍ୟ, ତାହା ମୃତ୍ତିକାର ଉହ୍ମାଇରେ ପରୀକ୍ଷିତ ସାତ ଥର ପରିଷ୍କୃତ ରୂପା ତୁଲ୍ୟ।
Ọ̀rọ̀ Olúwa sì jẹ aláìlábùkù, gẹ́gẹ́ bí fàdákà tí a yọ́ nínú ìléru amọ̀, tí a sọ di mímọ́ nígbà méje.
7 ହେ ସଦାପ୍ରଭୋ, ତୁମ୍ଭେ ସେମାନଙ୍କୁ ରକ୍ଷା କରିବ, ତୁମ୍ଭେ ବର୍ତ୍ତମାନ ଲୋକମାନଙ୍କଠାରୁ ସେମାନଙ୍କୁ ସଦାକାଳ ଉଦ୍ଧାର କରିବ।
Olúwa, ìwọ yóò pa wá mọ́ kí o sì gbà wá lọ́wọ́ àwọn ènìyàn wọ̀nyí títí láé.
8 ମନୁଷ୍ୟ-ସନ୍ତାନଗଣ ମଧ୍ୟରେ ଅଧମତା ଉଚ୍ଚୀକୃତ ହେବା ବେଳେ ଦୁଷ୍ଟମାନେ ଚତୁର୍ଦ୍ଦିଗରେ ଭ୍ରମଣ କରନ୍ତି।
Àwọn ènìyàn búburú ń rin ìrìn fáàrí kiri nígbà tí wọn ń bọ̀wọ̀ fún òsì láàrín àwọn ènìyàn.

< ଗୀତସଂହିତା 12 >